- SCHOOL BOARDS
- BSE/CHSE ODISHA
- CLASS 10
- LIFE SCIENCE
- BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-6 Reproduction ( ଜନନ ) Notes

BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-6 Reproduction ( ଜନନ ) Notes

Language : Odia
BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-6 Reproduction ( ଜନନ ) Notes
LRNR provides this material totally free
ଜନନ
(Reproduction)
ଜନନ ବା ପ୍ରଜନନ ମାଧ୍ୟମରେ ବଂଶବିସ୍ତାର କରିବ ଜୀବମାନଙ୍କର ବିଶେଷତ୍ଵ |
ଜନନ ବା ପ୍ରଜନନ ପ୍ରକ୍ରିୟା ଦ୍ଵାରା ଜୀବମାନେ ନିଜପରି ଜୀବ ସୃଷ୍ଟିକରି ବଂଶବୃଦ୍ଧି କରିଥାନ୍ତି |
ବ୍ୟକ୍ତିଗତଭାବେ ମଣିଷ ବା ଅନ୍ୟ ଜୀବମାନଙ୍କ ଅପେକ୍ଷା ସମ୍ପୃକ୍ତ ଜାତିର ସ୍ଥିତି ଓ ସମୟ ସ୍ରୋତରେ ଜାତିର ନିରବଚ୍ଛିନ୍ନତା ବଜାୟ ରଖିବାରେ ନିତାନ୍ତ ଆବଶ୍ୟକ |
ଜନନର ପ୍ରକାରଭେଦ :-
ଜନନ ମୁଖ୍ୟତଃ ମୁଖ୍ୟତଃ ଦୁଇଟି ପ୍ରକାରର | ଯଥା : -
I. ଅଲିଙ୍ଗୀ ଜନନ (Asexual reproduction)
II. ଲିଙ୍ଗୀୟ ଜନନ (Sexual reproduction)
କେତେକ ଜୀବମାନଙ୍କରେ ଅଲିଙ୍ଗୀ ଜନନ ଦେଖାଯାଉଥିବାବେଳେ କେତେକ ଜୀବମାନଙ୍କ ମଧ୍ୟରେ ଲିଙ୍ଗୀୟ ଜନନ ଦେଖାଯାଏ |
ସେହିପରି କେତେକ ଜୀବମାନଙ୍କ ମଧ୍ୟରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀ ଜନନ ଦେଖାଯାଇଥାଏ |
ବହୁ ଉଭିଦରେ ଅଙ୍ଗୀୟ ଜନନ ମାଧ୍ୟମରେ ବଂଶବୃଦ୍ଧି ହୋଇଥାଏ |
ଅଲିଙ୍ଗୀ ଜନନ :-
ସାଧାରଣତଃ ଅଣୁଜୀବ ସମେତ କେତେକ ନିମ୍ନ ଶ୍ରେଣୀର ଉଭିଦ ଓ ପ୍ରାଣୀଠାରେ ଦେଖାଯାଏ |
ମାତୃକୋଷ ବା ଜନନ କୋଷ ଗୁଡିକର ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍ କିମ୍ବା ଏମାଇଟୋସିସ୍ ପ୍ରକ୍ରିୟା ଦ୍ଵାରା ବିଭାଜିତ ହୋଇ ଅପତ୍ୟ କୋଷ ବା ଅପତ୍ୟ ଜୀବ ସୃଷ୍ଟି ହୁଏ |
ବହୁକୋଷୀ ଜୀବଙ୍କଠାରେ ଦେଖାଯାଉଥିବା ଅଲିଙ୍ଗୀ ଜନନ ଏହି ସରଳ ବିଭାଜନ ପ୍ରକ୍ରିୟାଠାରୁ ସାମାନ୍ୟ ଭିନ୍ନ |
ଏହି ଜୀବମାନଙ୍କରେ ଜନନ କୋଷ ବୋଲି କିଛି ନଥାଏ।
ଲିଙ୍ଗୀୟ ଜନନ :-
ଏହି ପ୍ରକ୍ରିୟାରେ ବଂଶବିସ୍ତାର କରୁଥିବା ଜୀବମାନଙ୍କ ଶରୀରରେ ଦୁଇ ପ୍ରକାର କୋଷ ରହିଥାଏ ଯଥା : -
I. କାୟିକ ବା ସୋମୀୟ କୋଷ (Somatic cell)
II. ଜାୟକ କୋଷ (Germ cell)
କାୟିକ କୋଷ ମଧ୍ୟରେ ଗୁଣସୂତ୍ର ବା କ୍ରୋମୋଜୋମ୍ ଏକ ଯୁଗ୍ମସଂଖ୍ୟା ବା ସମସଂଖ୍ୟା ଭାବେ ରହିଥାଏ |
କୌଣସି ଏକ ନିର୍ଦ୍ଦିଷ୍ଟ ଜାତିର ସବୁ ଜୀବରେ ଏବଂ ସେହି ଜାତିର ଯେ କୌଣସି ଜୀବର ଯୁଗ୍ମକ ବ୍ୟତୀତ ସବୁ କୋଷରେ ଏହି ସଂଖ୍ୟା ଏକାପରି | ସୁତରାଂ ସେହି ଜାତି ପାଇଁ ଏହି ସଂଖ୍ୟା ସ୍ଥିର, ଅପରିବର୍ତ୍ତନୀୟ |
ସୋମୀୟ କୋଷ ମାଇଟୋସିସ୍ ଦ୍ଵାରା ବିଭାଜିତ ହେଇ ଶରୀରର ବୃଦ୍ଧି , ମରାମତି ଆଦି ସମ୍ଭବ ହୋଇଥାଏ |
ପୁରୁଷର ଜନନ ଅଙ୍ଗ ଶୁକ୍ରାଶୟ ବା ଟେଷ୍ଟିସ୍ ଏବଂ ସ୍ତ୍ରୀର ଡିମ୍ବାଶୟରେ ଥିବା ଆଦିଜାୟକ କୋଷ ଏବଂ ସପୁଷ୍ପକ ଉଦ୍ଭିଦର ଫୁଲର କେଶରରେ ଥିବା ପରାଗ ମାତୃକୋଷ ତଥା ଫଳିକାରେ ଥିବା ମେଗାସ୍ପୋର୍ ମାତୃକୋଷରେ ମଧ୍ୟ 2n ସଂଖ୍ୟକ ଗୁଣସୂତ୍ର ଥାଏ ଏବଂ ଏଥିରୁ ଯୁଗ୍ମକ ଜାତ ହୋଇଥାଏ।
ଯୁଗ୍ମକ ଜନନ ପ୍ରକ୍ରିୟାରେ ଯୁଗ୍ମକ ସୃଷ୍ଟି ସମୟରେ ମିଓସିସ୍ ବିଭାଜନ ଦ୍ଵାରା ଯୁଗ୍ମକରେ ଗୁଣସୁତ୍ର ଅଧା ହୋଇଯାଏ | ଏହି ସଂଖ୍ୟାକୁ ଏକଗୁଣିତକ ବା ହାଫ୍ଲଏଡ୍ ସଂଖ୍ୟା କୁହାଯାଏ ଏବଂ “n” ଦ୍ଵାରା ସୂଚିତ କରାଯାଏ |
ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ଗଠନ, ଆକାର, ଆୟତନ, ଆଚରଣ ଓ ବ୍ୟବହାର ଦୃଷ୍ଟିରୁ ଉଭୟ ଏକାପରି ହୋଇଥିଲେ ସେଗୁଡିକୁ ସମଯୁଗ୍ମକ ଏବଂ ସେମାନଙ୍କ ମିଳନକୁ ସମଯୁଗ୍ମନ ସେହିପରି ଭିନ୍ନ ହୋଇଥିଲେ ସେଗୁଡ଼ିକୁ ଅସମଯୁଗ୍ମକ ଏବଂ ସେମାନଙ୍କ ମିଳନକୁ ଅସମଯୁଗ୍ମନ କୁହାଯାଏ |
ଯୁଗ୍ମକର ମିଳନ ହେଉଛି ଲିଙ୍ଗୀୟ ଜନନର ମୂଳଲକ୍ଷ୍ୟ | ଏଥିରୁ ଜାତ ହେଉଥିବା ଯୁଗ୍ମଜରେ ମାଇଟୋସିସ୍ ଦ୍ଵାରା କୋଷସଂଖ୍ୟା ବଢିବା ସହିତ ଆକାର, ଆୟତନ ଓ କାର୍ଯ୍ୟରେ ପରିବର୍ତ୍ତନ ଏବଂ କୋଷ ଚଳନ ଘଟି ନୂଆ ଜୀବଟିଏ ଜାତ ହୋଇଥାଏ |
ଅପତ୍ୟମାନଙ୍କଠାରେ ଭିନ୍ନ ଓ ନୂଆ ଲକ୍ଷଣ ଜାତ ହେବାପାଇଁ ଆବଶ୍ୟକ ପରିବର୍ତ୍ତନର ଏକ ପ୍ରମୁଖ ଉତ୍ସ ହେଉଛି ଲିଙ୍ଗୀୟ ଜନନ |
କୋଷ ବିଭାଜନ :-
ମୁଖ୍ୟତଃ 2 ପ୍ରକାରର କୋଷ ବିଭାଜନ ଦେଖାଯାଏ, ଯଥା –
I.ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍
II.ଅର୍ଦ୍ଧ ବିଭାଜନ ବା ଅନ୍ଧାୟନ ବା ମିଓସିସ୍
ମାଇଟୋସିସ୍ କାୟିକ କୋଷରେ ଏବଂ ଆଦି ଜାୟକ କୋଷରେ ସଂଘଟିତ ହେଉଥିବା ସ୍ଥଳେ ମିଓସିସ୍ ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଦିଷ୍ଟ | ଏହା ଯୁଗ୍ମକଜନନର ଶେଷ ପର୍ଯ୍ୟାୟରେ ହୋଇଥାଏ |
ସମବିଭାଜନ(Mitosis) :-
ଜୀବକୋଷର ସମବିଭାଜନ / ସୂତ୍ରାୟନ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ହୋଇଥାଏ |
ପ୍ରଥମ ପର୍ଯ୍ୟାୟରେ ନ୍ୟଷ୍ଟିର ବିଭାଜନ ହୁଏ ଏବଂ ପରେ କୋଷଜୀବକର ବିଭାଜନ ହୋଇ ଅପତ୍ୟ କୋଷ ସୃଷ୍ଟି ହୋଇଥାଏ |
ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏହାକୁ ଚାରୋଟି ଅବସ୍ଥାରେ ବିଭକ୍ତ କରାଯାଇଛି , ଯଥା : -
I. ଆଦ୍ୟାବସ୍ଥା (Prophase)
II. ମଧ୍ୟବସ୍ଥା (Metaphase)
III. ଉତ୍ତରାବସ୍ଥା (Anaphase)
IV. ଅନ୍ତିମାବସ୍ଥା (Telophase)
I. ଆଦ୍ୟାବସ୍ଥା(Prophase) :-
ଆରମ୍ଭରେ କ୍ରୋମାଟିନ୍ ଜାଲିକା ଦେଖାଯାଏ | ଜାଲିକା ଧୀରେ ଧୀରେ ସୁସ୍ପଷ୍ଟ ସ୍ଥୁଳ ରୂପ ଧାରଣ କରି ପରିଶେଷରେ କେତୋଟି ନିର୍ଦ୍ଦିଷ୍ଟସଂଖ୍ୟକ ଗୁଣସୂତ୍ର ଭାବେ ଦୃଶ୍ୟମାନ ହୁଏ |
