• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History - 4th - Unit - 5th Chapter- ଚତୁର୍ଥ ଅଧ୍ୟାୟ - ପଞ୍ଚମ ପାଠ - ଭିତ୍ତିଭୂମିର ବିକାଶ- Notes

Odia Medium Class 10th History - 4th - Unit - 5th Chapter- ଚତୁର୍ଥ ଅଧ୍ୟାୟ - ପଞ୍ଚମ ପାଠ - ଭିତ୍ତିଭୂମିର ବିକାଶ- Notes

Narayan Panigrahi Sir

Language : Odia

LRNR provides this material totally free

ପଞ୍ଚମ ପାଠ - ଭିତ୍ତିଭୂମିର ବିକାଶ

ସାମାଜିକ ଐକ୍ୟ ଓ ଅର୍ଥନୈତିକ ସମୃଦ୍ଧି ପ୍ରଥମ ଆବଶ୍ୟକତା ହେଉଛି ଭିତ୍ତିଭୂମି | ଗୋଟିଏ ଦେଶ ବା ପ୍ରଦେଶର ଉନ୍ନତି ତା’ର ସାମାଜିକ ଓ ଆର୍ଥନୀତିକ ବିକାଶ ଉପରେ ନିର୍ଭରଶିଳ | ଅନୁକୂଳ ଓ ଦୃଢ ଭିତ୍ତିଭୂମି ଥିଳୀ ସାମାଜିକ ଓ ଆର୍ଥନୀତିକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତ ସମ୍ଭବ ହୁଏ |

୧୯୪୬ ମସିହା ପରଠାରୁ ଓଡ଼ିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେଲା | କେତୋଟି ନିର୍ଦ୍ଦିଷ୍ଟ ଆଧାରକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୁଏ | ସେଗୁଡିକ ହେଲା ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନା ଗମନର ସୁବିଧା, ପରିବହନ ପାଇଁ ସୁବିଧା ସୁଯୋଗ, ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ଯୋଗାଯୋଗମ ମାନବସମ୍ବଳର ବିକାଶ, ଶ୍କତିକ୍ଷେତ୍ରର ବିକାଶ, ଅର୍ଥଯୋଗାଣ ବ୍ୟାବସ୍ଥା, ପର୍ଯ୍ୟଟନ ପାଇଁ ଆତିଥ୍ୟଯୋଗାଣର ବ୍ୟବସ୍ଥା , ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ, ସରକାରୀ ପ୍ରୋତ୍ସାହନ | ଏହି ସବୁ ବ୍ୟବସ୍ଥା ବିକଶିତ ହେଲେ ରାଜ୍ୟରେ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ସଂହତି ସମ୍ଭବ ହେବ କୃଷିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ :

ଓଡ଼ିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି | ଓଡ଼ିଶାରେ ଶତକଡା ୬୫ ଭାଗ ଲୋକ କୃଷିକ୍ଷେତ୍ରରେ କାମ କରନ୍ତି | କୃଷିପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ବିଭାଗୁଡିକ ହେଲା ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାର ବିହନ ଯୋଗାଣ, ରୋଗପୋକ ନିୟନ୍ତ୍ରଣ, କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ହୀରାକୁଦ ନଦୀ ବନ୍ଧ ଯୋଜନା ଦ୍ଵାରା ବରଗଡ଼ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହେଉଛି | ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ ନଦୀବନ୍ଧ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ ଓଡ଼ିଶାର ଅନେକ ଅଞ୍ଚଳରେ ଜଳସେଚନର ସୁବିଧା କରିପାରିଛି କୃଷି ସମ୍ପର୍କୀୟ କେନ୍ଦ୍ରୀୟ ଗବେଷଣାଗାର ଗୁଡିକ ହେଲା –

କଟକ – କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର

ସାକ୍ଷୀଗୋପାଳ – ନାରିକେଳ ଗବେଷଣା କେନ୍ଦ୍ର

କୌଶଳୟାଗଙ୍ଗା – କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର

ଓଡ଼ିଶାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ ଗୁଡିକ ହେଲା –ଭୁବେନଶ୍ଵର – ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ ଚିପିଲିମା – କୃଷି ମହାବିଦ୍ୟାଳୟ

ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥା

ଓଡ଼ିଶା ଦେଇଯାଇଥିବା ରାଜପଥର ସଂଖ୍ୟାଥିଲା ପାଞ୍ଚ | ବର୍ତ୍ତମାନ ଏହା ୨୨ ରେ ପହଞ୍ଚିଛି | ଓଡ଼ିଶାରେ ଏହି ଜାତୀୟ ରାଜପଥ ଗୁଡିକର ଦୈର୍ଘ୍ୟ ୪୫୧୦ କି. ମି. | ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗହଳରେ ଅନେକ ପକ୍କା ରାସ୍ତା ନିର୍ମାଣ କରାଯାଇ ପାରିଛିରେଳପଥ : 

ଭାରତରେ ରେଳପଥ ୧୮୫୩ ରେ ଆରମ୍ଭ ହୋଇଥିଲା | ଓଡ଼ିଶାରେ ୧୮୯୭ ରେ ପ୍ରଥମେ ରେଳଗାଡି ଚାଲିଥିଲା | ସେହି ବର୍ଷ ଧାନମଣ୍ଡଳ କୋଲାଘାଟ ଓ ଖୋର୍ଦ୍ଧାରୋଡ଼ ରାଜମହେନ୍ଦ୍ରୀ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା | ଓଡ଼ିଶା ଦେଇ ଯାଇଥିବା ରେଳପଥର ଦୈର୍ଘ୍ୟ ଥିଲା ୩୫୮ କି. ମି. | ସ୍ଵାଧିନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ରେଳପଥର ଦୈର୍ଘ୍ୟ ଥିଲା ମାତ୍ର ୯୧୪ କି. ମି୧୯୯୬ ମସିହା ଅଗଷ୍ଟ ୮ ରେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ତତ୍କାଳିନୀ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବଗୌଡ଼ା | ୨୦୦୩ ଏପ୍ରିଲରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକ୍ଷମ ହେଲା ବିମାନ ବନ୍ଦର ଓ ପୋତାଶ୍ରୟ

ଭୁବନେଶ୍ୱରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ ଭାରତ ବଡ ବଡ ସହରକୁ ବିମାନ ସେବା ଉପଲବ୍ଧି ଅଛି | ଆମଦାନୀ ଓ ରପ୍ତାନୀର ସୁବିଧା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଏକ “କଷ୍ଟମସ୍ ବିମାନ ବନ୍ଦର” ଭାବେ ଘୋଷଣା କରାଯାଇଛି | ୧୯୯୫ ମସିହା ଅଗଷ୍ଟମାସରୁ ଏକ ଏୟାର କାର୍ଗୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି |

ବର୍ତ୍ତମାନ ଓଡ଼ିଶାରେ ୯ ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ ଟି ହେଲିପ୍ୟାଡ ଅଛି | ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପ ବନ୍ଦରର ଶୁଭାରମ୍ଭ କରାଯାଇଥିଲା | ୧୯୭୧ – ୭୨ ରେ ଏହି ବନ୍ଦର ୧୯ ଲକ୍ଷ ଟନ୍ ପନ୍ୟ କାରବାର କରିଥିଲା | ୧୯୭୫ ରେ ପାରଦୀପକୁ ରେଳପଥ ସହିତ ସଂଯୁକ୍ତ କରାଗଲା | ଗୋପାଳପୁର ବନ୍ଦର ୧୯୮୭ ମସିହାଠାରୁ ଏକ ମଧ୍ୟମ ଶ୍ରେଣୀର ବନ୍ଦର ଭାବରେ କାର୍ଯ୍ୟକରୁଛି | ଟାଟା କମ୍ପାନୀ ସହାୟତାରେ ଧାମରା ଠାରେ ଏକ ବୃହତ ବନ୍ଦରର ନିର୍ମାଣ ସମ୍ଭବ ହୋଇଛି |

ବିଦ୍ୟୁତ୍ ଶକ୍ତି :

