- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- Odia Medium Class 8 Science Chapter 7 Conservation Of Plants & Animals ( ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ ) Notes
Odia Medium Class 8 Science Chapter 7 Conservation Of Plants & Animals ( ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ ) Notes
Language : Odia
LRNR provides this material totally free
Odia Medium Class 8 Science Chapter 7 Conservation Of Plants & Animals ( ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ ) Notes
ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ
· ପ୍ରତ୍ୟେକ ଜୀବର ଅନ୍ୟ ସମସ୍ତ ଜୀବଙ୍କ ସହ ପ୍ରତ୍ୟେକ୍ଷ ବା ପରୋକ୍ଷ ସମ୍ପର୍କ ରହିବା ସହ ପରିବେଶ ସହ ସମ୍ପର୍କ ରହିଛି |
· ଉଦ୍ଭିଦ ଓ ପ୍ରାଣୀମାନଙ୍କ ସଂରକ୍ଷଣ ପାଇ ଶିମିଳିପାଳ ଜୈବମଣ୍ଡଳ ସଂରକ୍ଷିତ ସ୍ଥାନ , ଭିତରକନିକା ଜାତୀୟ ଉଦ୍ୟାନ , ଭରତପୁର ଅଭୟାରଣ୍ୟ , କାଜିରଙ୍ଗା ଜାତୀୟ ଉଦ୍ୟାନ , ନନ୍ଦନକାନନ ଅଭୟାରଣ୍ୟ , ଲୋକଚା ଓ ବନ୍ୟଜନ୍ତୁ ଅଭୟାରଣ୍ୟ , ଦି ଗ୍ରେଟ ନିକୋବର ଜୈବମଣ୍ଡଳ ସଂରକ୍ଷିତ ସ୍ଥାନ ପରି ଅନେକ ସ୍ଥାନ ରହିଛି |
· ଆମ ରାଜ୍ୟରେ ସର୍ବମୋଟ 17 ଟି ଅଭୟାରଣ୍ୟ ରହିଛି |
ଜଙ୍ଗଲ କ୍ଷୟ ଓ ଏହାର କାରଣ : -
· ପୃଥିବୀପୃଷ୍ଠରେ ନାନା ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀ ବାସ କରିଥାଆନ୍ତି | ମାନବଜାତିର ସ୍ଥିତି ଏବଂ ସମୃଦ୍ଧି ପାଇଁ ଏଗୁଡିକ ନିତାନ୍ତ ଆବଶ୍ୟକ |
· ଏମାନଙ୍କ ପ୍ରତି ଏକ ମୁଖ୍ୟ ବିପଦ ହେଉଛି ଜଙ୍ଗଲ କ୍ଷୟ |
· ନିମ୍ନ ପ୍ରଦତ୍ତ କେତେକ କାରଣ ପାଇଁ ଜଙ୍ଗଲରୁ ଗଛ କାଟିବାକୁ ପଡିଥାଏ |
· ଚାଷୋପଯୋଗୀ କ୍ଷେତ୍ର ପ୍ରସ୍ତୁତ କରିବା |
· ବାସୋପଯୋଗୀ ଗୃହ ଏବଂ କଳ କାରଖାନା ନିର୍ମାଣ କରିବା |
· ବିଭିନ୍ନ ଆସବାବପତ୍ର ଟିଆରୀରେ ଏବଂ ଜାଳେଣି ରୂପେ କାଠ ବ୍ୟବହାର କରିବା |