ଶେଷବେଳକୁ ପ୍ରତ୍ୟେକ ଗୁଣସୂତ୍ର ଅନୁ ଲମ୍ବଭାବେ ୨ଟି ଏକକ ଗୁଣସୂତ୍ରରେ ବିଭାଜିତ ହୋଇଥିବାର ଦେଖାଯାଏ, କିନ୍ତୁ ଏହା ଗୁଣସୂତ୍ର କେନ୍ଦ୍ର ଅପତ୍ୟ ନ୍ୟଷ୍ଟି ଠାରେ ଲାଗି ରହିଥାଏ |
କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟି ଝିଲ୍ଲୀ ଅଦୃଶ୍ୟ ହୋଇଯାଏ ,କୋଷରେ ଥିବା କେନ୍ଦ୍ରପିଣ୍ଡ ବା ସେଣ୍ଟ୍ରୋଜୋମ୍ ଦୁଇ ଭାଗରେ ବିଭକ୍ତ ହୋଇ କୋଷର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି |
ଦୁଇ ମେରୁ ଅଞ୍ଚଳରେ ତର୍କତନ୍ତୁ ଗଠନ ଆରମ୍ଭ ହୋଇଥାଏ | ସେଣ୍ଟ୍ରୋଜୋମ୍ ଉଦ୍ଭିଦ କୋଷରେ ନଥିବା ସତ୍ତ୍ୱେ କୋଷ ବିଭାଜନ ସ୍ଵାଭାବିକ ଭାବେ ହୋଇଥାଏ |
II.ମଧ୍ୟବସ୍ଥା(Metaphase) :-
ଗୁଣସୂତ୍ରଗୁଡ଼ିକ କୋଷର ମଧ୍ୟସମତଳ ଭାଗକୁ ଚାଲିଆସେ |
ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବର୍ଣ୍ଣିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ସହିତ ବର୍ଦ୍ଦିଷ୍ଣୁ ହୁଏ |
III. ଉତ୍ତରାବସ୍ଥା (Metaphase) :-
ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ |
ତର୍କତନ୍ତୁ ସଙ୍କୁଚିତ ହେବାଫଳରେ ଗୁଣସୂତ୍ରର ପ୍ରତ୍ୟେକ ଏକକ ସୂତ୍ର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି | ଉକ୍ତ ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର / “V” ଆକାର ଧାରଣା କରିଥାଏ |
IV.ଅନ୍ତିମାବସ୍ଥା(Metaphase) :-
ଅପତ୍ୟ ଗୁଣସୂତ୍ରଗୁଡ଼ିକ ଦୁଇ ମେରୁରେ ଜମା ହୁଏ |
ପ୍ରତ୍ୟେକ ଗୁଣସୂତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟି ଝିଲ୍ଲୀ ସୃଷ୍ଟି ହୁଏ |
ଗୁଣସୂତ୍ରଗୁଡ଼ିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ହେବା ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟି ହୁଏ |
କୋଷଜୀବକ ବିଭାଜନ :-
ମାତୃ କୋଷର ମଧ୍ୟଭାଗରେ କୋଷପଟ୍ଟିକା ସୃଷ୍ଟି ହୋଇ ମାତୃକୋଷ କୋଷଜୀବକ ଦୁଇଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ କୋଷ ସୃଷ୍ଟି କରିଥାନ୍ତି |
ପରନ୍ତୁ ପ୍ରାଣୀ ମାତୃକୋଷରେ କୋଷଜୀବକର ସଂକୋଚନ ସୂକ୍ଷ୍ମ ସୂତ୍ର ସାହାଯ୍ୟରେ ବିଭାଜନ ହୋଇ ଦୁଇଟି ଅପତ୍ୟକୋଷ ତିଆରି ହୁଅନ୍ତି |
ଅର୍ଦ୍ଧବିଭାଜନ : -
ଏହା ଦ୍ଵାରା ଗୋଟିଏ ମାତୃକୋଷ ଚାରୋଟି ଅପତ୍ୟ କୋଷ ସୃଷ୍ଟି କରିଥାନ୍ତି |
ଅର୍ଦ୍ଧବିଭାଜନ : -
ଏହାଦ୍ଵାରା ଗୋଟିଏ ମାତୃକୋଷ ଚାରୋଟି ଅପତ୍ୟ କୋଷ ସୃଷ୍ଟି କରିଥାନ୍ତି |
ପ୍ରତ୍ୟେକ ଅପତ୍ୟ କୋଷ ମାତୃକୋଷ ଠାରୁ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ବହନ କରନ୍ତି ତେଣୁ ଏହାକୁ ନ୍ୟୁନକ ବିଭାଜନ ବୋଲି ମଧ୍ୟ କୁହାଯାଏ | ଏହା ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଦିଷ୍ଟ |
ଏହି ବିଭାଜନ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ | ପ୍ରଥମ – କୋଷର ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ | ଦ୍ଵିତୀୟ – ନୂତନ ଭାବେ ଗଠିତ କୋଷଗୁଡିକର ସମବିଭାଜନ ହୁଏ |
I. ପ୍ରଥମ ବିଭାଜନ :-
ଅର୍ଦ୍ଧବିଭାଜନର ପ୍ରଥମ ବିଭାଜନ ପ୍ରକ୍ରିୟାକୁ ଚାରୋଟି ଅବସ୍ଥାରେ ବିଭକ୍ତ କରାଯାଇଛି | ଯଥା- ଆଦ୍ୟାବସ୍ଥା-I, ମଧ୍ୟାବସ୍ଥା-I, ଉତ୍ତରାବସ୍ଥା-I ଓ ଅନ୍ତିମାବସ୍ଥା-I
କ) ଆଦ୍ୟାବସ୍ଥା-I :-
ଅପେକ୍ଷାକୃତ ଅଧିକ ଦୀର୍ଘ ଓ ଜଟିଳ |
ଉକ୍ତ ଅବସ୍ଥାର ପାଞ୍ଚୋଟି ଉପାବସ୍ଥା ଥାଏ | ଯଥା : –
ଲେପ୍ଟିନ୍ (Leptotene)
ଜାଇଗୋଟିନ୍ (Zygotene)
ପାକିଟିନ୍ (Pachytene)
ଡିପ୍ଲୋଟିନ୍ (Diplotene)
ଡାଇଆକାଇନେସିସ୍ (Diakinesis) |
ଲେପଟୋଟିନ୍ : -
ଗୁଣସୂତ୍ରଗୁଡ଼ିକ ଦେଖା ଯାଇଥାନ୍ତି |
ଗୁଣସୂତ୍ରଗୁଡ଼ିକ ଯଦିଓ ପୂର୍ବରୁ ଅନୁଦୈର୍ଘ୍ୟକଭାବେ ସମଦ୍ଵିଖଣ୍ଡିତ ହୋଇଥାନ୍ତି ମାତ୍ର ତାହା ଏକକ ରୂପେ ଦେଖାଯାଆନ୍ତି |
ଜାଇଗୋଟିନ୍ : -
ସଦୃଶ ଗୁଣସୂତ୍ର ଗୁଡ଼ିକ ପରସ୍ପର ସହ ଲମ୍ବ ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି | ଏହି ଅବସ୍ଥାକୁ ଆପୁଞ୍ଜନ କୁହାଯାଏ |
ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର କୁହାଯାଏ |
ପାକିଟିନ୍ :
ଗୁଣସୂତ୍ର ଗୁଡିକ ସ୍ଥୂଳ ଏବଂ କ୍ଷୁଦ୍ରାକାର ହୋଇଥାନ୍ତି |
ପ୍ରତ୍ୟେକ ଗୁଣସୂତ୍ର ଲମ୍ବଭାବରେ ଦୁଇଟି ଏକକସୂତ୍ର ହୋଇଥିବାରୁ ଗୋଟିଏ ଲେଖାଏଁ ଚତୁଷ୍କ ବା ଚତୁଃଏକକ ସୂତ୍ରରେ ପରିଣତ ହୁଅନ୍ତି |
ଡିପ୍ଲୋଟିନ୍ :-
ଗୁଣସୂତ୍ର ଗୁଡ଼ିକର ପୃଥକୀକରଣ ଆରମ୍ଭ ହୁଏ |
କାଏଜ୍ମା ଦ୍ଵାରା ପରସ୍ପର ସହିତ ଲାଗି ରହିଥାନ୍ତି |
କାଏଜମା ମଧ୍ୟ ଦେଇ ଗୁଣସୂତ୍ର ମଧ୍ୟରେ ଜିନ୍ ଆଦାନପ୍ରଦାନ ଘଟିଥାଏ, ଏହାକୁ ପାରାନ୍ତରଣ ପ୍ରକ୍ରିୟା କୁହାଯାଏ |
ଡାଇଆକାଇନେସିସ୍ : -
ଗୁଣସୂତ୍ରଗୁଡ଼ିକ କ୍ଷୁଦ୍ରାକାର; କିନ୍ତୁ ସ୍ଥଳ ଓ ବର୍ତ୍ତୁଳ ହେବାଦ୍ଵାରା ଅଧିକ ସ୍ପଷ୍ଟ ଦେଖାଯାଆନ୍ତି | ଏହି ଉପାବସ୍ଥାରେ ସେଗୁଡ଼ିକର ଆକୃତିର ଦୃଶ୍ୟମାନ ହୋଇଥାନ୍ତି |
ଖ) ମଧ୍ୟାବସ୍ଥା-I :-
ଯୁଗଳ ଗୁଣସୂତ୍ରଗୁଡ଼ିକ କୋଷର ମଧ୍ୟସମତଳ ଭାଗକୁ ଚାଲିଆସନ୍ତି |
ତର୍କୁତନ୍ତୁ ଗୁଣସୂତ୍ରର କେନ୍ଦ୍ରଭାଗସହ ସଂଶ୍ଳିଷ୍ଟ ହୁଏ |
ଗ) ଉତ୍ତରାବସ୍ଲା-I :-
ଯୁଗଳ ଗୁଣସୂତ୍ରର ପ୍ରତ୍ୟେକ ଗୁଣସୂତ୍ର ତାହାର ଦୁଇଟି ଏକକ ସୂତ୍ରସହ କୋଷର ବିପରୀତ ଦିଗକୁ ଦୁଇ ମେରୁ ଆଡ଼କୁ ଗତିକରେ, ପରନ୍ତୁ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏନାହିଁ |
ଏଥି ଯୋଗୁଁ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ | ଏହି ସମୟରେ କୋଣାକାର ବା “V” ଆକାର ଦେଖାଯାଆନ୍ତି |
