Odia Medium Class 8 Science Chapter 4 Dhatu O Adhatu ( ଧାତୁ ଓ ଅଧାତୁ ) Notes

Language : Odia

LRNR provides this material totally free

Odia Medium Class 8 Science Chapter 4 Dhatu O Adhatu ( ଧାତୁ ଓ ଅଧାତୁ ) Notes

ଧାତୁ ଓ ଅଧାତୁ



ଧାତୁ ( Metal ) : -


        i.      ଲୁହା – ଏଥିରେ ପନିକି , କଟୁରୀ , କୁରାଢି , ଲଙ୍ଗଳର ଲୁହା ଆଦି ତିଆରି କରାଯାଏ |

      ii.      ତମ୍ବା – ଏଥିରେ ଠାକୁର ବାସନ , ବିଦ୍ୟୁତ , ବିଦ୍ୟୁତ ତାର ଆଦି ପ୍ରସ୍ତୁତ କରାଯାଏ |

    iii.      ଏଲୁମିନିୟମ – ଏଥିରେ ବାସନ , ବିଦ୍ୟୁତ୍ ତାର ଆଦି ପ୍ରସ୍ତୁତ କରାଯାଏ |

    iv.      ଟିଣ – ଏଥିରେ ତିଆରି ଦବାଗୁଡିକରେ ଖାଇବା ତେଲ, କିରୋସିନ୍ , ବିସ୍କୁଟ ଆଦି ରଖାଯାଏ |


ଅଧାତୁ (Non – Metals) :-


        i.      କାର୍ବନ (ଅଙ୍ଗାରକ) - ଏହା କାଠ ଅଙ୍ଗାର ଓ କୋଇଲାର ମୁଖ୍ୟ ଉପାଦାନ ଅଟେ |

      ii.      ସଲଫର୍ (ଗନ୍ଧକ) – ଏହା କେତେକ ବାଣ ଓ ଔଷଧର ଉପାଦାନ ଅଟେ |

    iii.      ଫସଫରସ୍ – ଏହା ଦିଆସିଲି କାଠିର ବାରୁଦ ଓ ଫସଫେଟ୍ ସାରର ଉପାଦାନ ଅଟେ |

    iv.      ଆୟୋଡିନ – ଏହା ଆୟୋଡିନ ଯୁକ୍ତ ଲବଣ ଓ କ୍ଷତ ସ୍ଥାନରେ ବ୍ୟବହୃତ ଟିଙ୍କଚର୍ ଆୟୋଡିନ୍ ଔଷଧର ଉପାଦାନ ଅଟେ |


·    ମୌଳିକ ଗୁଡିକୁ ସାଧାରଣତଃ ଧାତୁ ଓ ଅଧାତୁ ଶ୍ରେଣୀଭୁକ୍ତ କରାଯାଇଛି |


·    କେତେକ ମୌଳିକ ଉଭୟ ଧାତୁ ଓ ଅଧାତୁର ଧର୍ମ ପ୍ରଦର୍ଶନ କରିଥାନ୍ତି | ସେଗୁଡିକୁ ଉପଧାତୁ (metalloid) କୁହାଯାଏ |


·    ଏଗୁଡିକ ସବୁ ପ୍ରକୃତିରେ ଉପଲବଧ ହେଉଥିବାରୁ ଏଗୁଡ଼ିକୁ ପ୍ରାକୃତିକ ମୌଳିକ (natural elements) କୁହାଯାଏ ·


    ସାଧାରଣତଃ ପଦାର୍ଥର ଧର୍ଗୁଡିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଏ – ଭୌତିକ ଧର୍ମ (physical properties) ଏବଂ ରାସାୟନିକ ଧର୍ମ (chemical properties) |


