BSE Odisha Board Class 10 History Unit 1- Chapter 1 - Emergence of Gandhiji in Indian National Movement - Bharatiya Jatiya Andolonare Gandhijinka Aabirbhaba

Narayan Panigrahi Sir avatar
Narayan Panigrahi Sir

Language : Odia

BSE Odisha Board Class 10 History Unit 1- Chapter 1 - Emergence of Gandhiji in Indian National Movement - Bharatiya Jatiya Andolonare Gandhijinka Aabirbhaba 

ଭାରତୀୟ ଜାତୀୟ ଆନ୍ଦୋଳନ - ଗାନ୍ଧୀଯୁଗ 

ପ୍ରଥମ ପାଠ - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

LRNR provides this material totally free

BSE Odisha Board Class 10 History Unit 1- Chapter 1 - Emergence of Gandhiji in Indian National Movement - Bharatiya Jatiya Andolonare Gandhijinka Aabirbhaba 

ପ୍ରଥମ ପାଠ - ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

ପ୍ରଶ୍ନାବଳୀ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟିଏ ଶବ୍ଦରେ ଲେଖ |

. ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ଵେତାଙ୍ଗମାନଙ୍କ ଦ୍ଵାରା କିପରି ଅତ୍ୟାଚାରିତ ହେଉଥିଲେ ?

  • ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ  ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ |
  • ସେଠାରେ ଭାରତୀୟମାନଙ୍କର ଭୋଟ ଦାନ ଅଧିକାର ଥିଲା ଏବଂ ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା 
  • ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ କରାଯାଇଥିଲା | ସେମାନେ ରାତି ʼ ଟା ପରେ ଘରୁ ବାହାରକୁ ଯାଇପାରୁ ଥିଲେ ଜନସାଧାରଣଙ୍କ ପାଦଚଲା ରାସ୍ତାର ବ୍ୟବହାର  କରି ପାରୁ ନଥିଲେ |
  • ଭାରତୀୟମାନେ ରେଳଗାଡୀର ପ୍ରଥମ ବା ଦ୍ୱୀତିୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁ ନଥିଲେ | ସେଠାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ୱେତାଙ୍ଗମାନେ କୁଲିବୋଲି ସମ୍ବୋଧନ କରୁଥିଲେ ଏବଂ ନୀଚ ଦୃଷ୍ଟିରେ ଦେଖୁଥିଲେ |

ଖ. “ଚମ୍ପାରନ୍ ଆନ୍ଦୋଳନ” ରେ ମହାତ୍ମାଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର |

  • ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରନ୍ ଆନ୍ଦୋଳନ” |
  • ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନଙ୍କ ଦ୍ୱାରା  ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା  ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ  ଦରରେ  ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା | ଏହାକୁ ତିନିକାଠିଆ ବ୍ୟବସ୍ଥା କୁହା ଯାଉଥିଲା |
  • ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଗାନ୍ଧିଜୀ ୧୯୧୭ ଏପ୍ରିଲ୍‌ ରେ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ |
  • ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ନରହରି ପାରିଖ୍, ମୁଜାହର ଉଲ ହକ୍‌, ମହାଦେବ ଦେଶାଇ ଓ ଜେ.ବି. କୃପାଳିନୀଙ୍କୁ  ଜିଲ୍ଲା ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ |
  • ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଅନ୍ୟାୟମୂଳକ ଆଇନ୍‌କୁ ଅମାନ୍ୟ କରିବା ପାଇଁ ଅହିଂସା ଉପାୟରେ ଆନ୍ଦୋଳନ ଆରମ୍ଭ କଲେ |
  • ଶେଷରେ ସରକାର ଗାନ୍ଧିଜୀଙ୍କୁ ଚମ୍ପାରଣ ଚାଷୀମାନଙ୍କ ସମସ୍ୟାଗୁଡିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି  ଦେଇଥିଲେ ଏବଂ ସରକାରଙ୍କ ଦ୍ୱାରା  ଗଠିତ କମିଟିରେ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୂକ୍ତ କଲେ |
  • ଶେଷରେ ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା |

ଗ. ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ ଏବଂ ଏହାର ଫଳ କ’ଣ ହୋଇଥିଲା ?

  • ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟ ସ୍ଥିତ ଖେଡା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା |
  • ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ ପରିମାଣର ଏକ ଚତୁର୍ଥାଂଶ କମ୍‌ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା |
  • ଖେଡା ଚାଷୀମାନଙ୍କୁ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ୱ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କରିଥିଲେ |
  • ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କରିବାରୁ ଇଂରେଜ ସରକାର ବାଧ୍ୟତାମୂଳକ ଖଜଣା ଆଦାୟରୁ ନିବୃତ୍ତ ହୋଇଥିଲେ ଏବଂ କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଖଜଣା ଆଦାୟ କରିଥିଲେ |
  • ଏହି ଆନ୍ଦୋଳନରେ ଇନ୍ଦୁଲାଲ୍ ଯାଜ୍ଞିକ୍‌ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ ଏବଂ ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ |

ଘ.  ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା କ’ଣ ଥିଲା ?

  • ଗୁଜୁରାଟର ଅହମ୍ମଦାବାଦ୍‌ଠାରେ ଥିବା  ଲୁଗାକଳଗୁଡିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ପ୍ଲେଗ୍ ବୋନସପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା |
  • ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ ଏବଂ ଏଥିପାଇଁ ଏହାର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କରି ତାହାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ |
  • ମାତ୍ର ମାଲିକମାନେ ଏଥିରୁ ଓହରିଯାଇ ଶ୍ରମିକ ମଜୁରୀର କୋଡିଏ ଭାଗ ବୃଦ୍ଧି ଘୋଷଣା କଲେ | ଅହମ୍ମଦାବାଦ୍ କାରଖାନା ଶ୍ରମିକମାନଙ୍କ ଶତକଡା ପଇଁତିରିଶ ଭାଗ ମଜୁରୀ ବୃଦ୍ଧି ଦାବି ପ୍ରତ୍ୟାଖ୍ୟାନ କରିବାରୁ ମାଲିକ ମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଇଥିଲେ |
  • ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରି ଶ୍ରମିକମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ | ଏଥିରେ ଭୟଭୀତ ହୋଇ ପରିଶେଷରେ କାରଖାନା ମାଲିକମାନେ ଶ୍ରମିକମାନଙ୍କ  ମଜୁରୀ ପଇଁତିରିଶି ଭାଗ ବୃଦ୍ଧି  କରିବା ପାଇଁ ସମ୍ମତି ପ୍ରଦାନ କଲେ |

ଙ. ରାଓଲାତ୍ ଆଇନ କ’ଣ ଏବଂ ଏହା ବିରୋଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ?

ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ  କରିବା ପାଇଁ ବିଚାରପତି ରାଓଲାତ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ | ଏହି କମିଟିର ସୁପାରିସ ଅନୁସାରେ  ଯେଉଁ ଆଇନ ପ୍ରଣୟନ ହୋଇଥିଲା ତାହା ରାଓଲାତ୍ ଆଇନ୍ ନାମରେ ପରିଚିତ |ଏହି ଆଇନ୍ ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା କରାଗଲା |ଏହାଦ୍ୱାରା ଜନସାଧାରଣଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣହେଲା |

୧୯୧୯ ଫେବୃଆରୀରେ ଗାନ୍ଧିଜୀ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହାର ସଭ୍ୟମାନଙ୍କୁ ଏହି ଆଇନକୁ ଅମାନ୍ୟ କରିବା ପାଇଁ ତଥା ଏହା ବିରୋଧରେ ସତ୍ୟ ଓ ଅହିଂସା ଭିତ୍ତିକ ଆନ୍ଦୋଳନ କରିବାପାଇଁ ଦେଶବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ | ସମଗ୍ର ଦେଶରେ  ଗୋଟିଏ ଦି ହରତାଳପାଳନ ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଲେ |

ସରକାରଙ୍କ ନୀତିର ପ୍ରତିବାଦ ସୂରୁପ ସବୁପ୍ରକାର କାର୍ଯ୍ୟ ବନ୍ଦକରି ଉପବାସ ଓ ପ୍ରାର୍ଥନା ଦ୍ୱାରା ୧୯୧୯ ଏପ୍ରିଲ୍ ୬ ରେ ଦେଶ ବ୍ୟାପି ହରତାଳ ପାଳନ କରାଗଲା |

୧୯୧୯ ଏପ୍ରିଲ୍ ୯ ତାରିଖରେ  ଗାନ୍ଧିଜୀଙ୍କୁ ଗିରଫ କରାଯାଇ ଛାଡି ଦିଆଯାଇଥିଲା | ମାତ୍ର ଏହି ଖବର ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କୁ  ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କରିଥିଲା ଏହି ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ |

. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ

କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ପାଇଁ ଯାଇଥିଲେ ?