ଘ) ଅନ୍ତିମାବସ୍ଥା-I :-
ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର କୋଷର ଦୁଇ ବିପରୀତ ମେରୁରେ ଜମାହୋଇ ନ୍ୟଷ୍ଟି ତିଆରି କରନ୍ତି |
ପ୍ରଥମେ ନିନ୍ୟଷ୍ଟି, ପରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟିହୁଏ ଏବଂ ଗୁଣସୂତ୍ରଗୁଡ଼ିକ ଧୀରେ ଧୀରେ ଲମ୍ବାଳିଆ ଓ ପରେ ଅସ୍ପଷ୍ଟ ହୋଇଯାଏ |
ଏହି ସମୟରେ କୋଷଜୀବକ ଦୁଇଭାଗରେ ବିଭକ୍ତ ହୁଏ ଏବଂ ଦୁଇଟି ଅପତ୍ୟ ସୃଷ୍ଟି କରିଥାନ୍ତି |
(ii) ଦ୍ଵିତୀୟ ବିଭାଜନ:-
ଅର୍ଦ୍ଧବିଭାଜନର ପ୍ରଥମ ବିଭାଜନ ପରେ ପରେ ଦ୍ଵିତୀୟ ବିଭାଜନ ହୁଏ ଏବଂ ଏହା ଠିକ୍ ସମବିଭାଜନ ପରି |
ଏହା ମଧ୍ୟ ଚାରୋଟି ଅବସ୍ଥା ଦ୍ଵାରା ସମ୍ପାଦିତ ହୋଇଥାଏ | ଯଥା : -
ଆଦ୍ୟାବସ୍ଥା-II
ମଧ୍ୟାବସ୍ଥା-II
ଉତ୍ତରାବସ୍ଥା-II
ଅନ୍ତିମାବସ୍ଥା –II
ସମବିଭାଜନରେ ବର୍ଣ୍ଣିତ ପ୍ରକ୍ରିୟା ଅନୁସାରେ ପ୍ରତ୍ୟେକ ଅପତ୍ୟକୋଷ ଦୁଇ ସମରୂପୀ କୋଷରେ ବିଭକ୍ତ ହୋଇଯାଏ | ଏହିପରି ଭାବରେ ଅର୍ଦ୍ଧସଂଖ୍ୟକ ଗୁଣସୂତ୍ର ଥିବା ଚାରୋଟି ଅପତ୍ୟ କୋଷ ଉତ୍ପନ୍ନ ହୋଇଥାଏ |
ଉଦ୍ଭିଦରେ ଜନନ : -
ଉଦ୍ଭିଦରେ ଉଭୟ ଅଲିଙ୍ଗୀଜନନ ଓ ଲିଙ୍ଗୀୟ ଜନନ ଦ୍ଵାରା ବଂଶ ବୃଦ୍ଧି କରିଥାନ୍ତି |
ଅଲିଙ୍ଗୀ ଜନନ :-
ଉଦ୍ଭିଦରେ ବିଭିନ୍ନ ପ୍ରକାର ଅଲିଙ୍ଗୀ ଜନନ ଦେଖାଯାଏ | ଯଥା : ବିଭାଜନ, କଳିକନ, ରେଣୁଭବନ ଓ ଅଙ୍ଗାୟ ଜନନ |
I. ବିଭାଜନ :-
କୋଷ ବିଭାଜନ ଘଟି ବୀଜାଣୁ ଓ କେତେକ ଏକକୋଷୀ ଶୈବାଳ ଆଦି ବଂଶବୃଦ୍ଧି କରିଥାନ୍ତି |
ବିଭାଜନ ପ୍ରକ୍ରିୟା ଦ୍ଵାରା ମାତୃକୋଷ ମଧ୍ୟରେ ନ୍ୟଷ୍ଠି ଓ କୋଷଜୀବକ ଦୁଇ ସମାନଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥାନ୍ତି |
ଦ୍ଵିବିଭାଜନ ବୀଜାଣୁମାନଙ୍କର ଏକ ମୁଖ୍ୟ ବଂଶବୃଦ୍ଧି ପ୍ରକ୍ରିୟା|
II. କଳିକନ ବା କୋରକୋଦ୍ଗମ :-
ଇଷ୍ଟ ନାମକ କବକ ସାଧାରଣତଃ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରିଥାଏ |
ଏହି କବକରେ ମୂଳ ମାତୃକୋଷ ରୁ ଜାତ ଅପତ୍ୟ କୋଷ କଳିକା ବା କୋରକ ଆକାରରେ ସୃଷ୍ଟି ହୋଇଥାଏ |
କଳିକାଗୁଡିକ ଧିରେ ଧିରେ ବୃଦ୍ଧିପାଇବା ସହିତ ମାତୃକୋଷରୁ ବିଚ୍ଛିନ୍ନ ହୋଇଯାନ୍ତି | ଏହି ପ୍ରକ୍ରିୟାକୁ କଳିକନ ବା କୋରକୋଦମ କୁହାଯାଏ |
III. ରେଣୁଭବନ :-
ସାଧାରଣତଃ ଅପୁଷ୍ପକ ଉଦ୍ଭିଦ ଗୁଡିକ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରନ୍ତି | ଉଦାହରଣ : ଛତୁ ଓ ଫିମ୍ପି
କବକ ଗୁଡିକରେ ଦେଖାଯାଉଥିବା କଳାରଙ୍ଗର ରେଣୁଗୁଡ଼ିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସିବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ନୂତନ ଉଭିଦ ସୃଷ୍ଟି କରନ୍ତି | ଏହି ପ୍ରକାର ଜନନ ପ୍ରକ୍ରିୟାକୁ ରେଣୁଭବନ କୁହାଯାଏ |
ୟୁଲୋଥ୍ରିକସ୍ ପରି ଶୈବାଳରେ 4,8 ବା ଅଧିକ ଚଳରେଣୁ ସୃଷ୍ଟି ହେଉଥିବା ବେଳେ ପେନିସିଲିୟମ ପରି କବକ ସାଧାରଣତଃ ଅଚଳରେଣୁ ଦ୍ଵାରା ବଂଶବୃଦ୍ଧି କରନ୍ତି |
ପାଇଥୟମ୍ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ଓ ଅଚଳରେଣୁ ସୃଷ୍ଟି କରିଥାନ୍ତି |
ରେଣୁଗୁଡିକ ଅତି କ୍ଷୁଦ୍ର , ହାଲୁକା ଓ ଖାଲି ଆକଇକୁ ଭଲଭାବରେ ଦେଖାଯାଆନ୍ତି ନାହିଁ ; ତେଣୁ ବାୟୁ ବା ଜଳ ଦ୍ଵାରା ବହୁଦୂରକୁ ଚାଲିଯାନ୍ତି ଏବଂ ଅନୁକୂଳ ପରିବେଶରେ ଅଙ୍କୁରିତ ହୋଇ ବଂଶବୃଦ୍ଧି କରେ |
IV. ଅଙ୍ଗୀୟ ଜନନ :-
ଉଦ୍ଭିଦର ପତ୍ର , ମୂଳ ବା କାଣ୍ଡର କୌଣସି ଅଂଶରୁ ଉଦ୍ଭିଦ ସୃଷ୍ଟି ହେଲେ, ଏହାକୁ ଅଙ୍ଗୀୟ ଜନନ କୁହାଯାଏ |
ଅନୁକୂଳ ପରିବେଶରେ ବିଭିନ୍ନ ଉଦ୍ଭିଦଗୁଡିକ ଯେପରିକି ଅମରପୋଇର ପତ୍ର ଧାରାରୁ, ଶତମୂଳୀ, ଡାଲିଆ, ଆଦି ମୂଳରୁ କଦଳୀ, ପିଆଜ, ଅଦା, ହଳଦୀ ଆଦି ଭୂନିମ୍ନସ୍ତ କାଣ୍ଡରୁ ନୂତନ ଗଛ ସୃଷ୍ଟି ହୋଇଥାଏ |
ମଞ୍ଜିରୁ ସୃଷ୍ଟି ହେଉଥିବା ଗଛଠାରୁ ଅଙ୍ଗୀୟଜନନ ଦ୍ଵାରା ଉତ୍ପନ୍ନ ହେଉଥିବା ଗଛରେ ଶୀଘ୍ର ଫୁଲ ଓ ଫଳ ଧାରଣ କରିଥାଏ | ଅଙ୍ଗୀୟଜନନ ବିଭିନ୍ନ ପ୍ରକାରର | ଯଥା :-
କ) ବିଖଣ୍ଡନ : -
ସ୍ପାଇରୋଗାଇରା ପରି ଶୈବାଳ ଓ ଅନ୍ୟ କେତେକ ଅପୁଷ୍ପକ ଉଭିଦର ଥାଲସ୍ ଖଣ୍ଡ ଖଣ୍ଡ ହୋଇ ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସମ୍ପୂର୍ଣ ଉଭିଦରେ ପରିଣତ ହୋଇଥାନ୍ତି | ଏହି ପ୍ରକ୍ରିୟାକୁ ବିଖଣ୍ଡନ କୁହାଯାଏ |
ଖ) ଛେଦନ : -
କେତେକେ ଗଛର କାଣ୍ଡକୁ କାଟି ଛୋଟ ଛୋଟ କରି କାଟି ମାଟିରେ ପୋତିଲେ କିଛିଦିନ ପରେ ସେଥିରୁ ନୂତନ ଗଛ ସୃଷ୍ଟି ହୋଇଥାଏ , ଏହି ପ୍ରକ୍ରିୟାକୁ ଛେଦନ ପ୍ରଣାଳୀ କୁହାଯାଏ |
ଗ) କଲମିକରଣ : -
ଗୋଟିଏ ତରୁଣଗଛ ର ଅଗ୍ରଭାଗକୁ କାଟି ଅନ୍ୟଗୋଟିଏ ଗଛର କଟାଡାଳକୁ କଲମି ମାଟିଦେଇ ବାନ୍ଧି ଦିଆଯାଏ ଏବଂ ଅଳ୍ପ ଅଳ୍ପ ପାଣି ଦେଇ ବନ୍ଧା ସ୍ଥାନକୁ ଓଦା ରଖାଯାଏ |
କିଛିଦିନ ପରେ ତାହା ଯୋଡ଼ିହୋଇ ସେଠାରେ ନୂତନ ଗଛ ସୃଷ୍ଟିହୁଏ |
ନୂତନ କଲମିଗଛରେ ପୋଷ୍ୟ ଅଂଶ ବା କଲମର ସମସ୍ତ ଗୁଣ ପରିବର୍ତ୍ତିତ ହୁଏ ନାହିଁ |
କଲମିକରଣ ମଧ୍ୟ ବିଭିନ୍ନ ଉପାୟରେ କରାଯାଇଥାଏ | ଯଥା : -
୧. ଡାଳି କଲମି : -
ଗଛର କୌଣସି ଏକ ଡାଳର କିଛି ଅଂଶରୁ ତ୍ଵଚା ବାହାରକରି ଡାଳକୁ ମାଟିରେ ପୋତିଦେବା ଫଳରେ ସିଥିରୁ ଚେର ବାହାରି ନୂତନ ଗଛ ସୃଷ୍ଟି ହୋଇଥାଏ | ଏହି ପ୍ରକ୍ରିୟାକୁ ଡାଳି କଲମି କୁହାଯାଏ |
ଏହି ପ୍ରକ୍ରିୟାଦ୍ଵାରା ଅଳ୍ପ ସମୟ ମଧ୍ୟରେ ନୂଆଗଛ ସୃଷ୍ଟି କରାଯାଇଥାଏ |
୨. ଗୁଟ୍ଟି କଲମି : -
ଗଛର ସୁସ୍ଥ ଓ ପାକଳିଆ ଡାଳକୁ ବାଛି ତାର ମୂଳ ଅଂଶର ତ୍ଵଚା ବାହାର କରି କଲମି ମାଟି ଡେଇ ଅଖା ବା ପଲିଥିନ ଦ୍ଵାରା ତାହାକୁ ବାନ୍ଧି ଓଦା ରଖାଯାଏ |
କିଛିଦିନ ପରେ ଭଲଭାବରେ ଚେର ବାହାରିବା ପରେ ମାତୃଗଛରୁ କାଟି ଅଲଗା ଲଗାଇଲେ ତାହା ଏକ ନୂତନ ଗଛରେ ପରିଣତ ହୋଇଥାଏ |
