- SCHOOL BOARDS
- BSE/CHSE ODISHA
- CLASS 10
- LIFE SCIENCE
- BSE Odisha Board Class 10 Life Science (ଜୀବ ବିଜ୍ଞାନ) Chapter 2 - ଶ୍ଵସନ (Reaspiration) Notes

BSE Odisha Board Class 10 Life Science (ଜୀବ ବିଜ୍ଞାନ) Chapter 2 - ଶ୍ଵସନ (Reaspiration) Notes

Language : Odia
LRNR provides this material totally free
BSE Odisha Board Class 10 Life Science (ଜୀବନ ବିଜ୍ଞାନ) Chapter 2 - ଶ୍ଵସନ (Reaspiration) Notes
· ଯେଉଁ ପ୍ରଣାଳୀରେ ଶରୀର ମଧ୍ୟରେ ରେ ଖାଦ୍ୟରୁ ଶକ୍ତି ନିର୍ଗତ ହୁଏ, ତାହାକୁ ଶ୍ଵସନ କୁହାଯାଏ |
· ଶ୍ଵସନ ପାଇଁ ସାଧାରଣତଃ ଅମ୍ଳଜାନର ଆବଶ୍ୟକତା ହୋଇଥାଏ |
· ଶ୍ଵସନର ପ୍ରଥମ ସୋପାନରେ କୋଷ ଜୀବକରେ ଗ୍ଲୁକୋଜ୍ ଅଣୁର ବିଘଟନ ଘଟି ପ୍ରଥମେ ଏହା 3 କାର୍ବନ ବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳ ରେ ପରିଣତ ହୁଏ | ଅମ୍ଳଜାନର ଉପସ୍ଥିତିରେ ପାଇରୁଭିକ୍ ଅମ୍ଲରୁ ଅଙ୍ଗାରକାମ୍ଳ ଓ ଜଳ ସହ ଶକ୍ତି ନିର୍ଗତ ହୁଏ |
· ଅମ୍ଳଜାନର ଅନୁପସ୍ଥିତିରେ ଗ୍ଲୁକୋଜ୍ ରୁ ଇଷ୍ଟ୍ ରେ ଇଥାନଲ ଓ ଅଙ୍ଗାରକାମ୍ଳ ଏବଂ ପେଶିକୋଷରେ ଲାକଟିକ ଅମ୍ଳ ସହ ଶକ୍ତି ଜାତ ହୋଇଥାଏ |
· ଅମ୍ଳଜାନର ଉପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଉପଜୀବୀ ଶ୍ଵସନ ଓ ଅମ୍ଳଜାନ ଅନୁପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଅପଜୀବୀ ଶ୍ଵସନ କୁହାଯାଏ |
ଶ୍ଵସନର ବିଶେଷତ୍ଵ : -
· ଶ୍ଵସନର ପ୍ରଥମ ପର୍ଯ୍ୟାୟରେ ଛଅ ଅଙ୍ଗାରକ ବିଶିଷ୍ଟ ପାଇରୁଭେଟରେ ପରିଣତ ହୁଏ | ଏଥିରେ ଗ୍ଲୁକୋଜ ଅଣୁ ଭାଙ୍ଗୁଥିବାରୁ ଏହାକୁ ଗ୍ଲାଇକୋଲିସିସ କୁହାଯାଏ ଏବଂ ଏହା କୋଷଜୀବକରେ ସଂଘଟିତ ହୁଏ |