ଧାତୁଗୁଡିକର ଭୌତିକ ଧର୍ମ : -


·    ଅଧିକାଂଶ ଧାତୁ ନୂତନ ଅବସ୍ଥାରେ ଅର୍ଥାତ ପ୍ରସ୍ତୁତି ବେଳେ ଚକ ଚକ ଦେଖାଯାନ୍ତି ; କିନ୍ତୁ ପୁରୁଣା ହୋଇଗଲେ ଫିକା ବା ମଳିନ ଦେଖାଯାନ୍ତି | ଧାତୁର ଚକଚକ ରୂପ ବା ଧର୍ମକୁ ଧାତବ ଦୀପ୍ତି ବା ଔଜ୍ଜଲ୍ୟ କୁହାଯାଏ |


·    ଅଧିକାଂଶ ଧାତୁ ପ୍ରସାରଣଶୀଳ ବା ନମନୀୟ | ଏହି ଗୁଣ ଯୋଗୁଁ ବିଭିନ୍ନ ଧାତୁର ଚଦର ପ୍ରସ୍ତୁତ କରାଯାଇପାରୁଛି |


·    ଧାତୁ ତାପ ପରିବହନ କରେ , ଅର୍ଥାତ ଧାତୁଗୁଡିକ ତାପ ପରିବାହୀ |


·    ଧାତୁ ବିଦ୍ୟୁତ ପରିବହନ କରେ ଅର୍ଥାତ ଧାତୁଗୁଡିକ ବିଦ୍ୟୁତ ପରିବାହୀ |


ଦୃଷ୍ଟାନ୍ତ – 1 : -

·    ଧାତୁଗୁଡିକର ତାରରେ ରୂପାନ୍ତରଣ ହେବା ଗୁଣ ବା ପ୍ରକୃତିକୁ ତନ୍ୟତା ଧର୍ମ କୁହାଯାଏ |


ଦୃଷ୍ଟାନ୍ତ – 2 : -

·    ଧାତୁଗୁଡିକରୁ ସୃଷ୍ଟି ହେଉଥିବା ଧ୍ୱନି ବା ଶବ୍ଦକୁ ଧାତବ ଧ୍ୱନି କୁହାଯାଏ | ସାଧାରଣତଃ ଅଧିକାଂଶ ଧାତୁରୁ ଏଭଳି ଶବ୍ଦ ବା ଧ୍ୱନି ସୃଷ୍ଟି ହେଉଥିବାରୁ ଏହାକୁ ଧାତୁଗୁଡିକର ଏକ ଧର୍ମ ରୂପେ ବିବେଚନା କରାଯାଏ |


ଦୃଷ୍ଟାନ୍ତ – 3 : -

·    ଅଧିକାଂଶ ଧାତୁ ଶକ୍ତ ବା ଟାଣ ଅଟେ |


ଅଧାତୁଗୁଡିକର ଭୌତିକ ଧର୍ମ : -


·    ଅଧାତୁ ଗୁଡିକର ଧାତବ ଔଜ୍ଜଲ୍ୟ ବା ଦୀପ୍ତି ନଥାଏ |

·    କଠିନ ଅଧାତୁଗୁଡିକ ନମନୀୟ ନୁହନ୍ତି , ଏଗୁଡିକ ଭଙ୍ଗୁର |

·    ଅଧାତୁଗୁଡିକ ତାପ କୁପରିବାହୀ ଅଟନ୍ତି |

·    ଅଧାତୁଗୁଡିକ ବିଦ୍ୟୁତ କୁପରିବାହୀ ଅଟନ୍ତି |


ଧାତୁ ଓ ଅଧାତୁ ଗୁଡିକର ରାସାୟନିକ ଧର୍ମ : -


A. ଅକସିଜେନ ସହ ପ୍ରତିକ୍ରିୟା : -

ଲୁହା ଓ ବାୟୁର ଅକସିଜେନ ଏବଂ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଆଇରନ ଅକ୍ସାଇଡ ସୃଷ୍ଟି ହୁଏ , ଯାହାକୁ ରଷ୍ଟ ବା କଳଙ୍କି କୁହାଯାଏ |


