BSE Odisha Board Class 10 Life Science (ଜୀବ ବିଜ୍ଞାନ) Chapter 3 - ପରିବହନ ଓ ସଞ୍ଚାଳନ (Transportation And Circulation ) Notes

Language : Odia

LRNR provides this material totally free

BSE Odisha Board Class 10 Life Science (ଜୀବନ ବିଜ୍ଞାନ) Chapter 3 - ପରିବହନ ଓ ସଞ୍ଚାଳନ (Transportation And Circulation) Notes


  •    ଯେଉଁ ପ୍ରକ୍ରିୟା ଦ୍ଵାରା ଆମ ଶରୀର ମଧ୍ୟରେ ଆବଶ୍ୟକ ଉପାଦାନ ବା ଅମ୍ଳଜାନ ଗୋଟିଏ ଅଙ୍ଗ ରୁ ଅନ୍ୟ ଅଙ୍ଗ କୁ ଯାଇଥାଏ , ସେହି ପ୍ରକ୍ରିୟା କୁ ପରିବହନ ବା ସଂଚାଳନ କୁହାଯାଏ ।


  •   ଜୀବନ ଧାରଣ ପାଇଁ ଖାଦ୍ୟ ସହିତ ଅମ୍ଳଜାନ ଆବଶ୍ୟକ । ବହୁକୋଷୀ ପ୍ରାଣୀ ଶରୀରର ବିଭିନ୍ନ ଅଙ୍ଗ ସହାୟତାରେ ରେ ଖାଦ୍ୟ, ଜଳ ଓ ଅମ୍ଳଜାନ ଆହରଣ କରନ୍ତି ।


  •   ଉଦ୍ଭିଦ ମାନେ ପରିବେଶରୁ ସଂଗୃହୀତ ପଦାର୍ଥମାନ ପରିବହନ ଓ ସଂଚାଳନ ଦ୍ଵାରା ଶରୀରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାଏ ।

  

 ଉଦ୍ଭିଦରେ ପରିବହନ  

  • ଉଦ୍ଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ନିଜ ପାଇଁ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି ସେଥିପାଇଁ ବାୟୁମଣ୍ଡଳରୁ ଆଲୋକ ଶକ୍ତି ଓ ଅଙ୍ଗାରକାମ୍ଳ ସବୁଜ ପତ୍ର ସହାୟତାରେ ଗ୍ରହଣ କରିଥାନ୍ତି । ସେହିପରି ଅନ୍ୟ ଏକ ଉପାଦାନ ଜଳ ଓ ଚୟାପଚୟ ପ୍ରକ୍ରିୟା ନିମନ୍ତେ ମୃର୍ତ୍ତିକାରୁ ଆବଶ୍ୟକୀୟ ଉପାଦାନ ଜଳ ସହିତ ଦ୍ରବଣ ହିସାବରେ ଚେର ଦ୍ଵାରା ଶୋଷଣ କରିଥାଏ।


   ଉଦ୍ଭିଦରେ ଜଳ ପରିବହନ

  •   ଉଦ୍ଭିଦ ଚେରର ଶେଷ ଭାଗରେ ଥିବା ମୂଳଲୋମ ସହାୟତାରେ ମୃର୍ତ୍ତିକା ରୁ ଜଳ ଓ ଧାତବ ଲବଣ ଶୋଷଣ କରି କାଣ୍ଡ,ପତ୍ର,ଫୁଲ,ଫଳ ଆଦିକୁ ପ୍ରେରଣ କରେ ।


  • ମୂଳଲୋମର କୋଷଜୀବକ ଓ ମୃର୍ତ୍ତିକା ମଧ୍ୟରେ ଥିବା ଦ୍ରବଣର ସାନ୍ଧ୍ରତା ମଧ୍ୟରେ ତାରତମ୍ୟ ରହିଥାଏ । ଏହି ତାରତମ୍ୟରେ ସମାନତା ଆଣିବା ପାଇଁ ମୃର୍ତ୍ତିକା ମଧ୍ୟରୁ ଦ୍ରବଣ ମୂଳଲୋମର କୋଷଜୀବକ ମଧ୍ୟକୁ ପାରସୃତି କିମ୍ବା ବିପଚନ ଶକ୍ତି ବିନିମୟଦ୍ଵାରା ପ୍ରବେଶ କରିଥାଏ ।


