• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History - 4th - Unit - 3rd Chapter- ଚତୁର୍ଥ ଅଧ୍ୟାୟ - ତୃତୀୟ ପାଠ– କୃଷିର ବିକାଶ - Notes

Odia Medium Class 10th History - 4th - Unit - 3rd Chapter- ଚତୁର୍ଥ ଅଧ୍ୟାୟ - ତୃତୀୟ ପାଠ– କୃଷିର ବିକାଶ - Notes

Narayan Panigrahi Sir

Language : Odia

LRNR provides this material totally free

ତୃତୀୟ ପାଠ -

କୃଷିର ବିକାଶ

  • ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ କର୍ଣ୍ଣୱାଲିସଙ୍କ ଦ୍ଵାରା ୧୭୯୩ ରେ ଆରମ୍ଭ କରାଯାଇଥିଲା | ଏହି ବନ୍ଦୋବସ୍ତ ଖସଡା କରିଥିଲେ ସାର ଜନ ସୋର |


  • ଓଡ଼ିଶାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯଥାଶୀଘ୍ର ଜମିଦାରେ ପ୍ରଥା ଉଚ୍ଛେଦ କରିବାର ସୂଚନା ପ୍ରଦାନ କରିଥିଲେ ଓ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ | ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା | ୧୯୫୫ ମସିହାରେ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟିଦିଆଗଲା ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ |


  • ୧୯୭୬ ରେ ଗୋତିପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତିପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଗଲା | କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସଂସ୍ଥାମାନ ଗଠନ କରାଗଲା | ସରକାରୀ ମୂଳଧନରେ ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା |


  • ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ “ତକାଭି” ଋଣ ଦିଆଗଲା | ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସରକାର “ଟେଷ୍ଟ ରିଲିଫ” କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କଲେ |


  • ଟେଷ୍ଟ ରିଲିଫ ଏପରି ଏକ କାର୍ଯ୍ୟ ବ୍ୟବସ୍ଥା ଯାହା ସରକାରୀ ଅର୍ଥରେ କାର୍ଯ୍ୟ ହୁଏ | ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସରକାର ଗାଁ ଗହଳିରେ ଟେଷ୍ଟ ରିଲିଫ କାମର ବ୍ୟବସ୍ଥା କରନ୍ତି |


  • ଫଳ ଚାଷ ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ , ଓ ଜି. ଉଦୟଗିରି କେନ୍ଦ୍ରମାନ ପ୍ରତିଷ୍ଠା କରଗଲା  | ଏଠାରେ ଫଳଗଛ ଚାରା ଓ କଲମୀ ପ୍ରସ୍ତୁତ ହୋଇ କୃଷକମାନଙ୍କୁ ବିତରଣ କରାଗଲା |


ଜଳସେଚନ ଓ ବନ୍ୟାନିୟନ୍ତ୍ରଣ

  • ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ପାଇଁ ଓଡ଼ିଶାରେ ସର୍ବବୃହତ ମହୁମୁଖୀ ଯୋଜନା ଥିଲା ହୀରାକୁଦ ନଦୀବନ୍ଧ ଯୋଜନା | ଏହି ଯୋଜନାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା କରିବା ଓ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିବା | ହୀରାକୁଦ ଜଳ ଭଣ୍ଡାରରେ ମାଛ ଚାଷ କରିବା ଥିଲା ଅନ୍ୟ ଏକ ଉଦ୍ଦେଶ୍ୟ |ହୀରାକୁଦ ନଦୀବନ୍ଧ ୧୯୪୮ ରେ ଆରମ୍ଭ ହୋଇ ୧୯୫୬ରେ ସମାପ୍ତ ହୋଇଥିଲା |


  • ଆନ୍ଧ୍ରପ୍ରଦେଶର ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପର କୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜାନା, ରେଙ୍ଗାଲି ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳ ସେଚନ କ୍ଷେତ୍ରରେ ବେଶ ସହାୟକ ହୋଇପାରିଛି |ପଶୁମାନଙ୍କ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ୧୯୪୯ ମସିହାରେ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି |


  • ଓଡ଼ିଶାରେ କୃଷିର ବିକାଶ ପାଇଁ ସମୟ କ୍ରମେ କୃଷିବିଭାଗ ଅଧୀନରେ ୪ ଗୋତି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି | ସେଗୁଡିକ ହେଲା କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ | ୧୯୭୬ରୁ ଅନେକ ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି |


  • “ଅଭାବୀ ବିକ୍ରି” ର ସମସ୍ୟାରୁ ରକ୍ଷାପାଇବା ପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି |


Ratings
No reviews yet, be the first one to review the product.