· ବିଭିନ୍ନ ଆସବାବପତ୍ର ଟିଆରୀରେ ଏବଂ ଜାଳେଣି ରୂପେ କାଠ ବ୍ୟବହାର କରିବା |
· ଜଙ୍ଗଲରେ ନିଆଁ ଲାଗିବା ଏବଂ ଘୋର ମରୁଡି ମଧ୍ୟ ଜଙ୍ଗଲକ୍ଷୟର କେତେକ ପ୍ରାକୃତିକ କାରଣ ହୋଇଥାଏ |
ଜଙ୍ଗଲସମ୍ପଦ ନଷ୍ଟର ପରିମାଣ : -
· ଜଙ୍ଗଲକ୍ଷୟ ଫଳରେ ପୃଥିବୀର ତାପମାତ୍ରା ଓ ପ୍ରଦୂଷଣ ବିପଜ୍ଜନକ ଭାବେ ବୃଦ୍ଧି ପାଇଚାଲିଛି |
· ପ୍ରାକୃତିକ ଭାରସମ୍ୟ ନଷ୍ଟ ହେଉଛି | ଜଙ୍ଗଲରୁ ଗଛକଟା ଲାଗି ରହିଲେ ବୃଷ୍ଟିପାତ ଓ ମାଟିର ଉର୍ବରତା ହ୍ରାସ ପାଇଥାଏ |
· ଆଲୋକଶ୍ଳେଷଣ ପାଇଁ ଉଦ୍ଭିଦ ଅଙ୍ଗାରକାମ୍ଳ ଦରକାର କରିଥାଏ | ଗଛସଂଖ୍ୟା କମିଗଲେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଏ |
· ଅଙ୍ଗାରକାମ୍ଳ ପୃଥିବୀରୁ ବିକିରିତ ତାପଶୋଷଂ କରିବା ଦ୍ଵାରା ପୃଥିବୀର ତାପମାତ୍ରା ବୃଦ୍ଧିପାଏ | ଏହା ହିଁ ବିଶ୍ଵତାପନ (Global Warming) ର ପ୍ରମୁଖ କାରଣ |
· ଗଛ ସଂଖ୍ୟା କମିଗଲେ ମୃତ୍ତିକା କ୍ଷୟ ବୃଦ୍ଧି ପାଇବ |
· ଫଳରେ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହୋଇଥାଏ | ଏହାକୁ ମରୁଭୂମି କରଣ କୁହାଯାଏ |
· ଜଙ୍ଗଲ ସମ୍ପଦ ନଷ୍ଟ ହେବା ଫଳରେ ମାଟିର ଜଳଧାରଣ ସାମର୍ଥ୍ୟ ବା ପାଣିକୁ ଧରି ରଖିବାର କ୍ଷମତା କମିଯାଇଥାଏ |
ଜଙ୍ଗଲ ଏବଂ ବନ୍ୟଜନ୍ତୁ ସଂରକ୍ଷଣ : -
· ଜୈବମଣ୍ଡଳ ଏପରି ଏକ ପ୍ରାକୃତିକ ପରିବେଶ ଯେଉଥିରେ ପଶୁପକ୍ଷୀ ବା ଜୀବଜନ୍ତୁ ବସବାସ କରିଥାଆନ୍ତି |
· ଜୈବବିବିଧତା କହିଲେ ପୃଥିବୀ ପୃଷ୍ଠରେ ବାସ କରୁଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ପ୍ରାଣୀ , ସେମାନଙ୍କ ମଧ୍ୟରେ ରହିଥିବା ପାରସ୍ପାରିକ ସମ୍ପର୍କ ଓ ପରିବେଶ ସହ ସେମାନଙ୍କ ସମ୍ପର୍କକୁ ବୁଝାଏ |
· ଜଙ୍ଗଲଧ୍ଵଂସର ଫଳାଫଳ ଜାଣିବା ପରେ ଜଙ୍ଗଲ ଏବଂ ବନ୍ୟଜନ୍ତୁ କିପରି ଧ୍ଵଂସ ମୁଖରୁ ରକ୍ଷା ପାଇବେ ଜାଣିବା ପାଇଁ ଶିମଇପାଳ ଜୈବମଣ୍ଡଳକୁ ଏକ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ |
· ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ନୀତି, ନିୟମ , ଉପାୟ ଏବଂ ପରିଚାଳନା ଆଇନ ସ୍ଥିରୀକୃତ ହୋଇଛି |
· ଏଥିରେ ଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ ପାଇଁ ଅଭୟାରଣ୍ୟ , ଜାତୀୟ ଉଦ୍ୟାନ , ବ୍ୟାଘ୍ର ପ୍ରକଳ୍ପ ରହିଛି |
· ଉଦ୍ଭିଦ ସମୂହ (Flora)ଏବଂ ପ୍ରାଣୀକୂଳ (Fauna) ତଥା ସେମାନଙ୍କର ପରିସ୍ଥାନ (Habitat) ର ରକ୍ଷଣାବେକ୍ଷଣ ପାଇଁ ସୁରକ୍ଷା ଅଞ୍ଚଳମାନ ରହିଛି |
· ସେଗୁଡିକୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଏବଂ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ଭାବେ ଚିହ୍ନିତ କରାଯାଇଛି | ସେଠାରେ ବୃକ୍ଷରୋପଣ , ଚାଷ, ଚରଣ , ଗଛକଟା ,ଶିକାର ଆଦି ନିଷେଦ୍ଧ |
ଅଭୟାରଣ୍ୟ : -
. ଏହା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ | ସେମାନଙ୍କ ଉପରେ ତଥା ତାଙ୍କ ପରିବେଶ ଉପରେ କୌଣସି ଅନିଷ୍ଟକାରି ପ୍ରଭାବ ନ ପକାଉଥିବା ଅଞ୍ଚଳ |
ଜାତୀୟ ଉଦ୍ୟାନ : -
· ଏପରି ସଂରକ୍ଷିତ ଅଞ୍ଚଳରେ ଜୀବଜନ୍ତୁ ଏବଂ ବୃକ୍ଷରାଜି ପ୍ରାକୃତିକ ପରିବେଶ ତଥା ସମ୍ପଦକୁ ସ୍ଵଚ୍ଛନ୍ଦରେ ବ୍ୟବହାର କରିପାରିବେ |
· ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ : -
· ଏହା ବନ୍ୟଜୀବନ, ଉଦ୍ଭିଦ ତଥା ପ୍ରାଣୀ ସମ୍ପଦର ରକ୍ଷଣାବେକ୍ଷଣ ଏବଂ ସମ୍ପୃକ୍ତ ଆଦିବାସୀ ମାନଙ୍କ ପାରମ୍ପାରିକ ଜୀବନ ଶୈଳୀର ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିଶାଳ ସଂରକ୍ଷିତ ଅଞ୍ଚଳ |
ଜୈବବିବିଧତାର ସଂରକ୍ଷଣ : -
. ପାଇଁ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ରହିଥାଏ | ଗୋଟିଏ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନରେ ଏକାଧିକ ସୁରକ୍ଷିତ ଅଞ୍ଚଳ ମଧ୍ୟ ରହିଥାଏ | ପାଇଁ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ରହିଥାଏ | ଗୋଟିଏ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନରେ ଏକାଧିକ ସୁରକ୍ଷିତ ଅଞ୍ଚଳ ମଧ୍ୟ ରହିଥାଏ |
