- SCHOOL BOARDS
- BSE/CHSE ODISHA
- CLASS 8
- GEOGRAPHY
- Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ)Notes
Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ)Notes
Language : Odia
LRNR provides this material totally free
Odia Medium Class 8 Geography Chapter-2 Bhu-Sambala (ଭୂ – ସମ୍ବଳ) Notes
ଭୂ – ସମ୍ବଳ
· ଭୂମି ଏକ ମୌଳିକ ପ୍ରାକୃତିକ ସମ୍ବଳ ତଥା ଗୁରୁତ୍ଵପୂର୍ଣ୍ଣ ସମ୍ବଳରୂପେ ପରିଚିତ |
· ଭୂମିର ପ୍ରକୃତି, ମୃତ୍ତିକାର ଗୁଣ, ଜଳର ସୁଉଚ୍ଚତା , ପ୍ରାକୃତିକ ଉଦ୍ଭିଦ ଓ ମନୁଷ୍ୟର କାର୍ଯ୍ୟଧାରରେ ଥିବା ପାର୍ଥକ୍ୟ ଯୋଗୁଁ ମଣିଷର ଜୀବନଧାରଣ ପ୍ରଣାଳୀରେ ପାର୍ଥକ୍ୟ ଦେଖାଯାଏ |
· ଭୂ – ସମ୍ବଳ ବିତରଣ
· ଭୂ – ପୃଷ୍ଠ ସ୍ଥଳଭାଗ ଓ ଜଳଭାଗକୁ ନେଇ ଗଠିତ | ସ୍ଥଳଭାଗ ଏକ ମୁଖ୍ୟ ପ୍ରାକୃତିକ ସମ୍ବଳ | ଏହା ପୃଥିବୀର ପୃଷ୍ଠର ମୋଟ କ୍ଷେତ୍ରଫଳର ଶତକଡା 29 ଭାଗ |
· ସ୍ଥଳଭାଗ ସାତଗୋଟି ମହାଦେଶକୁ ନେଇ ଗଠିତ | ସେଗୁଡିକ ହେଲା – ଏସିଆ, ଇଉରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟର୍କାଟିକା |
· ଆଣ୍ଟର୍କାଟିକା ମହାଦେଶ ସର୍ବଦା ହିମାଚ୍ଛାଦିତ ରହିଥିବାରୁ ତାହା ମନୁଷ୍ୟ ବାସୋପଯୋଗୀ ନୁହେଁ |
ଭୂ – ସମ୍ବଳର ପ୍ରକାର ଭେଦ:
ଉଚ୍ଚତା ଦୃଷ୍ଟିରୁ ଭୂଭାଗରୁ ତିନି ଭାଗରେ ବିଭକ୍ତ କରାଯାଏ , ଯଥା:-
· ଅଧିକା ଉଚ୍ଚତା ବିଶିଷ୍ଟ ପାହାଡ ଓ ପର୍ବତଗୁଡିକୁ ନେଇ ଗଠିତ ମାଳଭୂମି
· ଅଳ୍ପ ଉଚ୍ଚନୀଚ ହୋଇଥିବା ବୀସ୍ତିର୍ଣ୍ଣ ପଥୁରିଆ ଅଞ୍ଚଳକୁ ନେଇ ଗଠିତ ମାଳଭୂମି |
· ସମୁଦ୍ର ପତ୍ତନରୁ ଅଳ୍ପ ଉଚ୍ଚରେ ଥିବା ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ନେଇ ଗଠିତ ସମତଳ ଭୂମି |
· ଏସିଆର ହିମାଳୟ, ଇଉରୋପର ଆଲପସ, ଉତ୍ତର ଆମରିକାର ରକି, ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମିଗୁଡିକ ଅବସ୍ଥିତ |
