Odia Medium Class 6 Geography Chapter-6(Part-1) Pruthibira Mahadesa (ପୃଥିବୀର ମହାଦେଶ : ଏସିଆ) Notes

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa (ପୃଥିବୀର ମହାଦେଶ : ଏସିଆ) Notes

ପୃଥିବୀର ମହାଦେଶ : ଏସିଆ


·    ଏସିଆ ମହାଦେଶ କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ପୃଥିବୀର ବୃହତ୍ତମ ମହାଦେଶ |


·    ଏହା 10° ଦକ୍ଷିଣ ଅକ୍ଷାଂଶ ଓ 80° ଉତ୍ତର ଅକ୍ଷାଂଶ ଏବଂ 25° ପୂର୍ବ ଦ୍ରାଘିମା ଓ 170° ପଶ୍ଚିମ ଦ୍ରାଘିମା ମଧ୍ୟରେ ଅବସ୍ଥିତ |


ପ୍ରାକୃତିକ ବିଭାଗ :


·    ଏହି ମହାଦେଶର କେନ୍ଦ୍ର ଭାଗରେ ଅବସ୍ଥିତ ପାମିର ମାଳଭୂମି ପୃଥିବୀର ଉଚ୍ଚତମ ମାଳଭୂମି |

·    ତେଣୁ ଏହାକୁ “ପୃଥିବୀର ଛାତ” କୁହାଯାଏ | ଏହାକୁ “ପାମିର ଗ୍ରନ୍ଥି” କୁହାଯାଏ |

·    ପୃଥିବୀର ସର୍ବୋଚ୍ଚ ଶୃଙ୍ଗଗୁଡିକ ମଧ୍ୟରୁ ଏଭେରେଷ୍ଟ ଶୃଙ୍ଗ ହିମାଳୟ ପର୍ବତରେ ଏବଂ K2 କିମ୍ବା ଗଡୱିନ ଅଷ୍ଟିନ୍ କାରାକୋରମ୍ ପର୍ବତ ଉପରେ ଅବସ୍ଥିତ |


ନଦୀ:-


·    ଅନେକ ନଦୀ ଏସିଆ ମହାଦେଶର ବିଭିନ୍ନ ଦିଗରେ ପ୍ରବାହିତ ହୋଇ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ସୁମେରୁ ମହାସାଗରରେ ପଡିଛନ୍ତି |

·    ମୁଖ୍ୟ ନଦୀ – ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର, ଇରାବତୀ , ମେକଙ୍ଗ, ସାଲଉଇନ,ହୋୟାଂହୋ, ୟାଂସିକିଆଁ ,ଓବ, ଇନୀସୀ, ଲେନା, ଇଉଫ୍ରେଟିସ , ଟାଇଗ୍ରୀସ, ମହାନଦୀ, ଗୋଦାବରୀ, କୃଷ୍ଣା, କାବେରୀ ଇତ୍ୟାଦି |


ଜଳବାୟୁ


·    ଜଳ ଯେଉଁ ତାପମାତ୍ରାରେ ବରଫରେ ପରିଣତ ହୁଏ ତାହାକୁ ହିମାଙ୍କ କୁହାଯାଏ |

·    ଏସିଆର ଦକ୍ଷିଣାଂଶ ବିଷୁବରେଖା ଏବଂ କର୍କଟ କ୍ରାନ୍ତି ନିକଟରେ ଥିବାରୁ ଗ୍ରୀଷ୍ମଋତୁରେ ଏହି ଅଞ୍ଚଳରେ ଭୀଷଣ ଗରମ ପଡେ |

·    ବିଭିନ୍ନ ଧର୍ମାବଲମ୍ବୀ ବିଭିନ୍ନ ଭାଷାଭାଷୀ ଓ ବେଶ ପୋଷକ ପିନ୍ଧୁଥିବା ଲୋକ ଏସିଆ ମହାଦେଶରେ ବସ କରିଥାନ୍ତି | ଏସିଆକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ |


ପ୍ରାକୃତିକ ଉଦ୍ଭିଦ ଏବଂ ବନ୍ୟଜନ୍ତୁ :-


·    ଏସିଆ ମହାଦେଶରେ ତୁ ଉଦ୍ଭିଦଠାରୁ ଆରମ୍ଭ କରି ବିଷୁବମଣ୍ଡଳୀୟ ଉଦ୍ଭିଦ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉଦ୍ଭିଦ ଦେଖାଯାଏ |


ତୁନ୍ଦ୍ରା :-ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଭୀଷଣ ଥଣ୍ଡା ପଡେ ଓ ଅଧିକାଂଶ ସମୟ ବରଫାଛନ୍ନ ରହେ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ |

·    ତୁନ୍ଦ୍ରାଞ୍ଚଳରେ ବଲଗାହରିଣ, କାରିବ୍ୟୁ, ଧଳାଭାଲୁ ପରି ଲୋମଶ ପ୍ରାଣୀ ଆଦି ଦେଖାଯାନ୍ତି |

·    ଉଦ୍ଭିଦ –ଶାଗୁଆନ, ଶାଳ, ପିଆଶାଳ, ବାଉଁଶ, ବେତ

·    ମୁଖ୍ୟ ସହର – ଟୋକିଓ, ବେଜିଂ, ସିଂଘାପୁର, ଦିଲ୍ଲୀ, ବଗବାଦ, ଇସଲାମାବାଦ, ବ୍ୟାଙ୍କକ, ସିଓଲ, କାବୁଲ, ଟେଲଆରିଭ, ୟାଙ୍ଗୁନ୍


ଜୀବନଯାପନ ପ୍ରଣାଳୀ:-


·    ଅଧିକାଂଶ ଅଧିବାସୀ କୃଷିଜୀବୀ

·    ଯାଯାବର

·    ଶିଳ୍ପ, ବାଣିଜ୍ୟ, ଖଣିଖନନ, ଶିକ୍ଷା,ଗମନାଗମନ, ଚିକିତ୍ସା କ୍ଷେତ୍ରରେ ଲୋକ କାମ କରନ୍ତି |

Ratings
No reviews yet, be the first one to review the product.