- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 18 Abarjana ( ଆବର୍ଜନା ) Question & Answer
Odia Medium Class 6 Science Chapter 18 Abarjana ( ଆବର୍ଜନା ) Question & Answer
Language : Odia
LRNR provides this material totally free
Odia Medium Class 6 Science Chapter 18 Abarjana ( ଆବର୍ଜନା ) Question & Answer
ଆବର୍ଜନା
1. କାରଣ ଲେଖ |
a) ପନିପରିବା ଚୋପାକୁ ଏଣେ ତେଣେ ନ ପକାଇ ମାଟିରେ ଗାତ କରି ପୋତିଦେବା |
· ପନିପରିବା ଚୋପା ଏକ ଜୈବ ନିମ୍ନୀକରଣ ଯୋଗ୍ୟ ଆବର୍ଜନା |
. ଏହାକୁ ମାଟି ଭିତରେ ଗାତ କରି ପୋତିଦେଲେ ଏହା ଅଣୁଜୀବ ଦ୍ଵାରା ବିଘଟିତ ହୋଇ ମାଟିରେ ମିଶିଯିବ |
· ପନିପାରିବା ଚୋପା ଏଣେ ତେଣେ ପକାଇଲେ ସେଗୁଡିକରେ ମାଛି ବସି ରୋଗ ସୃଷ୍ଟି କରିବେ |
b) ପ୍ଲାଷ୍ଟିକକୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡି ଦେବ ନାହିଁ |
· ପ୍ଲାଷ୍ଟିକକୁ ପୋଡିଦେଲେ ଏଥିରୁ ନିର୍ଗତ ଗ୍ୟାସ ବାୟୁ ପ୍ରଦୂଷଣ କରିଥାଏ | ପ୍ଲାଷ୍ଟିକକୁ ପଦାରେ ଫୋପାଡି ଦେଲେ ଏହାକୁ ଗାଈଗୋରୁ ଖାଇ ରୋଗାକ୍ରାନ୍ତ ହୁଅନ୍ତି | ଏଗୁଡିକ ଅବକ୍ଷୟ ହୁଅନ୍ତି ନାହିଁ |
2. ପ୍ରଥମ ଶବ୍ଦଦ୍ଵୟର ସଂପର୍କ ଦେଖି ତୃତୀୟ ଶବ୍ଦସହ ସଂପର୍କିତ ଶବ୍ଦଟି ଲେଖ |
a) ପନିପରିବା ଚୋପା : ଜୈବିକ :: ପ୍ଲାଷ୍ଟିକ : ଅଜୈବିକ
b) ଚିରାକାଗଜ : 10 – 13 ଦିନ :: କାଠ : 10 – 15 ବର୍ଷ
c) ପନିପରିବା : ଚୋପା :: ଚକୋଲେଟ୍ : ଜରିଖୋଳ
d) ବିଦ୍ୟାଳୟ : ଟୁକୁରା କାଗଜ :: ରୋଷେଇ ଘର : ପନିପରିବା ଚୋପା
3. ଆବର୍ଜନା କ’ଣ ? ତୁମା ଗାଁ/ ସହରର ଆବର୍ଜନାକୁ କିପରି ଉପଯୋଗ କରିପାରିବ ସଂକ୍ଷପରେ ଲେଖ |
· ଯେଉଁ ବସ୍ତୁଗୁଡିକ ଆମ ବ୍ୟବହାରରେ ଲାଗେ ନାହିଁ ତାହାକୁ ଆବର୍ଜନା କୁହାଯାଏ |
. ଗାଁ ଓ ସହରର ଆବର୍ଜନାଗୁଡିକ ମୁଖ୍ୟତଃ ହେଲା ଚିରାକାଗଜ, ଭଙ୍ଗା କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଗୋବର , ମଳ , ପନିପରିବା ଚୋପା, ଦିଆସିଲି ଖୋଳ, ଅଣ୍ଡା ଖୋଳ, ନଡିଆ ସଢେଇ , ଫ୍ୟୁଜ୍ ବଲବ , ଚକୋଲେତ୍ ଜାରି, ଛିଣ୍ଡା ଜୋତା , କଉଟା, କୁଣ୍ଡା, ଗୋମୂତ୍ର ଆଦି |
· ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଭଙ୍ଗା କାଚ, ଚିରାକାଗଜ, ଚକୋଲେଟ୍ ଜାରି ଆଦି ଆବର୍ଜନାକୁ ପୁନର୍ବାର କାରଖାନାକୁ ପଠାଇଦେଲେ ତାହା ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ |
· ପରିବାଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ ଓ ଏହାକୁ ଖତ କରି ବ୍ୟବହାର କରାଯାଇପାରିବ |
· କୁଟା, କୁଣ୍ଡା, ଅଗାଡି, ଗୋବର ଆଦିରେ କୋଇଲାଗୁଣ୍ଡ ମିଶାଇ ଗୋଲ୍ କୋଇଲା ପ୍ରସ୍ତୁତ କରାଯାଇପାରିବ |
· ଭଙ୍ଗା ପ୍ଲାଷ୍ଟିକ, ଅଣ୍ଡାଖୋଳ, ଦିଆସିଲି ଖୋଳ, ନଡିଆ ସଡେଇ ଓ ଫ୍ୟୁଜ୍ ବଲବ୍ ଆଦିରୁ ନୂତନ ନୂତନ ଖେଳଣା ପ୍ରସ୍ତୁତ କରାଯାଇପାରିବ |
· ଗୋମୂତ୍ର , ଗୋବର, ମଳ ଆଦିରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଇପାରିବ |
· କେତେକ ଆବର୍ଜନାକୁ ଜାଳେଣି ରୂପେ ବ୍ୟବହାର କରାଯାଇପାରିବ |
4. ସଂକ୍ଷିପ୍ତ ଟିପ୍ପଣୀ ଲେଖ |
a) ଜୈବିକ ଆବର୍ଜନା –
· ପ୍ରାଣୀ ଓ ଉଦ୍ଭିଦରୁ ମିଳୁଥିବା ଆବର୍ଜନାକୁ ଜୈବିକ ଆବର୍ଜନା କୁହାଯାଏ |
· ପନିପରିବା ଚୋପା, ଗୋବର, ଗୋମୂତ୍ର, ମଳ, ମାଛକାତି , ମାଛ କଣ୍ଟା, ଅଣ୍ଡା ଖୋଳ, ଅନବନା ଗଛ, କେତେକ ମୃତ ପ୍ରାଣୀ , କୁଟା , କୁଣ୍ଡା, ଅଗାଡି, ଆଖୁ ଛେଦା ଆଦି ଆବର୍ଜନା ଜୈବିକ ଆବର୍ଜନା |
b) ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ |
· ଅନେକ ଆବର୍ଜନରୁ କେତେକ ଉପଯୋଗୀ ବସ୍ତୁ ପ୍ରସ୍ତୁତ କରାଯାଇପାରେ | ସେଗୁଡିକ ହେଲା –
· କୁଣ୍ଡା, ଗୋବର, ଅଗାଡି , କୋଇଲାଗୁଣ୍ଡକୁ ଗୋଳାଇ ଗୋଲ କୋଇଲା ପ୍ରସ୍ତୁତ କରାଯାଇପାରିବ |
· ଆଖୁଛେଦା, ଆଖୁପତ୍ର, ଭଙ୍ଗାବାଉଁଶ ଆଦିରୁ କାଗଜ ପ୍ରସ୍ତୁତ କରାଯାଇପାରିବ |
· ପରିବାଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ |
· ଅନେକ ଖେଳଣା ମଧ୍ୟ ଭଙ୍ଗାକାଚ, ଭଙ୍ଗା ବାରଲାଇଟ, ପୋଡା ବଲବ୍ , ଛିଣ୍ଡା ଜୋତା, ଦିଆସିଲି ଖୋଳ ଆଦିରୁ ପ୍ରସ୍ତୁତ କରାଯାଇପାରିବ |
5. ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ | ଜୈବିକ ଆବର୍ଜନା, ଅଜୈବିକ ଆବର୍ଜନା |
· ସାମଞ୍ଜସ୍ୟ :
· ଉଭୟ ଜୈବିକ ଓ ଅଜୈବିକ ଆବର୍ଜନା ପରିବେଶ ପ୍ରଦୂଷଣ କରିଥାଏ |
· ପାର୍ଥକ୍ୟ :
· ଜୈବିକ ଆବର୍ଜନା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦରୁ ସୃଷ୍ଟି ହୁଏ କିନ୍ତୁ ଅଜୈବିକ ଆବର୍ଜନା ବିଭିନ୍ନ ଅଜୈବ ପଦାର୍ଥରୁ ସୃଷ୍ଟି ହୁଏ |
Truly Indian Brand
Truly Indian Brand