  •   ପାରସୃତି ପଦ୍ଧତିରେ ମୂଳଲୋମରେ ଥିବା ଅଧିକ ସାନ୍ଧ୍ରତା ବିଶିଷ୍ଟ କୋଷଜୀବକକୁ କମ ସାନ୍ଧ୍ରତା ବିଶିଷ୍ଟ ମୃର୍ତ୍ତିକା ପ୍ରବେଶ କରେ । ସମୟ ସମୟ ରେ ବିପରୀତ ପରିସ୍ଥିତିରେ ମୂଳଲୋମ କୋଷଜୀବକ, କମ୍ ସାନ୍ଦ୍ରତା ବିଶିଷ୍ଟ ହେଲେ ମଧ୍ୟ ଅଧିକ ସାନ୍ଧ୍ରତା ବିଶିଷ୍ଟ ମୃର୍ତ୍ତିକା ଦ୍ରବଣ ମୂଳଲୋମକୁ ବିପଚନ ଶକ୍ତି ଦ୍ଵାରା ପ୍ରବେଶ କରେ ।


  • ମୂଳଲୋମକୋଷ ରେ ଜଳୀୟ ଦ୍ରବଣ ପ୍ରବେଶ ପରେ ବିସରଣ ଦ୍ଵାରା ଜାଇଲେମ୍ ଟିସୁର ବାହିକା ଟ୍ରାକିଡ୍ ଦ୍ଵାରା ଗଠିତ ଅବିଛିନ୍ନ ଜଳ ପରିବହନ ସଂସ୍ଥା ଦ୍ଵାରା ଉଦ୍ଭିଦର ଯେକୌଣସି ଅଂଶକୁ ଯାଇପାରେ ।


  • ଛୋଟ ଛୋଟ ଉଦ୍ଭିଦ ହୋଇଥିଲେ ଶୋଷଣ ଦ୍ଵାରା ସହଜରେ ଜଳ ଉଦ୍ଭିଦର ବିଭିନ୍ନ ଅଙ୍ଗରେ ପହଞ୍ଚେ କିନ୍ତୁ ବଡ ବଡ ବୃକ୍ଷ ଗୁଡିକରେ ସବୁ ଅଂଶ କୁ ଜଳ ପରିବହନ ନିମନ୍ତେ ଉସ୍ୱେଦନ ଚାପ ର ବ୍ୟବହାର କରିଥାନ୍ତି । ଉସ୍ୱେଦନ ଚାପ ବୃକ୍ଷ ର ଅଗ୍ରଭାଗ ବିଶେଷତଃ ପତ୍ରରେ ସୃଷ୍ଟି ହୋଇଥାଏ ।


   ଉସ୍ୱେଦନ ମାଧ୍ୟମରେ ପରିବହନ

  •     ଉଦ୍ଭିଦ ପତ୍ର ରେ ଥିବା ସ୍ତୋମ ମଧ୍ୟ ଦେଇ ଅତିରିକ୍ତ ଜଳରାଶି ଜଳୀୟ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ମୁକ୍ତ ହୁଏ ଫଳରେ ସ୍ତୋମ ମଧ୍ୟ ରେ ଜଳକ୍ଷୟ ଜନିତ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ଏବମ୍ ସେହି ସୁଂୟସ୍ଥାନକୁ ପୂରଣ କରିବା ପାଇଁ ପତ୍ର ର ବାହିକାରୁ ଜଳ ଆସେ ।


  • ଏହିପରି ଭାବରେ ପତ୍ର ର କୋଷରୁ ଜଳକ୍ଷୟ ହେଲେ ସେଥିରେ ସଂଶୋଷଣ ଚାପ ସୃଷ୍ଟି ହୁଏ। ଏହି ସଂଶୋଷଣ ଚାପ ଜଳ ପରିବହନ ସଂସ୍ଥା ନିକଟରେ ଉପଲବ୍ଧ ହୁଏ । ତଦ୍ଵାରା ଉଦ୍ଭିଦର ମୂଳରୁ ତାହାର ଉପର ଅଂଶକୁ ଜଳ ପରିବାହିତ ହୁଏ।


  •  ଉସ୍ୱେଦନ ପ୍ରକ୍ରିୟା ଉଦ୍ଭିଦର ତାପମାତ୍ରା ନିୟନ୍ତ୍ରଣ ରଖିବାରେ ସହାୟତା କରିଥାଏ। ସ୍ତୋମ ହେଉଛି ଉଦ୍ଭିଦରେ ଉସ୍ୱେଦନର ମୁଖ୍ୟ ଅଙ୍ଗ ଏବମ୍ ତ୍ଵଚାବରଣ ବା ବାତରନ୍ଧ୍ର ଦ୍ଵାରା କିଛି ପରିମାଣରେ ହୋଇଥାଏ।


