Odia Medium Class 10th History 2nd Unit - 4th Chapter- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା - Notes

Language : Odia

LRNR provides this material totally free

Odia Medium Class 10th History 2nd Unit - 4th Chapter- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା - Notes



  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା୧୯୩୫ ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ୱୀକୃତି ପ୍ରଦାନ କରିଥିଲେ | କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ଛଅଗୋଟି ଜିଲ୍ଲାକୁ ନେଇ ନୂତନ ଓଡ଼ିଶା ଗଠିତ ହେଲା |ଏହାର ରାଜଧାନୀ ହେଲା କଟକ | ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗ ମାଇଲ ଏବଂ ଲୋକସଂଖ୍ୟା ଥିଲା ୮, ୦୪୩, ୬୮୧ |



  • କେନ୍ଦ୍ରୀୟ ପ୍ରଦେଶରୁ ଖଡିଆ, ପଦ୍ମପୁର, ବିଶାଖାପାଟଣା ଏଜେନ୍ସିଋ ଜୟପୁର ଜମିଦାରୀ ଓ ପଟ୍ଟାଙ୍ଗୀ , ମାନ୍ଦ୍ରାଜ ପ୍ରେସିଡେନ୍ସିରୁ ଘୁମୁସୁର, ଆସ୍କା , ସୋରଡା, କୋଦଳା, ଓ ଛତ୍ରପୁର ଅଣାଯାଇ ଓଡ଼ିଶା ସହିତ ମିଶାଯାଇଥିଲା |ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଅନେକ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା |
  • ରେଭେନ୍ସା କଲେଜର ହଲ୍‌ରେ ୧୯୩୬ ଏପ୍ରିଲ ୧ ତାରଖରେ ଏକ ଆଡ଼ମ୍ବରପୂର୍ଣ ଉତ୍ସବରେ ନୂତନ ଓଡ଼ିଶା ପ୍ରଦେଶ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା |
  • ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟନେ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଥିଲେ ସାର୍.ଜନ୍ ଅଷ୍ଟିନ୍ ହବାକ୍ ଙ୍କୁ ଶପଥ ପାଠ କରାଇଥିଲେ |


  • ନିର୍ବାଚିତ ସରକାର ଗଠିତ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କ ଦ୍ୱାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା | ରାଜ୍ୟପାଳ ଓଡ଼ିଶାର ଶାସନମୁଖ୍ୟ ରହିଥିଲେ ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କୁ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ମନୋନୀତ କରାଯାଇଥିଲା |


୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନ ସଭାପାଇଁ ୧୯୩୭ ମସିହାରେ ନିର୍ବାଚନ ହୋଇଥିଲା | ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ସମୁଦାୟ ଷାଠିଏଟି ଆସନରୁ ଛପନଟି ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଓ ଚାରିଟି ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା | (୧୯୩୭ ଜାନୁୟାରୀ ୧୮ ରୁ ୨୩ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲା)


  • ନିର୍ବାଚନରେ କଂଗ୍ରେସ ଦଳ ସହିତ ଅନ୍ୟ କିଛି ଦଳ ଯଥା –ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜାତୀୟ ଦଳ, କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ସଂଯୁକ୍ତଦଳ ଏବଂ ଖୋଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ଵାଧୀନ ଦଳ ଭାଗ ନେଇଥିଲେ |

  • ଏହି ନିର୍ବାଚନରେ କଂଗ୍ରେସ ୩୬ ଟି ଆସନ, ଜାତୀୟ ଦଳ ଓ ସଂଯୁକ୍ତ ଦଳ ଯଥାକ୍ରମେ ୪ ଟି ଓ ୬ ଟି ଏବଂ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ଦଳ ୧୦ ଟି ଆସନରେ ବିଜୟୀ ହୋଇଥିଲେ |


  • ନିର୍ବାଚନ ପରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ମନ୍ତ୍ରିମଣ୍ଡଳ ଗଠନ କରିବାକୁ ରାଜି ହୋଇ ନଥିଲା | କାରଣ କଂଗ୍ରେସ ଆଶଙ୍କା କରୁଥିଲା ଯେ ୧୯୩୫ ଭାରତ ଶାସନ ଆଇନରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ କ୍ଷମତା ଦ୍ଵାରା ମନ୍ତ୍ରିମଣ୍ଡଳର କ୍ଷମତା ସଙ୍କୁଚିତ ହୋଇଯିବ |

ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସଂଖାଲଘୁ ସଭ୍ୟଙ୍କ ସମର୍ଥନରେ ୧୯୩୭ ଏପ୍ରିଲ ୧ ରେ ମନ୍ତ୍ରିମଣ୍ଡଳ ଗଠନ କଲେ | ସେ ହେଲେ ସ୍ଵତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ | ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲବୀ ଲତିଫୁର ରେହମାନ ଏହି ମନ୍ତ୍ରିମଣ୍ଡଳରେ ଅନ୍ୟ ଦୁଇଜଣ ମନ୍ତ୍ରୀ ଥିଲେ |


  •  ଗଭର୍ଣ୍ଣର ଜେନେରାଲଙ୍କ ପ୍ରାଦେଶିକ ମନ୍ତ୍ରୀମଣ୍ଡଳଗୁଡ଼ିକ ପ୍ରତି ସହଯୋଗ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହେବାରୁ ୧୯୩୭ ଜୁଲାଇ ୧୩ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲା ।


  • ଗଭର୍ଣ୍ଣରଙ୍କ ଔପଚାରିକ ନିମନ୍ତ୍ରଣ କ୍ରମେ ୧୯୩୭ ଜୁଲାଇ ୧୯ ତାରିଖ ଦିନ କଂଗ୍ରେସ ବିଧାୟକ ଦଳର ନେତା ବିଶ୍ଵନାଥ ଦାସ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ | ଅନ୍ୟ ଦୁଇଜଣ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍ ଗୋ ଓ ବୋଧରାମ ଦୁବେ ଏବଂ ଚାରିଜଣ ପାର୍ଲାମେଣ୍ଟାରି ସେକ୍ରେଟାରୀ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ପ୍ୟାରିଶଙ୍କର ରାୟ ଓ ରାଧାକୃଷ୍ଣ ବିଶ୍ଵାସରାୟ ଶପଥ ଗ୍ରହଣ କରିଥିଲେ |


  • ୧୯୩୭ ଜୁଲାଇ ୨୮ରେ ରେଭେନ୍ସା କଲେଜ ହଲ୍‌ରେ ଆହୂତ ପ୍ରଥମ ବିଧାନ ସଭାର ପ୍ରଥମ ଅଧିବେଶନରେ ମୁକୁଦ ପ୍ରସାଦ ଦାସ ଓ ନନ୍ଦକିଶୋର ଦାସ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ରୂପେ ନିର୍ବାଚିତ ହୋଇଥିଲେ ।
  • କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାପରେ ରାଜ୍ୟପାଳ ୧୯୩୫ ଭାରତ ଶାସନ ଆଇନର ଧାରା ୯୩ ଅନୁଯାୟୀ ପ୍ରଦେଶ ଶାସନର ପ୍ରତ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଥିଲେ ।


  • ୧୯୪୧ ଏପ୍ରିଲ ୧ ତାରିଖରେ ଉଇଲିୟମ୍ ଲୁଇସ୍ ରାଜ୍ୟପାଳ ଦାୟିତ୍ଵ ନେଲେ |
  • କୃଷ୍ଣଚନ୍ଦ୍ର ଗଜପତିଙ୍କ କାର୍ଯ୍ୟକାଳ ସମୟରେ ସମୟରେ ଓଡିଆମାନଙ୍କର ଦୁଇଟି ଆକାଂକ୍ଷା ଫଳବତୀ ହୋଇ ପାରିଥିଲା | ତାହା ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ ଓ କଟକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା | ୧୯୭୪ ମେ ୨୫ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପ ପାରଳାଖେମୁଣ୍ଡିଠାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।
  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ୧୯୪୬ ଏପ୍ରିଲ ୨୩ ତାରିଖରେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ |


  • ହରେକୃଷ୍ଣ ମହତାବ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ନେତୃତ୍ଵ ନେଇଥିଲେ | ଏହି ସମୟ ମଧ୍ୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନାର ଆରମ୍ଭ ଓ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ହେଲା |





Ratings
No reviews yet, be the first one to review the product.