· ଅମ୍ଳଜାନର ଅଭାବରେ ଇଷ୍ଟ୍ ମଧ୍ୟରେ ପାଇରୁଭେଟରୁ ଇଥାନଲ ବା ସୁରାସାର ଓ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହାକୁ ସୁରାସାର କିଣ୍ୱନ ମଧ୍ୟ କୁହାଯାଏ |
· ଉପଜୀବୀ ଶ୍ଵସନରେ , ଅପଜୀବୀ ଶ୍ଵସନ ବା ସୁରାସାର କିଣ୍ୱନ ଠାରୁ ଅଧିକ ଶକ୍ତି ଉତ୍ପନ୍ନ ହୁଏ |
· ବେଳେବେଳେ ଆମ ପେଶୀ କୋଷରେ ଅମ୍ଳଜାନର ଅଭାବରେ ପାଇରୁଭେଟ୍ ଅଣୁଟି ଭାଙ୍ଗି ଲାକଟିକ୍ ଅମ୍ଳରେ ପରିଣତ ହୁଏ | ଏହାକୁ ଲାକଟିକ୍ ଅମ୍ଳ କିଣ୍ୱନ କୁହାଯାଏ | ଏଥିରେ ପେଶୀ ହଠାତ ଶକ୍ତ ହେବା ସହ ବାକୁଲା ବା କ୍ରାମ୍ପ ହୋଇଥାଏ |
· ବାୟୁ ଉପଜୀବୀ ଶ୍ଵସନରେ ଗୋଟିଏ ଗ୍ଲୁକୋଜ୍ ଅଣୁରୁ 38ଟି ATP ଏବଂ ବାୟୁ ଅପଜୀବୀ ଶ୍ଵସନରେ 2 ATP ଅଣୁଜାତ ହୋଇଥାଏ |
· ବାୟୁ ଉପଜୀବୀ ଶ୍ଵସନରେ ମାଇଟୋକଣ୍ଡ୍ରିଆରେ ଅନେକ ପ୍ରକାର ଏଞ୍ଜାଇମ୍ ଓ କୋଏଞ୍ଜାଇମ୍ ଥିବା ଯୋଗୁଁ ପାଇରୁଭେଟ୍ ରୁ ସାଇଟ୍ରିକ୍ ଅମ୍ଳ ଏବଂ ପରେ ପରେ ବିଭିନ୍ନ ଅମ୍ଳ ଚକ୍ରାକାରରେ ସୃଷ୍ଟି ହୁଏ |
· ସାର୍ ହାନ୍ସ ଗବେଷଣା ଦ୍ଵାରା ଏହାର କୌଶଳ ଦର୍ଶାଇଥିଲେ , ତେଣୁ ତାଙ୍କ ନାମାନୁସାରେ “ସାଇଟ୍ରିକ୍ ଅମ୍ଳ ଚକ୍ର” କୁ କ୍ରେବସ୍ ଚକ୍ର ମଧ୍ୟ କୁହାଯାଏ |
· ୧୯୫୩ ମସିହାରେ ସାଇଟ୍ରିକ୍ ଅମ୍ଳ ଚକ୍ର ଆବିଷ୍କାର ପାଇଁ ହାନ୍ସ କ୍ରେବସ୍ ନୋବେଲ ପୁରସ୍କାର ପାଇଥିଲେ |
ବାୟୁ ଉପଜୀବୀ ଶ୍ଵସନ :-
· ଅମ୍ଳଜାନ ଆବଶ୍ୟକ ହୋଇଥାଏ ।
· ଏଥରୁ 38ଟି ATP ଅଣୁ ସୃଷ୍ଟି ହୋଇଥାଏ |
· ଏଥିରେ ଅଙ୍ଗାରକାମ୍ଳ ଓ ଜଳ ମୁକ୍ତ ହୋଇଥାଏ |
· ଏଥିରେ ଗ୍ଲୁକୋଜ୍ ର ସମ୍ପୂର୍ଣ୍ଣ ଜାରଣ ହୁଏ |
ବାୟୁ ଅପଜୀବୀ ଶ୍ଵସନ:-