  •   ମୁଖ୍ୟତଃ ଉଦ୍ଭିଦ ର କାଣ୍ଡ ଓ ଫରେ ବାଟରନ୍ଧ୍ର ଦେଖିବାକୁ ମିଳିଥାଏ।


  ପୋଷକର ପରିବହନ

  • ଚୟାପଚୟ ପ୍ରକ୍ରିୟାରେ ଉଦ୍ଭିଦର ବିଭିନ୍ନ ଅଙ୍ଗରେ ସଂଶ୍ଳେଷିତ ଉପାଦାନ ବିଶେଷତଃ ସବୁଜ ପତ୍ର ରେ ଆଲୋକଶ୍ଳେଷଣ ଦ୍ବାରା ସୃଷ୍ଟି ହେଉଥିବା ଶ୍ଵେତସାର ଜାତୀୟ ପଦାର୍ଥ ସଂବାହି ଟିସୁ ଫ୍ଲୋଏମ୍ ଦ୍ବାରା ବିଭିନ୍ନ ଅଙ୍ଗକୁ ପରିବାହିତ ହୋଇଥାଏ। ଏହାକୁ ପୋଷଣର ସ୍ଥାନାନ୍ତରଣ କୁହାଯା ।


  • ଉଦ୍ଭିଦରେ ଜଳ ପରିବହନ ଊର୍ଦ୍ଧମୂଖୀ ହୋଇମଥିବା ବେଳେ ପୋଷକର ସ୍ଥାନାନ୍ତରଣ ଉଭୟ ଉର୍ଦ୍ଧ, ନିମ୍ନ ଓ ପାର୍ଶ୍ୱ ଦିଗକୁ କୁ ପ୍ରବାହିତ ହୋଇପାରେ।


  •   ସଂଶ୍ଳେଷିତ ହେଉଥିବା ସ୍ଥାନକୁ ପୋଷକର ଉତ୍ସ ଏବମ୍ ବ୍ୟବହୃତ ହେଉଥିବା ସ୍ଥାନକୁ ଜମାଭୁକ୍ତ ଅଂଶ କୁହାଯାଏ।


ପରିବାହନର ପ୍ରକାରଭେଦ ଓ ବିବିଧ ତତ୍ତ୍ଵ

  • ଉଦ୍ଭିଦରେ ମୁଖ୍ୟତଃ ତିନିପ୍ରକାରର ପରିବହନ ଦେଖାଯାଏ, ଯଥାକ୍ରମେ :- ଉର୍ଦ୍ଧ ପରିବହନ ଦ୍ବାରା ଜଳ ଓ ପୋଷକ ପଦାର୍ଥ ତଳୁ ଉପରକୁ ଓ ପାର୍ଶ୍ୱ ପରିବାହନରେ ପତ୍ର ରେ ପ୍ରସ୍ତୁତ ଖାଦ୍ଯ ବୃକ୍ଷ ର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ।


  •  ଶାଳ, ନଡିଆ, ତାଳ, ଆଦି ଉଚ୍ଚ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ତିନୋଟି ତତ୍ତ୍ଵ :- i. କୈଶିକ ଆକର୍ଷଣ

                                                                                               ii. ମୂଳଜ ଚାପ

                                                                                               iii. ସଂଶକ୍ତି ତତ୍ତ୍ଵ

    i.  କୈଶିକ ଆକର୍ଷଣ :-

  • କୌଶିକ ନଳୀ କୁ ଜଳରେ ବୁଡାଇଲେ କୌଶିକ ଆକର୍ଷଣଜନିତ ଚାପ ଏବମ୍ ଅଳର ଉଚ୍ଚ ପୃଷ୍ଟତାନ ଫଳରେ ଜଳ ନଳୀ ମଧ୍ୟଦେଇ କିଛି ଉପରକୁ ଉଠିଥାଏ। ନଳୀ ମଧ୍ୟରେ ଜଳର ଉଚ୍ଚତା ନଳୀର ବ୍ୟାସ ଉପରେ ନିର୍ଭର କରେ।


