Odia Medium Class 10th History -Chapter 4 ଭାରତ ଛାଡ ଆନ୍ଦୋଳନ ଓ ଏଥିରେ ଓଡ଼ିଶାର ଭୂମିକା - Notes

Narayan Panigrahi Sir avatar
Narayan Panigrahi Sir

Language : Odia

LRNR provides this material totally free

Odia Medium Class 10th History -Chapter 4


ଭାରତ ଛାଡ ଆନ୍ଦୋଳନ ଓ ଏଥିରେ ଓଡ଼ିଶାର ଭୂମିକା 


  • ଭାରତଛାଡ଼ ଆନ୍ଦୋଳନ ଥିଲା ବ୍ରିଟିଶ୍ ଶାସନ ବିରୋଧରେ ମହାତ୍ମାଗାନ୍ଧୀଙ୍କ ଶେଷ ଗଣ ଆନ୍ଦୋଳନ । ଅଗଷ୍ଟ ମାସରେ ଏହି ଗଣ ଆନ୍ଦୋଳନର ତୀବ୍ରତା ଓ ବ୍ୟାପାକତା ଯୋଗୁଁ ଏହା ଅଗଷ୍ଟ ବିପ୍ଲବ ନାମରେ ପରିଚିତ |


  • ୧୯୩୯ ସେପ୍ଟେମ୍ବର ୩ ରେ ବ୍ରିଟିଶ ସରକାର ଜର୍ମାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ଦ୍ୱାରା ଦ୍ଵିତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ସହ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟ |


  • ବଡଲାଟ ଲର୍ଡ ଲିନଲିଥ୍ ଗୋ ଜାତୀୟ କଂଗ୍ରେସ କିମ୍ବା ଭାରତୀୟ ନେତୃବୃନ୍ଦଙ୍କ ସହିତ କୌଣସି ଆଲୋଚନା ଣ କରି ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଭାରତକୁ ମିତ୍ର ଶକ୍ତିର ପକ୍ଷଭୁକ୍ତ କରାଇଥିଲେ |


  • ୧୯୩୯ ସେପ୍ଟେମ୍ବର ୧୪ ଜାତୀୟ କଂଗ୍ରେସର ଏକ ପ୍ରସ୍ତାବ ଗ୍ରହଣ କଲା ଯେ ଯେତେ ଦିନ ପର୍ଯ୍ୟନ୍ତ ଇଂରେଜ ସରକାର ଭାରତୀୟଙ୍କୁ ନିଜର ସମ୍ବିଧାନ ପ୍ରଣଯନ କରିବା ନିମନ୍ତେ ପୂର୍ଣ୍ଣ କ୍ଷମତା ନ ଦେଇଛନ୍ତି ଓ ଏକ ଜନପ୍ରିୟ ସରକାର ପ୍ରତିଷ୍ଠା କରିବା ପାଇଁ ସମ୍ମତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଭାରତୀୟମାନେ “ମିତ୍ରଶକ୍ତି”ଙ୍କୁ କୌଣସି ପ୍ରକାର ସାହାଯ୍ୟ ପ୍ରଦାନ କରିବେ ନାହିଁ |


  • ବ୍ରିଟିଶ ସରକାର ଜାତୀୟ କଂଗ୍ରେସର ପୂର୍ଣ୍ଣ ସ୍ଵାଧୀନତା ଦାବିକୁ ଗ୍ରହଣ ନ କରି କେବଳ ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ ।


  • ୧୯୩୯ ଅକ୍ଟୋବର ୨୨ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ସରକାରଙ୍କର ଏହି ଘୋଷଣାକୁ ନିନ୍ଦା କରିଥିଲା ।ପ୍ରତିବାଦ ସ୍ୱରୂପ ଆଠଟି ପ୍ରଦେଶରେ ଅବସ୍ଥାପିତ କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବାପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ନିର୍ଦ୍ଦେଶ ଦେଇଥିଲା ।


  • ଇଂରେଜ ସରକାର ଭାରତୀୟମାନଙ୍କୁ କେତେକ ସୁବିଧା ଦେବା ନିମନ୍ତେ ୧୯୪୦ ମସିହା ଅଗଷ୍ଟ ୮ ତାରିଖରେ ‘ଅଗଷ୍ଟଦାନ’ର ଘୋଷଣା କରିଥିଲେ । ଏହି ଘୋଷଣାରେ ଦିଆଯାଇଥିବା ସମସ୍ତ ସୁବିଧା ଗୁଡିକ କଂଗ୍ରେସ ଓ ମୁସଲିମ୍ ଲିଗ୍ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଗାନ୍ଧିବା ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରିଲେ ।