· ଅମ୍ଳଜାନ ଅନାବଶ୍ୟକ
· ଏଥରୁ 2ଟି ATP ଅଣୁ ସୃଷ୍ଟି ହୋଇଥାଏ |
· ଏଥିରେ ଇଥାନଲ୍ , ସୁରାସାର ବା ଲାକଟିକ୍ ଅମ୍ଳ ସୃଷ୍ଟି ହୋଇଥାଏ
· ଏଥିରେ ଗ୍ଲୁକୋଜ୍ ର ଅସମ୍ପୂର୍ଣ୍ଣ ଜାରଣ ହୁଏ |
ଅମ୍ଳଜାନ ଓ ଅଙ୍ଗାରକାମଳର ସାନ୍ଦ୍ରତା , ଖାଦ୍ୟ ଉପାଦାନର ପରିମାଣ , ତାପମାତ୍ରା , କୋଷରେ ବିପାଚକର ଉପସ୍ଥିତି ପରି ବିଭିନ୍ନ କାରକ ଶ୍ଵସନ କ୍ରିୟାକୁ ନିୟନ୍ତ୍ରଣ କରିଥାନ୍ତି |
ଉଦ୍ଭିଦରେ ଶ୍ଵସନ:-
· ଉଦ୍ଭିଦ ପତ୍ରରେ ଥିବା ଷ୍ଟୋମାଟା ଉଭୟ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଗ୍ୟାସ ବିନିମୟ ଏବଂ ଜଳୀୟବାଷ୍ପ ଯିବା ଆସିବା ପାଇଁ ଦ୍ଵାର ସଦୃଶ କାର୍ଯ୍ୟ କରେ |
· ଆଲୋକଶ୍ଲେଷଣ ସମୟରେ ଉଦ୍ଭିଦ ଅଙ୍ଗାରକାମ୍ଳ ଗ୍ରହଣ କରେ କିନ୍ତୁ ଶ୍ଵସନ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବହୃତ ହୁଏ |
· ଉଦ୍ଭିଦ ଶରୀରରେ ଅମ୍ଳଜାନ ପ୍ରବେଶ ଷ୍ଟୋମାଟା ମଧ୍ୟ ଦେଇ ହୋଇଥାଏ ଏବଂ ଗୋଟିଏ କୋଷରୁ ଅନ୍ୟ କୋଷକୁ ବିସରିତ ହୋଇଥାଏ |
· ଆମ୍ବ ଓ ପଣସ ପତ୍ରପରି ପୃଷ୍ଟ ବୃକ୍ଷୟ ପତ୍ରର କେବଳ ଉପର ଭାଗରେ ବା ପୃଷ୍ଠତଳରେ ଷ୍ଟୋମାଟା ରହିଥିବା ସ୍ଥଳେ ଧାନ ଓ ଗହମ ପତ୍ରପରି ସମଦ୍ଵିତଳ ପତ୍ରରେ ଏହା ଉଭୟ ପୃଷ୍ଠ ଓ ନିମ୍ନ ତଳରେ ଥାଏ |
· ଷ୍ଟୋମାଟା ଖୋଲିବା ଓ ବନ୍ଦ ହେବା ଆଲୋକ ଓ ତାପମାତ୍ରା ଉପରେ ନିର୍ଭରଶୀଳ ଅଟେ |
ପ୍ରାଣୀମାନଙ୍କ ଶ୍ଵସନ : -
· ଏକକୋଷୀ , ଛିଦ୍ରାଳ ଓ ହାଇଡ୍ରାଜାତୀୟ ପ୍ରାଣୀମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ସିଧାସଳଖ ବିସରଣ ପ୍ରକ୍ରିୟାରେ ଗ୍ରହଣ କରିଥାନ୍ତି |