· ଉଦାହରଣ – ଓଡ଼ିଶାର ଶିମିଳିପାଳ
ଉଦ୍ଭିଦ ସମୂହ ଏବଂ ପ୍ରାଣୀକୁଳ : -
· ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଉଦ୍ଭିଦ ଏବଂ ପ୍ରାଣୀଙ୍କୁ ସେହି ଅଞ୍ଚଳର ଉଦ୍ଭିଦ ସମୂହ ଓ ପ୍ରାଣୀକୁଳ କୁହାଯାଏ |
· ଶାଳ , ସାଗୁଆନ ,ଆମ୍ବ ,ଜାମୁ , ଅର୍ଜୁନ , ପର୍ଣ୍ଣ ଜାତୀୟ ଉଦ୍ଭିଦ ଏବଂ ହରିଣ , ନୀଳଗାଇ , ଚିତାବାଘ , ଜଙ୍ଗଲୀ କୁକୁର, ଗଧିଆ ଇତ୍ୟାଦି ପଚମାରି ଜୀବମଣ୍ଡଳ ସଂରକ୍ଷିତ ସ୍ଥାନର କେତେକ ଉଦ୍ଭିଦ ସମୂହ ଓ ପ୍ରାଣୀକୁଳର ଉଦାହରଣ |
· ଶିମିଳିପାଳ ଅରଣୀରେ ଶିମିଳି, ଅର୍ଜୁନ , ଅଶୋକ , ଜାମୁ, ଚମ୍ପା , ମହୁଲ , ପିଆଶାଳ ଇତ୍ୟାଦି ଦେଖିବାକୁ ମିଳେ | ଏଠାରେ ମୁଖ୍ୟ ବନ୍ୟପ୍ରାଣୀ ହେଉଛନ୍ତି ମହାବଳ ବାଘ ଓ ହାତୀ |
· ତା’ ଛଡା ଚିତାବାଘ, ହେଟା, ବାରହା , ଗୟଳ , ସମ୍ବର , ହନୁମାଙ୍କଡ , ପାତିମାଙ୍କଡ , ବଜ୍ରକାପ୍ତା ଅଜଗର ଓ ଅହିରାଜ , ନାଗ , ମୟୁର ପରି ଅନେକ ପ୍ରାଣୀଙ୍କ ବାସସ୍ଥାନ ଭାବେ ଶିମିଳିପାଳ ପ୍ରସିଦ୍ଧ |
ସ୍ଥାନିକ ଜାତି : -
· ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଯେଉଁ ଜାତିଗୁଡିକ କେବଳ ଗୋଟିଏ ଜାଗାରେ ବାସ କରନ୍ତି, ସେଗୁଡିକୁ ସେଠାକାର ସ୍ଥାନିକ ଜାତି କୁହାଯାଏ |
· ଅନ୍ୟ କୌଣସି ଜାଗାରେ ସେଗୁଡିକ ସ୍ଵାଭାବିକ ଭାବେ ଦେଖାଯାଆନ୍ତି ନାହିଁ |
· ଉଦାହରଣ ସ୍ଵରୁପ ପଚମାରି ଜୈବମଣ୍ଡଳରେ ଶାଳ ଓ ବଣୁଆ ଆମ୍ବ ଗଛ ସ୍ଥାନିକ ଉଦ୍ଭିଦ ହୋଇଥିବା ବେଳେ ଗୟଳ,ଭାରତୀୟ ବୃହତ୍ ଗୁଣ୍ଡୁଚି ମୂଷା ଓ ଉଡନ୍ତା ଗୁଣ୍ଡୁଚି ଏଠାକାର ସ୍ଥାନିକ ପ୍ରାଣୀ ଭାବେ ପରିଚିତ |
· ପରସ୍ପର ମଧ୍ୟରେ ପ୍ରଜନନ କରିପାରୁଥିବା ଗୋଟିଏ ଗୋଷ୍ଠୀର ସବୁ ଉଦ୍ଭିଦ କିମ୍ବା ପ୍ରାଣୀଙ୍କୁ ଜାତି (Species) ବୋଲି କୁହାଯାଏ |
· ଏହାର ଅର୍ଥ ଏକ ଜାତିର ଉଦ୍ଭିଦ କିମ୍ବା ପ୍ରାଣୀର ସେହି ଜାତିର ଉଦ୍ଭିଦ କିମ୍ବା ପ୍ରାଣୀ ସହ ପ୍ରଜନନ ହେବା ଦ୍ଵାରା ପ୍ରଜନନଶୀଳ ଅପତ୍ୟ ଜାତ ହୋଇଥାଆନ୍ତି | ଏମାନଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣଗୁଡିକ ଏକାଭଳି ହୋଇଥାଏ |
ଅଭୟାରଣ୍ୟ : -
