• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History 3rd Unit - 5th Chapter- ତୃତୀୟ ଅଧ୍ୟାୟ - ପଞ୍ଚମ ପାଠ–ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ - Notes

Odia Medium Class 10th History 3rd Unit - 5th Chapter- ତୃତୀୟ ଅଧ୍ୟାୟ - ପଞ୍ଚମ ପାଠ–ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ - Notes

Narayan Panigrahi Sir avatar
Narayan Panigrahi Sir

Language : Odia

LRNR provides this material totally free

ପଞ୍ଚମ ପାଠ

ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

  • ୧୯୪୬ ରୁ ୧୯୬୪ ମସିହା ପର୍ଯ୍ୟନ୍ତ ସମୟକୁ ଭାରତରେ “ନେହେରୁ ଯୁଗ” ବୋଲି କୁହାଯାଏ | ନେହେରୁଙ୍କ ଦୃଢ ବିଶ୍ଵାସ ଥିଲା ଯେ କେବଳ ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳର ବିନିଯୋଗ ପ୍ରଭୃତି ଭାରତର ଗୁରୁତର ସମସ୍ୟା ଗୁଡିକର ସମାଧାନ କରିପାରିବ |

 

ବିଜ୍ଞାନ ଓ ବୈଷୟିକ ଶିକ୍ଷା ତଥା ଗବେଷଣା ବ୍ୟବସ୍ଥା:-  

  • ଭାରତରେ ବୈଜ୍ଞାନିକ ଓ ବୈଷୟିକ ଗବେଷଣାର ଅଗ୍ରଗତି ପାଇଁ ୧୯୪୭ ମସିହା ଜାନୁୟାରୀ ୪ ତାରିଖରେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ଏହି ଗବେଷଣା ଅନୁଷ୍ଠାର ନାମ ରଖାଯାଇଥିଲା "ଜାତୀୟ ଭୌତିକ  ପରୀକ୍ଷାଗାର" |


  • ଏହା ପରେ ଭାରତର ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣାର ଗୁରୁତ୍ଵ ଉପଲବ୍‌ଧ କରି ନେହେରୁ “ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ” ଗଠନ କରି ସେ ନିଜେ ଏହାର ଅଧ୍ୟକ୍ଷ ହୋଇଥିଲେ |


  • ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ୨୨ ଜଣିଆ କମିଟି ଗଠନ କରାଗଲା | କମିଟିର ସୁପାରିସ ଅନୁଯାୟୀ ଆମେରିକାର ମାଶାଚୁସେଟସ୍ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଭାରତରେ କେତୋଟି “ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ” ଗଠନର ପ୍ରସ୍ତାବ ଦିଆଗଲା |


  • ୧୯୫୧ ଅଗଷ୍ଟ ୧୮ରେ ଭାରତର ତତ୍କାଳୀନ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାବ ଖଡ଼ଗପୁର ଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନର ଶୁଭାରମ୍ଭ କରିଥିଲେ | ପରେ ପରେ ବମ୍ବେ  ଦିଲ୍ଲୀ, ମାଡ୍ରାସ, କାନପୁର ଓ ଭୁବନେଶ୍ୱର ଠାରେ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଅଛି | ବିଂଶ ଶତାବ୍ଦୀର ଶେଷଦଶକରୁ ଭାରତବର୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଥିଲା |

 

କୃଷି ଓ ଶିଳ କ୍ଷେତ୍ରରେ ଅଗ୍ରଗତି :

 

  • କୃଷି କ୍ଷେତ୍ରରେ ବିଜ୍ଞାନ ଶିକ୍ଷାର ବ୍ୟାପକ ପ୍ରୟୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା | ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର ଓ ଅଧିକ ଉତ୍ପାଦନକ୍ଷମ ବିହନର ବହୁଳ ବ୍ୟବହାର ହୋଇଥିଲା |


  • ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମରେ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା |


  • ୧୯୭୩ ମସିହାରେ “ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ଼" ନାମକ ଏକ ସରକାରୀ ସଂସ୍ଥା ଆତ୍ମପ୍ରକାଶ କରିଥିଲା | ଏହି କମ୍ପାନୀ ଭାରତରେ ପ୍ରତିଷ୍ଠା କରାଯାଉଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନେଇଥିଲା | ସେତେବେଳେ ବୋକାରୋ, ଭିଲାଇ, ଦୁର୍ଗାପୁର, ରାଉରକେଲା ଓ ବର୍ଣ୍ଣପୁର ଠାରେ ସରକାରୀ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା |


ପରମାଣୁ ଶକ୍ତିର ବିକାଶ :

 

  • ୧୯୪୮ ଅଗଷ୍ଟ ମାସରେ ଭାରତ ସରକାର ପରମାଣୁ ଶକ୍ତି ଆୟୋଗ ଗଠନ କରିଥିଲେ | ବିଶିଷ୍ଟ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଏହାର ଅଧ୍ୟକ୍ଷ ଥିଲେ | ୧୯୫୪ ରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଗଲା |


  • ୧୯୫୬ରେ ଟ୍ରମ୍ବେଠାରେ ଭାରତର ପ୍ରଥମ ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଗଲା | ୧୯୫୬ ରେ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହା ହେଉଛି ଭାରତର ସର୍ବବୃହତ୍ ଆଣବିକ ଗବେଷଣା କେନ୍ଦ୍ର | ଏହାର ଅଧୀନରେ ଅପସରା , ସର୍କସ, ଜେରଲିନା, ଧ୍ରୁବ , ପ୍ରଥମ ଓ ଦ୍ଵିତୀୟ ପୂର୍ଣ୍ଣିମା, କାମିନୀ ପ୍ରଭୃତି ଗୋଟିଏ ପରେ ଗୋଟିଏ ରିଆକ୍ଟର କାର୍ଯ୍ୟକ୍ଷମ ହେବାକୁ ଲାଗିଲା |