· ଜିଆ , ଜୋକ ଓ ବେଙ୍ଗ ଚର୍ମଦ୍ଵାରା ବାୟୁମଣ୍ଡଳର ମୁକ୍ତ ଅମ୍ଳଜାନ ଶ୍ଵସନରେ ବ୍ୟବହୃତ ହୁଏ ବିସରଣ ପ୍ରକ୍ରିୟା ଦ୍ଵାରା |
· ବେଙ୍ଗ ମୁଖ ଗହ୍ଵର ଓ ଫୁସଫୁସ୍ ଦ୍ଵାରା ଶ୍ଵାସକ୍ରିୟା କରେ | “ଶୀତ ସୁପ୍ତି” ସମୟରେ ଚର୍ମଦ୍ଵାରା ଏବଂ ବେଙ୍ଗର ଲାର୍ଭା ବା ଶୂକାବସ୍ଥା ଓ ମାଛ ଗାଲିଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି |
· ଅସରପା ପରି କୀଟପତଙ୍ଗ ମାନଙ୍କର ଶ୍ଵାସରନ୍ଧ୍ର ଏବଂ କଙ୍କଡା , ଚିଙ୍ଗୁଡି, ଗେଣ୍ଡା , ଶାମୁକା ଗାଲି ଦ୍ଵାରା ଶ୍ଵାସକ୍ରିୟା କରନ୍ତି |
· ସାପ, ପାରା , ବାଦୁଡି , ମନୁଷ୍ୟ , କଇଁଛ , କୁମ୍ଭୀର , ତିମି ଫୁସ୍-ଫୁସ୍ ଦ୍ଵାରା ଶ୍ଵାସକ୍ରିୟା କରନ୍ତି |
ଜୈବିକ ଜାରଣ : -
· ଜୀବ ଶରୀରରେ ହେଉଥିବା ଦହନ ପ୍ରକ୍ରିୟାକୁ ଜୈବିକ ଜାରଣ କୁହାଯାଏ |
· ଜୀବକୋଷ ଏବଂ ମାଇଟୋକଣ୍ଡ୍ରିଆରେ ଅନେକ ପ୍ରକାରର ଏଞ୍ଜାଇମ ରହିଛି ଯେଉଁ ଗୁଡିକ ଜୈବିକ ଜାରଣ ଦ୍ଵାରା ଶକ୍ତି ଉତ୍ପନ୍ନରେ ସହାୟତା କରନ୍ତି |
· ଉତ୍ପନ୍ନ ଶକ୍ତି ATP ସହିତ ବାନ୍ଧି ହୋଇ ରହିଥାଏ ଫଳରେ ATP ଶକ୍ତିମୁଦ୍ରା ଓ ମାଇଟୋକଣ୍ଡ୍ରିଆ ଶକ୍ତିକେନ୍ଦ୍ର ରୂପେ କାର୍ଯ୍ୟ କରେ |
· ADPରେ ଗୋଟିଏ ଫସଫେଟ୍ ଅଣୁ ମିସିଲେ ATP ଗଠିତ ହୁଏ ଏବଂ ଏହି ATP ଗୁଡିକ କୋଷର ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଭାଗ ନିଏ |
· ଗୋଟିଏ ATP ଅଣୁ ଭାଙ୍ଗି ADP ଓ Pi ରେ ପରିଣତ ହେଲେ 30.5 କିଲୋଜୁଲ୍ ଶକ୍ତି ନିର୍ଗତ ହୁଏ |
ମଣିଷର ଶ୍ଵାସତନ୍ତ୍ର : -
· ମନୁଷ୍ୟର ଶ୍ଵାସତନ୍ତ୍ରର ବିଭିନ୍ନ ଅଂଶ ହେଉଛି କ୍ରମାନୁସାରେ : ନାସାରନ୍ଧ୍ର , ନାସାପଥ , ଗ୍ରସନି , ଶ୍ଵାସନଳୀ ,ଶ୍ଵାସନଳିକା ଓ ଫୁସ୍-ଫୁସ୍ |
ନାସାରନ୍ଧ୍ର : -
