- SCHOOL BOARDS
- BSE/CHSE ODISHA
- CLASS 6
- GEOGRAPHY
- ସପ୍ତମ ଅଧ୍ୟାୟ : ଭାରତ - ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 (Part-2) :- Question & Answer
Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 (Part-2) :- Question & Answer
Language : Odia
(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Question & Answer
1. ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ସଂକ୍ଷେପରେ ଲେଖ |
a) କେଉଁ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ ? ଏହା କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ ?
ମୌସୁମୀ ବାୟୁଦ୍ଵାରା ଭାରତରେ ବୃଷ୍ଟିପାତ ହୋଇଥାଏ |
ଏହା ଏକ ଋତୁକାଳୀନ ବାୟୁ ପ୍ରବାହ ଭାରତର କୃଷି ଏହି ବୃଷ୍ଟିପାତ ଉପରେ ନିର୍ଭର କରୁଥିବାରୁ ଏହା ଖୁବ ଗୁରୁତ୍ଵପୂର୍ଣ୍ଣ |
b) ଭାରତରେ ଅନୁଭୂତ ୪ ଗୋଟି ମୁଖ୍ୟ ଋତୁ ହେଲା –
· ଗ୍ରୀଷ୍ମ ଋତୁ
· ବର୍ଷା ଋତୁ
· ଶରତ ଋତୁ
· ଶୀତ ଋତୁ
c) ପ୍ରାକୃତିକ ଉଦ୍ଭିଦ କାହାକୁ କୁହାଯାଏ ?
ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢିଥିବା ଘାସ, ଓ ଗଛଲତାକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |
d) ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭିଦର ନାମ ଲେଖ |
ଭାରତରେ ଦେଖାଯାଉଥିବା ପ୍ରାକୃତିକ ଉଦ୍ଭିଦଗୁଡିକୁ ପାଞ୍ଚୋଟି ଶ୍ରେଣୀରେ ବିଭକ୍ତ କରାଯାଏ | ସେଗୁଡିକ ହେଲା :-
· କ୍ରାନ୍ତିୟ ଚିରହରିତ ଅରଣ୍ୟ
· କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ
· କଣ୍ଟାବୁଦା ଜଙ୍ଗଲ
· ପାର୍ବତ୍ୟ ଅରଣ୍ୟ
· ହେନ୍ତାଳ ବଣ
e) ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚି ଅରଣ୍ୟ ମଧ୍ୟରେ କି ପାର୍ଥକ୍ୟ ରହିଛି ?
ଚିରହରିତ ଅରଣ୍ୟ -
· ପ୍ରଚୁର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ |
· ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ ହୋଇଥିବାରୁ ସୂର୍ଯ୍ୟକିରଣ ବହୁପୃଷ୍ଠରେ ପଡିପାରେ ନାହିଁ |· ଉଦାହରଣ :-ମେହେଗାନି, ଏବୋନି, ରୋଜଉଡ
ପର୍ଣ୍ଣମୋଚି ଅରଣ୍ୟ –
· ମଧ୍ୟମ ଧରଣର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପର୍ଣ୍ଣମୋଚି ଅରଣ୍ୟ ଦେଖାଯାଏ |
· ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଏତେ ଘଞ୍ଚ ନୁହନ୍ତି |· ଉଦାହରଣ :- ଶାଳ, ପିଆଶାଳ, ଶାଗୁଆନ
f) କ୍ରାନ୍ତିୟ ବୃଷ୍ଟି ଅରଣ୍ୟକୁ ଚିରହରିତ ଅରଣ୍ୟ କୁହାଯାଏ କାହିଁକି ?
· ପ୍ରଚୁର ବୃଷ୍ଟି ହେଉଥିବା କ୍ରାନ୍ତିୟ ଅଞ୍ଚଳର ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାନ୍ତି | ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ | ତେଣୁ କ୍ରାନ୍ତିୟ ବୃଷ୍ଟି ଅରଣ୍ୟକୁ ଚିରହରିତ ଅରଣ୍ୟ କୁହାଯାଏ
2. ଉତ୍ତର ଲେଖ |
a) ପୃଥିବୀର ସର୍ବାଧିକ ବୃଷ୍ଟିପାତ ପାଉଥିବା ସ୍ଥାନ :- ମାଓସିନରାମ
b) ମେହେଗାନି ଓ ରୋଜଉଡ ବୃକ୍ଷ ଦେଖାଯାଉଥିବା ଅରଣ୍ୟ :- କ୍ରାନ୍ତିୟ ଚିରହରିତ ଅରଣ୍ୟ
c) ହେନ୍ତାଳ ବଣ ବଢିବା ପାଇଁ ଆବଶ୍ୟକ :- ଲୁଣିଜଳ
d) ବଣ୍ୟଛେଳି ଓ ବର ଚିତାବାଘ ଦେଖାଯାନ୍ତି :- ହିମାଳୟ ଅଞ୍ଚଳ
e) ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ :- ସମୁଦ୍ରରୁ ସ୍ଥଳଭାଗକୁ
3. ଶୂନ୍ୟସ୍ଥାନ ପୂରଣ କର |
A ) ଗ୍ରୀଷ୍ମକାଳରେ ଉତ୍ତର ପଶ୍ଚିମ ଭାରତରେ ବହୁଥିବା ଉଷ୍ଣ ଶୁଷ୍କ ବାୟୁକୁ ଲୁ କୁହାଯାଏ |
B)ଶୀତ
C) ଗୀର, ଏସିଆସିଂହ
D) ହେନ୍ତାଳବୃକ୍ଷ
E) କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ
|
To get the premium content