ସ୍ଵାଧୀନତା ପ୍ରାପ୍ତି ବେଳକୁ ଓଡ଼ିଶାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ରାଥିଲା | ଗୋଟିଏ ଚୌଦାର ଓ ଅନ୍ୟଟି ବ୍ରହ୍ମପୁରରେ ଥିଲା | ୧୯୪୮ ମସିହାରେ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେଲା | ଏହା ୧୯୫୭ ରେ କାର୍ଯ୍ୟକ୍ଷମ ହେଲା | ସମୟ କ୍ରମେ ଓଡ଼ିଶାରେ ପରକୁ ପର ୬ ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା | ସେଗୁଡିକ ହେଲା1.      ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ

2.      ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ

3.      ରେଙ୍ଗାଲି ଜଳ ବିଦ୍ୟୁତ୍ ପ୍ରକଳ୍ପ

4.      ଅପର କୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ

5.      ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ

6.      ମାଛକୁଣ୍ଡ ଜଳ ବିଦ୍ୟତ୍ ପ୍ରକଳ୍ପ

ଏ ସମସ୍ତ ପ୍ରକଳ୍ପର ଜଳ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ଥିଲା ୧୯୭୬ ମେଗାୱାଟ | ଏହାଛଡା ଇବ୍ ଓ ତାଳଚେର ତାପଜବିଦ୍ୟୁତ୍ କେନ୍ଦ୍ରର ସାମର୍ଥ୍ୟ ଥିଲା ୮୮୦ ମେଗାୱାଟ | ଜଳ ବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍ କୁ ମିଶାଇ ଓଡ଼ିଶାର ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନର ସାମର୍ଥ୍ୟ ହେଲା ୨୮୫୬ ମେଗାୱାଟ |ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ଓ ସୁଷମ ବଣ୍ଟନ ପାଇଁ ୧୯୯୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ହୋଇଥିଲା | ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଗଲା | ସେହି ଦୁଇଗୋଟି ନିଗମ ହେଲା – ଓଡ଼ିଶା ଗ୍ରୀଡ଼୍ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ |

ବିଦ୍ୟୁତ୍‌ ସରବରାହ ଓ ବିତରଣ ଦାୟିତ୍ଵ ଦିଆଗଲା ଗ୍ରୀଡକୋକୁ ଓ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଦାୟିତ୍ୱ ଦିଆଗଲା ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମକୁ | ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ହାତରେ ରହିଲା ତାପଜ ବିଦ୍ୟୁତ୍ ଶକ୍ତି କେନ୍ଦ୍ରମାନଙ୍କର କାର୍ଯ୍ୟ ପରିଚାଳନା |

ଓଡ଼ିଶା ଶକ୍ତି ସରବରାହ ନିଗମ ନାମକ ଅନ୍ୟ ଏକ ସଂସ୍ଥା ଶକ୍ତି ସରବରାହ ଦାୟିତ୍ୱରେ ରହିଲେ | ବିଦ୍ୟୁତ୍ ବିତରଣ ପାଇଁ ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଗଲା | ସେସ୍କୋ ଏବେ ସେସୁରେ ପରିଣତ ହୋଇଛି |

ଓଡ଼ିଶାର ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦେବାରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ୨୦୦୬ ମସିହାରୁ ଉଲ୍ଲେଖନୀୟ କାର୍ଯ୍ୟକରୁଛି | କୁଟୀର ଜ୍ୟୋତି ଯୋଜନା ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ବେଶ୍ ସହାୟକ ହୋଇଛି।|

୨୦୦୭ ମସିହାରୁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ବିଜୁ ଗ୍ରାମଜ୍ୟୋତି ଯୋଜନା | ଏହି ଯୋଜନା ଅନୁଯାୟୀ ୧୦୦ ରୁ କମ୍‌ ଲୋକ ବସବାସ କରୁଥିବା ଗ୍ରାମମାନଙ୍କୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦିଆଯାଉଛି |

ପର୍ଯ୍ୟଟକମାନଙ୍କ ସୁବିଧାପାଇଁ ଭୁବନେଶ୍ୱର, ପୁରୀ, କୋଣାର୍କ ସୁବର୍ଣ୍ଣ ତ୍ରିଭୁଜ ଓ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରମାନଙ୍କରେ ଅନେକ ହୋଟେଲ ଓ ଅତିଥି ଗୃହ ଖୋଲିଛି |

 


Ratings
No reviews yet, be the first one to review the product.