· ପାଟି ଉପରେ ଶ୍ଵାସପଥର ଦ୍ଵାରଭାବେ ଦୁଇଟି ନାସାରନ୍ଧ୍ର ରହିଛି ଏବଂ ଏହାର ଅଗ ଉପାସ୍ଥି ଦ୍ଵାରା ଗଠିତ |
ନାସାପଥ : -
· ଶ୍ଵାସପଥର ପ୍ରଥମ ଭାଗ ନାସାପଥ | ନାସାପଥ ପଛରେ ଗ୍ରସନି ମଧ୍ୟକୁ ଖୋଲିଥାଏ |
· ନାସାପଥ ଦେଇ ବାୟୁ ଗଲାବେଳେ ଧୂଳିକଣା ଓ ଜୀବାଣୁ ଶୈଷ୍ମିକ ଝିଲ୍ଲୀରେ ଲାଗିଯାନ୍ତି |
ଗ୍ରସନୀ : -
· ଏହା ଏକ ପେଶୀ ବହୁଳ ନଳୀ | ନାସାପଥ ନିକଟରେ ନାସାଗ୍ରସନି ଏବଂ ମୁଖ ଗହ୍ଵର ନିକଟରେ ଥିବା ଅଂଶକୁ ମୁଖ ଗ୍ରସନି କୁହାଯାଏ |
· ଗ୍ରସନିର ପଛ କାନ୍ଥରେ ଏକଯୋଡ଼ା ଟନସିଲ ରହିଛି | ଏହା ଏକ ଲସିକାଭ ଅଙ୍ଗ |
· ଶ୍ଵାସନଳୀର ଦ୍ଵାର ଖାଦ୍ୟ ଗିଳିବା ସମୟରେ ଅଧିଜିହ୍ଵା ଦ୍ଵାରା ବନ୍ଦରହେ |
ଶ୍ଵାସନଳୀ : -
· ଶ୍ଵାସନଳୀ ଆରମ୍ଭରେ ଥିବା ସ୍ଵରପେଟିକା ମଧ୍ୟରେ ଥିବା ସରୁସରୁ ସୂତାପରି ସ୍ଵରତନ୍ତ୍ରୀ ବା ଭୋକାଲକର୍ଡର କମ୍ପନ ଦ୍ଵାରା ଧ୍ୱନି ସୃଷ୍ଟି ହୁଏ |
· ସ୍ଵରପେଟିକା ପରେ ଶ୍ଵାସନଳୀ ଦୁଇ ବ୍ରୋନ୍କାଇ ଭାବେ ବିଭକ୍ତ ହୋଇ ନିଜ ପଟର ଫୁସ୍-ଫୁସ୍ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ଶ୍ଵାସନଳିକା ସୃଷ୍ଟି କରିଥାଏ |
· ପରିଶେଷରେ ପ୍ରତ୍ୟେକ ଶ୍ଵାସନଳିକା ବାୟୁର ଛୋଟ ଛୋଟ କୋଠରି ବା କୋଟରିକାରେ ଖୋଲିଥାଏ |
ଫୁସଫୁସ : -
· ବକ୍ଷଗହ୍ଵର ମଧ୍ୟରେ ଦକ୍ଷିଣ ଏବଂ ବାମ ଫୁସଫୁସ ରହିଛି | ଏହା ସ୍ପଞ୍ଜପରି ନରମ ଏବଂ ଫୁସ୍-ଫୁସ୍ ଆବରଣ ଦ୍ଵାରା ଆଚ୍ଛାଦିତ ହୋଇ ରହିଛି |
· ଫୁସ୍-ଫୁସ୍ ଧମନୀ ଦ୍ଵାରା ହୃତପିଣ୍ଡରୁ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଫୁସ୍-ଫୁସ୍ କୁ ଆସିଥାଏ ଏବଂ ଫୁସ୍-ଫୁସ୍ ରୁ ଅମ୍ଳଜାନଯୁକ୍ତ ରକ୍ତ ଫୁସ୍-ଫୁସ୍ ଶିରା ଦେଇ ହୃତପିଣ୍ଡକୁ ଫେରିଯାଏ |
ଶ୍ଵାସକ୍ରିୟା : -
