Odia Medium Class 4 Social Science Chapter-5 (Part-2) ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ (Ama Rajyara Keteka Pradhana Sthana) Notes

Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 4 Social Science Chapter-5 (Part-2) ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ (Ama Rajyara Keteka Pradhana Sthana) Notes



  • ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ ସହର ଓ ଦର୍ଶନୀୟ ସ୍ଥାନ ଅଛି |


  • କଟକ :- କଟକ ଏକ ବଡ ସହର ଓ ଜିଲ୍ଲାର ସଦର ମହକୁମା |


  • ବାରବାଟୀ ଦୁର୍ଗ,କାଠଯୋଡି ପଥର ବନ୍ଧ, ଓଡ଼ିଶାର ଉଚ୍ଚ ନ୍ୟାୟଳୟ ଆକାଶବାଣୀ କେନ୍ଦ୍ର ଆଦି ଏଠାରେ ଅଛି |


  • ଭୁବନେଶ୍ୱର :- ଆମ ରାଜ୍ୟର ରାଜଧାନୀର ନାମ ଭୁବନେଶ୍ୱର | ଏହା ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ |


  • ଏଠାରେ ଆମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ଯ୍ୟାଳୟମାନ ଅଛି |


  • ରାଜଭବନ, ବିଧାନସଭା, ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ଦୂରଦର୍ଶନ କେନ୍ଦ୍ର ପଠାଣିସାମନ୍ତ ପ୍ଲାନେଟୋରିୟମ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟି |


  • ନନ୍ଦନକାନନଠାରେ ଏକ ଚିଡିଆଖାନା ଓ ଉଦ୍ଭିଦଉଦ୍ୟାନ ରହିଅଛି |


  • ଖୋର୍ଦ୍ଧା :- ଖୋର୍ଦ୍ଧା ଏକ ଇତିହାସ ପ୍ରସିଦ୍ଧ ସହର |


  • ସ୍ଵାଧୀନଦୁର୍ଗ, ବରୁଣେଇ ପାହାଡ଼, କାଇପଦରର ବାବା ବୋଖାରୀ ଅଟ୍ରିର ଉଷ୍ଣ ପ୍ରସବଣ |ବ୍ରହ୍ମପୁର :- ବ୍ରହ୍ମପୁର ଓଡ଼ିଶାର ଏକ ବଡ ସହର |


  • ପାଟଲୁଗା ଓ ସୁନାରୂପାର ଗହଣା ପାଇଁ ଏହି ସହରଟି ପ୍ରସିଦ୍ଧ |


  • ପୁରୀ :- ପୁରୀ ଏକ ତୀର୍ଥ ସ୍ଥାନ | ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ |


  • ଏଠାରେ ପୃଥିବୀପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଛି |


  • କୋଣାର୍କ :- କୋଣାର୍କ ବଙ୍ଗୋପସାଗର କୂଳରେ ଅବସ୍ଥିତ | ଏଠାରେ ସୂର୍ଯ୍ୟଙ୍କର ମନ୍ଦିର ଅଛି |


  • ଯାଜପୁର :- ଯାଜପୁର ଏକ ବଡ ସହର | ଏଠାରେ ମା’ ବିରଜାଙ୍କ ମନ୍ଦିର ଓ ଦଶାଶ୍ଵମେଧ ଘାଟ ଅଛି |


  • ସମ୍ବଲପୁର :- ସମ୍ବଲପୁର ଗୋଟିଏ ବଡ ସହର ଓ ଜିଲ୍ଲାର ସଦର ମହକୁମା ଅଟେ |


  • ରାଉରକେଲା :- ରାଉରକେଲା ଏକ ବଡ ସହର | ଏଠାରେ ଇସ୍ପାତ କାରଖାନା, ଜାତୀୟ ବୈଷୟିକ ପ୍ରତିଷ୍ଠାନ, ବେଦବ୍ୟାସ, ହନୁମାନ ବାଟିକା ଅଛି |


  • ତାଳଚେର :- ତାଳଚେର ଏକ ବଡ ସହର | ଏଠାରେ କୋଇଲା ଖଣି, ଭାରିଜଳ କାରଖାନା ଓ ତାପଜବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଅଛି |


  • ବାରିପଦା :- ବାରିପଦା ସହର ବୁଢାବଳଙ୍ଗ ନଦୀ କୂଳରେ ଅବସ୍ଥିତ |


  • ମଠା ଓ ଟସର ଲୁଗାପାଇଁ ଏହି ସହର ପ୍ରସିଦ୍ଧ |




Ratings
No reviews yet, be the first one to review the product.