  •  ଭାବା ଆଣବିକ ଗବେଷଣା କେନ୍ଦ୍ର ତତ୍ତ୍ୱାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକରେ ଗଢି ଉଠିଥିଲା । ୧୯୮୪ ରେ ଇନ୍ଦୋର ଠାରେ ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା ।


  • ୧୯୭୪ ମେ ୧୮ ରେ  ରାଜସ୍ଥାନର ପୋଖରାନ୍ ରେ ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କରିଥିଲା । ୧୯୯୮ ମେ ୧୧ ଓ ୧୩ରେ ଦ୍ଵିତୀୟ ଥର ପାଇଁ ପୋଖରାନ୍‌ଠାରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା ।


ପ୍ରତିରକ୍ଷା ଗବେଷଣା :

 

  • ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଥିବାରୁ ସୋଭିଏତ୍ ରୁଷ ସହାୟତାରେ ସାମରିକ ପ୍ରଯୁକ୍ତି ବିଦ୍ୟାକୁ ଭାରତରେ ବିକଶିତ କରାଯାଇଥିଲା ।
  • ୧୯୫୮ରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଗଠନ ହୋଇଥିଲା |


  • ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେଲା | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି, ପୃଥିବୀ, ଧନୁଶ, ଆକାଶ, ତ୍ରିଶୂଳ, ନାଗ, ଶୌର୍ଯ୍ୟ ଓ ବ୍ରହ୍ମୋସ ପ୍ରଭୃତି କ୍ଷେପଣାସ୍ତ୍ର ବିକାଶ କରାଗଲା |


  • ପ୍ରତିରକ୍ଷା ପାଇଁ ବ୍ୟବହୃତ ଯାନବାହନ, ଗୋଳାବାରୁଦ, ବୈଦ୍ୟୁତିକ ଯନ୍ତ୍ରପାତି ମଧ୍ୟ ଭାରତରେ ଉତ୍ପାଦିତ ହେଉଛି | ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଓ ନିକଟସ୍ଥ ହୁଇଲର ଦ୍ଵିପରୁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଏ |

 

ମହାକାଶ ଗବେଷଣା :

 

  • ୧୯୬୨ରେ ଭାରତର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସେହି ବର୍ଷ ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ ସମିତି ପ୍ରତିଷ୍ଠା କରାଗଲା |
  • ୧୯୬୯ରେ “ଭାରତୀୟ ମହାକାଶ ଗବେଷଣା” ସଂଗଠନ ପ୍ରତିଷ୍ଠା ହୋଇଥିଲା | ୧୯୭୨ରେ ମହାକାଶ ଆୟୋଗ ପ୍ରତିଷ୍ଠା କରାଯାଇଥିଲା |

  • ୧୯୬୩ ମସିହାରେ କେରଳର ଥିରୁବନନ୍ତପୁରମ୍ ଠାରେ ଏକ ରକେଟ୍ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା | ଏହାର ନାମ ଥିଲା ଥୁମ୍ବା ବିଷୁବୀୟ ରକେଟ ଉତ୍‌କ୍ଷେପଣ କେନ୍ଦ୍ର | ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଉପଗ୍ରହ ପ୍ରେରଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା |


  • କୃତ୍ରିମ ଉପଗ୍ରହଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା କରିବାକୁ ମହାରାଷ୍ଟ୍ରର ଆରଭିଠାରେ ଏକ ଉପଗ୍ରହ ଯୋଗାଯୋଗ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା |“ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର” ପ୍ରସିଦ୍ଧ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଦ୍ଵାରା  ପ୍ରତିଷ୍ଠା ହୋଇଥିଲା |


  • ୧୯୭୫ ଏପ୍ରିଲ ୧୯ ରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହକୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଗଲା | ଏହାର ନାମ ରଖାଗଲା “ଆର୍ଯ୍ୟଭଟ୍ଟ” |


  • ୧୯୭୯ ଜୁନ ୭ ରେ “ଭାସ୍କର ପ୍ରଥମ” ନାମକ ଅନ୍ୟ ଏକ ଭାରତୀୟ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରିତ ହେଲା | ଏହି ଦୁଇଟି ଉପଗ୍ରହର ଉତକ୍ଷେପଣ ପାଇଁ ଋଷିଆ ବୈକାନୁରରେ ଥିବା ଉତକ୍ଷେପଣ ବ୍ୟବସ୍ଥାର ସହଯୋଗ ନିଆଯାଇଥିଲା |


  • ୧୯୮୧ ଜୁନ ୧୯ ରେ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ “ଆପଲ” ମହାକାଶକୁ ପ୍ରେରଣ କରାଗଲା |


  • ନାଗାଲାଣ୍ଡର କୋହିମା ଓ ତ୍ରିପୁରାର ଅଗରତାଲା ଠାରେ ଇ – ଅଧ୍ୟୟନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆଞ୍ଚଳିକ ଅନୁଷ୍ଠାନମାନ ରହିଛି |



Ratings
No reviews yet, be the first one to review the product.