ଉତ୍ତର :  ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ ଓ ଦାଦା ଅବଦୁଲ୍ଲା ନାମକ ଜଣେ  ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ମୋକଦ୍ଦମା ଲଢିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ |

ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ କରିଥିଲେ ?

ଉତ୍ତର : ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ  ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ ଗାନ୍ଧିଜୀ ୧୮୯୪ ନାଟାଲ ଭାରତୀୟ କଂଗେସନାମକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ | ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗାନ୍ଧିଜୀ ଇଣ୍ଡିଆନ୍‌ ଓପିନିଅନନାମରେ ଏକ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ |

ଗ) ଗାନ୍ଧିଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?

ଉତ୍ତର :  ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ଆଇନ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜିକୃତ ପ୍ରମାଣପତ୍ରକୁ ବାଧ୍ୟତାମୂଳକ ଥିବା ଯୋଗୁଁ, ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ପ୍ରଥମ ଥର ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କଲେ |

ଘ) ତିନିକାଠିଆ ବ୍ୟବସ୍ଥା ?

ଉତ୍ତର : ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନଙ୍କ ଦ୍ୱାରା  ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା  ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ  ଦରରେ  ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା | ଏହାକୁ ତିନିକାଠିଆ ବ୍ୟବସ୍ଥା କୁହା ଯାଉଥିଲା |

ଙ) ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାଗନରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା ?

ଉତ୍ତର : ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡା ବୃଦ୍ଧି କରାଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା |

ଚ) ଖେଡ଼ା ସତ୍ୟାଗ୍ରହ ପାଇଁ ଆରମ୍ଭ ହୋଇଥିଲା ?

ଉତ୍ତର : ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ ପରିମାଣର ଏକ ଚତୁର୍ଥାଂଶ କମ୍‌ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା | ମାତ୍ର ଦୁର୍ଭିକ୍ଷ ସତ୍ତ୍ୱେ ଖେଡ଼ା ଚାଷୀମାନଙ୍କୁ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ |

ଛ) ଅହମ୍ମଦାବାଦ ଲୁଗା କଳର ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?

ଉତ୍ତର : ଗୁଜୁରାଟର ଅହମ୍ମଦାବାଦ୍‌ଠାରେ ଥିବା  ଲୁଗାକଳଗୁଡିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ଲେଗ୍ ବୋନସପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା |

ଜ) ରାଓଲାତ ଆଇନ ଥିଲା ?

୧୯୧୯ ମସିହାରେ ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ  କରିବା ପାଇଁ ବିଚାରପତି ରାଓଲାତ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ | ଏହି କମିଟିର ସୁପାରିସ ଅନୁସାରେ  ଯେଉଁ ଆଇନ ପ୍ରଣୟନ ହୋଇଥିଲା ତାହା ରାଓଲାତ୍ ଆଇନ୍ ନାମରେ ପରିଚିତ |

ଏହି ଆଇନ୍ ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା କରାଗଲା |

ଝ) ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେବିରୋଧ କରିଥିଲେ?

ଉତ୍ତର : ଏହି ଆନ୍ଦୋଳନକୁ  ଶ୍ରୀମତୀ ଆନିବେସାନ୍ତ ବ୍ୟତୀତ ଏଦୁଲ୍‌ଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ୍‌ ବାହାଦୂର ସାପ୍ରୂ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତା ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ |

ଞ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା?