  •  ଏକ ମିଲିଲିଟରର 100 ଭାଗରୁ 1 ଭାଗ ବ୍ୟାସ ବିଶିଷ୍ଟ ଜାଇଲେମ ନାଳୀରେ କୌଶିକ ଆକର୍ଷଣ ଯୋଗୁ ଜଳ 3 ମିଟର ପର୍ଯ୍ୟନ୍ତ ଉଠିପାରେ।


  •   0.001 ମିଳିମିଟର ରୁ କମ ବ୍ୟାସ ଥିବା ନଳୀ ମଧ୍ୟ ରେ ଜଳ 10 ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ । ଅତି ଉଚ୍ଚ ବୃକ୍ଷ ପାଇଁ ଏହା ପର୍ଯ୍ୟ।ପ୍ତ ନୁହେଁ।  

    

ii. ମୂଳଜ ଚାପ :-

  • ଏହା ବିଶ୍ବାସ କରାଯାଏ କି ମୂଳଜ ଚାପ ଯୋଗୁଁ କୌଣସି ଏକ ଉଦ୍ଭିଦର କାଣ୍ଡକୁ ଅଧାରୁ କାଟିଦେଲେ ସେହି ସ୍ଥାନରୁ କିଛି ପରିମାଣର ଜଳୀୟ ପଦାର୍ଥ ବାହାରିଥାଏ।


  •   ଗଛର କାଟ ଅଂଶରେ ଯଦି ଗୋଟିଏ ମାନୋମିଟର ଖଞ୍ଜି ଦୀୟା ଯାଏ ତେବେ ମୂଳରୁ ସୃଷ୍ଟି ହେଉଥିବା ଚାପକୁ ମପାଯାଇପାରେ ।


  •   ଉଚ୍ଚ ଗଛ ଗୁଡିକରେ ଏବମ୍ ଯେତେବେଳେ ଉସ୍ୱେଦନ ର ବେଗ ସର୍ବାଧିକ ସେତେବେଳେ ମୂଳଜ ଚାପ ସର୍ବନିମ୍ନ ଦେଖାଯାଏ ।


  iii. ସଂଶକ୍ତି ତତ୍ତ୍ଵ :-

  •   ଜଳର ଶୋଷଣ ମୁଖ୍ୟତଃ ଉସ୍ୱେଦନ ପ୍ରକ୍ରିୟା ଦ୍ଵାରା ସଙ୍ଗଠିତ ହୋଇଥାଏ। ଏହି ପ୍ରକ୍ରିୟା ହେତୁ ପତ୍ର ରେ ବିସରଣ ଚାପ କମିଯାଏ ତେଣୁ ଶିରା ପ୍ରଶିରାରୁ ଜଳ ଫଳକ ମଧ୍ୟକୁ ଏବମ୍ ଶିରାପ୍ରଶିରାକୁ ଜଳ, କାଣ୍ଡର ଜାଇଲେମ ମଧ୍ୟରୁ ପ୍ରବାହିତ ହୋଇଥାଏ ଏବମ୍ ଜାଇଲେମ ମଧ୍ୟରେ ଜଳର ଧାରା ନିରବଛିନ୍ନ ରଖିବା ପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ । ଜଳର ଏହି ଧାରାକୁ ଉସ୍ୱେଦନ ସ୍ରୋତ କୁହାଯାଏ ।


  •  ଉଦ୍ଭିଦ ମଧ୍ୟରେ ନିମ୍ନୋକ୍ତ କାରଣ ଯୋଗୁଁ ସହଜରେ ଛିନ୍ନ ହୁଏନାହିଁ :-

                1.   ଅତି ସୂକ୍ଷ୍ମ ନଳୀ ଭିତରେ ଜଳ ଅଣୁମାନକଂ ମଧ୍ୟରେ ସଂସକ୍ତି ବଳ ଯଥେଷ୍ଟ ଅଧିକ ଥାଏ ।

                 2.   ଜଳ ଓ ଜାଇଲେମ ଭିତ୍ତି ମଧ୍ୟରେ ଥିବା ସଂଲଗ୍ନ ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ ଭିତ୍ତି ସହ ଲାଗି ରହେ ଏବମ୍ ଥରେ ଲାଗି ରହିଲେ ତାହା ସହଜରେ ସେଥିରୁ ଛାଡ଼ିଯାଏ ନାହିଁ  ଉଦ୍ଭିଦ ମଧ୍ୟରେ କୌଶିକ ଆକର୍ଷଣ, ମୂଳଜ ଚାପ ଏବମ୍ ସଂସକ୍ତି ବଳ ଓ ସଂଲଗ୍ନ ବଳର ମିଳିତ ପ୍ରଭାବରେ ଉଦ୍ଭିଦରେ ଜଳ ତଥା ପୋଷକର ପରିବହନ ସମ୍ଭବପର ହୋଇଥାଏ । 


