Odia Medium Class 4 Social Science Chapter-5 (Part-3) ଆମ ରାଜ୍ୟର ଗମନାଗମନ ପଥ (Ama Rajyara Gamanagamana Patha) Notes

Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 4 Social Science Chapter-5 (Part-3) ଆମ ରାଜ୍ୟର ଗମନାଗମନ ପଥ (Ama Rajyara Gamanagamana Patha) Notes


  • ଆମ ରାଜ୍ୟରେ ରେଳପଥ , ସଡକପଥ , ଜଳପଥ ଓ ଆକାଶପଥରେ ଗମନାଗମନର ସୁବିଧା ରହିଛି |


  • ରେଳପଥ – ରେଳଗାଡି, ଆକାଶପଥ, ଉଡାଜାହାଜ, ଜଳପଥରେ ଡଙ୍ଗା, ଜାହାଜ


  • ସଡକପଥ – ମଟରଗାଡି, ବସ , କର, ଅଟୋ |


  • ରେଳପଥ – ଆମ ରାଜ୍ୟର ମୁଖ୍ୟ ରେଳପଥ କୋଲକାତା ଓ ଚେନ୍ନାଇକୁ ସଂଯୁକ୍ତ କରୁଅଛି | ଏହି ରେଳପଥ ଓଡ଼ିଶାର ପୂର୍ବ ଉପକୂଳରେ କଟକ, ଭୁବନେଶ୍ଵର , ବ୍ରହ୍ମପୁର ଦେଇ ଯାଇଛି |


  • କୋଲକାତା ମୁମ୍ବାଇକୁ ସଂଯୁକ୍ତ କରୁଥିବା ରେଳପଥ ପଶ୍ଚିମ ଓଡ଼ିଶାର ରାଉରକେଲା ଝାରସୁଗୁଡା ଦେଇ ଯାଇଛି


ସଡକପଥ – ଆମ ରାଜ୍ୟରେ ଅନେକ ପ୍ରକାର ସଡକପଥ ରହିଛି | ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ସ୍ଥାନଗୁଡିକୁ ଯେଉଁ ସଡ଼କ ସଂଯୋଗ କରୁଛି | ସେଗୁଡିକୁ ରାଜ୍ୟରାଜପଥ କୁହାଯାଏ |

  • ଜାତୀୟ ରାଜପଥଗୁଡିକ ମଧ୍ୟରେ ୫ ନମ୍ବର, ୬ ନମ୍ବର, ୪୨ ନମ୍ବର, ୪୩ ନମ୍ବର ଆମରାଜ୍ୟ ଦେଇ ଯାଇଅଛି |


  • ଆକାଶପଥ – ଦୂର ସ୍ଥାନରେ ଶୀଘ୍ର ପହଞ୍ଚିବା ପାଇଁ ଲୋକମାନେ ଉଡାଜାହାଜରେ ଯିବା ଆସିବା କରନ୍ତି | ଉଡାଜାହାଜ ଅକାଶର ଏକ ନିର୍ଦ୍ଧିଷ୍ଟ ପଥରେ ଯାଏ |


ଭୁବନେଶ୍ଵରରୁ ଦିଲ୍ଲୀ, କୋଲକାତା ପ୍ରଭୃତି ସ୍ଥାନକୁ ଯିବାଆସିବା କରିହେଉଛି | ଭୁବନେଶ୍ବର ଓଡ଼ିଶାର ପ୍ରଧାନ ବିମାନବନ୍ଦର |

  • ଜଳପଥ – ଜଳରାଶିରେ ଯା’ ଆସ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ପଥ ରହିଅଛି | ଏହି ପଥକୁ ଜଳପଥ କୁହାଯାଏ |


  • ଆମ ରାଜ୍ୟରେ ନଦୀ, କେନାଲ ଓ ହ୍ରଦ ପ୍ରଭୃତି ଜଳପଥ ରୂପେ ବ୍ୟବହୃତ ହୋଇଥାଏ |


  • ଚିଲିକାହ୍ରଦ ମଧ୍ୟରେ ଥିବା ଛୋଟ ଛୋଟ ସ୍ଥଳଭାଗ ଡଙ୍ଗା ଓ ଲଞ୍ଚରେ ଯିବାଆସିବା କରିହୁଏ | ପାରାଦ୍ଵୀପ ଓ ଗୋପାଳପୁର ବନ୍ଦର ଦେଇ ଜାହାଜରେ ଦେଶ ବିଦେଶକୁ ଜିନିଷପତ୍ର ନେବାଆଣିବା କାର୍ଯ୍ୟ ହୋଇଥାଏ |







Ratings
No reviews yet, be the first one to review the product.