• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • BSE Odisha Board Class 10 History Unit 1- Chapter 2- Non - Cooperation Movement in India and Its impact in Odisha - Bharatare Asahojoga Andolona O Odishare ehara Prabhaba

BSE Odisha Board Class 10 History Unit 1- Chapter 2- Non - Cooperation Movement in India and Its impact in Odisha - Bharatare Asahojoga Andolona O Odishare ehara Prabhaba

Language : Odia

LRNR provides this material totally free

BSE Odisha Board Class 10 History Unit 1- Chapter 2- Non - Cooperation Movement in India and Its impact in Odisha - Bharatare Asahojoga Andolona O Odishare Ehara Prabhaba 

ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶାରେ ଏହାର ପ୍ରଭାବ

ପ୍ରଶ୍ନାବଳୀ

. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ

କ) ଖିଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?

  • ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା | ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ  ବିଭାଜିତ କରି ଦିଆଗଲା |
  • ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ଭାରତର ମୁସଲମାନମାନଙ୍କୁ ବ୍ୟଥିତ କ୍ରୋଧାନ୍ୱିତ କରିଥିଲା |
  • ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା |
  • ତୁର୍କୀର ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୋଧରେ ଦୁଇ ଅଲ୍ଲୀଭ୍ରାତା ସୌକତ ଅଲ୍ଲୀ ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ | ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ହୋଇଥିବାରୁ ଏହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ |
  • ଆନ୍ଦୋଳନ ପରିଚାଳନା ପାଇଁ ଗଠିତ ଖିଲାଫତ କମିଟିରେ ଦୁଇ ଅଲ୍ଲୀ ଭ୍ରାତାଙ୍କ ବ୍ୟତୀତ ମୌଲାନା ଆବୁଲ କାଲାମ ଆଜାଦ୍, ହକିମ୍ହଜମଲ୍ ଖାଁ ହସରତ୍ ମୋହାନୀ ସଦସ୍ୟ ରହିଲେ |

ଖ) ଖିଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର |

  • ମହାତ୍ମାଗାନ୍ଧୀ ହିନ୍ଦୁ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ କରିବା ପାଇଁ ଆନ୍ଦୋଳନକୁ ସମର୍ଥନ କଲେ |
  • ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ |
  • ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ୍ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣକରି ଆନ୍ଦୋଳନ ଆରମ୍ଭ କଲା |
  • ୧୯୨୦ ଜୁନ୍ ତାରିଖରେ ଆଲ୍ଲାହାବାଦ ଠାରେ  ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା |
  • ଗାନ୍ଧିଜୀଙ୍କ ନେତୃତ୍ୱରେ ଖିଲାଫତ୍ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ନିଷ୍ପତ୍ତି ନେଲା | ମୁସଲିମ୍ ଲିଗ୍ ଭାରତୀୟ ଜାତୀୟ କଂଗ୍ରେସ୍ ଖିଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ |

ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ' ଥିଲା ?

  • ୧୯୧୯ ମସିହାରେ ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ |
  • ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ସରକାରୀ ପଦବୀରୁ ଇସ୍ତଫା |
  • ଆଇନଜୀବୀଙ୍କ ଦ୍ୱାରା ବିଚାରଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ମହାବିଦ୍ୟାଳୟ ବର୍ଜନ |
  • ବିଦେଶୀ  ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ |
  • ଏହା ବ୍ୟତୀତ କେତେକେ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସ୍ଥିର କରାଯାଇଥିଲା | ସେଗୁଡିକ ହେଲା ଖଦୀ ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ସୃଶ୍ୟତା ନିରାକରଣ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ |

ଘ)  ଅସହଯୋଗ ଆନ୍ଦୋଳନର ଫଳାଫଳ ' ହେଲା?

  • ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫକରାଯାଇ ୬ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା | ଏହି ଆନ୍ଦୋଳନ ସ୍ଥଗିତ ହୋଇଥିଲା ସତ କିନ୍ତୁ ଆନ୍ଦୋଳନର ପ୍ରଭାବ ସୁଦୂରପ୍ରସାରୀ ଥିଲା |
  • ପ୍ରଥମ ଥର ପାଇଁ ଇଂରେଜସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ  ହୋଇଥିଲା ଏବଂ ଭବିଷ୍ୟତ ବିପ୍ଲବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା |
  • ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇ ପାରିଥିଲା |
  • ୧୯୨୨ ରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେବା ଦ୍ୱାରା ସେଠାରେ ଖଲିଫା  ବ୍ୟବସ୍ଥାର ଉଚ୍ଛେଦ ହେଲା | ଫଳରେ ଖିଲାଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ  |
  • ଅସହଯୋଗ ଆନ୍ଦୋଳନ ସ୍ଥଗିତ  ରଖାଯିବା ପରେ ଭାରତରେ ଖିଲାଫତ  ଆନ୍ଦୋଳନର ମଧ୍ୟ ଅବସାନ ଘଟିଲା |
  • ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ଶକ୍ତ ଧକ୍‌କାକୁ ଇଂରେଜ ସରକାର ବରଦାସ୍ତ କରିଥିଲା ସତ ମାତ୍ର ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟମାନଙ୍କର ସମ୍ମୁଖୀନ ହେବା ଯୋଗୁଁ  ଇଂରେଜ ସରକାରକୁ ବହୁ କଷ୍ଟ ସହିବାକୁ ପଡିଥିଲା |

ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ |

  • ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିଥିଲେ |
  • ୧୯୨୧ ମାର୍ଚ୍ଚ ୨୩ରେ ସେ କଟକଠାରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ  |
  • ଗାନ୍ଧିଜୀଙ୍କର ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କର ଅଳଙ୍କାର ସାମଗ୍ରୀ ‘ତିଳକ ସ୍ଵରାଜ ପାଣ୍ଡି’କୁ ଦାନ କରିଥିଲେ | ଏହା ପରେ ଗାନ୍ଧୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ |
  • ଖଦୀର ବ୍ୟବହାର, ଚରଖାର  ପ୍ରଚଳନ ଏବଂ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ୱ  ଦେଇଥିଲେ |

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ |

କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?

ଉତ୍ତର : ୧୯୨୦ ଅଗଷ୍ଟ ୧ ରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା | ଉକ୍ତ ଦିନ ପୂର୍ବାହ୍ଣରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ଦେହାନ୍ତ ହୋଇଥିଲା | ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ବିୟୋଗ ଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ସଂଗଠିତ ହେଲା |

ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ?

ଉତ୍ତର : ଭାରତ ଶାସନ ଆଇନ ୧୯୧୯ ରେ ତ୍ରୁଟି, ଅମୃତସର ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହଣ୍ଟର କମିଟିଙ୍କ  ବିବାରଣୀର ପକ୍ଷପାତିତା ତଥା  ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା |

ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ?

ଉତ୍ତର : ଜାଳିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ  ସରକାର ୧୯୧୯ ଅକ୍ଟୋବର ୧୪ ରେ ଲର୍ଡ ହଣ୍ଟରଙ୍କ ନେତୃତ୍ଵରେ ଏକ କମିଟି ଗଠନ କରିଥିଲେ |

ଘ) କଂଗ୍ରେସର କେଉଁ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା ?

ଉତ୍ତର : କଂଗ୍ରେସର ୧୯୨୦ ସେପ୍ଟେମ୍ବର ୪ ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତା ଠାରେ ଏକ ସ୍ଵତନ୍ତ୍ର  ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ୧୯୨୦ ଡିସେମ୍ବର ମାସରେ ନାଗପୁର ଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ  ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା  |

ଙ) “ତିଳକ ସ୍ଵରାଜ ପାଣ୍ଠି” କ’ଣ ପାଇଁ ଗଠନ କରାଯାଇଥିଲା ?                 

ଉତ୍ତର : ଅସହଯୋଗ ଆନ୍ଦୋଳନ ସମୟରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ ଙ୍କ ସ୍ମୃତିରେ “ତିଲକ୍ ସ୍ଵରାଜ ପାଣ୍ଠି” ଗଠିତ ହୋଇଥିଲା | ଅସହଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଏହି ପାଣ୍ଠି ଗଠିତ ହୋଇଥିଲା ଏବଂ ଏହି ପାଣ୍ଠିକୁ ଜନସାଧାରଣ ମୁକ୍ତହସ୍ତରେ ଦାନ କରିଥିଲେ |

ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?

ଉତ୍ତର : ଗାନ୍ଧିଜୀ ଇଂରେଜ ସରକାରଙ୍କୁ ୧୯୨୨ ଫେବୃୟାରୀ ୧ ତାରିଖରେ ଚେତାବନୀ ଦେଲେ ଯେ ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ନଗଲେ ସେ ଆଇନ ଅମାନ୍ୟ  ଆନ୍ଦୋଳନ ଆରମ୍ଭ କରିବେ |

ଛ) ମହାତ୍ମାଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖଲେ ?

ଉତ୍ତର : ୧୯୨୨ ଫେବୃୟାରୀ ୫ରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳର ଚୌରିଚୌରା ନାମକ ସ୍ଥାନରେ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଲେ | ଏହା ଫଳରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ | ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟଥିତ କଲା ତେଣୁ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ |

ଜ) ନାଗପୁର କଂଗ୍ରେସ ଅଧବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେ ଜଣ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ?

ଉତ୍ତର : ନାଗପୁର କଂଗ୍ରେସ ଅଧବେଶନ ୧୯୨୦ ମସିହା ଡିସେମ୍ବର ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ୩୫  ଜଣ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ|

ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ'ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?   

