Odia Medium Class 8 Science Chapter 2 Microorganisms : Friend and Foe ( ଅଣୁଜୀବ : ଉପକାରୀ ଓ ଅପକାରୀ ) Question & Answer

Language : Odia

LRNR provides this material totally free

Odia Medium Class 8 Science Chapter 2 Microorganisms : Friend and Foe ( ଅଣୁଜୀବ : ଉପକାରୀ ଓ ଅପକାରୀ ) Question & Answer

ଅଣୁଜୀବ : ଉପକାରୀ ଓ ଅପକାରୀ



1.   ଶୂନ୍ୟସ୍ଥାନ ପୂରଣ କର |


କ) ଅଣୁଜୀବମାନଙ୍କୁ ଆମେ ଅଣୁବୀକ୍ଷଣ ଯନ୍ତ୍ର ସହାୟତାରେ ଦେଖିପାରୁ |


ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳହରିତ୍ ଶୈବାଳ ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ବିବନ୍ଧନ କରିଥାଆନ୍ତି |


ଗ) ସୁରାସାର ଇଷ୍ଟ ସହାୟତାରେ ପ୍ରସ୍ତୁତ ହୋଇଥାଏ |


ଘ) ହଇଜା ବୀଜାଣୁ ଦ୍ଵାରା ସୃଷ୍ଟି ହୋଇଥାଏ |



2. ଠିକ ଉତ୍ତର ପାଖରେ ଠିକ୍ ଚିହ୍ନ (√) ଦିଅ |


କ) କ’ଣ ପ୍ରସ୍ତୁତ କରିବା ପାଇଁ ଇଷ୍ଟ ଦରକାର ହୋଇଥାଏ ?


                 i.      ଚିନି

                ii.     ସୁରାସାର √

                 iii.    ହାଇଡ୍ରୟକ୍ଲୋରିକ୍ ଏସିଡ୍

                 iv.    ଅମ୍ଳଜାନ  

   

ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ?


                 i.     ସୋଡିୟମ ବାଇକାର୍ବୋନେଟ

                 ii.    ସ୍ଟ୍ରେପ୍ଟୋମାଇସିନ୍ √

                 iii.   ସୁରାସାର

                 iv.    ଇଷ୍ଟ୍


ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଜାଉଥିବା ଆଦିପ୍ରାଣୀର ବାହକ ?


                I.      ମାଈ ଏନୋଫିଲିସ ମଶା √

                II.     ଅସରପା

                III.    ମାଛି

                IV.    ପ୍ରଜାପତି


ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?


                 I.      ପିମ୍ପୁଡି

                 II.      ମାଛି √

                 III.     କଙ୍କି

                IV.      ବୁଢିଆଣୀ


ଙ) ପାଉଁରୁଟି କିମ୍ବା ଇଡଲି ପିଠଉ କାହାଦ୍ୱାରା ଫୁଲିଥାଏ ?


                I.      ଉତ୍ତାପ

                II.     ପେଷିବା

                III.    ଇଷ୍ଟ୍ ଜୀବକୋଷର ବୃଦ୍ଧି √

                IV.    ଘାଣ୍ଟିବା


ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?


                I.      ଯବକ୍ଷାରଜାନ ବିବନ୍ଧନ

                II.      ସଂକ୍ରମଣ

                III.     କିଣ୍ୱନ √

                IV.     ସଂଚରଣ



3. “କ” ସ୍ତମ୍ଭରେ ଥିବା ଜୀବମାନଙ୍କୁ “ଖ”ସ୍ତମ୍ଭରେ ଥିବା ସେମାନଙ୍କର ଦୈର୍ଘ୍ୟ ସହ ମିଳାଅ |


     “କ” ସ୍ତମ୍ଭ                    “ଖ” ସ୍ତମ୍ଭ

ବୀଜାଣୁ        ହଇଜାର କାରଣ

ରାଇଜୋବିଅମ୍     ଯବକ୍ଷାରଜାନ ବିବନ୍ଧନ

ଲାକ୍ଟୋବାସିଲସ୍     ବସାଦହି ତିଆରି

ଇଷ୍ଟ୍         ପାଉଁରୁଟି ପ୍ରସ୍ତୁତି

ଆଦିପ୍ରାଣୀ       ମ୍ୟାଲେରିଆ ଜ୍ଵରର କାରଣ

ଭୂତାଣୁ        ଏଡ୍ସ ର କାରଣ



   4. ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିହେବ କି ? ଯଦି ନାଁ, ତେବେ କାହା ସାହାଯ୍ୟରେ ସେଗୁଡିକୁ ଦେଖିପାରିବା ?


ଉତ୍ତର : ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିହୁଏ ନାହିଁ | ଏଗୁଡ଼ିକୁ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଦେଖିପାରିବା |  



 5. ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡିକ କ’ଣ ?