ମଣିଷ ଶରୀରର ପରିବହନ ସଂସ୍ଥା :-

  •       ଆମେ ପରିପାକ କ୍ରିୟା ଦ୍ୱାରା ଆହରଣ କରିଥିବା ଖାଦ୍ୟ ଓ ଜଳ ହଜମ ହେବା ପରେ କ୍ଷୁଦ୍ରାନ୍ତ୍ର ରେ ଅବଶୋଷିତ ହୋଇଥାଏ ଏବମ୍ ଶ୍ଵାସକ୍ରିୟା ଦ୍ୱାରା ଫୁସ୍-ଫୁସ୍ ସହାୟତାରେ ଅମ୍ଳଜାନ ସଂଗ୍ରହ କରିଥାଉ ।


  •       ସଂଗୃହୀତ ଖାଦ୍ୟ, ଜଳ, ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷଋତ ହରମୋନ ଓ ଅନ୍ୟ ପଦାର୍ଥ ପରିବହନସଂସ୍ଥା ଦ୍ଵାରା ଶରୀରର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତରେ ପହଞ୍ଚିଥାଏ । ପରିବହନ ପାଇଁ ରକ୍ତ ପ୍ରମୁଖ ମାଧ୍ୟମ ।


  ରକ୍ତ ସଞ୍ଚାଳନ :-

  •     ଶରୀର ମଧ୍ୟରେ ଏକମୁହାଁ ରାସ୍ତା ପରି ରକ୍ତବାହିନୀ ନଳୀ ମଧ୍ୟ ଦେଇ ରକ୍ତ ସଂଚାଳନ ହୋଇଥାଏ ।


  •       ହିସାବ କରି ଦେଖାଯାଇଛି ଯେ ପ୍ରାୟ 96,000 ରୁ 1,60,000 କିଲୋମିଟର ଲମ୍ବ ନଳୀ ଆମ ଶରୀର ମଧ୍ୟରେ ବିଛେଇହୋଇ ରହିଛି ।


  •   ରକ୍ତବାହିନୀ ନଳୀ ପ୍ରଧାନତଃ ତିନି ପ୍ରକାରର, ଯଥା :- ଧମନୀ,ଶିରା ଓ ରକ୍ତ ।


  •       ହୃତ୍-ପିଣ୍ଡ ର ସଙ୍କୋଚନ ଜନିତ ଚାପ ଫଳରେ ରକ୍ତ ଅମ୍ଳଜାନ, ଖାଦ୍ୟ, ଓ ଅନ୍ୟାନ୍ୟ ପଦାର୍ଥ ଧରି ଧମନୀ ଓ ରକ୍ତକୈଶିକ ଦେଇ କୋଷମାନଙ୍କ ନିକଟରେ ପହଞ୍ଚେ। ଉପାଦାନ ଗୁଡିକ ବ୍ୟବହୃତ ହୋଇସାରିବା ପରେ କୋଷମାନଙ୍କ ମଧ୍ୟରୁ ବାହାରୁଥିବା ଥିବା ବିଭିନ୍ନ ବର୍ଜ୍ୟବସ୍ତୁ ଏବମ୍ ଅଙ୍ଗାରକାମ୍ଳ ପ୍ରଥମେ ଶିରା ରକ୍ତ ରକ୍ତକୈଶିକ ଓ ପରେ ଛୋଟ ଶିରା ଦ୍ଵାରା ସେ ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ ଏବମ୍ ହୃତ୍-ପିଣ୍ଡ ରେ ପହଞ୍ଚେ ।


  •    ଶିରା ମଧ୍ୟରେ କପାଟିକ ଥିବା ହେତୁ ରକ୍ତ ପଛକୁ ଗତି କରିପରେ ନାହିଁ । ଉଇଲିୟମ ହାର୍ଭେ ପ୍ରଥମେ ଶରୀର ମଧ୍ୟରେ କିପରି ରକ୍ତ ସଞ୍ଚାଳନ ହେଉଛି ଆବିଷ୍କାର କରିଥିଲେ ।