ଉତ୍ତର : ଗୋପବନ୍ଧୁ ଦାସ ୧୯୦୯ ରେ ସାକ୍ଷୀଗୋପାଳ ଠାରେ ଏବଂ ଜାତୀୟତାବାଦ ଶିକ୍ଷା ପ୍ରଦାନ ନିମନ୍ତେ  ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ

ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ କେତେ ଟଙ୍କା ଜୋରିମାନା  କରାଯାଇଥିଲା ଏବଂ କାହିଁକି ?

ଉତ୍ତର : ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ ୨୫  ଟଙ୍କା ଜୋରିମାନା  କରାଯାଇଥିଲା କାରଣ  “ସ୍ଵରାଜ ସଙ୍ଗୀତ” ନାମକ ପ୍ରାଚୀର ପତ୍ର ଛାପି ଥିବାରୁ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ

କ) କେବେ ଗାନ୍ଧିଜୀ ନିଖିଳ  ଭାରତ ଖଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?

ଉତ୍ତର : ୧୯୧୯ ନଭେମ୍ବର

ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?

ଉତ୍ତର : ଡିସେମ୍ବର ୨୩ 

ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କ ଦ୍ୱାରା ବାସନ୍ଦ କରାଯାଇଥିଲା ?

ଉତ୍ତର : ୱେଲ୍ସ୍ ର   ଯୁବରାଜଙ୍କ

ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ?   

ଉତ୍ତର : ୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ରେ

ଙ) ମହତ୍ମାଗାନ୍ଧୀ କେଉଁଦିନ କଟକରେ ଜନସମାବେଶକୁ ଉଦ୍ ବୋଧନ ଦେଇଥିଲେ ?     

ଉତ୍ତର : ୧୯୨୧ ମାର୍ଚ୍ଚ ୨୩

ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?

ଉତ୍ତର : ଲକ୍ଷ୍ମୀ ନାରାୟଣ ମିଶ୍ର

ଛ) ଅଳକା ଅଶ୍ରମ " କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?

ଉତ୍ତର : ଜଗତସିଂହପୁର ଠାରେ

ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ଉତ୍ତର : “ସତ୍ୟ ହେଲେ ସାଂଘାତିକ” ସ୍ତମ୍ଭରେ ସରକାରୀ ବିରୋଧୀ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ଜ) କନିକା ପ୍ରକା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?

ଉତ୍ତର : ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ

ଝ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?

ଉତ୍ତର : “ସମାଜ” ଓ “ଉତ୍କଳ ଦୀପିକା” ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା |

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛି ତାର କ୍ରମିକ ନମ୍ବର ସହିତ ଲେଖ |

କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?

        i.            ୧୯୧୯ ଅକ୍ଟୋବର ୧୪

      ii.            ୧୯୧୯ ଡିସେମ୍ବର ୨୩

    iii.            ୧୯୨୦ ଜୁନ ୯

    iv.            ୧୯୨୦ ଅଗଷ୍ଟ ୧

ଖ)କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?

        i.            ବିଦେଶୀ ଭାଷା ବର୍ଜନ

      ii.            ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ

    iii.            ନିର୍ବାଚନ ବର୍ଜନ

    iv.            ଅସ୍ପୃଶ୍ୟତା ବର୍ଜନ

ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ  ଘୋଷଣା ଅନୁମୋଦନ କରିଥିଲା ?

        i.            ଆଲ୍ଲାହାବାଦ

      ii.            ବର୍ଦ୍ଦୋଳି

    iii.            ଗୋରଖପୁର

    iv.            ନାଗପୁର

ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ ?

        i.            ହରେକୃଷ୍ଣ ମହତାବ

      ii.            ଗୋପବନ୍ଧୁ ଦାସ

    iii.            ଗୋପବନ୍ଧୁ ଚୌଧୁରୀ

    iv.            ଭାଗରଥୀ ମହାପାତ୍ର

ଙ) କେଉଁ ଅନୁଷ୍ଠାନ " ସ୍ଵରାଜ୍ୟ ସମାଚାର' ପତ୍ରିକା ପ୍ରକାଶ କରୁଥିଲା ?

      i.            ସ୍ଵରାଜ ଆଶ୍ରମ

      ii.            ସ୍ଵରାଜ ସେବକସଂଘ

    iii.            ସ୍ଵରାଜ ମନ୍ଦିର

    iv.            ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ

ଉତ୍ତର : କ - ୧୯୧୯ ଅକ୍ଟୋବର ୧୪ , ଖ - ବିଦେଶୀ ଭାଷା ବର୍ଜନ, ଗ - ବର୍ଦ୍ଦୋଳି , ଘ - ଗୋପବନ୍ଧୁ ଦାସ , ଙ - ସ୍ଵରାଜ ମନ୍ଦିର

Ratings
No reviews yet, be the first one to review the product.