ବିଶେଷ ଧରଣର ଜନନ : -
୧. ଅସମାୟିକ ଜନନ : -
ସମାୟନ ପରିବର୍ତ୍ତେ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୁଣ ସୃଷ୍ଟି ହେଲେ ତାକୁ ଅସମାୟିତ ଜନନ କୁହାଯାଏ |
ଏହାକୁ ଅନିଷେକ ଜନନ ମଧ୍ୟ କୁହାଯାଏ ଏବଂ ଏହି ପ୍ରକ୍ରିୟା ଦ୍ଵାରା ଫଳ ସୃଷ୍ଟି ହେବା ପ୍ରକ୍ରିୟାକୁ ଅଯୁଗ୍ମିତ ଫଳନ କୁହାଯାଏ |
ଉଦ୍ଭିଦରେ ଅସମାୟିତ ଜନନ ଦ୍ଵାରା ସୃଷ୍ଟି ହେଉଥିବା ଫଳ ଗୁଡିକରେ ମଞ୍ଜି ଦେଖାଯାଏ ନାହିଁ | ସେହି ଫଳ ଗୁଡିକୁ ଅସମାୟିତ ଫଳ ବା ମଞ୍ଜିବିହୀନ ଫଳ କୁହାଯାଏ |
୨. ଟିସୁ ପୋଷଣ : -
ପାରେନକାଇମା, କଲେନକାଇମା ଭଳି ଉଦ୍ଭିଦର ଜୀବନ୍ତ କୋଷ କିମ୍ବା ସେହି କୋଷଗୁଡିକରୁ ଜାତ ଉଭିଦଗୁଡିକ ପୂର୍ବବିଭବୀ ବା ସର୍ବକ୍ଷମ |
ଉଦ୍ଭିଦର ଉକ୍ତ ଜୀବନ୍ତ କୋଷ ଗୁଡିକୁ ଉପଯୁକ୍ତ ପୋଷକ ଅନୁକୂଳ ପରିବେଶ ଯୋଗାଇ ଦେଲେ ତାହା ପୁନଃ ବିଭାଜନକ୍ଷମ ହୋଇ ଏକ ଜୀବନ୍ତ ଜୀବକୋଷ କିମ୍ବ ଜୀବନ୍ତ ଟିସୁକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଜୀବାଣୁମୁକ୍ତ ପୋଷାକ ମାଧ୍ୟମରେ ବୃଦ୍ଧି କରାଇ ଏକ ପ୍ରତିରୂପୀ ଉଭିଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ ଟିସୁ ପୋଷଣ କୁହାଯାଏ |
ପ୍ରଥମେ ଉଭିଦର ଉପଯୁକ୍ତ ସୁସ୍ଥ ଓ ତରୁଣଅଂଶ ଚୟନ କରାଯିବା ପରେ ଉଭିଦରୁ ଅଲଗା କରାଯାଏ | ଏହାକୁ ଏକ୍ସପ୍ଲାଣ୍ଟ କୁହାଯାଏ |
ଏକ୍ସପ୍ଲାଣ୍ଟକୁ ଉପଯୁକ୍ତ ପୋଷାକରେ ସ୍ଥାପନ କରିବା ପରେ ସେଥିରୁ କାଲସ ବାହାରେ , କାଲସକୁ ପରବର୍ତ୍ତୀ ସମୟରେ ଏକ ନିର୍ଦ୍ଦିଷ୍ଟ ହରମୋନ୍ ଥିବା ପୋଷକ ମଧ୍ୟକୁ ସ୍ଥାନାନ୍ତରିତ କରିବା ଫଳରେ ପୁନକର୍ଷଣ ଦ୍ଵାରା ସେଥିରୁ ଚାରା ଉଦ୍ଭିଦ ଉତ୍ପନ୍ନ ହୁଏ |
ଚାରା ଉଦ୍ଭିଦଗୁଡିକୁ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିବର୍ତ୍ତନ ହୋଇଥାଏ | ଏହି ପ୍ରକ୍ରିୟାକୁ ସୂକ୍ଷ୍ମ ବଂଶବିସ୍ତାର ମଧ୍ୟ କୁହାଯାଏ |
ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ : -
ଆବୃତବୀଜୀ ଉଦ୍ଭିଦ ଗୁଡିକରେ ଜନନ ଅଂଶ ଗୁଡିକ ଫୁଲ ମଧ୍ୟରେ ରହିଥାଏ |
ଫୁଲର ବିଭିନ୍ନ ଅଂଶ ଗୁଡିକ ମଧ୍ୟରୁ ପୁଂକେଶର ଓ ଫଳିକା ଚକ୍ରର ଫଳିକା ହେଉଛି ଫୁଲର ଜନନ ଅଂଶ |
ଜନନ ଅଂଶ ଗୁଡିକରେ ଜାୟକ କୋଷ ଗୁଡିକ ରହିଥାନ୍ତି |
କେବଳ କେଶର ବା ଫଳିକା ଚକ୍ର ଥିଲେ ଫୁଲଗୁଡିକୁ ଏକଲିଙ୍ଗୀ ଫୁଲ ଏବଂ ଉଭୟ ଥିଲେ ଫୁଲ ଗୁଡିକୁ ଦ୍ଵିଲିଙ୍ଗୀ ଫୁଲ କୁହାଯାଏ |
ପରାଗ ସଙ୍ଗମ ବା ପରାଗଣ : -
ଫୁଲଗୁଡିକରେ ଥିବା ପରାଗରେଣୁ ଗୁଡିକ ବିଭିନ୍ନ ପ୍ରକ୍ରିୟା ଓ ବିଭିନ୍ନ ମାଧ୍ୟମ ଦ୍ଵାରା ଆସି ଫୁଲର ଗର୍ଭଶୀର୍ଷରେ ପଡ଼େ |
ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡି ଡିମ୍ବାଣୁକୁ ସମାୟିତ କଲେ, ତାହାକୁ ସ୍ଵ - ପରାଗଣ କୁହାଯାଏ |
ଗୋଟିଏ ଫୁଲର ପରାଗରେଣୁ ବିଭିନ୍ନ ମାଧ୍ୟମ ଦ୍ଵାରା ଆସି ଅନ୍ୟ ଗୋଟିଏ ଫୁଲର ଗର୍ଭଶୀର୍ଷରେ ପଡି ଡିମ୍ବାଣୁକୁ ସମାୟିତ କଲେ, ତାହାକୁ ପରପରାଗଣ କୁହାଯାଏ |
ଗର୍ଭଶୀର୍ଷରେ ଥିବା ଏକ ଅଠାଳିଆ ପଦାର୍ଥ ଦ୍ଵାରା ପରାଗରେଣୁ ଆସି ସେଠାରେ ଲାଗିରହେ ଓ ପରେ ଅଙ୍କୁରିତ ହୁଏ |
ଫଳିକା ଓ ଗର୍ଭାଶୟ :-
ଫଳିକା ତିନୋଟି ଅଂଶକୁ ନେଇ ଗଠିତ | ଯଥା : -
1. ସ୍ଫୀତ ନିମ୍ନଭାଗ ଗର୍ଭାଶୟ
2. ମଧ୍ୟଭାଗ ଗର୍ଭଦଣ୍ଡ
3. ଉପରିଭାଗ ଗର୍ଭଶୀର୍ଷ
ଡିମ୍ବକଟି ଗୋଟିଏ ବୃନ୍ତଦ୍ଵାରା ଗର୍ଭାଶୟ ସହ ଲାଗି ରହିଥାଏ |
ଡିମ୍ବକ ମଧ୍ୟରେ ଥିବା ଡିମ୍ବକାୟାକୁ ଆବୃତ କରି ଗୋଟିଏ ବା ଦୁଇଟି ଆଚ୍ଛଦ ଥାଏ ଏବଂ ଆଚ୍ଛଦର ଅଗ୍ରଭାଗର ମିଳନ ସ୍ଥାନରେ ଗୋଟିଏ ଛିଦ୍ର ରହିଥାଏ ଯାହାକୁ ବୀଜରନ୍ଧ୍ର କୁହାଯାଏ |
ଡିମ୍ବକାୟାରେ ଗୋଟିଏ ଭୂଣାଶୟ ଥାଏ ଏବଂ ଭୂଣାଶୟର ଅଗ୍ରଭାଗରେ ଗୋଟିଏ ଡିମ୍ବକୋଷ ଓ ତାହାର ଦୁଇପାଖରେ ଦୁଇଟି ସହାୟକ କୋଷ ରହିଥାଏ |
ଭୂଣାଶୟ ମଧ୍ୟଭାଗରେ ଲାଗି ଲାଗି ରହିଥିବା ଦୁଇଟି ନ୍ୟଷ୍ଟିକୁ ମେରୁନ୍ୟଷ୍ଟି କୁହାଯାଏ| ସମାୟନ ପୂର୍ବରୁ ଏହି ଦୁଇଟି ନ୍ୟଷ୍ଟି ମିଳିତ ହୋଇ ଦ୍ଵିତୀୟକ ନ୍ୟଷ୍ଟିରେ ପରିଣତ ହୁଅନ୍ତି |
ସମାୟନ : -
ପରାଗରେଣୁ ଗର୍ଭଶୀର୍ଷରେ ପଡିବା ପରେ ତାହାର ବାହାର ଆବରଣଟି ଫାଟିଯାଏ ଫଳରେ ଭିତର ଆବରଣଟି ଗୋଟିଏ ନଳୀ ଆକାରରେ ବାହାରେ ଓ ପରାଗ ଅଙ୍କୁରିତ ହୁଏ ଏବଂ ନଳୀଟି ଗର୍ଭଦଣ୍ଡ ଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ | ଏହାକୁ ପରାଗ ନଳୀ କୁହାଯାଏ |
ପରାଗ ଅଙ୍କୁରିତ ହେବା ସମୟରେ ଏହା ସମବିଭାଜନ ଦ୍ଵାରା ପ୍ରଥମେ ଅଙ୍ଗୀୟ କୋଷ ଓ ଜନନ କୋଷ ସୃଷ୍ଟି କରେ |
ଜନନ କୋଷ ପୁଣି ସମବିଭାଜନ ପ୍ରକ୍ରିୟା ଦ୍ଵାରା ଦୁଇଟି ପୁଂଯୁଗ୍ମକ ସୃଷ୍ଟିକରେ |
ପରାଗ ନଳୀ ବିଜରନ୍ଧ୍ର ମଧ୍ୟ ଡେଇ ଡିମ୍ବାଶୟରେ ମଧ୍ୟରେ ଥିବା ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରିଥାଏ ଏବଂ ସେଠାରେ ନଳୀର ଅଗ୍ରଭାଗ ଫାଟିଯିବା ଫଳରେ ପୁଂଯୁଗ୍ମକ ଦ୍ୱୟ ଭ୍ରୂଣାଶୟ ମଧ୍ୟକୁ ଚାଲିଆସନ୍ତି |
ଗୋଟିଏ ପୁଂଯୁଗ୍ମକ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରନ୍ତି | ଏଥରୁ ଭ୍ରୂଣର ଉତ୍ପତ୍ତି ହୋଇଥାଏ |
ଅନ୍ୟ ପୁଂଯୁଗ୍ମକଟି, ଦ୍ଵିତୀୟକ ନ୍ୟଷ୍ଟି ସହିତ ମିଶି ଭ୍ରୂଣପୋଷ ନ୍ୟଷ୍ଟି ସୃଷ୍ଟି କରିଥାନ୍ତି ଯାହା ବର୍ଦ୍ଦିଷ୍ଣୁ ଭ୍ରୂଣକୁ ପୋଷକ ଯୋଗାଇଥାଏ |
ପରବର୍ତ୍ତୀ ସମୟରେ ନଳୀ ନ୍ୟଷ୍ଟିଟି ପରାଗ ନଳୀ ଭିତରେ ନଷ୍ଟ ହୋଇଯାଏ |
ସପୁଷ୍ପକ ଆବୃତବୀଜୀ ଉଭିଦରେ ଦୁଇଟି ସମାୟନ କ୍ରିୟା ଦେଖିବାକୁ ମିଳେ |ଯଥା : -
1. ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ
2. ଦ୍ଵିତୀୟକ ନ୍ୟଷ୍ଟି ସହିତ ଦ୍ଵିତୀୟ ପୁଂଯୁଗ୍ମକର ମିଳନ
ସପୁଷ୍ପକ ଉଭିଦର ଏହି ପ୍ରକିୟାକୁ ଦ୍ଵିସମାୟନ କୁହାଯାଏ |
ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ଭ୍ରୂଣ ସୃଷ୍ଟି କରନ୍ତି ଏବଂ ଭ୍ରୂଣଟି ଏକ କଠିନ ଆବରଣ ଦ୍ଵାରା ଆବଦ୍ଧ ହୋଇ ମଞ୍ଜିରେ ପରିଣତ ହୋଇଥାଏ | ଏହି ସମୟରେ ଡିମ୍ବାଶୟର ବୃଦ୍ଧି ଘଟି ଫଳରେ ପରିଣତ ହୋଇଯାଏ |
ମଞ୍ଜି ଭିତରେ ଥିବା ଭ୍ରୂଣଟି ଉପଯୁକ୍ତ ପାରିପାର୍ଶ୍ୱିକ ଅବସ୍ଥାରେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦରେ ପରିଣତ ହୋଇଥାଏ | ଏହି ପ୍ରକ୍ରିୟାକୁ ବୀଜ ଅଙ୍କୁରୋଦ୍ଗମ କୁହାଯାଏ |
ପ୍ରାଣୀରେ ଜନନ :-
କେତେକ ପ୍ରାଣୀମାନଙ୍କରେ ବଂଶବୃଦ୍ଧି କେବଳ ଅଲିଙ୍ଗୀ ଜନନ ବା କେବଳ ଲିଙ୍ଗୀୟ ଜନନ ଦ୍ଵାରା ହେଉଥିବା ବେଳେ କେତେକଙ୍କଠାରେ ଉଭୟ ପ୍ରକ୍ରିୟା ଦ୍ଵାରା ବଂଶବୃଦ୍ଧି କରୁଥିବା ଦେଖାଯାଏ |
ଅଲିଙ୍ଗୀ ଜନନ ମୁଖତଃ 2 ପ୍ରକାରର : -
1. ବିଭାଜନ
2. କୋରକୋଦଗମ / କଳିକନ
1. ବିଭାଜନ :-
ଏହା ଏକ ଅତି ସରଳ ପ୍ରକ୍ରିୟା |ଏହି ପ୍ରକ୍ରିୟା 2 ପ୍ରକାରର : -
କ) ଦ୍ଵିବିଭାଜନ
ଖ) ବହୁ ବିଭାଜନ
କ) ଦ୍ଵିବିଭାଜନ :-
ଏମିବା , ପାରାମିସିଅମ୍ , ଇଉଗ୍ଲିନା ଆଦି ଜୀବମାନଙ୍କଠାରେ ଦେଖାଯାଏ ।
ଉକ୍ତ ବିଭାଜନ ପ୍ରକ୍ରିୟା ଦ୍ଵାରା ଦୁଇଟି ଅପତ୍ୟ, ମାତୃ ଠାରୁ ସୃଷ୍ଟି ହୋଇଥାନ୍ତି |
ଉଦାହରଣ : -
ଏମିବା :-
ମଧୁର ଜଳରେ ବାସ କରେ ଏବଂ ଅନୁକୂଳ ପରିସ୍ଥିତିରେ ଶରୀରର ବୃଦ୍ଧି ଘଟି ଗୋଲାକାର ଆକାର ଧାରଣ କରିଥାଏ |
ଏହି ସମୟରେ ଖାଦ୍ୟ ଗ୍ରହଣ କରିନଥାଏ ଏବଂ ସମବିଭାଜନ ଦ୍ଵାରା ଗୋଟିଏ ମାତୃ ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହୋଇଥାଏ |
ଉକ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୩୦ ମିନିଟ୍ ସମୟ ନିଏ |
ଏମିବାର ବୃଦ୍ଧାବସ୍ଥା ନଥାଏ ଓ ଏହାର ପ୍ରାକୃତିକ ମୃତ୍ୟୁ ହୁଏନାହିଁ | ଏଣୁ ଏମିବା ଅମର |
ସେହିପରି ପାରାମସିଅମ୍ ଓ ଇଉଗଳ୍ଲିନା ମଧ୍ୟ ଦ୍ଵିବିଭାଜନ ପ୍ରକ୍ରିୟା ଦ୍ଵାରା ଜନନ ପ୍ରକ୍ରିୟା ସମ୍ପାଦନ କରନ୍ତି |
ପାରାମସିଅମ୍ ଦେଖାଯାଉଥିବା ଦ୍ଵିବିଭାଜନ ପ୍ରକ୍ରିୟାକୁ ଅନୁପ୍ରସ୍ଥ ଦ୍ଵିବିଭାଜନ କୁହାଯାଏ |
ଇଉଗ୍ଲିନାରେ ଦେଖାଯାଉଥିବା ଦ୍ଵିବିଭାଜନ ପ୍ରକ୍ରିୟାକୁ ଅନୁଲମ୍ବ ଦ୍ଵିବିଭାଜନ କୁହାଯାଏ |
ଖ) ବହୁବିଭାଜନ : -
ପ୍ରତିକୂଳ ପରିସ୍ଥିତିରେ ଏମିବା ନିଜ ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ସୃଷ୍ଟି କରିଥାଏ | ଯାହାକୁ କୋଷ୍ଠିକା ବୋଲି କୁହାଯାଏ |
ଉକ୍ତ ସମୟରେ ଏମିବାର ଚୟାପଚୟ ପ୍ରକ୍ରିୟା ହ୍ରାସ ପାଇଥାଏ, ଏବଂ ନ୍ୟଷ୍ଟି ଟି ବାରମ୍ବାର ବିଭାଜିତ ହୋଇ 500 - 600ଟି ଛୋଟ ନ୍ୟଷ୍ଟି ତିଆରି କରନ୍ତି |
ପ୍ରତ୍ୟେକ ଛୋଟ ନ୍ୟଷ୍ଟିଗୁଡିକ କିଛି ପରିମାଣର କୋଷଜୀବକ ଦ୍ଵାରା ଆବୃତ ହୋଇ ରହିଥାଏ | ଏହିପରି ଭାବେ ମାତୃ ଏମିବାରୁ ଅପତ୍ୟ ବା ଏମିବ୍ୟୁଲାର ସୃଷ୍ଟି ହୋଇଥାଏ |
ଅନୁକୂଳ ପରିସ୍ଥିତିରେ କୁନି ଏମିବା ଗୁଡିକ କୋଷ୍ଠିକା ମଧ୍ୟରୁ ବାହାରକୁ ଚାଳିଆସନ୍ତି, ଜଳ ସଂସ୍ପର୍ଶରେ ଆସି କୋଷ୍ଠିକା ଫାଟି ଯିବାରୁ |
ଏମିବାର ଏହି ପ୍ରକାର ବିଭାଜନ କ୍ରିୟାକୁ ସ୍ପୋରୁଲେସନ୍ କୁହାଯାଏ |
ମ୍ୟାଲେରିଆ ସୃଷ୍ଟି କରୁଥିବା ପ୍ଲାଜମୋଡିୟମ୍ ମଧ୍ୟ ବହୁବିଭାଜନ ଦ୍ଵାରା ନିଜର ବଂଶ ବୃଦ୍ଧି କରିଥାଏ |
2. କୋରକୋଦଗମ୍ :-
କେତେକ ଏକକୋଷୀ (ଯଥା : ସ୍ପଞ୍ଜ) ପ୍ରାଣୀ ଓ କେତେକ ବହୁକୋଷୀ ପ୍ରାଣୀ (ଯଥା : ହାଇଡ୍ରା) କୋରକଦଗମ୍ ଉପାଯରେ ଜନନ ଦ୍ଵାରା ନିଜର ବଂଶ ବିସ୍ତାର କରନ୍ତି |
କୋରକୋଦଗମ୍ ଦୁଇ ପ୍ରକାରର ଯଥା : -
a) ବାହ୍ୟ କୋରକୋଦଗମ୍
b) ଅନ୍ତଃ କୋରକୋଦଗମ୍
a) ବାହ୍ୟ କୋରକୋଦଗମ୍ :-
ଅନୁକୂଳ ପରିସ୍ଥିତିରେ ସୁସ୍ଥ ଏବଂ ବୟଃପ୍ରାପ୍ତ ହାଇଡ୍ରା ବାହ୍ୟ କୋରକୋଦଗମ୍ ଉପାୟରେ ବଂଶ ବିସ୍ତାର କରିଥାଏ |
ପ୍ରଥମେ ହାଇଡ୍ରା ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ରକାର କୋଷଗୁଡିକ ଏକାଠି ହୋଇ ଏକ ଆବୁ ପରି କୋରକ ସୃଷ୍ଟି କରନ୍ତି | ଯାହାକୁ ବାହ୍ୟ କୋରକୋଦଗମ୍ ଅଞ୍ଚଳ କୁହାଯାଏ |
କୋରକର ଅଗ୍ରଭାଗରେ ଥିବା ତାରା ପରି ପାଟିର ଚାରିପାଖରେ ଛୋଟ ଛୋଟ କର୍ଷିକା ଦେଖାଯାଏ | ଫଳରେ ଏହା ଛୋଟ ହାଇଡ୍ରା ପରି ଦୃଶ୍ୟମାନ ହୋଇଥାଏ |
ଛୋଟ ହାଇଡ୍ରାଟି ମାତୃଶରୀର ସହିତ ଲାଗିରହିଥିଲେ ମଧ୍ୟ କର୍ଷିକା ଦ୍ଵାରା ଖାଦ୍ୟ ସଂଗ୍ରହ କରିଥାଏ |
ଅପତ୍ୟ ହାଇଡ୍ରାର ସମ୍ପୂର୍ଣ୍ଣ ବଡ ହୋଇସାରିବା ପରେ ମାତୃଶରୀରରୁ ଅଲଗା ହୋଇଯାଏ ଏବଂ ପରିବେଶରୁ ଖାଦ୍ୟ ସଂଗ୍ରହ କରି ସାଧାରଣ ଜୀବନଯାପନ କରେ |
ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ହେବା ପାଇଁ 48 ରୁ 96 ଘଣ୍ଟା ସମୟ ଲାଗିଥାଏ |
b) ଅନ୍ତଃ କୋରକୋଦଗମ୍ :-
ପ୍ରତିକୂଳ ପରିସ୍ଥିତିରେ ସ୍ପଞ୍ଜ ନିଜ ଶରୀର ମଧ୍ୟରେ ଜେମ୍ୟୁଲ୍ ତିଆରି କରେ |
ପ୍ରକ୍ରିୟାର ଆରମ୍ଭରେ ଏକ ସ୍ଵତନ୍ତ୍ର ପ୍ରକାରର କେତେକ କୋଷ ଆର୍କିଓସାଇଟ୍ ଏକତ୍ରିତ ହୁଅନ୍ତି ଏବଂ ଚାରିପଟେ କଠିନ ଆବରଣ ସୃଷ୍ଟି କରି ଜେମ୍ୟୁଲ୍ ରେ ପରିଣତ ହୁଏ |
ଅନୁକୂଳ ପରିସ୍ଥିତିରେ ଜେମ୍ୟୁଲ୍ ମଧ୍ୟରେ ଥିବା କୋଷଗୁଡିକ ମାଇକ୍ରୋପାଇଲ୍ ନାମକ ଏକ ରନ୍ଧ୍ର ଦ୍ଵାରା ବାହାରକୁ ଆସି ନୂଆ ସ୍ପଞ୍ଜ ସୃଷ୍ଟି କରନ୍ତି|
ପୁନରୁଦ୍ଭବନ : -
ପୁନରୁଦ୍ଭବନ ଏକ ଜନନ ପ୍ରକ୍ରିୟା ନୁହେଁ | କିଛି ପ୍ରାଣୀମାନଙ୍କ ଶରୀରର ଏହା ଏକ ସ୍ଵତନ୍ତ୍ର ବ୍ୟବସ୍ଥା ମାତ୍ର |
ଏହି ପ୍ରକ୍ରିୟା ଦ୍ଵାରା ପ୍ରାଣୀ ଶରୀରରୁ ଭାଙ୍ଗିଯାଇଥିବା ପ୍ରତ୍ୟେକ ଖଣ୍ଡରୁ ଏକ ନୂତନ ଜୀବ ଜୀବ ଜାତ ହୋଇଥାଏ | (ହାଇଡ୍ରା)
ପ୍ରାଣୀ ଶରୀରରେ ଥିବା ଏକ ବିଶେଷ ପ୍ରକାର ସର୍ବପ୍ରସୂ ବା ପୂର୍ଣ୍ଣବିଭବୀ କୋଷ ରହିଥାଏ ଯାହାକି ଶରୀରର ସମସ୍ତ ପ୍ରକାର କୋଷ ବା ଟିସୁ ତିଆରି କରିପାରେ, ଫଳରେ କଟିଯାଇଥିବା ଅଂଶରୁ ଏକ ନୂଆ ପ୍ରାଣୀ ଜାତ ହୁଏ।
