Odia Medium Class 10th History 2nd Unit - 2nd Chapter- ଉତ୍କଳ ସମ୍ମିଳନୀର ଗଠନ-Notes

Narayan Panigrahi Sir avatar
Narayan Panigrahi Sir

Language : Odia

LRNR provides this material totally free

ଦ୍ଵିତୀୟ ପାଠ

ଉତ୍କଳସଭା ଗଠନ


  • ୧୮୮୨ ଅଗଷ୍ଟ ୧୬ ରେ କଟକଠାରେ ଗଠିତ ‘ଉତ୍କଳସଭା’ ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ । ଏହାର ପ୍ରଥମ ସଭାପତି ଥିଲେ ଚୌଧୁରୀ କାଶୀନାଥ ଦାସ ଏବଂ ପ୍ରଥମ ସଂପାଦକ ଥିଲେ ଗୌରୀଶଙ୍କର ରାୟ ।

 

  • ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ଵାୟତ୍ତ ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ।

 

  • କଲିକତା ଠାରେ ୧୮୮୬ ଡିସେମ୍ବର ୨୮ରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧିବେଶନରେ ‘ଉତ୍କଳସଭା’ ତରଫରୁ ମଧୁସୂଦନ ଦାସ, ଗୋଲୋକ ଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ଯୋଗ ଦେଇଥିଲେ ।


  • ବଙ୍ଗଳାରେ ସାର ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ନେତୃତ୍ଵରେ ‘ବଙ୍ଗ ଜାତୀୟ ସଭା’ ଗଠନ କରାଯାଇଥିଲା ।

 

ଗଞ୍ଜାମ ଜାତୀୟ ସମିତି ଗଠନ :

 

  • ୧୯୦୩ ମସିହାରେ ରମ୍ଭାଠାରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ଗଞ୍ଜାମ ଜାତୀୟ ସମିତି ନାମକ ଅନୁଷ୍ଠାନ ଗଠନ କରାଯାଇଥିଲା ।


  • ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କୁ ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଖିବା ପାଇଁ ଉଦ୍ୟମ କରିବା ଥିଲା ଏହାର ଉଦ୍ଦେଶ୍ୟ ।


  • ବ୍ରହ୍ମପୁରଠାରେ ଅନୁଷ୍ଠିତ ଏହାର ପ୍ରଥମ ବୈଠକରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ବିଶାଳ ଜନ ସମାବେଶ ‘ଗଞ୍ଜାମ ଜାତୀୟ ସଭା’ ଭାବେ ପରିଚିତ ।


  • ଏହି ସଭାରେ ସଭାପତିତ୍ଵ କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ ଏବଂ ମଧୁସୂଦନ ଦାସ ନିମନ୍ତ୍ରିତ ହୋଇ ଏହି ସଭାରେ ଯୋଗ ଦେଇଥିଲେ । ଗଞ୍ଜାମ ଜାତୀୟ ସଭାର ସଫଳତା ମଧୁବାବୁଙ୍କୁ ସମଗ୍ର ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବା ପାଇଁ ପ୍ରେରଣା ଦେଇଥିଲା ।


  • ଏହି ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କୁ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ଉତ୍ସାହିତ କରିଥିଲେ ।
  • ୧୯୦୩ ମସିନ୍ଦରେ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ଗୌରୀଶଙ୍କର ରାୟ ଏବଂ ମଧୁସୂଦନ ଦାସ ଯୋଗ ଦେଇଥିଲେ ।


  • ମଧୁବାବୁ ଏହି ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ଓ ଗଞ୍ଜାମକୁ ଓଡ଼ିଶା ସହିତ ମିଶ୍ରଣ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆନଯିବାରୁ ମଧୁବାବୁ କଂଗ୍ରେସ ସହ ସଂପର୍କ ଛିନ୍ନ କରିଥିଲେ ।