· ଏସିଆର ତିବ୍ଦତ, ଗୋବୀ, ଇଉରୋପର ସ୍କାଣ୍ଡିନେଭିଆ, ଉତ୍ତର ଆମେରିକାର କାନାଡିଆନ ସିଲଡ, ଦକ୍ଷିଣ ଆମେରିକାର ବ୍ରାଜିଲ ଓ ପାଟଗୋନିଆ ପୃଥିବୀର ମୁଖ୍ୟ ମାଳଭୂମି ଭାବେ ପରିଚିତ | ଭାରତର ହିମାଳୟ, ଆରବଳୀ, ବିନ୍ଧ୍ୟ, ପୂର୍ବଘାଟ ଓ ପଶ୍ଚିମ ଘାଟ ଅଞ୍ଚଳଗୁଡିକ ମାଳଭୂମିରୁପେ ରହିଅଛି |
ଭୂ – ବ୍ୟବହାର :
· ମନୁଷ୍ୟ ତା’ର ଜୀବନ ଜୀବିକା ପାଇଁ ବାସସ୍ଥାନ, କୃଷି କାର୍ଯ୍ୟ, ପଶୁପାଳନ, ଗମନାଗମନ ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା ଓ ବାଣିଜ୍ୟ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟରେ ଭୂମିର ବ୍ୟବହାର କରିବାକୁ ଭୂ – ବ୍ୟବହାର କୁହାଯାଏ |
· ଭୂମିର ବ୍ୟବହାର ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରିଥାଏ, ଯଥା – ପ୍ରାକୃତିକ ଅବସ୍ଥା |
ମୃତ୍ତିକା :
· ଉନ୍ମୁକ୍ତ ଶିଳା ଉତ୍ତାପର ପର୍ଯ୍ୟାୟ କ୍ରମିକ ହ୍ରାସବୃଦ୍ଧି, କାରକର ପ୍ରଭାବ ଉଦ୍ଭିଦ, ପ୍ରାଣୀ ଓ ମନୁଷ୍ୟମାନଙ୍କର ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ ଚୂର୍ଣ୍ଣୀଭବନ କୁହାଯାଏ |
· ମାଟିର ଅନ୍ୟ ନାମ ମୃତ୍ତିକା | ମୃତ୍ତିକା ଶିଳା ବା ପଥରକୁ ସୃଷ୍ଟି ହୋଇଥାଏ |
· ବିଭିନ୍ନ ଶିଳାର କଶ୍ୟଜାତ ସୂକ୍ଷ୍ମ ରେଣୁଗୁଡିକ ଜଳ, ବାୟୁ, କ୍ଷୟଜାତ ଜୈବାଂଶ ଓ ଖଣିଜ ସହିତ ମିଶି ଭୂମିର ଉପରି ଭାଗରେ ଯେଉଁ ପଟ୍କା ଆସ୍ତରଣ ସୃଷ୍ଟି କରେ, ତାହାକୁ ମୃତ୍ତିକା କୁହାଯାଏ |
ମୃତ୍ତିକାର ଶ୍ରେଣୀ ବିଭାଗ:
· ଗଠନ ଶୈଳୀ ଦୃଷ୍ଟିରୁ ମୃତ୍ତିକା ଦୁଇଭାଗରେ ବିଭକ୍ତ ଯଥା : - ପରିବାହିତ ମୃତ୍ତିକା ଓ ଅବଶିଷ୍ଟ ମୃତ୍ତିକା
· ଶିଳା କ୍ଷୟ ହେବା ପରେ କ୍ଷୟଜାତ ପ୍ରାକୃତିକ ଶକ୍ତି ଦ୍ୱାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚିତ ହେବାଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟି ହୁଏ, ତାହାକୁ ପରିବାହିତ ମୃତ୍ତିକା କୁହାଯାଏ | ଉଦାହରଣ – ପଟୁମାଟି
· ଶିଳାକ୍ଷୟ ହେବା ପରେ କ୍ଷୟଜାତ ଶିଳାରାଶି ସେହିସ୍ଥାନରେ ଜମା ହୋଇ ଯେଉଁ ମୃତ୍ତିକା ସୃଷ୍ଟି ହୁଏ ତାହାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ | ଉଦାହରଣ – କଳାମାଟି (କୃଷ୍ଣ ମୃତ୍ତିକା)
ମୃତ୍ତିକାର ବିତରଣ : -
