• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History - 4th - Unit - 4th Chapter- ଚତୁର୍ଥ ଅଧ୍ୟାୟ - ଚତୁର୍ଥ ପାଠ - ଶିଳ୍ପର ବିକାଶ - Notes

Odia Medium Class 10th History - 4th - Unit - 4th Chapter- ଚତୁର୍ଥ ଅଧ୍ୟାୟ - ଚତୁର୍ଥ ପାଠ - ଶିଳ୍ପର ବିକାଶ - Notes

Narayan Panigrahi Sir

Language : Odia

LRNR provides this material totally free

ଚତୁର୍ଥ ପାଠ

ଶିଳ୍ପର ବିକାଶ

  • ସ୍ଵାଧିନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ଗୋଟିଏ କାଗଜ କଳା, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା ଓ ୨ ଟି ଚିନିକଳ ଥିଲା |୨ ଟି ମୁଖ୍ୟ କାରଣରୁ ଓଡ଼ିଶାରେ ଶିଳ୍ପାୟନ ସମ୍ଭବ ହୋଇନଥିଲା | ଯଥା – ଉଦ୍ୟୋଗ ପତିଙ୍କର ଅଭାବ ଓ ପୁଞ୍ଜିର ଅଭାବ |


  • ୧୯୪୬ ରେ ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ୨ୟ କଂଗ୍ରେସ ମଣ୍ଡଳ ଦାୟିତ୍ଵ ନେବା ଦିନଠାରୁ ଓଡ଼ିଶାରେ ଶିଳ୍ପର ବିକାଶ ଆରମ୍ଭ ହୋଇଥିଲା | ୧୯୪୯ - ୫୦ ଆର୍ଥିକ ବର୍ଷରେ ଜଯପୁର ଓ ବିଶାଖାପାଟଣା ମଧ୍ୟରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କଲେ |


  • ସେହି ଆର୍ଥିକ ବର୍ଷରେ ଓଡ଼ିଶାର ରେଳପଥର ବିକାଶ ନିମନ୍ତେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କଲେ ହୀରାକୁଦ ନଦୀବନ୍ଧ ଯୋଜନା ୧୯୫୭ରୁ କାର୍ଯ୍ୟକାରୀ ହୋଇଛି |


  • ସ୍ଵାଧୀନତା ପରେ କଟକ ଜିଲ୍ଲାର ଚୌଦ୍ଵାର ଠାରେ “ଓଡ଼ିଶା ଟେକ୍ସଟାଇଲ ମିଲ୍” ନାମକ ଏକ ଲୁଗାକଳ ପ୍ରତିଷ୍ଠା କରାଗଲା |ହୀରାକୁଦ ନଦୀବନ୍ଧ ଯୋଜନାର ଚାହିଦା ମେଣ୍ଟାଇବା ନିମନ୍ତେ ଡାଲମିଆ କମ୍ପାନୀକୁ ରାଜଗାଙ୍ଗପୁର ଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଗଲା | ଏଥିପାଇଁ ସରକାର ୪୦ ଲକ୍ଷଟଙ୍କାର ଅଂଶଧନ କିଣିଲେ ଓ ଭବିଷ୍ୟତରେ ସିମେଣ୍ଟ କିଣିବା ପାଇଁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଲେ |


  • ୧୯୪୭ – ୧୯୪୮ ଆର୍ଥିକ ବର୍ଷରେ ଓଡିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଏକ ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସର୍ବେକ୍ଷଣ ଆରମ୍ଭ ହେଲା |


  • ଓଡ଼ିଶାରେ ଶିଳ୍ପବିକାଶର ସମ୍ଭାବନା ଓ ଯୋଜନା ତିଆରି କରିବା ପାଇଁ ଆମେରିକରୁ ଡେଭିଡ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରମର୍ଶଦାତାଙ୍କୁ ଓଡ଼ିଶା ଅଣାଗଲା ୧୯୪୭ – ୪୮ ସମବାୟ ସମିତିର ସଂଖ୍ୟା ଥିଲା ୧୩୩ | ଦିଲ୍ଲୀରେ ଥିବା କୁଟୀର ଶିଳ୍ପ ସଂଗ୍ରହାଳୟରେ ଏକ ଓଡ଼ିଶା ଅନୁଭାଗ ସଂଯୋଗ କରାଗଲା |୧୯୭୫ ମସିହାରେ ପାରଦ୍ୱୀପକୁ ରେଲଲାଇନ ଦ୍ଵାରା ସଂଯୁକ୍ତ କରାଗଲା | ୨୦୦୦ ମସିହା ବେଳକୁ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଅନ୍ୟ ଏକ ବନ୍ଦର କାର୍ଯ୍ୟ ଆରମ୍ଭ କଲା |


  • ଜର୍ମାନୀର ବୈଷୟିକ ସହୟତାକୁ ଆଧାର କରି ରାଉରକେଲାରେ ପ୍ରତିଷ୍ଠିତ ହେଲା ଇସ୍ପାତ କାରଖାନା | ଏହା ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଦ୍ଵାରା କାର୍ଯ୍ୟକ୍ଷମ ହୋଇଛି |


  • କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍ସାଇଟ ଖଣିର ସନ୍ଧାନ ମିଳିବା ପରେ ଓଡ଼ିଶାରେ ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ହେଲା | ଗୋଟିଏ କୋରାପୁଟ ଜିଲ୍ଲାର ଦାମନୋଯୋଡି ଓ ଅନୁଗୁଳ ଜିଲ୍ଲାର ଅନୁଗୁଳ ଠାରେ | ଏହି କମ୍ପାନୀର ନାମ ହେଲା “ଜାତୀୟ ଆଲୁମିନିୟମ କମ୍ପାନୀ” (NALCO) | ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ୧୯୮୧ ମସିହାରୁ ଭାବନେଶ୍ଵରରେ କାମ କରୁଛି | ୧୯୭୧ ମସିହାରେ ଭାରତୀୟ ସାରଣ୍ୟଗମ ତାଳଚେର ଠାରେ ଏକ ସାରକାରଖାନା ପ୍ରତିଷ୍ଠା କରିଥିଲେ | ପାରାଦୀପ ଠାରେ ଏକ ସାର କାରଖାନା ୧୯୮୧ରେ ପାରାଦୀପ ଫସଫେଟ୍ସ ଲିମିଟେଡ ନାମରେ ଆତ୍ମପ୍ରକାଶ କଲା |


  • ସୁନାବେଦାରେ ପ୍ରତିଷ୍ଠିତ ହୋଇଛି ମିଗ ବିମାନର ଇଞ୍ଜିନ ତିଆରି କାରଖାନା | ଏହା ସୋଭିଏତ ଋଷିଆର ସହଯୋଗରେ ନିର୍ମିତ ହୋଇଛି |


  • ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୂର୍ତ୍ତିକା କାରଖାନା ପ୍ରତିଷ୍ଠା କରିଛି ଏବଂ ତାଳଚେର ଠାରେ ଭାରି ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି | ବଡମାଳଠାରେ ପ୍ରତିଷ୍ଠା ହୋଇଛି ଏକ ଗୋଲାବାରୁଦ କାରଖାନା |


  • ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠିତ କେତୋଟି ପ୍ରମୁଖ ଶିଳ୍ପ – ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ କୂଳରେ ଜୟଶ୍ରୀ ରସାୟନ କାରଖାନା


  • ରାୟଗଡା ଜିଲ୍ଲାର ଥିରୁଭାଲି ଠାରେ ଫେରୋସିଲିକନ୍ କାରଖାନା


  • କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଠାରେ ଫେରୋ ମାଙ୍ଗାନିଜ କାରଖାନାସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓ ବରଗଡ଼ ଜିଲ୍ଲାର ବରଗଡ଼ ଠାରେ ସିମେଣ୍ଟ କାରଖାନାବାଲେଶ୍ଵର ଠାରେ ଟାୟାର କାରଖାନା


  • ଲାଞ୍ଜିଗଡ ଠାରେ ବେଦାନ୍ତ ଆଲୁମିନା ଲିମିଟେଡ଼୍ ର ଆଲୁମିନା କାରଖାନା


  • କଳିଙ୍ଗନଗର ଠାରେ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ସ୍ଥାପିତ ଇସ୍ପାତ କାରଖାନା


  • କୃଷିଭିତ୍ତିକ ଶିଳ୍ପକ୍ଷେତ୍ରରେ ପ୍ରଥମ ଶିଳ୍ପଟି ଥିଲା ୧୯୪୯ ମସିହାରେ ଚୌଦାରଠାରେ ପ୍ରତିଷ୍ଠିତ ଓଡ଼ିଶା ଲୁଗା କାରଖାନା | ପରେ ଓଡ଼ିଶାର ୬ ଟି ସ୍ଥାନରେ ସୂତକାରଖାନା ପ୍ରତିଷ୍ଠା କରାଯାଇଥିଲା ଯାଜପୁର ଜିଲ୍ଲାର ଧାନମଣ୍ଡଳରଠାରେ ଏକ ଝୋଟ କଳ ପ୍ରତିଷ୍ଠା କରାଯାଇଛି |


କାଗଜକଳ ଗୁଡିକ ମଧ୍ୟରେ ପ୍ରମୁଖ ହେଲା ଚୌଦ୍ଵାର ଠାରେ ଥିବା ଟିଟାଗଡ ପେପର ମିଲ, ବ୍ରଜରାଜନଗରରେ କାଗଜ କଳ, ରାୟଗଡ଼ାଠାରେ ଜେ. କେ. କାଗଜ କଳ ଓ କୋରାପୁଟ ରେ ସେବା କାଗଜ କଳ |

  • ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶ ; ଓଡ଼ିଶାରେ ଗଚ୍ଛିତ ଥିବା ବିପୁଳ ଲୁହାପଥରକୁ ଆଧାର କରି ଲୌହ ଓ ଇସ୍ପାତ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କମ୍ପାନୀ ସହିତ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ଵାକ୍ଷର କରିଛନ୍ତି | ସେଗୁଡିକ ହେଲା –ପୋସ୍କୋ ସହିତ ପାରାଦ୍ଵୀପ ନିକଟରେ ନିର୍ମାଣ ହେବାକୁ ଥିବା ବୃହତ ଲୌହ ଇସ୍ପାତ କାରଖାନା |


  • ଟାଟା ଷ୍ଟିଲ ସହିତ ଡୁବୁରି ଠାରେ ହେବାକୁ ଏକ ଲୌହ ପ୍ରକଳ୍ପ |


  • ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା |


  • ଜିନ୍ଦଲ ଷ୍ଟିଲ ଓ ପାୱାର ତରଫରୁ କେନ୍ଦୁଝର ଓ ଅନୁଗୁଳ ଠାରେ ସ୍ଥାପିତ ହେବାକୁ ଲୌହ ପ୍ରକଳ୍ପ |


  • ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ |ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ | ଏଠାରେ ସୂଚନା ଶିଳ୍ପର ବଡବଡ କମ୍ପାନୀ ଯଥା : ଟାଟା କନସଲଟାନ୍ସି ସର୍ଭିସ, ଇନ୍ଫୋସିସ, ଉଇପ୍ରୋ ଓ ସତ୍ୟମ ମହିନ୍ଦ୍ରା କାର୍ଯ୍ୟରତ | 







Ratings
No reviews yet, be the first one to review the product.