Odia Medium Class 10th History - Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା - Notes

Narayan Panigrahi Sir avatar
Narayan Panigrahi Sir

Language : Odia

LRNR provides this material totally free

Odia Medium Class 10th History - Chapter 6  ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା - Notes

ଷଷ୍ଠ ପାଠ

ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

 

  • ଦ୍ଵିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି (୧୯୪୫) ପରେ ରାଜନୈତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଥିଲା | ଏହି ସମୟରେ ଇଂଲଣ୍ଡରେ ସରକାରଙ୍କର ପରିବର୍ତ୍ତନ ଘଟିଥିଲା ଓ ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟ୍‌ଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ |


  • ୧୯୪୨ ଅଗଷ୍ଟ ବିପ୍ଳବ ଏବଂ “ଆଜାଦ ଫୌଜ”ର ସଂଗ୍ରାମ ଭାରତୀୟ ଜନତାର ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଇଥିଲା ।


  •  ୧୯୪୬ ମସିହା ଆରମ୍ଭରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା ଏବଂ ସାଧାରଣ ଆସନରେ କଂଗ୍ରେସ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ମୁସଲିମ୍ ସଂରକ୍ଷିତ ଆସନରେ ମୁସଲିମ୍‌ଲିଗ୍‌କୁ ମଧ୍ୟ ସଫଳତା ମିଳିଥିଲା ।


  • ମୋଟ ୧୧ଟି ପ୍ରଦେଶ ମଧ୍ୟରୁ ଓଡ଼ିଶା ସମେତ ଆଠଟି ପ୍ରଦେଶରେ କଂଗ୍ରେସ ଏବଂ ଦୁଇଟି ପ୍ରଦେଶରେ ମୁସଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ ଗଠନ କରିଥିଲା ।


  • ପଞ୍ଜାବରେ ସଂଯୁକ୍ତ ଦଳର ହୟାତ୍ ଖାଁଙ୍କ ନେତୃତ୍ବରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା ।

କ୍ୟାବିନେଟ ମିଶନ (୧୯୪୬)

  •  ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପରି ନେଇଥିଲେ ଏବଂ ସେଥିପାଇଁ ଭାରତୀୟ ନେତୃବର୍ଗଙ୍କ ସହିତ ବୁଝାମଣା କରିବା ପାଇଁ କ୍ୟାବିନେଟ୍ ମିଶନ୍ ନାମରେ ଏକ ପ୍ରତିନିଧ ବଳକୁ ଭାରତ ପଠାଇଥିଲେ ।


  • ଭାରତ ସଚିବ ପେଥକଲରେନ୍ସ୍ , ଏ.ଭି. ଆଲେକ୍‌ଜାଣ୍ଡାର ଓ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସ ଏହି ପ୍ରତିନିଧି ଦଳର ସଦସ୍ୟ ଥିଲେ ।


  • ଏହି କ୍ୟାବିନେଟ ମିଶନ ୧୯୪୬ ମାର୍ଚ୍ଚ ୨୪ ରେ ନୂଆଦିଲ୍ଲୀରେ ପହଞ୍ଚି ଥିଲେ |



  •  କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ ଥିଲା : -  
  • ବ୍ରିଟିଶ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନର ବ୍ୟବସ୍ଥା |


  • ବ୍ରିଟିଶ ଶାସିତ ପ୍ରଦେଶରୁ ସାଧାରଣ ବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସହ ୨୯୬ ଜଣ ଓ ଦେଶୀୟ ରାଜ୍ୟମାନଙ୍କରୁ ୯୩ ଜଣ ପ୍ରତିନିଧିନକୁ ନେଇ ୩୮୯ ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ ହୋଇଥିଲା |

  • ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସ ଛଅ ଜଣ , ମୁସଲିମ ଲିଗରୁ ୫ ଜଣ ଏବଂ ଶିଖ, ଖ୍ରୀଷ୍ଟିୟାନ ଓ ପାର୍ଶୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ବିଭିନ୍ନ ସଂପ୍ରଦାୟରୁ ମୋଟ ୧୪ ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବା |


  • କ୍ୟାବିନେଟ ମିଶନ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନଥିବାରୁ ମୁସଲିମ ଲିଗ୍ ନେତା ମହମ୍ମଦ ଅଲ୍ଲୀଜିନ୍ନା କ୍ଷୁବ୍ଧ ହୋଇ ୧୯୪୬ ଅଗଷ୍ଟ ୧୬ ତାରିଖକୁ ସାରା ଭାରତରେ “ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ” ରୂପେ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ଵାନ ଦେଇଥିଲେ ।ଏହି ଦିନ ସଭା, ଶୋଭାଯାତ୍ରା, ଜରିଆରେ ପାକିସ୍ଥାନ ଗଠନ ଦାବି ପ୍ରତିଦୃଢ଼ ସମର୍ଥନ ପ୍ରକାଶ କରିବାପାଇଁ ମୁସଲମାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।


  • ଏହି ଦିନ କୋଲ୍‌କାତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହିଂସାକାଣ୍ଡ ଘଟି ବହୁସଂଖ୍ୟକ ଲୋକ ମୃତାହତ ହୋଇଥିଲେ ଏବଂ ସମଗ୍ର ଦେଶରେ ଅନୁରୂପ ଅବସ୍ଥା ପ୍ରତିଫଳିତ ହୋଇଥିଲା ।


  • ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନସିସ୍ ଟକର୍ ଏହାକୁ “ବିରାଟ କଲିକତା ହତ୍ୟାକାଣ୍ଡ” ଭାବେ ଅଭିହିତ କରିଥିଲେ |


  • ୧୯୪୬ ସେପ୍ଟେମ୍ବର ୨ ତାରିଖରେ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲା ।


  • ପ୍ରଥମେ ମୁସଲିମ୍ ଲିଗ୍ ଏହି ସରକାରରେ ଯୋଗ ଦେବା ପାଇଁ ରାଜି ହୋଇନଥିଲା; ମାତ୍ର ଭାଇସରାୟ ଲର୍ଡ଼ ୱାଭେଲ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରବର୍ତ୍ତାଇବା ପରେ ୧୯୪୬ ଅକ୍ଟୋବର ୧୩ରେ ମୁସଲିମ୍ ଲିଗ୍ ମଧ୍ୟବର୍ତ୍ତୀ ସରକାରରେ ଯୋଗଦାନ କରିଥିଲା ।


  • ୧୯୪୬ ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କରିଥିଲା; ମାତ୍ର ମୁସଲିମ୍ ଲିଗ୍ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ।
  • ୧୯୪୬ ଡିସେମ୍ବର ୧୧ରେ ଡଃ ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଡକ୍ଟର ଭୀମରାଓ ରାମ୍ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାରେ ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ୍‌ ଥିଲେ ।


  • ୧୯୪୭ ଫେବୃୟାରୀ ୨୦ରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଘୋଷଣା କରିଥିଲେ ଯେ ୧୯୪୮ ଜୁନ୍ ୩୦ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।


ମାଉଣ୍ଟ ବ୍ୟାଟେନଙ୍କ ଯୋଜନା :

  • ୧୯୪୭ ମାର୍ଚ୍ଚ ୨୨ରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଭାରତକୁ ଭାଇସ୍‌ରାୟ ହୋଇ ଆସିଥିଲେ ଏବଂ କଂଗ୍ରେସ ଓ ମୁସଲିମ୍ ଲିଗ୍ ମଧ୍ୟରେ ବୁଝାମଣା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।


  • ବ୍ରିଟିଶ ପାର୍ଲିଆମେଣ୍ଟର ଅନୁମୋଦନ ପରେ ୧୯୪୭ ଜୁନ୍ ୩ ତାରିଖରେ ମାଉଣ୍ଟବ୍ୟାଟେନଙ୍କ ଯୋଜନା ଘୋଷିତ ହୋଇଥିଲା ।


  • ମାଉଣ୍ଟ ବ୍ୟାଟେନ୍‌ଙ୍କ ଯୋଜନାର ବ୍ୟବସ୍ଥା ଗୁଡ଼ିକ ଥିଲା :
  • ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ


  • ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁପ୍ରଦେଶ, ବେଲୁଚିସ୍ତାନ ଓ ଆସାମର ମୁସଲମାନ ବହୁଳ ସିଲହଟ ଜିଲ୍ଲାରେ ବାସ କରୁଥିବା ଲୋକମାନେ ଭାରତରେ ରହିବ କି ପାକିସ୍ଥାନରେ ରହିବ ସେ ସଂପର୍କରେ ନିଷ୍ପତ୍ତି ନେବାପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ |


  • ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ | ମୁସଲମାନ ବହୁଳ ପୂର୍ବ ବଙ୍ଗ ପାକିସ୍ଥାନରେ ମିଶିବ ଓ ଅଣମୁସଲମାନ ବହୁଳ ପଶ୍ଚିମ ବଙ୍ଗ ଭାରତରେ ରହିବ | ମୁସଲମାନ ବହୁଳ ପଶ୍ଚିମ ପଞ୍ଚାବ ପାକିସ୍ଥାନରେ ମିଶିବ ଓ ଅଣମୁସଲମାନ ବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବା | ସାର ସିରିଲ୍ ରେଡକ୍ଲିଫ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ |


  • ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବା ପାଇଁ କିମ୍ବା ସ୍ଵାଧୀନ ରହିବା ପାଇଁ ନିଷ୍ପତି ନେବାର ସ୍ୱାଧୀନତା ଦିଆଯିବ ।


  • ଭାରତର ସମ୍ବିଧାନ ପ୍ରଣୟନ ସଭା ଚାଲୁ ରହିବ ଏବଂ ପାକିସ୍ଥାନରେ ଏକ ଭିନ୍ନ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ ।


  • ବ୍ରିଟିଶ ପାର୍ଲିଆମେଣ୍ଟ କ୍ଷମତା ହସ୍ତାନ୍ତର କରିବା ପାଇଁ ୧୯୪୭ ଅଗଷ୍ଟ୧୫ ପୂର୍ବରୁ ଏକ ଆଇନ ପାସ୍‌ କରିବ ।


ଭାରତ ସ୍ୱାଧୀନତା ଆଇନ :

  • ଭାରତୀୟ ନେତାମାନେ ମାଉଣ୍ଟବ୍ୟାଟେନ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ ସରକାର ଏହାକୁ ଭିରିକରି ଭାରତର ସ୍ୱାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କରିଥିଲେ । ୧୯୪୭ ଜୁଲାଇ ୧୮ରେ ଏହା ଭାରତ ଆଇନ୍ ୧୯୪୭ ଭାବରେ ବ୍ରିଟିଶ୍ ପାର୍ଲିମେଣ୍ଟର ଅନୁମୋଦନ ଲାଭ କରିଥିଲା |


  • ଏହି ଆଇନ ଅନୁସାରେ ଭାରତ ଓ ପାକିସ୍ଥାନ ନାମରେ ଦୁଇଟି ସ୍ୱାଧୀନ ଦେଶୀୟରାଜାମାନେ ଇଛାନୁସାରେ ଭାରତ କିମ୍ବା ପାକିସ୍ଥାନ ସହିତ ଯୋଗ ଦେବାର ସ୍ଵାଧୀନତା ପାଇଲେ ଓ ୧୯୪୭ ଅଗଷ୍ଟ ୧୫ରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତିର ବିଲୋପ ଘଟିଥିଲା ।


  • ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣଯନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ଏବଂ ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ ; ଇଂଲଣ୍ଡର ଭାରତ ସଚିବ ପାଦ ଉଚ୍ଛେଦ କରାଗଲା |


  • ବିଭାଜନ ଓ ସ୍ଵାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ମାଉଣ୍ଟ ବ୍ୟାଟେନ୍ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ୍ ନେହେରୁ ଶପଥ ଗ୍ରହଣ କରିଥିଲେ ।


  • ବିଭାଜନ ଓ ସ୍ଵାଧୀନତା ପରେ ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିୟାକତ୍ ଅଲ୍ଲୀ ଖାଁ ଶପଥ ଗ୍ରହଣ କରିଥିଲେ ।


  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ତା’ର ପ୍ରଥମ ସ୍ଵାଧୀନତା ଦିବସ ବିପୁଳ ଉତ୍ସାହରେ ପାଳନ କଲା |
Ratings
No reviews yet, be the first one to review the product.