  • ୧୯୪୦ ଅକ୍ଟୋବର ୧୭ରେ ପାନାଉର୍ ଠାରେ ବିନୋବା ଭାବେ ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଏବଂ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଅର୍ଜନ କରି ଅଲେ । ବିନୋବା ଭାବେ ଗିରଫ ହେବା ପରେ ଜବାହରଲ ନେହେରୁ ଦ୍ଵିତୀୟ ସତ୍ୟାଗ୍ରହୀ ଭାବେ ଗିରଫ ହୋଇଥିଲେ ।


  • ଗାନ୍ଧିଜୀ ଏହି ସତ୍ୟାଗ୍ରହକୁ ସୀମିତ ରଖିବାକୁ ଚାହିଁଥିଲେ କିନ୍ତୁ ଡିସେମ୍ବର ୧୯୪୧ ସୁଦ୍ଧା ପ୍ରାୟ ୨୫,୦୦୦ ରୁ ଊର୍ଦ୍ଧ୍ଵ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ।ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ସମଗ୍ର ବିକୁ ପ୍ରଭାବିତ କରିଥିଲା । ଆମେରିକା, ଚୀନ୍ ଓ ଅଷ୍ଟ୍ରେଲିଆ ବ୍ରିଟିଶ ସରକାରଙ୍କ ଉପରେ ଚାପ ପକାଇଲେ |


  • ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଏସ୍ ଚର୍ଚ୍ଚିଲ୍ ୧୯୪୨ ମାର୍ଚ୍ଚ ମାସରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସାର ଷ୍ଟାଫୋର୍ଡ କ୍ରିପ୍‌ସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରତ ପଠାଇଥଲେ ।


  • କ୍ରିପ୍‌ସ ମିଶନ ପ୍ରସ୍ତାବ ଦେଇଥିଲା ଯେ ଭାରତକୁ ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶରୁପେସ୍ଵାୟତ୍ତ ଶାସନ ଅଧିକାର ଦିଆଯିବ । । ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ ।


  • କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନକରେ ତେବେ ସେହି ପ୍ରଦେଶ ନିଜ ପାଇଁ ଏକ ପୃଥକ ସମ୍ବିଧାନ ଧାନ ପ୍ରସ୍ତୁତ କରିପାରିବ । ଭାରତକୁ ଖଣ୍ଡ ବିଖଣ୍ଡିତ କରି ବ୍ରିଟିଶ ସାମ୍ରାଜ୍ୟବାଦକୁ ଦୃଢ଼ କରିବାର ଉଦ୍ଦେଶ୍ୟ ଭାରତୀୟମାନେ ଭଲ ଭାବରେ ବୁଝିପାରିଥିଲେ । ତେଣୁ କ୍ରିପ୍‌ସ ମିଶନର ଏହି ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କଲେ |


  • ବ୍ରିଟିଶ ସରକାର ବିରୋଧରେ ଏକ ବଡ ଧରଣର ଆନ୍ଦୋଳନ କରିବା ପାଇଁ ୧୯୪୨ ଜୁଲାଇ ୬ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧା ଠାରେ କଂଗ୍ରେସ କର୍ଯ୍ୟକାରୀ କମିଟିର ବୈଠକ ବସିଥିଲା ।୧୯୪୨ ଜୁଲାଇ ୧୪ ଦିନ “ଭାରତ ଛାଡ” ପ୍ରସ୍ତାବ ଗ୍ରହଣ କରାଗଲା |


  • ୧୯୪୨ ଅଗଷ୍ଟ ୭ ତାରିଖ ଦିନ ମୁମ୍ବାଇ ଠାରେ କଂଗ୍ରେସ ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ କାଲାମ୍ ତାଙ୍କ ଭାଷଣରେ ଭାରତଛାଡ଼ ଆନ୍ଦୋନର ଅର୍ଥ ବ୍ୟାଖ୍ୟା କରିଥିଲେ ।


  •  ଜବାହରଲାଇ ନେହେରୁ “ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ ଆଗତ କରିଥିଲେ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲ ଏହାକୁ ସମର୍ଥନ କରିଥିଲେ ।
  • ୧୯୪୨ ଅଗଷ୍ଟ ୮ ତାରିଖ ଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ଭାରତଛାଡ଼ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କରିଥିଲା ।