Fe + O2 +    H2O =    Fe2O3

ଆଇରନ ଅକସିଜେନ  ଜଳ ଆଇରନ ଅକ୍ସାଇଡ ବା ଫେରିକ ଅକ୍ସାଇଡ


·    ରଷ୍ଟ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଫେରିକ ହାଇଡ୍ରକ୍ସାଇଡ ନାମକ ଏକ କ୍ଷାର ସୃଷ୍ଟି ହୁଏ , ଯାହାଦ୍ୱାରା ଲାଲ ଲିଟମସ ନୀଳ ହୁଏ |


 

Fe2O3  + 3 H2O = 2 Fe (OH)3

ଆଇରନ ଅକ୍ସାଇଡ ଜଳ ଫେରିକ ହାଇଡ୍ରକ୍ସାଇଡ

·    ସାଧାରଣତଃ ଧାତବ ଅକ୍ସାଇଡ ଗୁଡିକ କ୍ଷାରୀୟ |


·    ଯଦି କୌଣସି ଜଳୀୟ ମିଶ୍ରଣରେ ଲାଲ ଲିଟମସ କାଗଜ ବୁଡାଇଲେ ନୀଳ ହୋଇଯାଏ ,ତେବେ ମିଶ୍ରଣଟି କ୍ଷାରୀୟ (basic) ଅଟେ |


·    ଯଦି କୌଣସି ଜଳୀୟ ମିଶ୍ରଣରେ ନୀଳ ଲିଟମସ ଲାଲ ହୋଇଯାଏ , ତେବେ ମିଶ୍ରଣଟି ଅମ୍ଳୀୟ (acidic) ଅଟେ |


·    ଯଦି କୌଣସି ଜଳୀୟ ମିଶ୍ରଣରେ ଉଭୟ ଲିଟମସ କାଗଜର ରଙ୍ଗରେ କୌଣସି ପରିବର୍ତ୍ତନ ହୁଏ ନାହିଁ , ତେବେ ମିଶ୍ରଣଟି ନିଉଟ୍ରାଲ୍ (neutral) ବା ଉଦାସୀନ ଅଟେ |


·    ସଲଫର ଡାଇଅକ୍ସାଇଡ ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ ସଲଫ୍ୟୁରସ ଅମ୍ଳ ସୃଷ୍ଟି କରେ | ଏହାଦ୍ୱାରା ନୀଳ ଲିଟମସ କାଗଜ ଲାଲରେ ପରିଣତ ହୁଏ |


·    ଦୃଷ୍ଟାନ୍ତ : - କାର୍ବନ ଡାଇଅକ୍ସାଇଡ ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ କାର୍ବୋନିକ ଅମ୍ଳ ସୃଷ୍ଟି କରେ |


·    ଦୃଷ୍ଟାନ୍ତ : - ଫସଫରସର ଛୋଟ ଖଣ୍ଡ ଚିନାମାଟିର ପ୍ଲେଟରେ ରଖିଲେ ବାୟୁର ଅକସିଜେନ ସହ ପ୍ରତିକ୍ରିୟା କରି ଫସଫରସ ପେଷ୍ଟାକସାଇଡ ନାମକ ଧଳା ରଙ୍ଗର ଗ୍ୟାସ୍ ସୃଷ୍ଟି କରେ ; ଯାହାକି ଘନୀଭୂତ ହୋଇ ଧଳା ଚୂର୍ଣ୍ଣରେ ପରିଣତ ହୁଏ |


·    ଦୃଷ୍ଟାନ୍ତ : - ସାଧାରଣତଃ ଅଧାତୁଗୁଡିକର ଅକ୍ସାଇଡଗୁଡିକ ଅମ୍ଳୀୟ ଅଟନ୍ତି |

·     

B. ଜଳ ସହ ପ୍ରତିକ୍ରିୟା : -


·    ଜଳ ଓ ସୋଡିୟମ୍ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ତୀବ୍ରତର ହୋଇଥିବା ଯୋଗୁଁ ସୋଡିୟମ୍ ଖଣ୍ଡଟି ଜଳରେ ସ୍ଥିର ନ ରହି ଇତଃସ୍ତତଃ ଗତିକଲା |