ମାନବର ଲିଙ୍ଗୀୟ ଜନନ :-
ମାନବ ପ୍ରଜନନ ଜରିଆରେ ବଂଶବିସ୍ତାର କରିଥାନ୍ତି | ଏହି ପ୍ରକ୍ରିୟାରେ ଉଭୟ ପୁରୁଷ ଏବଂ ସ୍ତ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଉଭୟଙ୍କର ଭିନ୍ନ ଭିନ୍ନ ଦାୟିତ୍ଵ ରହିଥାଏ |
ଏହି ସମୟରେ କିଶୋରକିଶୋରୀମାନଙ୍କ ଶରୀରରେ ଅନେକ ଗାଠନିକ, କ୍ରିୟାତ୍ମକ ଏବଂ ଆବେଗିକ ପରିବର୍ତ୍ତନ ଦେଖାଯାଇଥାଏ | ଏବଂ ପ୍ରଜନନ ଅଙ୍ଗର ବିକାଶ ଘଟେ ଏବଂ ଉଭୟେ ସନ୍ତାନ ସୃଷ୍ଟି କରିବାର ସାମର୍ଥ୍ୟ ହାସଲ କରନ୍ତି |
ଯୁଗ୍ମକଜନନ :-
ଏହା ଦ୍ଵାରା ଶୁକ୍ରାଶୟରେ ଶୁକ୍ରାଣୁ ଓ ଡିମ୍ବାଶୟରେ ଡିମ୍ବାଣୁ ସୃଷ୍ଟି ହୁଏ |
ଶୁକ୍ରାଣୁ ଜନନ ପ୍ରକ୍ରିୟା ଦ୍ଵାରା ଶୁକ୍ରାଣୁ ଏବଂ ଡିମ୍ବାଣୁ ଜନନ ପ୍ରକ୍ରିୟା ଦ୍ଵାରା ଡିମ୍ବାଣୁ ସୃଷ୍ଟି ହୋଇଥାଏ |
ଶୁକ୍ରାଣୁଜନନ :-
ପୁରୁଷର ଶୁକ୍ରାଶୟ ଶୁକ୍ର ଉତ୍ପତ୍ତି ସୂକ୍ଷ୍ମ ନଳିକା ବା ଶୁକ୍ରଜନ ନଳିକା ଦ୍ଵାରା ଗଠିତ |
ପ୍ରତ୍ୟେକ ନଳିକାର ଆବରଣରେ ରହିଛି ଆଦିଜାୟକ କୋଷ ଦ୍ଵାରା ଗଠିତ ଜର୍ମିନାଲ ଏପିଥିଲିୟମ୍ ବା ଜନନ ଅଧିଚ୍ଛଦ ଏବଂ ଏଥିରେ ଥିବା କୋଷଗୁଡିକର ସମବିଭାଜନ ଦ୍ଵାରା ମୂଳ ଶୁକ୍ରାଣୁ କୋଷ ସୃଷ୍ଟି ହୋଇଥାଏ |ଏହାକୁ ପ୍ରଗୁଣନ ପ୍ରାବସ୍ଥା କୁହାଯାଏ
ମୂଳଶୁକ୍ରାଣୁ କୋଷ ଗୁଡିକର ଆକାରରେ ବୃଦ୍ଧି ଘଟି ପ୍ରାଥମିକ ଶୁକ୍ରାଣୁ କୋଷରେ ପରିବର୍ତ୍ତିତ ହୋଇଥାନ୍ତି | ଏହି ଅବସ୍ଥାକୁ ବୃଦ୍ଧି ପ୍ରାବସ୍ଥା କୁହାଯାଏ |
ପରବର୍ତ୍ତୀ ସମୟରେ ଶୁକ୍ରାଣୁ କୋଷରେ ଅର୍ଦ୍ଧ ବିଭାଜନ ଘଟି ଦୁଇଟି ଦ୍ଵିତୀୟକ ଶୁକ୍ରାଣୁ କୋଷ ତିଆରି ହୋଇଥାଏ |
ଦ୍ଵିତୀୟକ ଶୁକ୍ରାଣୁ କୋଷର ଗୁଣସୁତ୍ର ସଂଖ୍ୟା ଅର୍ଦ୍ଧେକ ହୋଇଥାଏ |
ପୁନର୍ବାର ଦ୍ଵିତୀୟକ ଶୁକ୍ରାଣୁ କୋଷ, ଦ୍ଵିତୀୟ ଅର୍ଦ୍ଧ ବିଭାଜନ ଦ୍ଵାରା ଦୁଇଟି ପ୍ରାକ୍ ଶୁକ୍ରାଣୁ କୋଷ ତିଆରି ହୋଇଥାଏ |
ପରବର୍ତ୍ତି ପର୍ଯ୍ୟାୟରେ ପ୍ରାକ୍ ଶୁକ୍ରାଣୁ କୋଷ ଗୁଡିକରେ ବିଭିନ୍ନ ପରିବର୍ତ୍ତନ ଓ ପରିବର୍ଦ୍ଧନ ଅର୍ଥାତ୍ ବିଭେଦନ ଫଳରେ ଏକ ଗତିଶୀଳ ଶୁକ୍ରାଣୁରେ ପରିଣତ ହୋଇଥାଏ | ଏହି ପ୍ରକ୍ରିୟାଟିକୁ ସ୍ପର୍ମିଓ-ଜେନେସିସ୍ କୁହାଯାଏ |
ପ୍ରାଥମିକ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ସୃଷ୍ଟି ହେବା ପର୍ଯ୍ୟନ୍ତ ଅବଧିକୁ ପରିପକ୍ଵନ ପ୍ରାବସ୍ଥା କୁହାଯାଏ |
ଶୁକ୍ରାଣୁ :-
ଶୁକ୍ରାଣୁ ଏକ ଲମ୍ବ ଲାଞ୍ଜବିଶିଷ୍ଟ କୋଷ | ଏହା ତିନୋଟି ଅଂଶରେ ବିଭକ୍ତ ଯଥା :
ଅଗ୍ରଖଣ୍ଡ ବା ହେଡ୍
ମଧ୍ୟଖଣ୍ଡ
ଲାଞ୍ଜ
ଶୁକ୍ରାଣୁର ହେଡ୍ ରେ ଗୋଟିଏ ପାଖରେ ରହିଛି ଅଗ୍ରପିଣ୍ଡକ, ଏହା ପଛକୁ କୋଷ ନ୍ୟଷ୍ଟି ରହିଛି | ମଧ୍ୟଖଣ୍ଡରେ ମାଇଟୋକଣ୍ଡ୍ରିଆ ରହିଛି |
ହେଡ୍ ଓ ମିଡିଲ୍ ପିସ୍ ଭିତରେ ଥିବା ଗ୍ରୀବା ବା ନେକ୍ ରେ ସେଣ୍ଟ୍ରିଓଲ୍, ନ୍ୟଷ୍ଟିକୁ ଲାଗିକି ରହିଥାଏ |
ମଧ୍ୟଖଣ୍ଡ ପଛକୁ ସୂତା ପରି ଲାଞ୍ଜ ଲମ୍ବିଛି , ଯାହା ଶୁକ୍ରାଣୁ ଚଳନରେ ସହାୟତା କରେ |
ଡିମ୍ବାଣୁଜନନ:-
ସ୍ତ୍ରୀ-ଯୁଗ୍ମକ ବା ଡିମ୍ବାଣୁ, ଡିମ୍ବାଣୁ ଜନନ ପ୍ରକ୍ରିୟାରେ ଉତ୍ପନ୍ନ ହୋଇଥାଏ |
ଡିମ୍ବାଶୟର ଆବରଣରେ ଥିବା ଆଦିଜାୟକ କୋଷ ବିଭାଜନ ଫଳରେ ମୂଳ ଡିମ୍ବାଣୁ କୋଷ ଉତ୍ପନ୍ନ ହୁଏ | ଏହାକୁ ପ୍ରଗୁଣନ ପ୍ରାବସ୍ଥା କୁହାଯାଏ |
ମୂଳ ଡିମ୍ବାଣୁ କୋଷ ଆକାରରେ ବୃଦ୍ଧି ଘଟି ପ୍ରାଥମିକ ଡିମ୍ବାଣୁ କୋଷରେ ପରିଣତ ହୋଇଥାଏ | ଏହି ସମୟରେ ମୂଳ ଡିମ୍ବାଣୁ ଚାରିପାଖରେ ଖାଦ୍ଯ ଯୋଗାଉଥିବା କୋଷ ଘେରି ରହିଥାନ୍ତି |
ପ୍ରାଥମିକ ଡିମ୍ବାଣୁ କୋଷର ଅର୍ଦ୍ଧବିଭାଜନ ଘଟିବା ଫଳରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ଥିବା ୨ ଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ |
ଅପତ୍ୟ କୋଷ ଦୁଇଟିରେ କୋଷଜୀବକ ପରିମାଣ କମ୍ ବେଶି ହେବାରୁ ଗୋଟିଏ କୋଷ ଅନ୍ୟ କୋଷଠାରୁ ଆକାରରେ ବଡ |
ବଡ କୋଷଟିକୁ ଦ୍ଵିତୀୟକ ଡିମ୍ବାଣୁ କୋଷ ଏବଂ ଛୋଟ କୋଷଟିକୁ ପ୍ରଥମ ପୋଲାର ବଡି କୁହାଯାଏ |
ଦ୍ଵିତୀୟ ପର୍ଯ୍ୟାୟରେ ଉଭୟ କୋଷରେ ସମ ବିଭାଜନ ହୋଇଥାଏ | ଫଳରେ ଯେଉଁ ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ ଦ୍ଵିତୀୟକ ଡିମ୍ବାଣୁ କୋଷରୁ ସେମାନଙ୍କ ମଧ୍ୟରୁ ଗୋଟିଏ ଛୋଟ ଏବଂ ଅନ୍ୟଟି ବଡ |
ବଡ କୋଷଟି ଡିମ୍ବାଣୁରେ ପରିଣତ ହୋଇଥାଏ ଏବଂ ଛୋଟ କୋଷଟି ପୋଲାର୍ ବଡି |
ପୁରୁଷ ଜନନ ତନ୍ତ୍ର :-
ପୁରୁଷ ଜନନ ତନ୍ତ୍ର ବିଭିନ୍ନ ଅଂଶକୁ ନେଇ ଗଠିତ | ଯଥା : - ଶୁକ୍ରମୁଣି, ଶୁକ୍ରାଶୟ, ଶୁକ୍ର ବା ହୀନଳୀ, ମୂତ୍ରମାର୍ଗ, ଶିଶ୍ନ |
i. ଶୁକ୍ରମୁଣି :-
ପୁରୁଷ ଶରୀରରେ ରହିଥିବା ଦୁଇଟି ଶୁକ୍ରମୁଣି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଛି |
ମାନବ ଶରୀରର ତାପମାତ୍ରା ଠାରୁ ଶୁକ୍ରମୁଣିର ତାପମାତ୍ରା ସର୍ବଦା 2°C କମ୍ ରହିଥାଏ |
ହାତୀ ଓ ତିମି ପରି ସ୍ତନ୍ୟପାୟୀ ପ୍ରାଣୀଙ୍କ ଶୁକ୍ରାଶୟଦୁଇଟି ଶରୀର ଭିତରେ ଥାଏ |
ii. ଶୁକ୍ରାଶୟ :-
ପୁରୁଷ ଶରୀରରେ ଦୁଇଟି ଶୁକ୍ରାଶୟ ବା ମୁଷ୍କ ରହିଛି | ଏହା ନିଦା ଗୋଲାକାର ପିଣ୍ଡ ଏବଂ ବହୁ ବହୁ ଶୁକ୍ରଜନ ନଳିକାକୁ ନେଇ ଗଠିତ |
ଲେଡିଗ୍ କୋଷରୁ ଟେଷ୍ଟୋଷ୍ଟେରନ୍ ନାମକ ଏକ ପୁରୁଷ ହରମୋନ୍ କ୍ଷରିତ ହୁଏ |
ଶୁକ୍ରଜନ ନଳିକା ଅଧିଚ୍ଛଦରେ ଥିବା କେତେକ ଅପେକ୍ଷାକୃତ ବଡ ଓ ବିଶେଷ ଧରଣର ସର୍ଟୋଲି କୋଷ ଶୁକ୍ରାଣୁ ବିକାଶ ସମୟରେ ଖାଦ୍ୟ ଯୋଗାଇଥାଏ |
iii. ଶୁକ୍ରବାହୀନଳୀ :-
ପ୍ରତ୍ୟେକ ଶୁକ୍ରାଶୟରୁ ଗୋଟିଏ ଶୁକ୍ରବାହୀନଳୀ ବାହାରି ଉଦର ଗହ୍ଵର ମଧ୍ୟରେ ପ୍ରବେଶ କରେ |
ଦୁଇପଟର ନଳୀ ମୂତ୍ରାଶୟର ମୂତ୍ରନଳୀ ସହିତ ମିଶି ମୂତ୍ରମାର୍ଗ ତିଆରି କରନ୍ତି |
iv. ମୂତ୍ରମାର୍ଗ :-
ଉଭୟ ଶୁକ୍ରରସ ଓ ମୂତ୍ର, ମୂତ୍ରମାର୍ଗ ଦେଇ ଶିଶ୍ନର ଅଗ୍ରଭାଗରେ ଥିବା ରନ୍ଧ୍ର ମାଧ୍ୟମରେ ଶରୀର ବାହାରକୁ ବାହାରେ |