  • ମହାତ୍ମାଗାନ୍ଧି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ- “ସ୍ଵାଧୀନତା ଆମର ପ୍ରାପ୍ୟ | ସେଥିପାଇଁ ଗୋଟିଏ ମନ୍ତ୍ର ଅଛି – “ କର ବା ମର” |ଆମ ମାତୃଭୂମିକୁ ଆମେ ସ୍ଵାଧୀନ କରିବା ପାଇଁ ସେଥିପାଇଁ ମରିବା |


  •  ଭାରତଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ :



  • ଭାରତଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖୁତ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା ।


  • ଶ୍ରମିକ ଓ କୃଷକମାନେ ଭୂରାଜସ୍ଵ ହେବା ବନ୍ଦ କରିବେ ।


  • ଇଂରେଜ କର୍ମଚାରୀଙ୍କୁ କୌଣସି ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ।


  • କାଗଜ ନୋଟ ଗ୍ରହଣ କରାଯିବ ନାହିଁ |


  • ରାସ୍ତାଘାଟ, ଯାନବହନ, ଟେଲିଗ୍ରାଫ ଓ ରେଳ ବିଭାଗକୁ ଅଚଳ କରାଯିବ ଯାହା ଫଳରେ ଇଂରେଜ ସୈନ୍ୟମାନଙ୍କୁ ରୋକାଯାଇପାରିବ |


  • ଥାନା, କୋର୍ଟ ଓ ଜେଲଖାନାକୁ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ |


  • ସାଧାରଣ ଲୋକ ଅହିଂସା ମାର୍ଗ ଗ୍ରହଣ କରିବେ |


  • ୧୯୪୨ ଅଗଷ୍ଟ ୯ ରେ ମହାତ୍ମାଗାନ୍ଧୀ ଓ ତାଙ୍କ କଂଗ୍ରେସହ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ସରକାର ଗିରଫ କଲେ |


  • ଗାନ୍ଧୀଜୀଙ୍କୁ ପୁନେଠାରେ ଆଗା ଖାଁ ପେଲେସ୍ ରେ ବନ୍ଦୀକରି ରଖାଗଲା, ନେହେରୁ, ମୌଲନା ଆବୁଲ କାଲାମ୍ ଆଜାଦ , ଜେ.ବି. କ୍ରିପାଳିନୀ, ଗୋବିନ୍ଦ ବଲ୍ଲଭ ପନ୍ଥ ବମ୍ବେ ପ୍ରଦେଶର ଅହମ୍ମଦନଗର ଦୁର୍ଗରେ ରଖାଗଲା ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ପାଟନାଠାରେ ଗିରଫ କରି ବନ୍ଦୀ କରାଗଲା |


  • ସମାଜବାଦୀ ଦଳର ନେତାମାନେ ଯଥା ଜୟପ୍ରକାଶ ନାରାୟଣ , ରାମ ମନୋହର ଲୋହିଆ ଓ ମହିଳା ଅରୁଣା ଆସଫାଅଲ୍ଲୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | 


  • ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ ମହାରାଷ୍ଟ୍ରରେ ହୋଇଥିଲା । ମୁମ୍ବାଇର ଓ୍ୱାୟାରଲେସ କେନ୍ଦ୍ର ମାଧ୍ୟମରେ ଭାରତକୁ ଆନ୍ଦୋଳନର ସମ୍ବାଦ ପ୍ରଚାରିତ ହୋଇଥିଲା ।


  • ୧୯୪୨ ଅଗଷ୍ଟ ୧୧ ରେ ବିହାରର ଛାତ୍ରମାନେ ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ |


  • ଆସାମରେ ବିପ୍ଲବୀମାନେ ସୈନ୍ୟବାହିନୀ ପାଇଁ ପ୍ରେରିତ ଖାଦ୍ୟଦ୍ରବ୍ୟକୁ ନଷ୍ଟ କରିଥିଲେ |


  • ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ୧୦ ସେପ୍ଟେମ୍ବର ୧୯୪୨ରେ ଘୋଷଣା କରିଥିଲେ ଯେ ଭାରତଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ।


  • ଭାରତଛାଡ ଆନ୍ଦୋଳାନକୁ ୧୭୮୯ ର ଫରାସୀ ବିପ୍ଲବ ଓ ୧୯୧୭ ର ରୁଷ ବିପ୍ଲବ ସହିତ ତୁଳନା କରାଯାଏ |


  • ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ଭୂମିକା :


  • ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା ପ୍ରଦେଶ ଓ ଗଡ଼ଜାତର ଅସଂଖ୍ୟ ନରନାରୀ ଭାଗ ନେଇଥିଲେ ।


  • ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ଵିବେଦୀ ଅଗଷ୍ଟ ୧୧ରେ ମୁମ୍ବାଇ ମୁମ୍ବାଇ କଂଗ୍ରେସ ଅଧିବେଶନରେ ଯୋଗ ଦେଇ ଓଡ଼ିଶା ଫେରିଥିଲେ |


  • କଟକର ରେଭେନ୍ସା କଲେଜ ସମ୍ମୁଖରେ ଛାତ୍ରମାନେ ସଭାକରି ଭାରତଛାଡ଼ ଆନ୍ଦୋଳନରେ ଭାଗ ନେବାପାଇଁ ନିଷ୍ପରି ନେଇଥିଲେ | ଛାତ୍ର ନେତା ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବିରେନ ମିତ୍ରଙ୍କ ନେତୃତ୍ବରେ କେତେକ ଛାତ୍ର କଲେଜ ଅଫିସକୁ ପୋଡି ଦେଇଥିଲେ | ପୋଲିସ୍‌ର ମୁକାବିଲା ପାଇଁ ଗଢ଼ି ଉଠିଥିଲା ‘ ରକ୍ତବାହିନୀ’ ‘ସଂଗ୍ରାମ ବାହିନୀ’ ଓ ‘ମରଣ ବାହିନୀ’ |


  • କଟକ ଜିଲ୍ଲାର କାଇପଡ଼ାରେ ଗୋପବନ୍ଧୁ ଚୌଧୁରୀ ଓ ରାମଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଲୋକମାନେ ଉତ୍ତ୍ୟକ୍ତ ହୋଇ ୧୯୪୨ ଅଗଷ୍ଟ ୧୭ ତାରିଖରେ କାଇପଦର ଡ଼ାକଘରେ ନିଆଁ ଲଗାଇ ଦିଆଯାଇଥିଲା । ଫଳରେ ପୋଲିସ ଗୁଳି ଚାଳନା କରିଥିଲା। ଏବଂ ଏଥିରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଆହତ ହୋଇଥିଲେ । 


  •  ଭଦ୍ରକ ନିକଟସ୍ଥ ଭଣ୍ଡାରୀ ପୋଖରୀ ଗ୍ରାମରେ ୧୯୪୨ ଅଗଷ୍ଟ ୧୭ ରେ ୫୦୦୦ ଲୋକ ଥାନା ଆକ୍ରମଣ କରି ସରକାରୀ କାଗଜ ପତ୍ର ନଷ୍ଟ କରିଦେଇଥିଲେ । ଏହି ଘଟଣା ପାଇଁ ୧୨ଟି ଗ୍ରାମକୁ ୨୦୦୦ଟଙ୍କା ଜୋରିମାନା ହୋଇଥିଲା ଏବଂ ସତ୍ୟାଗ୍ରହୀ ଜଗନ୍ନାଥ ଦାସ ଓ ଦ୍ଵାରିକା ଦାସ ଗିରଫ ହୋଇଥିଲେ |


  • ଧାମନଗରରଠାରେ ଏହି ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ମୁରଲିଧର ପଣ୍ଡା । ଶ୍ରୀଜଙ୍ଗ ଗ୍ରାମରେ ସେ ଚୌକିଦାର ପୋଷାକ ପୋଡ଼ିଥିବାର ଖବର ପାଇ ପୋଲିସ୍ ସେଠାକୁ ଯାଇଥିଲା ଏବଂ ସେଠାରେ ୧୯୪୨ ସେପ୍ଟେମ୍ବର ୨୧ ରେ ପୋଲିସ୍ ଗୁଳିଚାଳନା କରିବା ଫଳରେ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।


  • ତୁଡ଼ିଗଡ଼ିଆ ଓ ଖଇରାଡ଼ିହିରେ ମଧ୍ୟ ସତ୍ୟାଗ୍ରହୀମାନଙ୍କୁ ଦମନ କରିବା ପାଇଁ ପୋଲିସ ଗୁଳିଚାଳନା କରିଥିଲା ଏବଂ ଏଥିରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ ।


