Odia Medium Class 6 Geography Chapter-3 Manachitra Adhayana(ମାନଚିତ୍ର ଅଧ୍ୟୟନ) Notes

Language : Odia

LRNR provides this material totally free

Odia Medium Class 6 Geography Chapter-3 Manachitra Adhayana(ମାନଚିତ୍ର ଅଧ୍ୟୟନ) Notes

ମାନଚିତ୍ର ଅଧ୍ୟୟନ


  • ପୃଥିବୀ ବିଷୟରେ ସବିଶେଷ ଜାଣିବାପାଇଁ ଭୂ – ଗୋଲକ ଏବଂ ମାନଚିତ୍ର ଆବଶ୍ୟକ ପଡିଥାଏ |


  • ଭୂ –ଗୋଲକରେ ବିଶାଳ ପୃଥିବୀର ଛୋଟ ଛୋଟ ସ୍ଥାନଗୁଡିକର ସବିଶେଷ ତଥ୍ୟ ମିଳିବା କଷ୍ଟକର |


  • ତେଣୁ ମାନଚିତ୍ର ବ୍ୟବହାର ସମଗ୍ର ପୃଥିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଧିଷ୍ଟ ମାନରେ ଦର୍ଶାଯାଇଥାଏ ମାନ ବା ସ୍କେଲର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ |


  • ବିଭିନ୍ନ ପ୍ରକାରର ଅନେକ ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ ତାହାକୁ ଆଟଲାସ କୁହାଯାଏ |

  • ମାନଚିତ୍ର ବିଭିନ୍ନ ପ୍ରକାର ହୋଇଥାଏ |
  • ଯଥା –


1.   ପ୍ରାକୃତିକ ମାନଚିତ୍ର

2.   ରାଜନୀତିକ ମାନଚିତ୍ର

3.   ତଥ୍ୟଭିତ୍ତିକ ବା ପ୍ରାସଙ୍ଗିକ ମାନଚିତ୍ର


  •  ପ୍ରାକୃତିକ ମାନଚିତ୍ର – ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ |


  •  ରାଜନୀତିକ ମାନଚିତ୍ର –ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ |


  • ତଥ୍ୟ ଭିତ୍ତିକ ମାନଚିତ୍ର – ଏହି ମାନଚିତ୍ରରେ କୌଣସି ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ |


  • ଉଦାହରଣସ୍ଵରୂପ ଶିଳ୍ପମାନଚିତ୍ର ,ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର ଓ ଅରଣ୍ୟ ମାନଚିତ୍ର ଇତ୍ୟାଦି |·    
  • ପ୍ରତ୍ୟେକ ମାନଚିତ୍ରରେ ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ ; ଯଥା – ଦୂରତା, ଦିଗ, ଓ ସଙ୍କେତ |


  •  ମାନର ବ୍ୟବହାରଦ୍ୱାରା ଦୂରତା ମପାଯାଏ | ପୃଥିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ ଥିବା ଦୂରତାକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ |
  •  ମାନ ଭିତ୍ତିରେ ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ ; ଯଥା – ବୃହତ ମାନବିଶିଷ୍ଟ ମାନଚିତ୍ର ଓ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ର |
  • ବୃହତ ମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ |
  • ବଡବଡ ଅଞ୍ଚଳ ତଥା ଦେଶ,ମହାଦେଶ,ମହାସାଗର ଆଦିକୁ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ରରେ ଦର୍ଶାଯାଇଥାଏ |
  •  ପ୍ରତ୍ଯେକ ମାନଚିତ୍ରରେ ଦକ୍ଷିଣ ପାର୍ଶ୍ବରେ ଉପରିଭାଗରେ ଏକ ଛାଇ ଚିହ୍ନ ଥାଏ | ଏହାକୁ ଦିଗସୂଚକ ରେଖା ବା ଉପର ରେଖା କୁହାଯାଏ |ଏହା ଉତ୍ତର ଦିଗକୁ ସୂଚାଏ |
  •  କମ୍ପାସ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦିଗ ନିରୂପଣ କରିହୁଏ | ଏଥିରେ ଥିବା ଚୁମ୍ବକୀୟ ସୂଚକରେ ଥିବା ତୀରଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ |ସ୍ଥିର ଅବସ୍ଥାରେ ମଧ୍ୟ ସୂଚକଟି ସର୍ବଦା ଉତ୍ତର – ଦକ୍ଷିଣ ହୋଇରହିଥାଏ |


  •  ମାନଚିତ୍ରରେ ଘର,ରାସ୍ତା,ମନ୍ଦିର,ତେଲ,ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ ଭାବେ ଦର୍ଶାଇବା ସମ୍ଭବ ନୁହେଁ |


  •  ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତ ଦ୍ୱାରା ମାନଚିତ୍ରରେ ଦର୍ଶାଯାଇଥାଏ |·   
  •  ରେଖାଗୁଡିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଯେଉଁ ଚିତ୍ର ଅଙ୍କାଯାଏ, ତାହାକୁ ରେଖାଚିତ୍ର କୁହାଯାଏ |
  • ଏଥିରେ ମାନ ବ୍ୟବହୃତ ହୁଏ ନାହିଁ |




Ratings
No reviews yet, be the first one to review the product.