·    ଏହା ଏକ “ତାପ – ଉତ୍ପାଦୀ” ପ୍ରତିକ୍ରିୟା ଅଟେ |


·    ସୋଡିୟମ ହାଇଡ୍ରକ୍ସାଇଡ୍ ନାମକ କ୍ଷାର ସୃଷ୍ଟି ହେବା ଯୋଗୁଁ ଲାଲ ଲିଟମସ୍ ନୀଳ ହୋଇଥାଏ |


·    2 Na           +     2 H2O →  2 NaOH + H2

·    ସୋଡିୟମ         ଜଳ       ସୋଡିୟମ ହାଇଡ୍ରକ୍ସାଇଡ

 

C. ଅମ୍ଳ ସହ ପ୍ରତିକ୍ରିୟା :


ସାବଧାନତା : -


·    ପରୀକ୍ଷା ନଳୀ (test tube) ଧରିବା ପାଇଁ test tube ହୋଲ୍ଡାର ବ୍ୟବହାର କର |


·    ପରୀକ୍ଷା ନଳୀକୁ ସର୍ବଦା ମୁହଁ ଠାରୁ ଦୂରରେ ରଖି ପରୀକ୍ଷା ସମ୍ପାଦନ କର |


·    ପ୍ରତିକ୍ରିୟା ହେଉଛି କି ନାହିଁ ଦେଖିବା ବେଳେ ପରୀକ୍ଷାନଳୀର ନିମ୍ନଭାଗକୁ ବାହାର ପଟୁ ଦେଖ |


·    ଅମ୍ଳ ବ୍ୟବହାର କଲାବେଳେ ଆସ୍ତେ ଆସ୍ତେ କମ୍ ପରିମାଣର ଅମ୍ଳ ଢାଳିବ ଏବଂ ଢାଳିସାରିବା ପରେ ତତ୍ କ୍ଷଣାତ ଅମ୍ଳ ବୋତଲର ଠିପି ବନ୍ଦ କରିବ |


·    ଅମ୍ଳ ହାତରେ ଲାଗିଲେ କ୍ଷତ ହୋଇପାରେ ଏବଂ ପୋଷାକରେ ପଡିଲେ ନଷ୍ଟ ହୋଇପାରେ | ତେଣୁ ସାବଧାନତା ଅବଲମ୍ବନ କରିବା ଉଚିତ୍ |


·    ଯେଉଁ କ୍ଷେତ୍ରରେ “ପପ୍” ଶବ୍ଦ ସୃଷ୍ଟି ହେଲା ସେଗୁଡିକ ଧାତୁ ଅଟନ୍ତି |


·    ଧାତୁ ସହ ଅମ୍ଳର ପ୍ରତିକ୍ରିୟାରୁ ପ୍ରାୟତଃ ହାଇଡ୍ରୋଜେନ୍ ନିର୍ଗତ ହୋଇଥାଏ |


ଦୃଷ୍ଟାନ୍ତ : -


·    ସୋଡିୟମ୍ ଭଳି ପୋଟାସିୟମ୍ ମଧ୍ୟ ଜଳ ସହ ତୀବ୍ର ପ୍ରତିକ୍ରିୟା କରି ପୋଟାସିୟମ୍ ହାଇଡ୍ରକ୍ସାଇଡ (କ୍ଷାର) ଓ ତାପ ଶକ୍ତି ସୃଷ୍ଟି କରିଥାଏ | ଏହା ମଧ୍ୟ କିରୋସିନି ରେ ବୁଡାଇ ରଖାଯାଏ |


·    କ୍ୟାଲସିୟମ୍ ଓ ଲିଥିୟମ୍ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରିଥାଆନ୍ତି |


·    ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍ ଫୁଟନ୍ତା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରେ |


·    ଲୁହାର ଜଳସହ ପ୍ରତିକ୍ରିୟା ବହୁତ ଧୀର ଗତିରେ ଘଟିଥାଏ |


·    ସାଧାରଣତଃ ଜଳ ଓ ଅଧାତୁ ମଧ୍ୟରେ ପ୍ରତିକ୍ରିୟା ହୁଏ ନାହିଁ |


D. କ୍ଷାର ସହ ପ୍ରତିକ୍ରିୟା : -


ସାବଧାନତା :-


·    ସୋଡିୟମ୍ ହାଇଡ୍ରକ୍ସାଇଡ ବଟିକାକୁ ହାତରେ ଧରିଲେ ଚର୍ମ ଓ ମାଂସ କ୍ଷତ ହୋଇପାରେ | ତେଣୁ ପ୍ଲାଷ୍ଟିକ୍ ଚାମଚରେ ବୋତଲରୁ ବାହାର କର |


·    ସୋଡିୟମ୍ ହାଇଡ୍ରକ୍ସାଇଡ ବୋତଲକୁ ଖୋଲା ରଖିଲେ ପ୍ରଥମତଃ ବାୟୁର କାର୍ବନ ଡାଇଅକ୍ସାଇଡ ସହ ପ୍ରତିକ୍ରିୟା କରି ସୋଡିୟମ କାର୍ବୋନେଟ୍ ରେ ପରିଣତ ହେବ ଏବଂ ଦ୍ଵିତୀୟତଃ ବାୟୁରୁ ଜଳ କଣା ଶୋଷି ପାଣିଆ ହୋଇଯିବ |


·    ଟେଷ୍ଟ ଟ୍ୟୁବଗୁଡିକ ଉତ୍ତପ୍ତ କରିବା ବେଳେ ଟେଷ୍ଟ ଟ୍ୟୁବ୍ ହୋଲ୍ଡର ରେ ଧର |


·    କେତେକେ ଧାତୁ ଓ ସୋଡିୟମ ହାଇଡ୍ରକ୍ସାଇ ମଧ୍ୟରେ ପ୍ରତିକ୍ରିୟା ସଂଘଟିତ ହୋଇ ହାଇଡ୍ରୋଜେନ ସୃଷ୍ଟି ହୁଏ | ଉକ୍ତ ହାଇଡ୍ରୋଜେନ୍ ଦହନ ଯୋଗୁଁ “ପପ୍” ଶବ୍ଦ ସୃଷ୍ଟି ହୁଏ |


ଦୃଷ୍ଟାନ୍ତ :-


·    ଅଧାତୁ ଓ କ୍ଷାର ମଧ୍ୟରେ ସଂଘଟିତ ପ୍ରତିକ୍ରିୟା ଅତି ଜଟିଳ | ତେଣୁ ବିଦ୍ୟାଳୟ ସ୍ତରରେ ଏହାର ଆଲୋଚନା ସମୀଚିନ ନୁହେଁ |


E. ଲବଣ ସହ ପ୍ରତିକ୍ରିୟା : -


a)  Cuso4 + Zn =    Znso4         + Cu

ନୀଳ ରଙ୍ଗର ଦ୍ରବଣ    ବର୍ଣ୍ଣହୀନ ଦ୍ରବଣ  ଲାଲ୍ ରଙ୍ଗ


ଏହି ପ୍ରତିକ୍ରିୟା Zn ଖଣ୍ଡର କିଛି ଅଂଶ Cuso4 ଯୌଗିକର cu କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ; ଯାହାଦ୍ୱାରା Cuso4 ଓ cu ସୃଷ୍ଟି ହୁଏ | ଏହି ପ୍ରତିକ୍ରିୟାକୁ “ବିସ୍ଥାପିତ ପ୍ରତିକ୍ରିୟା” କୁହାଯାଏ |


b)  Cuso4 + Fe =    Feso4  + Cu

ନୀଳ ରଙ୍ଗର ଦ୍ରବଣ    ଇଷତ୍ ସବୁଜ ଲାଲ୍ ରଙ୍ଗ

                                ରଙ୍ଗର ଦ୍ରବଣ


ଏହି ପ୍ରତିକ୍ରିୟାରେ Fe କଣ୍ଟାର କିଛି ଅଂଶ Cuso4  ଯୌଗିକର cu କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ , ଯଦ୍ଵାରା Feso4 ଓ Cu ସୃଷ୍ଟି ହୁଏ |