· ଭୁପ୍ରକୃତି, ଜଳବାୟୁ ଓ ପ୍ରାକୃତିକ ଉଦ୍ଭିଦ ପୃଥିବୀର ସବୁ ଅଞ୍ଚଳରେ ସମାନ ହୋଇନଥିବାରୁ ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଗୁଣ ମାନ ଓ ରଙ୍ଗର ମୃତ୍ତିକା ଦେଖାଯାଏ |
ମୃତ୍ତିକାର ସଂରକ୍ଷଣ :-
· ବୃଷ୍ଟି, ବନ୍ୟା, ଜଳପ୍ରବାହ ଓ ଭୂସ୍ଖଳନ ଆଦି ପ୍ରାକୃତିକ କାରଣ ଏବଂ ଜଙ୍ଗଲ କ୍ଷୟ, ଅତ୍ୟଧିକ ଚାରଣ, ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟର ବ୍ୟବହାର ଖଣିଜ ଉତ୍ତୋଳନ ପାଇଁ ଖଣି ଖନନ ଆଦି ମାନବୀୟ କାରଣ ଯୋଗୁଁ ମୃତ୍ତିକା କ୍ଷୟ ହୋଇଥାଏ |
· ସର୍ବୋପରି ମୃତ୍ତିକା କ୍ଷୟର କୁପରିମାଣ ଓ ମୃତ୍ତିକା ସଂରକ୍ଷଣର ଗୁରୁତ୍ୱ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରାଗଲେ ମୃତ୍ତିକା କ୍ଷୟ ହ୍ରାସ କରାଯାଇପାରିବ |
ଜଳ ସମ୍ବଳ
ଜଳ ସମ୍ବଳ ଓ ଏହାର ବିତରଣ
· ଜଳ ଏକ ନବୀକରଣ ଯୋଗ୍ୟ ଗୁରୁତ୍ଵପୂର୍ଣ୍ଣ ସମ୍ବଳ |
· ପୃଥିବୀ ପୃଷ୍ଠରେ ଶତକଡା ୭୧ ଭାଗ ଜଳ ଓ ୨୯ ଭାଗ ସ୍ଥଳଭାଗ ଦ୍ୱାରା ଆବୃତ |ତେଣୁ ପୃଥିବୀକୁ ଏକ ଜଳୀୟ ଗ୍ରହ ବୋଲି କୁହାଯାଏ |
· ପୃଥିବୀରେ ମିଳୁଥିବା ସମସ୍ତ ଜଳର ଶତକଡା ମାତ୍ର ୨.୭ ଭାଗ ମଧୁର ଜଳ | ଏହାର ଶତକଡା ୭୦ ଭାଗ ଆଣ୍ଟର୍କାଟିକା, ଗ୍ରୀନଲାଣ୍ଡ ଓ ଉଚ୍ଚ ପର୍ବତ ଶିଖରମାନଙ୍କରେ ବରଫ ଆକାରରେ ରହିଅଛି |
ଜଳର ବ୍ୟବହାର
· ଜଳ ମୁଖ୍ୟତଃ କୃଷିକାର୍ଯ୍ୟ, ମନୁଷ୍ୟର ଆବଶ୍ୟକତା ପୂରଣ ଓ ଘରୋଇ ବ୍ୟବହାର ଏବଂ ଶିଳ୍ପ ଓ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ଦରକାର ହୋଇଥାଏ |
· ଜଳପଠାରେ ଯାତ୍ରୀ ଓ ମାଲପରିବହନ ମଧ୍ୟ ହୋଇଥାଏ |
ଜଳାଭାବ :
· ଜନସଂଖ୍ୟା ବୃଦ୍ଧି ସହ ମନୁଷ୍ୟର ଜୀବନଧାରଣ ମାନରେ ଉନ୍ନତି ହେତୁ ମନୁଷ୍ୟର ବ୍ୟବହାର ଉପଯୋଗୀ ଜଳର ଚାହିଦା ବଢି ବଢି ଚାଲିଛି |
· ଚାହିଦା ଠାରୁ ଯୋଗାଣ କମ୍ ହେବାରୁ ଜଳାଭାବ ଦେଖାଯାଉଛି |
· ଜଳ ପ୍ରଦୂଷଣ ମଧ୍ୟ ଏହି ନିଅଣ୍ଟିଆ ପରିସ୍ଥିତିକୁ ଅଧିକ ମାତ୍ରାରେ ବୃଦ୍ଧି କରାଉଛି |
ଜଳ ସମ୍ବଳର ସଂରକ୍ଷଣ
· ଅପରିଷ୍କାର ଜଳ, କଳାକାରଖାନା , ଡାକ୍ତରଖାନା ଓ ସହରାଞ୍ଚଳ ନାଳନର୍ଦ୍ଦମାର ଜଳକୁ ପରିଷ୍କୃତ ନ କରି ଜଳ ପ୍ରବାହରେ ମିଶିବାକୁ ଦିଆଯିବା ଅନୁଚିତ |
