- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 17 Jiba Jagata Pai Bayura Gurutya ( ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ ) Question & Answer
Odia Medium Class 6 Science Chapter 17 Jiba Jagata Pai Bayura Gurutya ( ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ ) Question & Answer
Language : Odia
LRNR provides this material totally free
Odia Medium Class 6 Science Chapter 17 Jiba Jagata Pai Bayura Gurutya ( ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ ) Question & Answer
ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ
1. ବାୟୁରେ ଅମ୍ଳଜାନ ଏକ ପଞ୍ଚମାଂସ ଓ ଅଙ୍ଗାରକାମ୍ଳ ତିନି ସହସ୍ରାଂଶ ଅଛି | ଏହି ଅନୁପାତ ଅଦଳ ବଦଳ ହେଲେ ଜୀବଜଗତ ଉପରେ ଏହାର କି ପ୍ରଭାବ ପଡିବ, ଚାରୋଟି ବାକ୍ୟରେ ଲେଖ |
· ଜୀବଜଗତ ଶ୍ଵାସକ୍ରିୟାରେ ବାୟୁର ଅମ୍ଳଜାନ ଗ୍ରହଣ କରନ୍ତି | ଅମ୍ଳଜାନ କମିଗଲେ ଜୀବମାନେ ମୃତ୍ୟୁ ମୁଖରେ ପଡ଼ିବେ |
· ଅଙ୍ଗାରକାମ୍ଳ ଏକ ବିଷାକ୍ତ ବାଷ୍ପ | ଏହାର ପରିମାଣ ବଢିଗଲେ ଜୀବଜଗତର ଅଶେଷ କ୍ଷତି ହେବ |
· ଅମ୍ଳଜାନ କମିଗଲେ ଦହନ କ୍ରିୟା ହୋଇ ପାରିବ ନା ହିଁ |
· ଅଙ୍ଗାରକାମ୍ଳ ବଢିଗଲେ ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧି ପାଇବ, ଫଳରେ ଜୀବଜଗତ ଧ୍ଵଂସ ପାଇଯିବେ |
2. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ |
a) ମାଛ : ଗାଲି :: ବତକ : ଫୁସଫୁସ୍
b) ଜିଆ : ଚର୍ମ :: ଅସରପା : ଶ୍ଵାସରନ୍ଧ୍ର
c) ଅର୍କିଡ଼ : ମୂଳ :: ଅଶ୍ଵତଥ୍ :ସ୍ତୋମ୍
d) ମଣିଷ : ଫୁସଫୁସ୍ :: ଉଦ୍ଭିଦ : ସ୍ତୋମ୍
3. ଗୋଟିଏ ବାକ୍ୟ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ |
a) ମାଛ ଶ୍ଵାସକ୍ରିୟା କିପରି କରେ ?
· ଜଳରେ ଅମ୍ଳଜାନ କିଛି ପରିମାଣରେ ଦ୍ରବୀଭୂତ ହୋଇଥାଏ |
· ମାଛ ପାଟି ଦ୍ଵାରା ଜଳ ନେଇ ଗାଲି ଦ୍ଵାରା ଜଳକୁ ଛାଡିବା ବେଳେ ଗାଲି ଦ୍ଵାରା ଜଳରେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଶ୍ଵାସକ୍ରିୟା କରେ |
b) ଅର୍କିଡ଼ କିପରି ଶ୍ଵାସକ୍ରିୟା କରେ ?
· ଅର୍କିଡ଼ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢିଥାଏ, ଏମାନଙ୍କର ମୂଳ ବାୟୁରେ ଝୁଲିଥାଆନ୍ତି |
c) ବେଙ୍ଗ ଶୀତଦିନେ କିପରି ଶ୍ଵାସକ୍ରିୟା କରେ ?
· ଶୀତଦିନେ ବେଙ୍ଗ ମାଟିତଳେ ଶୀତ ନିଦ୍ରାରେ ଅଧିକାଂଶ ସମୟ ଶୋଇଥାଏ |
· ଏହି ସମୟରେ ସେ ତାର ଚର୍ମରେ ଥିବା ଛୋଟ ଛୋଟ ରନ୍ଧ୍ର ମାଧ୍ୟମରେ ଶ୍ଵାସକ୍ରିୟା କରେ |
4. କାରଣ ଲେଖ |
a) ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ ମରିଯାଏ |
· ମାଛ ପାଟି ଦ୍ଵାରା ଜଳନେଇ ଗାଲି ସାହାଯ୍ୟରେ ଜଳରେ ମିଶି ରହିଥିବା ଅମ୍ଳଜାନକୁ ଗ୍ରହଣ କରି ଶ୍ଵାସକ୍ରିୟା କରେ |
· ମାଛକୁ ପାଣିରୁ ବାହାର କରିଦେଲେ ସେ ବାୟୁରୁ ଅମ୍ଳଜାନ ଗ୍ରହ କରିନପରି କିଛି ସମୟ ପରେ ମରିଯାଏ |
b) ବେଙ୍ଗ ଏକ ଉଭୟଚର ପ୍ରାଣୀ |
· ବେଙ୍ଗ ଜଳରେ ଅଣ୍ଡାଦିଏ , ଏବଂ ଅଣ୍ଡାରୁ ବେଙ୍ଗଫୁଲା ବାହାରି ଜଳରେ ମାଛ ପରି ଗାଲି ସାହାଯ୍ୟରେ ଶ୍ଵାସକ୍ରିୟା କରେ |
· କିଛି ଦିନ ପରେ ବେଙ୍ଗଫୁଲା ପୂର୍ଣ୍ଣାଙ୍ଗ ବେଙ୍ଗରେ ପରିଣତ ହୋଇ ସ୍ଥଳଭାଗକୁ ଆସେ ଓ ଫୁସଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କରେ |
· କେତେକେ ବେଙ୍ଗ ଜଳରେ ରହି ଚର୍ମ ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି | ବେଙ୍ଗ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରୁଥିବାରୁ ତାକୁ ଉଭୟଚର ପ୍ରାଣୀ କୁହାଯାଏ |
c) ଜିଆ ମାଟି ଭିତରେ ରହିଲେ ମଧ୍ୟ ଶ୍ଵାସକ୍ରିୟା କରିପାରେ |
· ମାଟି ଛିଦ୍ରଯୁକ୍ତ ହୋଇଥିବାରୁ ଏହା ମଧ୍ୟରେ ବାୟୁ ରହିଥାଏ |
· ଜିଆ ମାଟିତଳେ ଥିଲେ ମଧ୍ୟ ତାର ଓଦାଳିଆ ଚର୍ମ ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରେ |
5. “କ”ସ୍ତମ୍ଭ ଶବ୍ଦ ସହିତ “ଖ”ସ୍ତମ୍ଭର ଶବ୍ଦ ମିଳାଅ |
“କ” ସ୍ତମ୍ଭ “ଖ” ସ୍ତମ୍ଭ
କଇଁଚ ଫୁସଫୁସ୍
ସୁନ୍ଦରୀ ବୃକ୍ଷ ଶ୍ଵସନ ମୂଳ
ଅମ୍ଳଜାନ ପ୍ରଶ୍ଵାସ
ଅଙ୍ଗାରକାମ୍ଳ ନିଶ୍ଵାସ
ସ୍ତୋମ୍ ଉଦ୍ଭିଦ
Truly Indian Brand
Truly Indian Brand