  •      ମଣିଷ ଶରୀରରେ ହୃତ୍-ପିଣ୍ଡରୁ ରକ୍ତ ଧମନୀ ଜରୀଆରେ ଗୋଟିଏ ବାଟ ଦେଇ ଯାଏ ଓ ଅନ୍ୟ ବାଟ ହୋଇ ଶିରା ଜାରୀଆରେ ହୃତ୍-ପିଣ୍ଡକୁ ଫେରିଆସେ । ରକ୍ତର ଏହି ଗତିକୁ ଆବଦ୍ଧ ସଂଚାଳନ କୁହାଯାଏ 


   ହୃତ୍-ପିଣ୍ଡ :-

  •      ମଣିଷର ବକ୍ଷଗହ୍ୱର ମଧ୍ୟସ୍ଥଳରେ, ଦୁଇ ଫୁସ୍-ଫୁସ୍ ମଝିରେ ଓ ମଧ୍ୟଚ୍ଛଦାର ଉପରେ ସାମାନ୍ଯ ବାମକୁ ହୃତ୍-ପିଣ୍ଡ ଅବସ୍ତିତ । ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍-ପିଣ୍ଡର ଲମ୍ବ ପ୍ରାୟ 12 ସେ. ମି, ଓସାର ପ୍ରାୟ 9 ସେ. ମି ଓ ଅଜଣା ପ୍ରାୟ 250 ରୁ 300 ଗ୍ରାମ


  • ଏହାର ରଙ୍ଗ ମାଟିଆ ଲାଲ । ହୃତ୍-ପିଣ୍ଡର ଉପର ଦୁଇଟି ପ୍ରକୋଷ୍ଟା କୁ ଏଟ୍ରିୟମ ବା ଅଳିନ୍ଦ ଓ ତଳ ଦୁଇ ପ୍ରକୋଷ୍ଟା କୁ ଭେଣ୍ଟ୍ରିକଲ୍ ବା ନିଳୟ କୁହାଯାଏ ।


  • ଦକ୍ଷିଣ ଅଳିନ୍ଦ ସହ ଉର୍ଦ୍ଧ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ବୃହତ ରକ୍ତ ବାହିନୀ ଏବମ୍ ଦକ୍ଷିଣ ନିଳୟ ସହିତ ଫୁସ୍-ଫୁସ୍ ଧମନୀ ସଂଯୁକ୍ତ । ବାମ ଅଳିନ୍ଦ ସହ ଫୁସ୍-ଫୁସ୍ ଶିରା ଓ ବାମ ନିଳୟ ସହ ମହାଧମନି ସଂଯୁକ୍ତ ।


  •    ହୃତ୍-ପିଣ୍ଡର ଅଳିନ୍ଦ – ନିଳୟ ଦ୍ଵାରରେ ଏବମ୍ ପ୍ରକୋଷ୍ଟ ଓ ରକ୍ତବାହିନୀ ମଧ୍ୟସ୍ଥିତ ଦ୍ଵାରରେ ଦୁଇଟି ବା ତିନୋଟି ପତଳା ପରଦା ବା କବାଟ ପରି କପାଟିକା ଲାଗିଥାଏ । କପାଟିକାର ପ୍ରତେକ ପରଦକୁ ପାଖୁଡା କୁହାଯାଏ ।


  • ଦକ୍ଷିଣ ଅଳିନ୍ଦ ଓ ବାମ ନିଳୟ ଭିତରେ ଦୁଇ ପାଖୁଡ଼ାବିଶିଷ୍ଟ କପାଟିକା ଥାଏ । ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥିତ କପାଟିକାକୁ ଅର୍ଦ୍ଧ-ଚଂଦ୍ରାକୃତି କପାଟିକ କୁହାଯାଏ ।


  • ଳିନ୍ଦ ଓ ନିଳୟ ମଧ୍ୟସ୍ଥିତ କପାଟିକ ନିଳୟ ଆଡକୁ ଏବମ୍ ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥିତ କପାଟିକ ରକ୍ତବାହିନୀ ଆଡକୁ ଖୋଲିପାରେ । ତେଲୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ ।


  • ହୃତ୍-ପିଣ୍ଡର ଚାରୋଟି ପ୍ରକୋଷ୍ଟ ମଧ୍ୟରୁ ବାମ ନିଳୟ ଅଧିକ ଦକ୍ଷ ଓ ଏହାର ପ୍ରାଚୀର ଅଧିକ ମୋଟା କାରଣ ବାମପଟ ନିଳୟ ସଙ୍କୋଚନ ହେଲେ ଅମ୍ଳଜାନ ଯୁକ୍ତ ରକ୍ତ ମହାଧମଣନି ମଧ୍ୟ ଦେଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।


