Odia Medium Class 4 Social Science Chapter-2 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayata Sasana Sanstha) Question & Answer

Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 4 Social Science Chapter-1 ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା (Sthaniya Swayata Sasana Sanstha) Question & Answer


1.   କେଉଁ କାମ ଗ୍ରାମପଞ୍ଚାୟତ ପାଇଁ ବାଧ୍ୟତାମୂଳକ , କୋଠରି ମଧ୍ୟରୁ ବାଛି ଲେଖ |


ଉତ୍ତର : ଶିକ୍ଷାର ବିକାଶ , ରାସ୍ତା ମରାମତି , ଆଲୋକ ବ୍ୟବସ୍ଥା , ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ


2.   କେଉଁ କେଉଁ କାମ ପୌରପରିଷଦର ଇଚ୍ଛାଧୀନ , ଗୋଲ ମଧ୍ୟରୁ ବାଛି ଲେଖ |


ଉତ୍ତର : ଯାନବାହନ ଚଳାଚଳର ବ୍ୟବସ୍ଥା , ପାର୍କ ନିର୍ମାଣ , ସାଂସ୍କୃତିକ ଅନୁଷ୍ଠାନ ନିର୍ମାଣ


3.   ଗ୍ରାମ ପଞ୍ଚାୟତ କାହାଠାରୁ ଟିକସ ଆଦାୟ କରେ , ସେଥିରେ (√) ଚିହ୍ନ ଦିଅ |


a)   ମଟର ଗାଡି


b)   ସାଇକେଲ √


c)   ଅଟୋରିକସା √


d)   ବସ୍


4.   ନିମ୍ନରେ ଥିବା ପ୍ରଶ୍ନ ଅନୁଯାୟୀ ଉତ୍ତର ପାଖୁଡ଼ାରେ ଲେଖ |


a)   ଯାହାର ଲୋକସଂଖ୍ୟା ୧ ଲକ୍ଷରୁ ଅଧିକ ସେହି ପୌରପରିଷଦର ନାମ କ,ଣ ?


ଉତ୍ତର : ନଗରପାଳିକା ବା ମ୍ୟୁନିସିପାଲିଟି


b)   ଦୋକାନବଜାର ନିର୍ମାଣ ପୌରପରିଷଦର କେଉଁ ପ୍ରକାର କାର୍ଯ୍ୟ ଅଟେ ?


ଉତ୍ତର :ଇଚ୍ଛାଧୀନ କାର୍ଯ୍ୟ


c)   ଆମ ରାଜ୍ୟର ମହାନଗର ନିଗମଗୁଡିକର ନାମ କ’ଣ ?


ଉତ୍ତର : କଟକ , ଭୁବନେଶ୍ୱର , ବ୍ରହ୍ମପୁର


d)   ନଗରପାଳଙ୍କ ଅନୁପସ୍ଥିତିରେ କିଏ ପୌରସଭାରେ ସଭାପତିତ୍ଵ କରନ୍ତି ?


ଉତ୍ତର :ଉପନଗରପାଳ


e)   ମହାନଗର ନିଗମର ଦୈନନ୍ଦିନ କାର୍ଯ୍ୟ କିଏ ବୁଝନ୍ତି ?


f)   ଉତ୍ତର : ମହାନଗରନିଗମ କମିଶନର


5.   କେବଳ ନିର୍ବାଚିତ ପ୍ରତିନିଧିଙ୍କ ପଦବୀ ଶୂନ୍ୟସ୍ଥାନରେ ଲେଖ |


a)   ଗ୍ରାମ ପଞ୍ଚାୟତ –  ନାଏବ ସରପଞ୍ଚ,ସରପଞ୍ଚ,ୱାର୍ଡ ମେମ୍ବର


b)   ଏନ. ଏ. ସି. – ଚେୟାରମ୍ୟାନ,ଭାଇସଚେୟାରମ୍ୟାନ,କାଉନସିଲର


c)   ମହାନଗରନିଗମ – ଡେପୁଟିମେୟର,ମେୟର,କର୍ପୋରେଟର


6.   ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |


a)   ସହରାଞ୍ଚଳର ଉନ୍ନତି ପାଇଁ ପୌରସଂସ୍ଥା ଥାଏ |


b)   ବି. ଡି. ଓ. ପଞ୍ଚାୟତ ସମିତି କାର୍ଯ୍ୟର ସୁପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥାନ୍ତି |


