- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 8 Paristana ( ପରିସ୍ଥାନ ) Question & Answer
Odia Medium Class 6 Science Chapter 8 Paristana ( ପରିସ୍ଥାନ ) Question & Answer
Language : Odia
LRNR provides this material totally free
Odia Medium Class 6 Science Chapter 8 Paristana ( ପରିସ୍ଥାନ ) Question & Answer
ପରିସ୍ଥାନ
1. ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ |
a) ପରିସ୍ଥାନ କାହାକୁ କୁହାଯାଏ ?
ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ଵକୁ ପରିସ୍ଥାନ କୁହାଯାଏ l
b) ଉଦ୍ଭିଦର ଉପଯୋଜନ କାହିଁକି ଆବଶ୍ୟକ ?
ପରିବେଶ ଓ ପରିବେଶର ପରିବର୍ତ୍ତନ ସହ ତାଳ ଦେଇ ପ୍ରତ୍ୟେକ ଜୀବର ଶରୀରରେ ଏବଂ କ୍ରିୟାରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଇଥାଏ | ସେହି ପରିବର୍ତ୍ତନକୁ ଉପଯୋଜନ କୁହାଯାଏ |
2. କାରଣ ଲେଖ |
a) ମାଛକୁ ପାଣିରୁ କାଢି ଆଣିଲେ ସେ ମରିଯାଏ |
ମାଛ ଏକ ଜଳଜ ପ୍ରାଣୀ | ମାଛ ଗାଲି ସାହାଯ୍ୟରେ ଜଳରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରି ବଞ୍ଚିଥାଏ | ତେଣୁ ମାଛକୁ ପାଣିରୁ କାଢି ଆଣିଲେ ସେ ଶ୍ଵାସକ୍ରିୟା କରି ନ ପାରି ମରିଯାଏ |
b) ଘୋଡା ମରୁଭୂମିରେ ରହିବା ସମ୍ଭବ ନୁହେଁ |
ଘୋଡାର ଓଟ ଭଳି କୁଜ ନା ହିଁ | ତେଣୁ ଘୋଡା ଜଳ ଓ ଖାଦ୍ୟ ସଂଚୟ କରି ରଖିପାରିବ ନାହିଁ; ଫଳରେ ମରୁଭୂମିରେ ଜଳାଭାବ ଓ ଖାଦ୍ୟଭାବାରେ ଘୋଡା ବେଶି ଦିନ ବଞ୍ଚିପାରିବା ନାହିଁ |
c) କଲରା ଗଛ ସିଧା ଛିଡା ହୋଇ ରହିପାରେ ନାହିଁ |
କଲରା ଗଛର କାଣ୍ଡ ଦୁର୍ବଳ ; ତେଣୁ ସେ ସିଧା ଛିଡା ହୋଇ ରହିପାରେ ନାହିଁ | ଏହାର ଆକର୍ଷୀ ପାଖ ବସ୍ତୁରେ ଗୁଡାଇ ହୋଇଯିବାରୁ ଏହା ସିଧା ଛିଡା ହୋଇ ରହିପାରେ ନାହିଁ |
3. କେଉଁଟି ଠିକ୍ '' √'' ଚିହ୍ନ ଦ୍ଵାରା ଦର୍ଶାଅ |
a) କାକୁଡି ଲତାର ଆକର୍ଷୀ ଏହାକୁ ମାଡିବାରେ ସାହାଯ୍ୟ କରେ |√
b) ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ |√
c) ଖଜୁରୀ ଏକ ମରୁଜ ଉଦ୍ଭିଦ |√
d) ଓଟ ଏକ ଜଳଜ ଉଦ୍ଭିଦ |X
Truly Indian Brand
Truly Indian Brand