ଏହା ତିନି ପର୍ଯ୍ୟାୟ ବିଶିଷ୍ଟ | ଯଥା : -
1. ସଂବାତନ
2. ଗ୍ୟାସ୍ ବିନିମୟ
3. ଗ୍ୟାସ୍ ପରିବହନ
1. ସଂବାତନ : -
· ଫୁସ୍-ଫୁସ୍ ମଧ୍ୟକୁ ବାୟୁର ପ୍ରବେଶକୁ ପ୍ରଶ୍ଵାସ ଓ ଫୁସ୍-ଫୁସ୍ ମଧ୍ୟରୁ ବାୟୁର ପ୍ରସ୍ଥାନକୁ ନିଃଶ୍ବାସ କୁହାଯାଏ | ଏହି ଦୁଇ ପ୍ରକ୍ରିୟାର ସମାହାରକୁ ସଂବାତନ କୁହାଯାଏ |
· ଜଣେ ସୁସ୍ଥ ବ୍ୟକ୍ତିରେ ଏହି ପ୍ରଶ୍ଵାସ ଓ ନିଃଶ୍ବାସ ହାର ମିନିଟକୁ ପ୍ରାୟ 15 ରୁ 20 ଥର |
· ବକ୍ଷଗହ୍ଵର ଫମ୍ପା ପବନ ନିରୋଧୀ କୋଠରି | ଏହାର ଆଗପଟ ଷ୍ଟରନମ୍ ଦ୍ଵାରା, ପଛପଟ ମେରୁଦଣ୍ଡ ଦ୍ଵାରା, ଦୁଇପଟ ପଞ୍ଜରା ହାଡ ଓ ଅନ୍ତଃ ପଞ୍ଜରା ମାଂସପେଶୀ ଦ୍ଵାରା ଏବଂ ତଳପଟ ମଧ୍ୟଛଦା ଦ୍ଵାରା ଆବଦ୍ଧ ହୋଇ ରହିଛି।
· ମଧ୍ୟଛଦା ବକ୍ଷଗହ୍ଵର ଏବଂ ଉଦର ଗହ୍ଵରକୁ ପୃଥକ କରୁଛି |
ପ୍ରଶ୍ଵାସ : -
· ପ୍ରଶ୍ଵାସ ସମୟରେ ଅନ୍ତଃପଞ୍ଜରା ମାଂସପେଶୀର ସଂକୋଚନ ଓ ଉଦରୀୟ ମାଂସପେଶୀର ଶିଥିଳନ ଘଟେ ଫଳରେ ମଧ୍ୟଛଦା ସଳଖ ବା ସମତଳ ହୋଇଯାଏ ଓ ପଞ୍ଜରାହାଡ ଆଗକୁ ଉଠିଆସେ |
· ବକ୍ଷଗହ୍ଵରର ଆୟତନ ପ୍ରାୟ 20 % ବୃଦ୍ଧିପାଏ ଏବଂ ବକ୍ଷଗହ୍ଵର ଓ ଫୁସ୍-ଫୁସ୍ ମଧ୍ୟସ୍ଥ ବାୟୁଚାପ ବାୟୁମଣ୍ଡଳର ବାୟୁଚାପ ଠାରୁ କମ ହୁଏ |
· ତେଣୁ ଉଚ୍ଚ ବାୟୁଚାପ ଥିବା ବାୟୁମଣ୍ଡଳରୁ ବାୟୁ ନିମ୍ନ ବାୟୁଚାପ ଥିବା ଫୁସ୍-ଫୁସ୍ ମଧ୍ୟକୁ ପ୍ରବେଶ କରେ |
ନିଃଶ୍ଵାସ : -
· ମଧ୍ୟଛଦା ଓ ଅନ୍ତଃପଞ୍ଜରା ମାଂସପେଶୀର ଶିଥିଳନ ଘଟିବା ସହ ଉଦରୀୟ ମାଂସପେଶୀର ସଂକୋଚନ ଘଟେ | ପଞ୍ଜରା ହାଡ ପୂର୍ବ ସ୍ଥାନକୁ ଫେରିଆସେ |
· ବକ୍ଷଗହ୍ଵରର ଆକାର ହ୍ରାସପାଏ ଓ ଏହା ଫୁସ୍-ଫୁସ୍ ଉପରେ ଚାପପକାଏ | ତେଣୁ ଫୁସ୍-ଫୁସ୍ ମଧ୍ୟରୁ ବାୟୁ ବାହାରକୁ ଚାଲିଆସେ |
2. ଗ୍ୟାସ୍ ବିନିମୟ : -