c)   କଟକ , ଭୁବନେଶ୍ୱର ଓ ବ୍ରହ୍ମପୁର ଆମ ରାଜ୍ୟର ତିନୋଟି ମହାନଗର ନିଗମ |


d)   ଦୁଇ ହଜାରରୁ ଦଶହଜାର ପର୍ଯ୍ୟନ୍ତ ଲୋକ ଥିବା ଅଞ୍ଚଳକୁ ନେଇ ଗ୍ରାମପଞ୍ଚାୟତ ଗଠିତ |


7.   ତୁମେ ତୁମ ଅଞ୍ଚଳର କେଉଁ କାମ ପାଇଁ କେଉଁଠାକୁ ଯିବ , ତୀର ଚିହ୍ନ ଦେଇ ଚିହ୍ନାଅ |


‘କ’                                     ‘ଖ’


ଘର ଆଗରେ ଜମିଥିବା ଅଳିଆ ଆବର୍ଜନା ସଫେଇ ପାଇଁ ଗ୍ରାମପଞ୍ଚାୟତ


ମାଛ ଚାଷ ପାଇଁ ଋଣ                   ପଞ୍ଚାୟତ ସମିତି


ଜନ୍ମମୃତ୍ୟୁ ପଞ୍ଜୀକରଣ                     ମ୍ୟୁନିସିପାଲିଟି


ସାଇକେଲ ଟିକସ ଦେବା                  ମହାନଗର ନିଗମ


8.   ଗାର ଦିଆଯାଇଥିବା ଅଂଶକୁ ନ ବଦଳାଇ ଭୁଲ ଥିଲେ ଠିକ୍ କର |


a)   ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ ଅଟନ୍ତି |


b)   ମହାନଗରନିଗମର ଲୋକ ସଂଖ୍ୟା ଦଶଲକ୍ଷରୁ ଅଧିକ |


c)   ଗ୍ରାମପଞ୍ଚାୟତରେ ନିର୍ବାଚନ ପାଞ୍ଚ ବର୍ଷରେ ଥରେ ହୁଏ |


d)   ନିଜ ଅଞ୍ଚଳର ପ୍ରତିନିଧିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବାଛିବାପାଇଁ ଜଣକର ବୟସ ୧୮ ବର୍ଷ ବା ତା’ଠାରୁ ଅଧିକ ହେବା ଆବଶ୍ୟକ |


9.   ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ |


a)   ଗ୍ରାମପଞ୍ଚାୟତକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା କୁହାଯାଏ କାହିଁକି ?


ଉତ୍ତର :ଗ୍ରାମପଞ୍ଚାୟତରେ ଲୋକେ ନିଜର ଶାସନ ନିଜେ ତୁଲାଉଥିବାରୁ ଏହାକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା କୁହାଯାଏ |


b)   ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ମଧ୍ୟରେ ପାର୍ଥକ୍ୟ କ’ଣ ?


ଉତ୍ତର : ଦଶହଜାରରୁ ଅଧିକ ଲୋକ ବାସକରୁଥିବା ଛୋଟ ଛୋଟ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଥାଏ |


ସହରାଞ୍ଚଳରେ ଉନ୍ନତିପାଇଁ ପୌରସଂସ୍ଥା ବା ପରିଷଦ ରହିଥାଏ |


c)   ଏନ. ଏ. ସି. ଓ ମ୍ୟୁନିସିପାଲିଟି ମଧ୍ୟରେ ପାର୍ଥକ୍ୟ କ’ଣ ?


ଉତ୍ତର : ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ସହରରେ ଏନ. ଏ. ସି. ଗଠିତ ହୋଇଥାଏ |


କିନ୍ତୁ ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହରରେ ମ୍ୟୁନିସିପାଲିଟି ଗଠିତ ହୋଇଥାଏ |


d)   ଜିଲ୍ଲାପରିଷଦ କିପରି ଗଠିତ ହୋଇଥାଏ |


ଉତ୍ତର : ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ରହିବାର ବ୍ୟବସ୍ଥା ରହିଛି |



ପ୍ରତି ଜିଲ୍ଲାକୁ କେତେଗୁଡିଏ ଜିଲ୍ଲା ପରିଷଦ ଅଞ୍ଚଳରେ ବିଭକ୍ତ କରାଯାଇଅଛି | ପ୍ରତି ଅଞ୍ଚଳରୁ ଜଣେ ଜଣେ ସଭ୍ୟ ନିର୍ବାଚିତ ହୁଅନ୍ତି ସେହି ସବୁ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିର୍ବାଚିତ କରିଥାନ୍ତି |



Ratings
No reviews yet, be the first one to review the product.