ଉକ୍ତଳ ସମ୍ମିଳନା ଗଠନ

  • ମଧୁବାବୁ ୧୯୦୩ ମସିହାରେ “ଉତ୍କଳ ସଭା” ଆନୁକୂଲ୍ୟରେ କଟକଠାରେ ଏକ ସଭା ଆହ୍ଵାନ କରିଥିଲେ । ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବାପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବା ପାଇଁ ନିଷ୍ପରି ଗ୍ରହଣ କରାଯାଇଥିଲା |


  • ଏହି ଜାତୀୟ ଅନୁଷ୍ଠାନରେ ନାମ ରଖାଯାଇଥିଲା - “ଉତ୍କଳ ସମ୍ମିଳନୀ” ଏହା ଏକ ଅଣରାଜନୈତିକ ସଂସ୍ଥାରୂପେ କାର୍ଯ୍ୟ ।


ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ :

  • ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ରେ କଟକଠାରେ ଅନୁଷ୍ଠିତ ହୋଇଥିଲା |


  • ଏହି ଅଧିବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଓ ବଙ୍ଗଳାର ଓଡିଆ ପ୍ରତିନିଧି ତଥା ସେହି ଅଙ୍କଳର ତିରିଶ ଜଣ ଗଡଜାତ ରାଜା ଯୋଗ ଦେଇଥିଲେ |


  • ଏହି ଅଧିବେଶନରେ ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁର, କେନ୍ଦୁଝର ରାଜା ଧନୁର୍ଜୟ ଭଞ୍ଜ ଦେୟ, ଆଠଗଡ ରାଜା ବିଶ୍ଵନାଥ ବେବର୍ତ୍ତା ପଟ୍ଟନାୟକ ଏବ ତାଳଚେର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ଯୋଗ ଦେଇଥିଲେ |(ବାଲେଶ୍ଵର ରାଜା ବୈକୁଣ୍ଠନାଥ ଦେ ବାହାଦୁର)


  • ଉତ୍କଳ ସମ୍ମିଳନୀର ଏହି ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ | ଏହି ଅଧିବେଶନରେ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ପରିଚାଳିତ ହୋଇଥିଲା |


  • କୋଲକାତାର “ଅମୃତବଜାର ପତ୍ରିକା”ର ସମ୍ପାଦକ ମୋତିଲାଲ ଘୋଷ ଏହି ଅଧିବେଶନରେ ଯୋଗ ଦେଇଥିଲେ |


  • ଏହି ଅଧିବେଶନରେ ଯୋଗଦେଇଥିବା ସମସ୍ତ ପ୍ରତିନିଧିନକୁ ମଧୁସୂଦନଙ୍କ କଳ୍ପନା ପ୍ରସୂତ ଗୋଲାପି ରଙ୍ଗର ସିଲ୍କ କନାର ଭାରତୀୟ ପଗଡି ପିନ୍ଧିବାକୁ ବାଧ୍ୟ କରାଯାଇଥିଲା |


  • ଓଡିଆ ମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ “ବନ୍ଦେ ଉତ୍କଳ ଜନନୀ” ସ୍ଲୋଗାନ ଦିଆଯାଇଥିଲା | ଏହି ଅଧିବେଶନରେ ସଭାପତିତ୍ଵ କରୁଥିବା ମୟୂରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜ ସମବେତ ସାଧାରଣ ଜନତାଙ୍କୁ “ପ୍ରିୟ ଭାଇମାନେ” ବୋଲି ସମ୍ବୋଧନ କରି ଇତିହାସ ସୃଷ୍ଟି କଲେ |


ରିସଲେ ସାର୍କୁଲାର 

  • ଭାଇସରାୟ ଲର୍ଡ କର୍ଜନଙ୍କ ସରକାର ଗୃହ ସଚିବ ହେନେରୀ ରିସଲେଙ୍କ ପ୍ରସ୍ତାବ ସମ୍ବଳିତ ଦଲୀଳକୁ ରିସଲେ ସାର୍କୁଲାର କୁହାଯାଏ | ୧୯୦୩ ଡିସେମ୍ବର ୩ ରେ ବଙ୍ଗଳା ସରକାରଙ୍କୁ ପଠାଯାଇଥିବା ଏହି ଦଲିଲରେ ଓଡିଆ ଭାଷାଭାଷୀ ସମ୍ବଲପୁର ଓ ଏହାର ଗଡଜାତ ଅଞ୍ଚଳ, ଗଞ୍ଜାମ ଜିଲା ଏବଂ ଗଞ୍ଜାମ ଓ ବିଶାଖାପାଟଣା ଏଜନେ୍ସି ଅଞ୍ଚଳଲକୁ ଓଡ଼ିଶା ଦିଭିଜନରେ ମିଶାଇ ବଙ୍ଗଳା ଶାସନ ଅଧୀନରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା | 