c)  Feso4 + Zn =    Znso4  + Fe

ଇଷତ୍ ସବୁଜ      ବର୍ଣ୍ଣହୀନ ଦ୍ରବଣ  ଧଳା ରଙ୍ଗ

ରଙ୍ଗର ଦ୍ରବଣ


ଏହି ପ୍ରତିକ୍ରିୟାରେ Zn ଖଣ୍ଡର କିଛି ଅଂଶ Feso4 ଯୌଗିକର Fe କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ , ଯଦ୍ଵାରା Znso4 ଓ Fe ସୃଷ୍ଟି ହୁଏ |


ଦୃଷ୍ଟାନ୍ତ : -


·    ଅଧାତୁ ଓ ଲବଣ ମଧ୍ୟରେ ସାଧାରଣତଃ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୁଏ ନାହିଁ |


ଧାତୁ ଓ ଅଧାତୁ ଗୁଡିକର ଉପଯୋଗିତା :-


·    ଜୀବ ଜଗତ ଓ ଜଡ ଜଗତ ଧାତୁ ଓ ଅଧାତୁରେ ଗଢା ହୋଇଛି |


·    ବଞ୍ଚିରହିବା ପାଇଁ ସୋଡିୟମ , ପୋଟାସିୟମ , କ୍ୟାଲସିୟମ୍ , ଆଇରନ୍ , କପର୍ , ଜିଙ୍କ୍ ଆଦି ଧାତୁ ଓ ହାଇଡ୍ରୋଜେନ୍ , ନାଇଟ୍ରୋଜେନ୍ , ଅକ୍ସିଜେନ୍ , କାର୍ବନ , ଆୟୋଡିନ୍ ଆଦି ଅଧାତୁ ଇତ୍ୟାଦି ଆବଶ୍ୟକ |


·    ଉଦାହରଣ ସ୍ଵରୁପ ଅକ୍ସିଜେନ୍, ଶ୍ଵାସକ୍ରିୟା ପାଇଁ ଓ ଦହନ ପାଇଁ ଆବଶ୍ୟକ |


·    ଜଳ ହେଉଛି ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ର ଯୌଗିକ |


·    ଆମର ସମସ୍ତ ଖାଦ୍ୟ ଶ୍ଵେତସାର, ପୃଷ୍ଟିସାର , ସ୍ନେହସାର , ଧାତୁସାର , ଭିଟାମିନ ଓ ଜଳ ଏସବୁ ଧାତୁ ଓ ଅଧାତୁରେ ତିଆରି ପଦାର୍ଥ |


·    ପ୍ରକୃତିରୁ ଉପଲବ୍ଧ ଔଷଧ , ତନ୍ତୁ , ରବର , ଅଠା , ଜୀବାଶ୍ମ ଇନ୍ଧ ଆଦି ଧାତୁ ଓ ଅଧାତୁରୁ ପ୍ରସ୍ତୁତ ହୁଏ |


·    ମନୁଷ୍ୟକୃତ ଔଷଧ , କୀଟନାଶକ ଔଷଧ , ରାସାଯନିକ ସାର , କୃତ୍ରିମ ତନ୍ତୁ ଆଦି ମଧ୍ୟ ଧାତୁ ଓ ଅଧାତୁରୁ ସୃଷ୍ଟ |


·    ବିଭିନ୍ନ ଘର କରଣା ଜିନିଷ , ରନ୍ଧନ ପାତ୍ର, ବାସନକୁସନ , ଚାଷ ଉପକରଣ ଇତ୍ୟାଦିରେ ଧାତୁର ବ୍ୟବହାର ଅପରିହାର୍ଯ୍ୟ |



|

Ratings
No reviews yet, be the first one to review the product.