  • ଡାହାଣ ପଟ ନିଳୟ ର ସଙ୍କୋଚନ ଫଳରେ ଅମ୍ଳଜାନ ବିହୀନ ରକ୍ତ ଫୁସ୍-ଫୁସ୍ ଧମନୀ ହୋଇ ଫୁସ୍-ଫୁସ୍ କୁ ଯାଏ ।


  • ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହୃତ୍-ପିଣ୍ଡ ଅନବରତ ସ୍ପନ୍ଦିତ ହୋଇଥାଏ ତେଣୁ ହୃତ୍-ପିଣ୍ଡ ଗଠନ କରୁଥିବା ପେଶୀ ଶରୀରର ଅନ୍ୟ ପେଶୀଠାରୁ ଭିନ୍ନ ।


  • ଏକ ସୁସ୍ଥ ବ୍ୟକ୍ତିର ହୃତ୍-ପିଣ୍ଡର ସ୍ପନ୍ଦନ ହାର ଏକ ମିନିଟ୍ କୁ 72 ଥର । ହୃତ୍-ପିଣ୍ଡ ମାଂସପେଶୀକୁ ହୃତ୍ ଧମନୀ ଓ ହୃତ୍-ଶିରା ଦ୍ଵାରା ରକ୍ତ ସଂଚାଳନ ହୋଇଥାଏ ।


  • ମଣିଷ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କର ହୃତ୍-ପିଣ୍ଡ ଚାରି ପ୍ରକୋଷ୍ଟ ବିଶିଷ୍ଠ ହୋଇଥିବାରୁ ଏମାନଙ୍କ ହୃତ୍-ପିଣ୍ଡରେ ଅମ୍ଳଜାନ ଯୁକଟା ରକ୍ତ ଓ ଅମ୍ଳଜାନ ବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।


  • ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନ ଯୁକ୍ତ ରକ୍ତ ଏବମ୍ ଦକ୍ଷିଣପଟ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନ ବିହୀନ ରକ୍ତ ସଂଚାଳନ ହୋଇଥାଏ ।


  • ଶରୀରର କୌଣସି ଅଂଗକୁ ଥରେ ରକ୍ତ ପହଞ୍ଚିଲା ବେଳକୁ ତାହା ଦୁଇଥର ହୃତ୍-ପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ । ଏ ପ୍ରକାର ରକ୍ତ ସଞ୍ଚାଳନ କୁ ଦ୍ଵୈତ ସଂଚାଳନ କୁହାଯାଏ ।


  ରକ୍ତ କିଭଳି ଜମାଟ ବାନ୍ଧେ:

  •  ପ୍ଲାଜମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟଟି କରିଥାନ୍ତି ।


  • କ୍ଷତ ଟିସୁ ଓ କୋଷ ତଥା ଭାଂଗିଥିବା ଅଣୁଚକ୍ରକାରୁ ଜାତ ଥ୍ରମ୍ବୋପ୍ଲାଷ୍ଟିନ ଊପସ୍ଥିତିରେ  
  •   ଶିରା ଓ ଧମନୀ ଭିତରେ ରକ୍ତ ସ୍ଵଭାବିକ ଅବସ୍ଥା ରେ ଜମାଟ ବାନ୍ଧିନଥାଏ କାରଣ କ୍ଷତ ନହେଲେ ଥ୍ରମ୍ବୋପ୍ଲାଷ୍ଟିନ ସୃଷ୍ଟି ହୁଏ ନାହିଁ ଏବମ୍ କିଛିମାତ୍ରା ରେ ହିପାରିନ ନାମକା ପ୍ରୋଟିନ ରହିଛି ଯାହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ ।


  • ସେହିପରି ଜୋକ ଲାଳରେ ହିରୁଡିନ ଓ ସୋଡିୟମ ଅକଜାଲେଟ ବା ପୋଟାସିୟମ ଅକଜାଲେଟ ମଧ୍ୟ ରକ୍ତକୁ ଜମାଟ ବାନ୍ଧିବାକୁ ଦୀୟନ୍ତି ନାହିଁ ।

 