ଜନପ୍ରିୟ ନେତାଦ୍ୱୟ ଡ.ସତ୍ୟପାଲ୍ ଓ ଡ.ସଇଫୁଦ୍ଦିନ୍ କିଚଲୁଙ୍କ ଗିରଫର ପ୍ରତିବାଦ କରିବାପାଇଁ ତଥା ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଅମୃତସରର ଜାଲିଆନାୱାଲାବାଗଠାରେ ୧୯୧୯ ଏପ୍ରିଲ୍ ୧୩ରେ ବହୁ ସଂଖ୍ୟକ ଲୋକ ଏହ ସାଧାରଣ ସଭାରେ ଏକତ୍ର ହୋଇଥିଲେ |

ଅମୃତସରର ସାମରିକ ମୁଖ୍ୟ ଜେନେରାଲ୍ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହିତ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ |

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ

କ) ୧୮୯୪ରେ ଗାନ୍ଧିଜୀଙ୍କ ଦ୍ଵାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା?

ଉତ୍ତର : ନାଟାଲ ଭାରତୀୟ କଂଗେସ

ଖ)  ଇଣ୍ଡିଆନ ଓପିନିଅନ୍ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ?

ଉତ୍ତର : ମହାତ୍ମା ଗାନ୍ଧି

ଗ) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ କିଏ ମହାତ୍ମା ଆଖ୍ୟା ଦେଇଥିଲେ?

ଉତ୍ତର : ରବୀନ୍ଦ୍ର ନାଥ ଠାକୁର

ଘ) କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ ଯାଇଥିଲେ?

ଉତ୍ତର : ରାଜକୁମର ଶୁକ୍ଳ

ଙ) ଖେଡ଼ା ଆନ୍ଦୋଳନରେ  କିଏ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ  ଥିଲେ?

ଉତ୍ତର : ଇନ୍ଦୁଲାଲ ଜାଜ୍ଞି କ୍

) ପ୍ଲେଗ ବୋନସ୍ କ’ଣ?

ଉତ୍ତର : ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ହେଉଛି  ପ୍ଲେଗ୍ ବୋନସ  |

ଛ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା?

ଉତ୍ତର : ୧୯୧୯ ଏପ୍ରିଲ ୧୩

ଜ) ଜେନେରାଲ ଡାୟାର କିଏ ଥିଲେ?

ଉତ୍ତର : ଅମୃତସରର ସାମରିକ ମୁଖ୍ୟ

ଝ) କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାସ ଏହା କିଏ କହିଥିଲେ?

ଉତ୍ତର : ଗାନ୍ଧିଜୀ

ଞ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କେଉଁ ଉପାଧି ତ୍ୟାଗ କରିଥିଲେ ?

କାଇଜର – ଇ – ହିନ୍ଦ”

. ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ କ୍ରମିକ ନମ୍ବର ସହିତ ଲେଖ

କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ?

(i)  ୧୮୯୪         (ii) ୧୯୦୬         (iii) ୧୯୦୮      (iv)୧୯୧୩       

ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ?

(i) ଖେଡା            (ii) ମୋତିହାରି      (iii) ଅହମ୍ମଦାବାଦ (iv) ଅମୃତସର

ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?

(i) ରାଜକୁମାର ଶୁକ୍ଳ                       (ii) ରାଜେନ୍ଦ୍ର ପ୍ରସାଦ (iii) ବଲ୍ଲଭଭାଇ ପଟେଲ   (iv) ଇନ୍ଦୁଲାଲ ଜାଜ୍ଞି କ୍

ଘ)  ରାଓଲାତ ଆଇନ କେବେ ଗୃହୀତ ହୋଇଥିଲା?

(i) ୧୯୧୯ ମାର୍ଚ୍ଚ ୧୮       (ii) ୧୯୧୯ ଏପ୍ରିଲ        (iii)  ୧୯୧୯ ଏପ୍ରିଲ ୧୦  (iv) ୧୯୧୯ ଏପ୍ରିଲ ୧୩

ଙ) ଜାଲିଆନାୱାଲାବାଗ୍ କେଉଁଠାରେ ଅବସ୍ଥିତ?

(i) ମୁମ୍ବାଇ                        (ii) ଅହମ୍ମଦାବାଦ           (iii)    ଅମୃତସର     (iv) ଲାହୋର

ଉତ୍ତର : କ. (ii) ୧୯୦୬, ଖ. (ii) ମୋତିହାରି, ଗ. (iii) ବଲ୍ଲଭଭାଇ ପଟେଲ, ଘ. (i) ୧୯୧୯ ମାର୍ଚ୍ଚ ୧୮, ଙ. (III) ଅମୃତସର


Ratings
No reviews yet, be the first one to review the product.