Odia Medium Class 10 Geography ଭୂଗୋଳ Chapter 1 Sambala O Tahara Bikasa( ସମ୍ବଳ ଓ ତାହାର ବିକାଶ) Unit-1

Language : Odia

LRNR provides this material totally free

Odia Medium Class 10 Geography ଭୂଗୋଳ Chapter 1 Sambala O Tahara Bikasa( ସମ୍ବଳ ଓ ତାହାର ବିକାଶ) Unit-1

 ସମ୍ବଳ ଓ ତାହାର ବିକାଶ

1. ନିମ୍ନଲିଖିତଗୁଡିକର ଠିକ୍ ଉତ୍ତର ଲେଖ |

. କେଉଁଟି ଅପୂରଣୀୟ ସମ୍ବଳ ?

ଉ : କୋଇଲା

ଖ. କେଉଁଟି ଗୋଷ୍ଠୀଗତ ସମ୍ବଳ ?

ଉ : ଶ୍ମଶାନ

2. ପାର୍ଥକ୍ୟ ଦର୍ଶାଅ |

କ. ନବୀକରଣ ଯୋଗ୍ୟ ସମ୍ବଳ :

ଯେଉଁ ସମ୍ବଳ ମନୁଷ୍ୟ ଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ଵେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃଭରଣ କରାଯାଇପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ |

ଉଦାହରଣ : ଜଳ, ମୃତ୍ତିକା

ନବୀକରଣ ଅଯୋଗ୍ୟ ସମ୍ବଳ :

ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ଵାରା ବା ଅନ୍ୟାନ୍ୟ କାରଣ ଦ୍ଵାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇ ଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ |

ଉଦାହରଣ : କୋଇଲା, ପେଟ୍ରୋଲିୟମ୍

ଖ. ଅବିରାମ ସମ୍ବଳ :

ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ହୋଇ ନଥାଏ, ତାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ |

ଉଦାହରଣ : ସୌରଶକ୍ତି, ଭୂ – ତାପଜ ଶକ୍ତି

ଅପୂରଣୀୟ ସମ୍ବଳ :  ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଶ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ, ତାକୁ ଅପୂରଣୀୟ ସମ୍ବଳ କୁହାଯାଏ |

ଉଦାହରଣ : ଖଣିଜ ପଦାର୍ଥ, ଖଣିକ ତୈଳ

3. ନିମ୍ନଲିଖିତ ଦୁଇଟିକୁ ଗୋଟିଏ ଲେଖାଁଏ ବାକ୍ୟରେ ଲେଖ |

କ. ସମ୍ବଳ ଭଣ୍ଡାର :

ଉ : ପରିବେଶରେ ଥିବା ପଦାର୍ଥ ଯେଉଁଗୁଡିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ; ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରୁ ନାହିଁ, ସେହିଭଳି ପଦାର୍ଥକୁ ସମ୍ବଳର ଭଣ୍ଡାର କୁହାଯାଏ |

ଖ. ଜାତୀୟ ସମ୍ବଳ :

ଉ : ଦେଶର ଭୌଗଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ, ସାଂସ୍କୃତିକ ଓ ମାନବ ସମ୍ବଳକୁ ଜାତୀୟ ସମ୍ବଳ କୁହାଯାଏ |

4. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ |

କ. କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ?

ଉ : ପ୍ରାକୃତିକ ପରିବେଶରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥଗୁଡିକର ସନ୍ଧାନ କରି ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ |

ଖ. ସମ୍ବଳର ବିଶେଷତ୍ଵ କ’ଣ ?

        i.            ସମ୍ବଳର ଚାରିଗୋଟି ବିଶେଷତତ୍ୱ ରହିଛି | ଯଥା : ଉପଯୋଗିତା ,କାର୍ଯ୍ୟ ଦକ୍ଷତା ,ସୁଲଭତା , ପରିବର୍ତ୍ତନଶୀଳତା |

      ii.            ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ | ଦ୍ଵିତୀୟତଃ ଏହାର ସୁଲଭତା ଥିବା ଆବଶ୍ୟକ | ତୃତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମାରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାଯରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକ |

ଗ. ସମ୍ବଳର ସଂରକ୍ଷଣ କହିଲେ କ’ଣ ବୁଝାଏ ?

ଉ : ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ |

ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ପରିସଂସ୍ଥାର ଉଚିତ ବିନିଯୋଗ ଓ ଜୈବ ବିବିଧତା ସୁରକ୍ଷିତ ରଖିବା ଇତ୍ୟାଦି |

ସମ୍ବଳ ସଂରକ୍ଷଣ ପାଇଁ ବିଶେଷତ୍ୱ ତିନୋଟି ଉପାୟ ଅବଲମ୍ବନ କରାଯାଏ, ଯଥା – ସମ୍ବଳର ପୁନଃ ବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳ ସଂରକ୍ଷଣ |

ଘ. ଧାରଣୀୟ ବିକାଶ କହିଲେ କ’ଣ ବୁଝ ?

ଉ : ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷୀ କରିବାକୁ ଧାରଣୀୟ ବିକାଶ କୁହାଯାଏ |


Ratings
No reviews yet, be the first one to review the product.