ଉତ୍କଳ ସମ୍ମିଳନୀର ଅନ୍ୟାନ୍ୟ ଅଧିବେଶନ

  • ୧୯୧୨ ମସିହା ଏପ୍ରିଲ ୬ ଓ ୭ ରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।


  • ୧୯୧୪ ଡିସେମ୍ବର ୨୬ ଓ ୨୭ରେ ଉତ୍କଳ ସମ୍ମିଳନୀର ଦଶମ ଅଧବେଶନ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା | ଜୟପୁର ମହାରାଜା ବିକ୍ରମଦେବ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟଥିଲା ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସୀମା ନିର୍ଦ୍ଧାରଣ |



  • ୧୯୧୭ ଡିସେମ୍ବର ୧୧ରେ ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ବରେ ମଣ୍ଟେଗୁ—ଚେମ୍ସଫୋର୍ଡ଼ଙ୍କୁ କଲିକତାଠାରେ ଏକ ଦାବିପତ୍ର ଦିଆଯାଇଥିଲା । ମଣ୍ଡେଗୁ-ଚେମ୍ସଫୋର୍ଡ଼ ଖସଡ଼ାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ କୌଣସି ଯୋଜନା ଉଲ୍ଲେଖ କରାଯାଇ ନଥିବାରୁ ୧୯୧୮ ଡିସେମ୍ବରରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ଅଧବେଶନରେ ଏହାର ଦୃଢ଼ ନିନ୍ଦା କରାଯାଇଥିଲା ।


  • ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଇଥିଲା । ଏହା ଫଳରେ ଉତ୍କଳ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଯାଇଥିଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପ ପାଇଥିଲା ।
  • ମଧୁବାବୁ ଅସହଯୋଗ ଆନ୍ଦୋଳନରେ ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ସହ ସମସ୍ତ ସମ୍ପର୍କ ତୁଟାଇ ଦେଲେ |


  • ଉତ୍କଳ ସମ୍ମିଳନୀର ୧୯୨୪ ମସିହାରେ ଉତ୍କଳ ସମ୍ମିନୀକୁ ପୁନର୍ବାର ସଙ୍ଗଠିତ କରାଯାଇଥିଲା । ୧୯୨୫ରେ କଟକଠାରେ କଳ୍ପତରୁ ଦାସଙ୍କ ସଭାପତିତ୍ଵରେ ଅଧିବେଶନ ବସିଥିଲା |


  • ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବା ଆଗରୁ ୧୯୩୪ ମସିହା ଫେବୃୟାର ୪ ତାରିଖରେ ମଧୁବାବୁ ପ୍ରାଣତ୍ୟାଗ କରିଥିଲେ ।


  • ଉତ୍କଳ ସମ୍ମିଳନୀର ଶେଷ ଅଧିବେଶନ ୧୯୩୫ ଫେବୃୟାରୀ ୧୧ ତାରିଖରେ କଟକଠାରେ ବସିଥିଲା । ଏହି ବୈଠକରେ ପାରଳାଖେମୁଣ୍ଡିର ଉତ୍ତର ତଥା ପୂର୍ବ ଅଂଶ ମଣ୍ଡାସା (ମଞ୍ଜୁଷା)ର ପଶ୍ଚିମ ଅଂଶ ବୁଢାର ସିଂହ ଜମିଦାରୀ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ନିକଟରେ ଦାବି ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା |


  • ୧୯୩୬ ଏପ୍ରିଲ ୧ ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠିତ ହେଲା |



Ratings
No reviews yet, be the first one to review the product.