· ମୃତ ବ୍ୟକ୍ତି କିମ୍ବା ପ୍ରାଣୀର ଶବକୁ ନଦୀ, ନାଳ ଆଦିର ପ୍ରବାହ ଜଳରେ ପକାଇବା ଅନୁଚିତ |
· ଜଳ ଅମଳ ପ୍ରକଳ୍ପଦ୍ୱାରା ବୃଷ୍ଟିଜଳକୁ ସଂଗ୍ରହ ଶୁଷ୍କରୁତୁରେ ବ୍ୟବହାର କରିବାପାଇଁ ସାଇତି ରଖିବା ଆବଶ୍ୟକ |
ପ୍ରାକୃତିକ ଉଦ୍ଭିଦ :
· ମନୁଷ୍ୟର ବିନା ସାହାଯ୍ୟରେ ଆପେ ଆପେ ଜନ୍ମି ବଢୁଥିବା ବୃକ୍ଷ, ଲତା ଓ ତୃଣ ଆଦିକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |
ବ୍ୟବହାର
· ପ୍ରାକୃତିକ ଉଦ୍ଭିଦ ମନୁଷ୍ୟକୁ ବିଭିନ୍ନ ଭାବରେ ସାହାଯ୍ୟ କରିଥାନ୍ତି |
· ବୃକ୍ଷ ମନୁଷ୍ୟକୁ କାଠ ଯୋଗାଏ ଓ ପ୍ରାଣୀମାନଙ୍କୁ ଆଶ୍ରୟ ଦିଏ | ଉଦ୍ଭିଦ ଫସଲ ଉତ୍ପନ୍ନ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ମୃତ୍ତିକାକୁ ଅବକ୍ଷୟ ରକ୍ଷା କରେ ଓ ଭୁଗର୍ଭସ୍ଥ ଜଳ ସଞ୍ଚାୟରେ ସାହାଯ୍ୟ କରେ |
ବନ୍ୟପ୍ରାଣୀ
· ପଶୁ,ପକ୍ଷୀ, କୀଟପତଙ୍ଗ, ଜଳଚର ଜୀବମାନଙ୍କୁ ବନ୍ୟପ୍ରାଣୀ ରୂପେ ଗଣନା କରାଯାଏ |
· ଏମାନଙ୍କ ଠାରେ ଆମେ ଦୁଗ୍ଧ, ମାଂସ, ଚମଡା, ପଶମ, ମହୁ ଆଦି ପାଉ |
· ପକ୍ଷୀମାନେ ମଧ୍ୟ କୀଟପତଙ୍ଗ, ପଶୁପକ୍ଷୀ ଓ ମନୁଷ୍ୟ ମାନଙ୍କର ଶବଗୁଡିକ ଖାଇ ପରିବେଶକୁ ସଫା ରଖନ୍ତି |
ପ୍ରାକୃତିକ ଉଦ୍ଭିଦର ବିତରଣ :
· ଆଲୋକ, ଉତ୍ତାପ ଓ ଆର୍ଦ୍ରତାକୁ ଭିତ୍ତିକରି ପୃଥିବୀର ବିଭିନ୍ନ ଅଞ୍ଚଳରେ ଚାରି ଶ୍ରେଣୀର ଉଦ୍ଭିଦ ଦେଖାଯାଏ : ଯଥା
a) ଅରଣ୍ୟ
b) ତୃଣଭୂମି
c) କଣ୍ଟାବନ
d) ତୁନ୍ଦ୍ରା
· ପତ୍ର ଝଡା ଦେବା ଦୃଷ୍ଟି କୋଣରୁ ବିଚାର କଲେ ଜଙ୍ଗଲ ଦୁଇ ଶ୍ରେଣୀର ଯଥା
a) ଚିରହରିତ
b) ପର୍ଣ୍ଣମୋଚୀ
ବନ୍ୟଜନ୍ତୁ ବିତରଣ
· ଜଙ୍ଗଲରେ ମୁକ୍ତ ଭାବରେ ବିତରଣ କରି ବାସ କରୁଥିବା ପଶୁ, ପକ୍ଷୀ, କୀଟ, ପତଙ୍ଗ ଓ ସରୀସୃପ ଆଦିକୁ ବନ୍ୟପ୍ରାଣୀ କୁହାଯାଏ |
· ୟାହାର ଦୃଷ୍ଟିରୁ ବିଚାର କରି ବନ୍ୟପ୍ରାଣୀ ତିନି ଶ୍ରେଣୀରେ ବିଭକ୍ତ :
· ତୃଣଭୋଜୀ ପ୍ରାଣୀ : ହାତୀ, ସମ୍ବର , ମୃଗ, ହରିଣ,
· ମାଂସପେଶୀ ପ୍ରାଣୀ: ବାଘ, ସିଂହ
· ଉଭୟ ଭୋଜୀ ପ୍ରାଣୀ : ବିଲୁଆ, ଭାଲୁ
Truly Indian Brand
Truly Indian Brand