 ରକ୍ତବର୍ଗ ବା ବ୍ଲଡ୍ ଗୃପ୍:-

  •   କାର୍ଲ ଲ୍ୟାଣ୍ଡଷ୍ଟେଇନର ପ୍ରଥମ ଥର ପାଇଁ କହିଥିଲେ ଯେ ପ୍ରତ୍ଯେକ ବ୍ୟକ୍ତିଙ୍କ ଶରୀରରେ ଏକ ନିର୍ଦ୍ଧିଷ୍ଟ ବର୍ଗର ରକ୍ତ ଥାଏ । ତେଣୁ ତାଙ୍କୁ 1930 ରେ ନୋବେଲ ପୁରସ୍କାର ମିଳିଥିଲା ।


  •   ସେ ଦର୍ଶାଇଥିଲେ ଯେ ଲୋହିତ ରକ୍ତ କଣିକାର ବାହ୍ୟ ଆବରଣରେ କିଛି ବିଶେଷ ପ୍ରୋଟିନ(ଏଣ୍ଟିଜେନ୍) ରହିଛି, ସେଗୁଡିକୁ ସେ A ଓ B ନାମରେ ନାମିତ କଲେ ।


  •   ସେହିପରି ପ୍ଲାଜମାରେ ଦୁଇଟି ପ୍ରୋଟିନ ରହିଛି ଯାହାକୁ ଏନ୍ଟିବଡି କୁହାଯାଏ ।


  • ଉଭୟ ର ବିଶେଷତ୍ବ ହେଉଛି ଏକ ନିର୍ଦ୍ଧିଷ୍ଟ ଏନ୍ଟିବଡି କେବଳ ତାହା ପାଇଁ ଉଦ୍ଧିଷ୍ଟ ଏଣ୍ଟିଜେନ୍ କୁ ଚିହ୍ନିପାରେ ।

 

 ABO ରକ୍ତ ବର୍ଗ :- 

  • ଲୋହିତ ରକ୍ତ କଣିକା ଆବରଣରେ ଥିବା ଏଣ୍ଟିଜେନ୍ ଓ ପ୍ଲାଜମାରେ ଥିବା ଏନ୍ଟିବଡିର ଉପସ୍ଥିତି ଉପରେ ନିର୍ଭର କରି ମଣିଷରେ ଚାରୋଟି ମୁଖ୍ୟ ରକ୍ତବର୍ଗ ନିରୂପିତ ହୋଇଛି, ଯଥା :- A, B, AB, O ।


  Rh ରକ୍ତ ବର୍ଗ :-

  •  ଲ୍ୟାଣ୍ଡଷ୍ଟେଇନର ଦେଖିଲେ ପାତି ମାଙ୍କଡର ଲୋହିତ ରକ୍ତ କଣିକା ବାହ୍ୟ ଆବରଣରେ ଏକ ନୂଆ ପ୍ରକାର ଏଣ୍ଟିଜେନ୍ ପ୍ରୋଟିନ ଯାହାର ନାମ ସେ Rh ଆଣ୍ଟିଜେନ୍ ଭାବରେ ନାମିତ କଲେ ।


  •    ପରେ ସେହି Rh ଆଣ୍ଟିଜେନ୍ କିଛି ମଣିଷଙ୍କଠାରେ ଥିବାର ଆବିଷ୍କାର କଲେ । Rh ଆଣ୍ଟିଜେନ୍ ଥିବା ମଣିଷମାନଙ୍କୁ Rh+ ଓ Rh ଆଣ୍ଟିଜେନ୍ ନଥିବା ମଣିଷ ମାନଙ୍କୁ Rh- ଭାବରେ ବର୍ଗୀକରଣ କଲେ । Rh- ରକ୍ତ ବର୍ଗର ମଣିଷଙ୍କୁ ଯଦି Rh+ ଥିବା ରକ୍ତ ସଞ୍ଚରଣ କରାଯାଏ ତେବେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇ ରକ୍ତ ଗ୍ରହଣକାରୀ Rh- ବ୍ୟକ୍ତି ର ମୃତ୍ୟୁ ହୋଇଥାଏ ।



  •  ତେଣୁ ରକ୍ତ ସଞ୍ଚରଣ ପୂର୍ବରୁ ଜଣେ ବ୍ୟକ୍ତି ର AB ରକ୍ତବର୍ଗ ସହିତ Rh ରକ୍ତବର୍ଗ ବିଷୟରେ ଜାଣିବା ନିହାତି ଜରୁରୀ । 





Ratings
No reviews yet, be the first one to review the product.