  • ଭାରତଛାଡ ଆନ୍ଦୋଳନ ସମୟରେ ବାସୁଦେବପୁରର ଇରମ୍ ଠାରେ କର ନଦେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ୧୯୪୨ ସେପ୍ଟେମ୍ବର ୨୮ ରେ ମେଲଣ ପଡିଆରେ ଏକ ସଭାର ଆୟୋଜନ ହୋଇଥିଲା | ଏହି ସମୟରେ ଡି.ଏସ୍.ପି ନିର୍ଦ୍ଦେଶରେ ଜନତାଙ୍କ ଉପରକୁ ଗୁଳିଚାଳନା କରିବା ଫଳରେ ପରୀ ବେୱା ନାମକ ମହିଳା ସମେତ ୨୮ ଜଣ ସହିଦ ହୋଇଥିଲେ ଓ ୫୫ ଜଣ ଆହତ ହୋଇଥିଲେ । ତେଣୁ ଇରମକୁ ଯଥାର୍ଥରେ “ରକ୍ତତୀର୍ଥ” କୁହାଯାଏ ଏବଂ ଏହି ଘଟଣା ଜାଳିଆନାୱାଲାବାଗ୍ ସଦୃଶ ଥିଲା |


  • ନିମାପଡ଼ାଠାରେ ସତ୍ୟାଗ୍ରହୀମାନେ ଥାନାରେ ଅଗ୍ନି ସଂଯୋଗ କରିବାରୁ ପୋଲିସ ଗୁଳିଗୁଳନା କରିଥିଲା ଏବଂ ଉତ୍ସବ ମଲ୍ଲିକ ପ୍ରାଣ ହରାଇଥିଲେ ।


  •  ବୈଇପାରିଗୁଡା ଥାନା ଅନ୍ତର୍ଗତ ତେନ୍ତୁଳି ଗୁମ୍ମା ଗ୍ରାମର ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଲକ୍ଷ୍ମଣନାୟକ ।


  • ୧୯୪୨ ଅଗଷ୍ଟ ୨୧ରେ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁ ଲୋକଙ୍କ ଶହ ମାତିଲି ଥାନା ଘେରାଉ କରିଥିଲେ | “ମାହାତ୍ମା ଗାନ୍ଧୀଙ୍କ ଜୟ” ଧ୍ଵନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥାଏ | 


  • ମାତିଲି ଥାନା ଘେରାଇ ସମୟରେ ପୋଲିସ ଗୁଳିରେ ୫ଜଣ ମୃତ୍ୟୁବରଣ କରିଥିଲେ ଓ ନିର୍ମମ ଲାଠି ଚାଳନାରେ ଧରାଶାୟୀ ହୋଇଥିଲେ ।


  • ଜଣେ ଜଙ୍ଗଲ ରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ପୋଲିସ୍‌ ଲକ୍ଷ୍ମଣ ନାୟକକୁ ଗିରଫ କରି ବ୍ରହ୍ମପୁର ଜେଲ ପଠାଇଥିଲା ଏବଂ ୧୯୪୩ ମାର୍ଚ୍ଚ ୨୯ରେ ତାଙ୍କୁ ଫାଶୀ ଦିଆଯାଇଥିଲା । ୧୯୪୨ ଆନ୍ଦୋଳନରେ ଫାଶୀ ପାଇଥିବା ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ ଏବଂ ସେ ସହିଦ ଲକ୍ଷ୍ମଣ ନାୟକ ରୂପରେ ପରିଚିତ |


  • ୧୯୪୨ ଅଗଷ୍ଟ ୨୪ ରେ କୋରାପୁଟର ପାପଡ଼ାହାଣ୍ଡିଠାରେ ଲୋକମାନେ ଟୋଲ ଗେଟ ଓ ଥାନା ଧ୍ଵଂସ କରିବାକୁ ଯାଇ ପୋଲିସ ଗୁଳିରେ ୧୫ ଜଣ ପ୍ରାଣ ହରାଇଥିଲେ ।


  • ତାଳଚେରଠାରେ ପବିତ୍ରମୋହନ ପ୍ରଧାନ ଓ ଢ଼େଙ୍କାନାଳରେ ବୈଷ୍ଣବ ଚରଣ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ବୈଷ୍ଣବ ଚରଣଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ ମଢ଼ି (ବର୍ତ୍ତମାନର କାମାକ୍ଷାନଗର) ଥାନା ଆକ୍ରମଣ କରି ଅସ୍ତ୍ରାଗାର, ତହସିଲ ଅଫିସ୍ ଓ ଜଙ୍ଗଲ ବିଭାଗ ଅଫିସରେ ନିଆଁ ଲଗାଇ ଦେଇଥିଲେ ।  


Ratings
No reviews yet, be the first one to review the product.