· ଫୁସ୍-ଫୁସ୍ ମଧ୍ୟକୁ ବାୟୁ ପ୍ରବେଶ କଲାପରେ ଏଥିମଧ୍ୟରେ ଥିବା କୋଟରିକା ଗୁଡିକ ବାୟୁ ଦ୍ଵାରା ପୂର୍ଣ୍ଣ ହୁଏ |
· ବାୟୁରେ ଅମ୍ଳଜାନର ସାନ୍ଦ୍ରତା ଅଧିକ ଓ ଅଙ୍ଗାରକାମ୍ଳର ସାନ୍ଦ୍ରତା କମ୍ | ଏହି ସମୟରେ କୋଟରିକାକୁ ଘେରି ରହିଥିବା ରକ୍ତଜାଲକ ମଧ୍ୟରେ ପ୍ରବାହିତ ହେଉଥିବା ରକ୍ତରେ ଅମ୍ଳଜାନର ସାନ୍ଦ୍ରତା କମ୍ ଓ ଅଙ୍ଗାରକାମ୍ଳର ସାନ୍ଦ୍ରତା ଅଧିକ |
· ଏଥିଯୋଗୁଁ କୋଟରିକା ମଧ୍ୟସ୍ଥ ବାୟୁ ଓ ରକ୍ତଜାଲକରେ ପ୍ରବାହିତ ରକ୍ତ ମଧ୍ୟରେ ବିସରଣ ପ୍ରକ୍ରିୟା ଦ୍ଵାରା ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସର ବିନିମୟ ଘଟେ |
· ଅମ୍ଳଜାନ , ଫୁସ୍-ଫୁସ୍ କୋଟରିକାରୁ ରକ୍ତ ମଧ୍ୟକୁ ଏବଂ ରକ୍ତ ମଧ୍ୟରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଫୁସ୍-ଫୁସ୍ କୋଟରିକା ମଧ୍ୟକୁ ବାହାରି ଆସେ |
3. ଗ୍ୟାସ୍ ପରିବହନ : -
· ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଳବିନ ଅମ୍ଳଜାନ ଗ୍ରହଣ କରି ଅକ୍ସିହିମୋଗ୍ଳବିନ୍ ରେ ପରିଣତ ହୋଇ ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ |
· ଅକ୍ସିହିମୋଗ୍ଳବିନ୍ ରୁ କୋଷ ବିସରଣ ପ୍ରକ୍ରିୟା ଦ୍ଵାରା ଅମ୍ଳଜାନ ଗ୍ରହଣ କରେ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍ ରକ୍ତକୁ ଚାଳିଆସେ |
· କୋଷରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍ ରକ୍ତ ମାଧ୍ୟମରେ ଫୁସ୍-ଫୁସ୍ ରେ ପହଞ୍ଚେ ଓ ବିସରଣ ପ୍ରକ୍ରିୟା ଦ୍ଵାରା ରକ୍ତରୁ ଫୁସ୍-ଫୁସ୍ କୋଟରିକା ବାଟ ଦେଇ ବାୟୁମଣ୍ଡଳକୁ ନିର୍ଗତ ହୁଏ |
Truly Indian Brand
Truly Indian Brand