Odia Medium Class 6 Geography Chapter-6(Part-2) Pruthibira Mahadesa (ପୃଥିବୀର ମହାଦେଶ : ଆଫ୍ରିକା) Notes

Language : Odia

LRNR provides this material totally free

Odia Medium Class 6 Geography Chapter-6 Pruthibira Mahadesa (ପୃଥିବୀର ମହାଦେଶ: ଆଫ୍ରିକା) Notes


ପୃଥିବୀର ମହାଦେଶ : ଆଫ୍ରିକା


·    ଆଫ୍ରିକା ମହାଦେଶ ପୃଥିବୀର ଦ୍ଵିତୀୟ ବୃହତ୍ତମ ମହାଦେଶ |


·    ଏହା ଏସିଆ ମହାଦେଶର ଦକ୍ଷିଣ – ପଶ୍ଚିମରେ ଓ ଇଉରୋପ ମହାଦେଶରେଦକ୍ଷିଣାରେ ଅବସ୍ଥିତ |


·    ସୁଏଜ କେନାଲ ଏହାକୁ ଏସିଆ ମହାଦେଶଠାରୁ ବିଚ୍ଛିନ୍ନ କରୁଅଛି |


·    ଏହାର ପୂର୍ବ ଓ ଦକ୍ଷିଣରେ ଭାରତ ମହାସାଗର, ଦକ୍ଷୀଣରେ ଆଣ୍ଟାର୍କଟିକା ମହାଦେଶ, ପଶ୍ଚିମରେ ଆଟଲାଣ୍ଟିକ ମହାସାଗର, ଉତ୍ତରରେ ଭୂମଧ୍ୟ ସାଗର ଏବଂ ଉତ୍ତର ପୁର୍ବରେ ଲୋହିତ ସାଗର ଅବସ୍ଥିତ |


ପ୍ରାକୃତିକ ବିଭାଗ :-


·    ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମାଞ୍ଚଳରେ ଆଟଲସ ପର୍ବତମାଳା ଅବସ୍ଥିତ |


·    ଏହା ଅନେକ ମଳଭୂମିକୁ ନେଇ ଗଠିତ | ତେଣୁ ଏହାକୁ ମାଳଭୂମି ପୂର୍ଣ୍ଣ ମହାଦେଶ କୁହାଯାଏ |


·    ଏହାର ଉତ୍ତର ଭାଗରେ ପୃଥିବୀର ବୃହତ୍ତମ ଉଷ୍ଣ ମରୁଭୁମି ସାହାରା ଏବଂ ଦକ୍ଷିଣରେ କାଲାହାରୀ ମରୁଭୁମି ଅବସ୍ଥିତ |


ନଦୀ:-

·    ଆଫ୍ରିକାର ମହାଦେଶରେ ପ୍ରବାହିତ ନୀଳନଦୀ ପୃଥିବୀର ଦୀର୍ଘତମ ନଦୀ |


·    ଜାମ୍ବେଜୀ ନଦୀରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ |


ଜଳବାୟୁ ଓ ପ୍ରାକୃତିକ ଉଦ୍ଭିଦ :-


·    ଆଫ୍ରିକାର ଜଳବାୟୁ ଉଷ୍ଣ ଓ ବର୍ଷସାରା ଅଧିକ ତାପମାତ୍ରା ଅନୁଭୂତ ହୁଏ |


·    ଆଲ ଆଜିଜିୟା ଠାରେ ପୃଥିବୀରେ ସର୍ବୋଚ୍ଚ ତାପମାତ୍ରା ୫୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି |


·    ଆଫ୍ରିକାର ବିଷୁବମଣ୍ଡଳୀୟ ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ |


·    ଏଠାରେ ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ‘ସାଭାନ୍ନା’ କୁହାଯାଏ |


ପଶୁ :-


·    ସିମ୍ପ ଞ୍ଜି, ମାଙ୍କଡ, ହସ୍ତୀ, ଜଳହସ୍ତୀ, ଗଣ୍ଡା, କୁମ୍ଭୀର, ସାପ


·    ପ୍ରଧାନ ଦେଶ ସମୂହ


·    ଦକ୍ଷିଣ ଆଫ୍ରିକା, ଜାଇରେ, ନାଇଜେରିଆ, ସୁଦାନ, ଘାନା, ଜାମ୍ବିଆ, ଇଜିପ୍ଟ



·    ସହର


·    ଜୋହାନ୍ସବର୍ଗ, ଆଲେକଜା ,ପ୍ରିଟୋରିଆ, କାଇରୋ, ଖାରତୁମ, ଲାଗୋସ |



Ratings
No reviews yet, be the first one to review the product.