ସ୍ତ୍ରୀ ଜନନ ତନ୍ତ୍ର :-
ମୁଖ୍ୟତଃ ଡିମ୍ବାଶୟ , ଡିମ୍ବବାହୀ ନଳୀ , ଗର୍ଭାଶୟ ଆଦିକୁ ନେଇ ସ୍ତ୍ରୀ ଜନନ ତନ୍ତ୍ର ଗଠିତ |
i. ଡିମ୍ବାଶୟ :-
ଉଦର ଗହ୍ଵରର ତଳ ଅଂଶରେ ଦୁଇଟି ଡିମ୍ବାଶୟ ରହିଛି |
ଡିମ୍ବାଶୟର ଜାୟକ ଅଧିଚ୍ଛଦରୁ ଡିମ୍ବାଣୁ ଉତ୍ପନ୍ନ ହୁଏ ଏବଂ ଏଥିସହିତ ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ନାମକ ଦୁଇଟି ସ୍ତ୍ରୀ-ହରମୋନ କ୍ଷରିତ ହୋଇଥାଏ |
ଯୁବକ୍ରାନ୍ତି ପରେ ପ୍ରତି ମାସରେ ଗୋଟିଏ ପୂର୍ଣବିକଶିତ ଡିମ୍ବାଣୁ ,ଡିମ୍ବାଶୟରୁ ବାହାରି ଡିମ୍ବବାହିନଳୀ ମଧ୍ୟରେ ପ୍ରବେଶ କରେ ଏବଂ ଏହାର ବିକାଶ ଏକ ପ୍ରାଥମିକ ଫଲିକଲ୍ ଭାବେ ଆରମ୍ଭ ହୋଇଥାଏ |
ପରେ ବୃଦ୍ଧି ଘଟି ଏହା ଗ୍ରାଫିଆନ୍ ଫଳିକଲ୍ ର ରୂପ ଧାରଣ କରେ ଏବଂ ଏଥିରେ ପରିପକ୍ଵ ଡିମ୍ବାଣୁ ଥାଏ |
ଡିମ୍ବାଣୁର ନିଜସ୍ଵ ପ୍ଲାଜ୍ମା ଝିଲ୍ଲୀ ଚାରିପଟେ ଜୋନା ପେଲ୍ୟୁସିଡା ନାମକ ଏକ ଅତିରିକ୍ତ ଝିଲ୍ଲୀ ଥାଏ | ଏହା କିଛି ଫଲିକଲ୍ କୋଷ ଦ୍ଵାରା ଘେରି ହୋଇ ରହିଥାଏ ଏବଂ ଉକ୍ତ ଆବରଣକୁ କରୋନା ରେଡିଏଟା କୁହାଯାଏ |
ଡିମ୍ବତ୍ସର୍ଗ ପରେ ଗ୍ରାଫିଆନ୍ ଫଲିକଲ୍ ଜାଗାରେ କର୍ପସ୍ ଲୁଟିୟମ୍ ସୃଷ୍ଟି ହୁଏ | ଏଥିରୁ କ୍ଷରିତ ପ୍ରୋଜେଷ୍ଟିରନ୍ ହରମୋନ ଗର୍ଭାବସ୍ଥାକୁ ବଜାୟ ରଖିବାରେ ସହାୟକ ହୋଇଥାଏ |
ii. ଡିମ୍ବବାହୀ ନଳୀ :-
ସ୍ତ୍ରୀ ଶରୀରରେ ୨ ଟି ଡିମ୍ବବାହୀ ନଳୀ ରହିଛି ଯାହାର ଲମ୍ବ ପ୍ରାୟ ୧୦ – ୧୨ ସେ.ମି. |
ଡିମ୍ବବାହୀ ନଳୀଟି ଡିମ୍ବାଶୟ ପଟାକୁ କାହାଳୀ ଭଳି ଦେଖାଯାଏ ଏବଂ ଏହା ଅନ୍ୟ ପଟେ ଗର୍ଭାଶୟ ବା ଜରାୟୁକୁ ଖୋଲିଥାଏ |
ଡିମ୍ବବାହୀ ନଳୀ ମଧ୍ୟରେ ଡିମ୍ବାଣୁ ଓ ଶୁକ୍ରାଣୁର ସମାୟନ ହୋଇ ଯୁଗ୍ମଜ ସୃଷ୍ଟିହୋଇ ଗର୍ଭାଶୟରେ ପ୍ରବେଶ କରିଥାଏ |
iii. ଗର୍ଭାଶୟ :-
ଏକ ଫମ୍ପା ଓ ପେଶୀବହୁଳ ଅଙ୍ଗ |
ଲମ୍ବ ପ୍ରାୟ 7.5 ସେ.ମି ଏବଂ ଚଉଡ଼ା 5.0 ସେ.ମି.
ଉଦର ଗହ୍ଵର ନିମ୍ନଭାଗରେ ଠିକ୍ ମୂତ୍ରାଶୟର ପଛକୁ ରହିଛି |
ଗର୍ଭାଶୟର ଆଗପଟ ଚଉଡ଼ା ଓ ପଛପଟକୁ ଏହା ନଳିଆ ଏବଂ ନଳିଆ ଅଂଶକୁ ଜରାୟୁ ଗ୍ରୀବା କୁହାଯାଏ |
ଗର୍ଭାଶୟର ଗ୍ରୀବା ବାହାରକୁ ଉନ୍ମୁକ୍ତ ହୋଇଥାଏ |
ସମାୟନ ଓ ସମାୟନ ପରବର୍ତ୍ତୀ ଘଟଣା :-
ଡିମ୍ବାଣୁ ସହିତ ଶୁକ୍ରାଣୁର ମିଳନକୁ ସମାୟନ କୁହାଯାଏ ଏବଂ ସମାୟନ ଦ୍ଵାରା ଯୁଗ୍ମଜ ସୃଷ୍ଟି ହୁଏ |
ଯୁଗ୍ମଜ ସୃଷ୍ଟି ହେବା ପରେ ସମବିଭାଜନ ପ୍ରକ୍ରିୟା ଦ୍ଵାରା ବାରମ୍ବାର ବିଭାଜିତ ହୋଇ ବ୍ଲାଷ୍ଟୁଲାରେ ପରିଣତ ହୋଇଥାଏ |
ବ୍ଲାଷ୍ଟୁଲା ବ୍ଲାଷ୍ଟୋସିଷ୍ଟ ରେ ପରିଣତ ହୋଇ ଗର୍ଭାଶୟ କାନ୍ଥରେ ଲାଗି ଭ୍ରୁଣବନ୍ଧ ବା ପ୍ଲାସେଣ୍ଟା ଜରିଆରେ ଗର୍ଭାଶୟ ସହିତ ଭ୍ରୁଣ ଜୈବିକ ସମ୍ବଦ୍ଧ ସ୍ଥାପନ କରେ | ଏହି ପ୍ରକ୍ରିୟାକୁ ଅନ୍ତଃରୋପଣ କୁହାଯାଏ |
ଭ୍ରୁଣ ପ୍ଲାସେଷ୍ଟା ଦ୍ଵାରା ମାଆ ଶରୀରରୁ ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଭ୍ରୂଣରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ମାଆ ଶରୀରକୁ ଆସିଥାଏ |
ଅନ୍ତଃରୋପଣ ପ୍ରକ୍ରିୟା ପରେ ଗାଷ୍ଟ୍ରୂଲେସନ୍ ପ୍ରକ୍ରିୟା ଦ୍ଵାରା ତିନୋଟି ଜାୟକ ସ୍ତର ଯଥା : ଏକ୍ଟୋଡର୍ମ , ମିସୋଡର୍ମ , ଏଣ୍ଡୋର୍ମ ବିଶିଷ୍ଟ ଏକ ଗାଷ୍ଟ୍ରୂଲା ତିଆରି ହୋଇଥାଏ |
ଅଙ୍ଗବିକାଶ ଦ୍ଵାରା ତିନୋଟି ଜାୟକ ସ୍ତରରୁ ବିଭିନ୍ନ ଅଙ୍ଗ , ଟିସୁ , ଓ ଅଙ୍ଗ ତନ୍ତ୍ର ତିଆରି ହୋଇସାରିବା ପରେ ଶେଷରେ ପୂର୍ଣବିକଶିତ ଶିଶୁ ପ୍ରସବ ଦ୍ଵାରା ମାଆ ଶରୀର ବାହାରକୁ ଆସେ।
ପରିବାର ନିୟୋଜନ:-
ପରିବାରର ପିଲା ସଂଖ୍ୟା ସୀମିତ ରଖିବା ଓ ସନ୍ତାନ ଭିତରେ ଉଚିତ ବ୍ୟବଧାନ ରଖିବାର ପଦ୍ଧତିକୁ ପରିବାର ନିୟୋଜନ କୁହାଯାଏ |
1952 ମସିହାରେ ଭାରତ ସରକାରଙ୍କଦ୍ଵାରା ଯୋଜନା କାର୍ଯ୍ୟକାରୀ ହୋଇଛି |
ବିଭିନ୍ନ ପ୍ରକାର ପରିବାର ନିୟୋଜନ ପଦ୍ଧତି :-
ପରିବାର ନିୟୋଜନ ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାର ଉପାୟ ଦୁଇ ଭାଗରେ ବିଭକ୍ତ, ଯଥା—
(i) ସ୍ଥାୟୀ ପଦ୍ଧତି
(ii) ଅସ୍ଥାୟୀ ପଦ୍ଧତି
i. ସ୍ଥାୟୀ ପଦ୍ଧତି :-
ସ୍ଥାୟୀ ପଦ୍ଧତିରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ | ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମହେବାର ସମ୍ଭାବନା ରହିନଥାଏ |
ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଭାସେକ୍ଟୋମୀ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଟ୍ୟୁବେକ୍ଟୋମି କୁହାଯାଏ |
ii. ଅସ୍ଥାୟୀ ପଦ୍ଧତି :-
ସ୍ଥାୟୀ ପଦ୍ଧତି ପରି ଭାରତ ସରକାରଙ୍କର ପରିବାର ନିଯୋଜନ କାର୍ଯ୍ୟକ୍ରମରେ ବିଭିନ୍ନ ଅସ୍ଥାୟୀ ପଦଦତି ବ୍ୟବହାର କରାଯାଉଛି, ଏହାଦ୍ୱାରା ପରିବାର ନିୟୋଜନ ବିଭିନ୍ନ ସମୟ ପର୍ଯ୍ୟନ୍ତ ପରିଚାଳନା କରାଯାଏ |
ସରକାରଙ୍କ ପରିବାର ନିୟୋଜନ ବିଭାଗ ଦ୍ଵାରା ନିଯୁକ୍ତିପ୍ରାପ୍ତ ଆଶାକର୍ମୀମାନେ ପରିବାର ନିୟୋଜନ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ବୁଝାଉଛନ୍ତି |
ମଣିଷ ଜନନ ସମ୍ପର୍କୀୟ ରୋଗ :-
ମଣିଷ ଜନନ କ୍ରିୟା ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ | ଯଥା : ଗନେରିଆ, ସିଫିଲସ୍ , ଏଡସ ଇତ୍ୟାଦି |
ଏଡସ :-(AIDS: Acquired Immune Deficiency Syndrome)
ଏହା ଏକ ରୋଗ ନୁହେଁ | ଏହା ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ ନଷ୍ଟ କରିଦେଇଥାଏ |
ଫଳରେ ଅନ୍ୟ କୌଣସି ରୋଗ ହେଲେ ତାହା ଆଉ ଭଲ ହୁଏ ନାହିଁ |
1960 ମସିହା ଠାରୁ ଏଡ୍ସ ବିଷୟରେ ଖବର ମିଳୁଥିବା ବେଳେ 1981 ମସିହାରେ ପ୍ରଥମ ଥର ଉତ୍ତର ଆମେରିକାର ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ସହରରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା |
୧୯୮୬ ମସିହାରେ ପ୍ରଥମଥର ଭାରତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା |
ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଏହା ଚିନ୍ତାର କାରଣ ହୋଇଛି |
ଏଚ୍.ଆଇ.ଭି.:-
ଏଡସ୍ ରୋଗ ଏଚ୍.ଆଇ.ଭି. ନାମକ ଭୂତାଣୁ ଦ୍ଵାରା ବ୍ୟାପିଥାଏ |
ପୁଷ୍ଟିସାରରେ ଗଠିତ ଖୋଳପା ମଧ୍ୟରେ ଭୂତାଣୁର ଆନୁବଂଶିକ ପଦାର୍ଥ ବା ଆର.ଏନ.ଏ ରହିଥିବାରୁ ଏହାକୁ ପଶ୍ଚଭୂତାଣୁ ବା ରେଟ୍ରୋଭାଇରସ୍ କୁହାଯାଏ |
ରୋଗପ୍ରକ୍ରିୟା :-
ଏଡସ୍ ରୋଗ ହେବା ଦ୍ଵାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଟି-ଲିମୋସାଇଟ୍ ନାମକ ଏକ ପ୍ରକାର ଶ୍ଵେତରକ୍ତ କଣିକାର ପରିମାଣ ଦ୍ରୁତଗତିରେ ହ୍ରାସ ପାଏ | ଫଳରେ ସେମାନଙ୍କୁ ଯେଉଁ ରୋଗ ହୁଏ ତାହା ଭଲ ହୁଏ ନାହିଁ |
ସେହିପରି ଝାଡା, କାଶ ଲାଗିରହେ ; ଶ୍ଵାସତନ୍ତ୍ର ଓ ସ୍ନାୟୁତନ୍ତ୍ରରେ ମଧ୍ୟ ସମସ୍ଯା ଦେଖାଦିଏ ଏବଂ ପରିଶେଷରେ ବ୍ୟକ୍ତିର ମୃତ୍ୟୁ ହୁଏ |
ଏଡସ ସଂକ୍ରମଣ : -
ଆକ୍ରାନ୍ତ ବ୍ୟକ୍ତିଠାରୁ ରକ୍ତ ଗ୍ରହଣ ଏବଂ ପୀଡିତା ମାଆ ଠାରୁ ତାର ଗର୍ଭସ୍ଥ ଶିଶୁକୁ ଏବଂ ଭାରତରେ 85 ପ୍ରତିଶତ ଏଡ୍ସ ସଂକ୍ରମଣ ,ଏଡସ୍ ଆକ୍ରାନ୍ତ ବ୍ୟକ୍ତି ସହିତ ଅନୈତିକ ଦୈହିକ ସଂପର୍କ ସ୍ଥାପନ ଦ୍ଵାରା ବ୍ୟାପିଥାଏ ।
ଏଡସ୍ ଚିହ୍ନଟ :-
ଜଣେ ବ୍ୟକ୍ତି ଏଚ୍ଆଇଭି ଦ୍ଵାରା ଆକ୍ରାନ୍ତ ହୋଇଛି କି ହୋଇନାହିଁ ସେ ବିଷୟରେ ଜାଣିବା ପାଇଁ ଏବେ ବିଭିନ୍ନ ପ୍ରକାର ପରୀକ୍ଷଣ ଉପଲବ୍ଧ ହେଲାଣି |
ରକ୍ତରେ ଆଣ୍ଟିଜେନ୍ ଓ ଆଣ୍ଟିବଡ଼ିର ଉପସ୍ଥିତି ଅନୁସାରେ ପରୀକ୍ଷଣକୁ ଦୁଇ ଭାଗରେ ବିଭକ୍ତ କରିପାରିବା |
୧.ରାପିଡ଼ ଏଚଆଇଭି ପରୀକ୍ଷଣ
୨. ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ
i. ରାପିଡ୍ ଏଚଆଇଭି ପରୀକ୍ଷଣ :-
ଏହା ଦ୍ଵାରା ବ୍ୟକ୍ତିର ଆଙ୍ଗୁଠି ଟିପରୁ ରକ୍ତ ନେଇ ପରୀକ୍ଷା କରାଯାଇଥାଏ ଏବଂ ୨୦ - ୩୦ ମିନିଟ ସମୟ ଲାଗେ |
ଏଥିନିମନ୍ତେ ବିଶେଷ ଯନ୍ତ୍ରପାତିର ଆବଶ୍ୟକ ହୋଇନଥାଏ ଏବଂ ଭାରତର ସବୁ ରକ୍ତଭଣ୍ଡାରରେ ଉପଲବ୍ଧ |
ii. ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ:-
ଏଲାଇଜା , ଏଲଫା , ରିଟା , p24 ଟେଷ୍ଟ ଇତ୍ୟାଦି ପରମ୍ପରା ଗତ ପରୀକ୍ଷାଗାରର ଅନ୍ତର୍ଭୁକ୍ତ |
ୱେଷ୍ଟର୍ଣ୍ଣ ବ୍ଳଟିଙ୍ଗ କୌଶଳ ଏଡସ ଚିହ୍ନଟ ପାଇଁ ବର୍ତ୍ତମାନ ଅନ୍ୟ ସମସ୍ତ କୌଶଳ ଠାରୁ ବିଶ୍ଵାସନୀୟ ଉପାୟ |
ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ବିଶ୍ଵ ଏଡ୍ସ ଦିବସ ରୂପେ ପାଳନ କରାଯାଏ |
ସନ୍ତାନଧାରଣ ଓ ମା’ଙ୍କ ସ୍ୱାସ୍ଥ୍ୟ :-
ମହିଳାଙ୍କର ଗର୍ଭଧାରଣଠାରୁ ସନ୍ତାନ ଜନ୍ମନେବା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣାବଳୀକୁ ‘ସନ୍ତାନଧାରଣ’ କୁହାଯାଏ |
ଜନସଂଖ୍ୟା ବୃଦ୍ଧି ଓ ନିୟନ୍ତ୍ରଣ ଉଭୟରେ ମହିଳାଙ୍କର ଅବଦାନ ଯଥେଷ୍ଟ ମାତ୍ରାରେ ରହିଛି |
ସେହିପରି ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ମହିଳାଙ୍କର ଗର୍ଭଧାରଣଠାରୁ ଶିଶୁ ଜନ୍ମ ତଥା ପ୍ରସବ ପରେ ଉଭୟ ମାଆ ଓ ଶିଶୁର ଯତ୍ନ ନେବା ରାଷ୍ଟ୍ରର ଏକ ମୁଖ୍ୟ ଦାୟୀତ୍ୱ | ଏଥିପାଇଁ ୨୦୦୫ ମସିହାରୁ “ଜାତୀୟ ସ୍ୱାସ୍ଥ୍ୟ ମିଶନ” ପୁରା ବିଶ୍ୱରେ କାର୍ଯ୍ୟକାରୀ ହେଉଛି |
ମିଶନ ଶକ୍ତିର ମୁଖ୍ୟ ଲକ୍ଷ୍ୟ ଗୁଡିକ ହେଉଛି :
୧. ସବୁ ନାଗରିକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା
୨. ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଶକ୍ତିଶାଳୀ କରିବା
୩. ସଂକ୍ରମଣ ରୋଗର ପ୍ରତିକାର ଓ ନିୟନ୍ତ୍ରଣ,
୪. ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରୋତ୍ସାହନ
୫. ଆଶାକର୍ମୀ ଓ ଅଙ୍ଗନବାଡ଼ି ପରି ସଂସ୍କାର ଦୃଢ଼ୀକରଣ ଇତ୍ୟାଦି
ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ସରକାର ଜନନୀ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ବାଳ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ କିଶୋର ସୁରକ୍ଷା କାର୍ଯ୍ୟକ୍ରମ ପ୍ରଚଳିତ ହୋଇଥାଏ |
ଜନନୀ ସୁରକ୍ଷା ଯୋଜନା :-
ଉକ୍ତ ଯୋଜନା ମାଧ୍ୟମରେ ଜଣେ ସ୍ତ୍ରୀଲୋକର ପ୍ରସବ ପୂର୍ବ କାଳୀନ, ପ୍ରସବ କାଳୀନ ଓ ପ୍ରସବ ପର କାଳୀନ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି |
ପ୍ରସବ ପୂର୍ବରୁ ମହିଳାମାନଙ୍କୁ ମାଗଣାରେ ଲୌହ ଓ ଫୋଲିକ୍ ଏସିଡ୍ ବଟିକା ବଣ୍ଟାଯାଉଛି ଏବଂ ସରକାରଙ୍କ ତରଫରୁ ମାଗଣା ଆମ୍ବୁଲାନ୍ସ୍ର ବ୍ୟବସ୍ଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଜିଲ୍ଲା ଡାକ୍ତର ଖାନାରେ ବ୍ୟବସ୍ଥା କରାଯାଇଛି |
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ୟୁନିସେଫ ପରି ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା ମାଆ ଓ ଶିଶୁ ମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବୈଷୟିକ ଓ ଆବଶ୍ୟକ ସ୍ଵାସ୍ଥ୍ୟସେବା ପାଇଁ ଉପକରଣମାନ ଯୋଗାଇ ଦେଉଛନ୍ତି |
୧୯୯୦ ମସିହାରେ ପ୍ରତ୍ୟେକ ଏକଲକ୍ଷ ଶିଶୁଜନ୍ମରେ ୫୫୬ଜଣ ମାଆଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୬ ମସିହା ବେଳକୁ ମାଆ ମୃତ୍ୟୁହାର ପ୍ରତି ଏକ ଲକ୍ଷ ଶିଶୁଜନ୍ମରେ ୧୩୦ରେ ପହଞ୍ଚିଛି |
ସେହିପରି ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି | ଏହା ଭାରତର ଆନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସଫଳତା |
Truly Indian Brand