· ଜଙ୍ଗଲ ସୁରକ୍ଷା ଭଳି ବନ୍ୟଜୀବଙ୍କୁ ରକ୍ଷାକରିବା ଓ ଉପଯୁକ୍ତ ବାସସ୍ଥଳୀ ଯୋଗାଇଦେବା ପାଇଁ ଅଭୟାରଣ୍ୟ ରହିଥାଏ |
· କୃଷ୍ଣସାର , ହାତୀ , ସୁନାରଙ୍ଗର ବିଲେଇ , ପାଟଳ ମସ୍ତକ , ହଂସ , ଘଡିଆଳ କୁମ୍ଭୀର , ଅଜଗର , ଗଣ୍ଡା ଭଳି ଲୋପ ପାଇଯାଉଥିବା କେତେକ ବନ୍ୟପ୍ରାଣୀଙ୍କୁ ଅଭୟାରଣ୍ୟ ସୁରକ୍ଷିତ କରି ରଖାଯାଇଛି |
ଜାତୀୟ ଉଦ୍ୟାନ : -
· ଜାତୀୟ ଉଦ୍ୟାନ ବେଶ୍ ବିଶାଳ ଏବଂ ଏହା ଅନେକ ପରିସଂସ୍ଥାକୁ ସୁରକ୍ଷା ଦେଇଥାଏ | ଉଦାହରଣ – ଭିତରକନିକା |
· ହେନ୍ତାଳ ବଣ ହେଉଛି ଭିତରକନିକା ଜାତୀୟ ଉଦ୍ୟାନର ଅନ୍ୟତମ ବିଶେଷତ୍ୟ |
· ଏଠାରେ ହରିଣ , ଝିଙ୍କ , ବାରହା , ଶାଳିଆପତନି , ନେଉଳ , ନୀଳରକ୍ତ କଙ୍କଡା ବା ରାଜକଙ୍କଡା , ବଉଳା କୁମ୍ଭୀର , ବିଭିନ୍ନ ପ୍ରକାରର ପକ୍ଷୀ ସହ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରାକୃତିକ ଦୃତ୍ୟ , ସେହି ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରୁଛି |
· ପୃଥିବୀର ଦେଖାଯାଉଥିବା ମୋର 72 ଜାତିର ଲୁଣା ଉଦ୍ଭିଦ ଭିତରୁ ଏଠାରେ 63 ଜାତିର ଲୁଣା ଉଦ୍ଭିଦ ଦେଖିବାକୁ ମିଳେ |
· ବନୀ , ଧଳାବନୀ , କଳାବନୀ , ସୁନ୍ଦରୀ , କେରୁଆଁ ପରି ଲୁଣା ଉଦ୍ଭିଦର ଠେସମୂଳ , ବାୟବୀୟ ଚେର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଉ ଟିକିଏ ବଢାଇଦେଇଥାଏ |
· ସାତପୁରା ଜାତୀୟ ଉଦ୍ୟାନ ହେଉଛି ଭାରତର ପ୍ରଥମ ସଂରକ୍ଷିତ ଜଙ୍ଗଲ | ଏଠାରେ ସବୁଠାରୁ ଉତ୍କୃଷ୍ଟ ଶାଗୁଆନ ଦେଖାଯାଇଥାଏ | ମହାବଳ ବାଘ ଭାରତର ଜାତୀୟ ପଶୁ |
· ଦେଶରେ ବାଘମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର “ବ୍ୟାଘ୍ର ପ୍ରକଳ୍ପ” ହାତକୁ ନେଇଛନ୍ତି |
· ସାତପୁରା ବ୍ୟାଘ୍ର ସଂରକ୍ଷଣ ସ୍ଥଳ ଏହାର ଏକ ଉଦାହରଣ |
· ଆମ ରାଜ୍ୟର ଶିମିଳିପାଳରେ ଗୋଟିଏ ବ୍ୟାଘ୍ର ପ୍ରକଳ୍ପ ରହିଥିବା ବେଳେ ନୂଆପଡ଼ା ଜିଲ୍ଲାର ସୁନାବେଡା ଠାରେ ଆଉ ଗୋଟିଏ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି |
· ଯେଉଁ ପ୍ରାଣୀମାନଙ୍କ ସଂଖ୍ୟା କ୍ରମଶଃ କମି ସେମାନେ ବିଲୋପ ହେବାକୁ ବସେଲେଣି ସେଗୁଡିକୁ ବିପଦଗ୍ରସ୍ତ ପ୍ରାଣୀ କୁହାଯାଏ |
· ଡାଇନୋସର ଜାତୀୟ ଜୀବମାନେ ପୃଥିବୀ ପୃଷ୍ଠରେ ଦେଖାଯାଉନାହାନ୍ତି | ଏମାନଙ୍କ ବିଲୁପ୍ତ ଜାତୀ କୁହାଯାଏ |
ରେଡ୍ ଡାଟା ବୁକ୍ : -
· ସମସ୍ତ ସଂକଟାପନ୍ନ ବା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଅଭିଲେଖ ରେଡ୍ ଡାଟା ବୁକ୍ ରେ ରହିଛି ଏବଂ ଉଦ୍ଭିଦ , ପ୍ରାଣୀ ଓ ଅନ୍ୟ ଜାତି ମାନଙ୍କ ପାଇଁ ଅଲଗା ଅଲଗା ରେଡ୍ ଡାଟା ବୁକ୍ ଅଛି |
ପରିବ୍ରଜନ : -
· ବସବାସ କରୁଥିବା ଅଞ୍ଚଳର ପାଗ ଅତିଶୟ ଥଣ୍ଡା ବା ପ୍ରତିକୂଳ ହେଲେ ଅଣ୍ଡା ଦେବାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡିଯାଆନ୍ତି | ଏହାକୁ ପରିବ୍ରଜନ |
· ଅନ୍ୟ ସ୍ଥାନରେ ପହଞ୍ଚିଥିବା ପାଇଁ ବହୁ ଦୂର ଅତିକ୍ରମ କରୁଥିବା ପକ୍ଷୀମାନଙ୍କୁ ପରିବ୍ରାଜକ ପକ୍ଷୀ କୁହାଯାଏ |
· ଶୀତଦିନରେ ସୁଦୂର ସାଇବେରିଆ ଆଦି ଅଞ୍ଚଳରୁ ଚିଲିକା ବହୁ ସଂଖ୍ୟାରେ ପକ୍ଷୀମାନେ ଆସିଥାଆନ୍ତି |
କାଜଗର ପୁନଶ୍ଚକ୍ରଣ : -
· ଜଙ୍ଗଲ ଲୋପ ପାଇବାର ଅନ୍ୟ ଏକ କାରଣ ହେଉଛି କାଗଜ ଅତ୍ୟଧିକ ବ୍ୟବହାର |
· ଗୋଟିଏ ଟନ୍ କାଗଜ ତିଆରି ପାଇଁ ୧୭ ଟି ପୁରା ବଢିଥିବା ଗଛ ଦରକାର ହୋଇଥାଏ |
· ଥରେ ବ୍ୟବହାର ହୋଇଥିବା କାଗଜର ପୁନଶ୍ଚକ୍ରଣ ଦ୍ଵାରା ୫ - ୬ ଥର ବ୍ୟବହାର କରିହେବ |
ପୁନଃ ବନୀକରଣ :-
· ଜଙ୍ଗଲ ଧ୍ଵଂସରୁ ରକ୍ଷା ପାଇବାପାଇଁ ପୁନଃବନୀକରଣ ଆବଶ୍ୟକ |
· ଜଙ୍ଗଲର ପୁନରୁତ୍ପତ୍ତି ହେଉଛି ନୂଆଗଛ ଲଗାଇ ଜଙ୍ଗଲକ୍ଷୟକୁ ରୋକିବା |
· ଯେଉଁ ଗଛ ଧ୍ଵଂସ ହେଉଥିବ , ବନୀକରଣ ପାଇଁ ସେହି ଗଛ ହିଁ ଆବଶ୍ୟକ |
· ଆମ ଦେଶରେ ଜଙ୍ଗଲ ସଂରକ୍ଷଣ ଆଇନ ରହିଛି | ଏହି ଆଇନ୍ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ତଥା ସଂରକ୍ଷଣ ସହ ଆଖପାଖ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ମୌଳକ ଚାହିଦା ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ |
|
Truly Indian Brand
Truly Indian Brand