ଉତ୍ତର : ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡିକ ହେଲା –

ବୀଜାଣୁ

ଆଦିପ୍ରାଣୀ

କବକ

ଶୈବାଳ



   6. ମାଟିରେ ଯବକ୍ଷାରଜାନ ବ୍ୟବନ୍ଧନ କରୁଥିବା ଅଣୁଜୀବର ନାମ ଲେଖ |


ଉତ୍ତର : ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଅଣୁଜୀବ ହେଲେ କେତେକ ନିର୍ଦ୍ଦିଷ୍ଟ ନୀଳହରିତ୍ ଶୈବାଳ ଏବଂ ବୀଜାଣୁ |



   7. ଆମ ପାଇ ଅଣୁଜୀବଗୁଡିକର ଉପକାରିତା ବିଷୟରେ ଦଶଧାଡ଼ିରେ ଲେଖ |


ଅଣୁଜୀବମାନଙ୍କର ଉପକାର : -


       i.      କ୍ଷୀରରୁ ଦହି, ଦହିରୁ ଛେନା ପ୍ରସ୍ତୁତି ଲାକ୍ଟୋବାସିଲସ୍ ନାମକ ବୀଜାଣୁ ଦ୍ଵାରା ସମ୍ଭବ ହୋଇଥାଏ |

       ii.      ଇଷ୍ଟ୍ ନାମକ ଅଣୁଜୀବ ପାଉଁରୁଟି ଟିଆରୀରେ ବ୍ୟବହାର କରାଯାଏ |

       iii.      ରାଇଜୋବିଅମ୍ ନାମକ ବୀଜାଣୁ ଯବକ୍ଷାରଜାନ ବିବନ୍ଧନ କରିଥାଏ |

       iv.      ବିଜାଣୁମାନେ ଔଷଧ ପ୍ରସ୍ତୁତିରେ ବ୍ଯବହୃତ ହୁଅନ୍ତି |

       v.      ପେନ୍ସିଲିୟମ୍ ନାମକ ଏକ ପ୍ରକାର କବକରୁ ପେନ୍ସିଲିନ୍ ଇଞ୍ଜେକ୍ସନ ପ୍ରସ୍ତୁତ କରାଯାଇଥାଏ

       vi.     କେତେକ ଅଣୁଜୀବ ଉଦ୍ଭିଦ ଅପଘଟନରେ ସାହାଯ୍ୟ କରିଥାନ୍ତି

       vii.     ସୁରାସାର , ମଦ , ଏସିଟିକ୍ ଅମ୍ଳ ଆଦି ରାସାଯନିକ ପଦାର୍ଥ ପ୍ରସ୍ତୁତିରେ ଅଣୁଜୀବ ବ୍ୟବହାର କରାଯାଇଥାଏ |

       viii.    ଗୃହପାଳିତ ପଶୁ , ପକ୍ଷୀମାନଙ୍କୁ ରୋଗମୁକ୍ତ କରିବା ପାଇ ସେମାନଙ୍କ ଖାଦ୍ଯ ସହ ଖାଇବାକୁ ଯେଉଁ ଜୀବଘ୍ନ ଦିଆଯାଏ ତାହା କେତେକ ଅଣୁଜୀବରୁ ପ୍ରସ୍ତୁତ |

       ix.      ଚକୁଳି ,ଇଡଲି , କେକ୍ ଆଦି ଖାଦ୍ୟପଦାର୍ଥ ପ୍ରସ୍ତୁତିରେ ଅଣୁଜୀବ ବ୍ୟବହାର କରାଯାଏ |

       x.      ଅନୁଜୀବମାନେ ଆମର ଅନେକ ଉପକାର ଏବଂ ଅପକାର କରିଥାଆନ୍ତି | ସେମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ |



   8. ଜୀବଘ୍ନ କ’ଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?


ଉତ୍ତର :-


·    ଜୀବଘ୍ନ ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ | ଏହାକୁ ସେବନ କଲେ ଶରୀରର ବୃଦ୍ଧି ପାଉଥିବା ରୋଗକାରକ ଅଣୁ ଜୀବମାନେ ମରିଯାନ୍ତି କିମ୍ବା ସେମାନଙ୍କ ବଂଶବୃଦ୍ଧି ପ୍ରତିହତ ହୋଇଥାଏ |


·    ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ବଂଶବୃଦ୍ଧି କରାୟାଇ ସେଥିରୁ ଜୀବଘ୍ନ ପ୍ରସ୍ତୁତ କରାଯାଇଥାଏ |


·    କେବଳ ଯୋଗ୍ୟ , ଅନୁଭୂତି ସମ୍ପନ ଡାକ୍ତରଙ୍କ ଉପଦେଶ ଅନୁଯାୟୀ ଜୀବଘ୍ନ ବ୍ୟବହାର କରିବା ଉଚିତ୍ |


·    ଡାକ୍ତରଙ୍କ ପରାମର୍ଶ ମାନି ଏହା ସେବନ କରିବା ଆବଶ୍ୟକ |


·    କମ୍ , ବେଶୀ ବା ଭୁଲ୍ ମାତ୍ରାରେ ଏହାକୁ ବ୍ୟବହାର କଲେ ଭବିଷ୍ୟତରେ ଏହା ଫଳପ୍ରଦ ହୋଇନଥାଏ |

Ratings
No reviews yet, be the first one to review the product.