- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-6 ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷର ପ୍ରଗତି (Prachina Kalaru Bartamana Parjyanta Manisara Pragati) Notes

Odia Medium Class 4 Social Science Chapter-6 ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷର ପ୍ରଗତି (Prachina Kalaru Bartamana Parjyanta Manisara Pragati) Notes

Language : Odia
LRNR provides this material totally free
Odia Medium Class 4 Social Science Chapter-6 ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷର ପ୍ରଗତି (Prachina Kalaru Bartamana Parjyanta Manisara Pragati) Notes
· ଆଜିକାଲି ମଣିଷର ଜୀବନଯାପନ ପ୍ରଣାଳୀ ସରସ, ସୁନ୍ଦର ଓ ସୁଖମୟ ହୋଇଅଛି |
· ସେ ନିଜର ବୁଦ୍ଧିଖଟାଇ ସୁନ୍ଦର ବାସସ୍ଥାନମାନ ନିର୍ମାଣ କରି ସେଥିରେ ବସବାସ କରୁଛି |
· ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ଯାତାୟାତ କରିପାରୁଛି |
· ସେଥିପାଇଁ ମଟର ସାଇକେଲ, ସାଇକେଲ, ରେଳଗାଡି, ଉଡ଼ାଜାହାଜ ଆଦିର ସାହାଯ୍ୟ ନେଉଅଛି |
· ପାଠପଢିବା ପାଇଁ ମଣିଷ ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ଖୋଲିଅଛି |
· ସମ୍ବାଦପତ୍ର, ରେଡିଓ, ଟେଲିଭିଜନ , ଇଣ୍ଟରନେଟ ମାଧ୍ୟମରେ ଦେଶବିଦେଶର ଖବର ଅତି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ପାଇପାରୁଛି |
· ଆମ ଦେଶର ଚାଷୀ କାଠ ଲଙ୍ଗଳ , ମଇ , ଦାଆ , କୁରାଢି, କୋଡି, କୋଦାଳ ଆଦି ଉପକରଣ ଚାଷବାସ ନିମନ୍ତେ ବ୍ୟବହାର କରେ |
· ଆଜିକାଲି କଳଲଙ୍ଗଳ , ଧାନବୁଣିବା ଯନ୍ତ୍ର , ଧାନ ଚାରା ଲଗାଇବା ଯନ୍ତ୍ର, ଧାନ ଅମଳ ଯନ୍ତ୍ର ମ୍ ମାଟି ସମତୁଲ କରିବା ଯନ୍ତ୍ର ଆଦି ଚାଷବାସରେ ବ୍ଯବହୃତ ହେଉଅଛି |
· ଯିବା ଆସିବାର ସୁବିଧା ଲାଗି ସେ ରାସ୍ତାରେ ପିଚୁ ପକାଇ ପିଚୁରାସ୍ତା ତିଆରି କଲା ଓ ସଡ଼କ ପଥକୁ ଉନ୍ନତ କଲା |ଶିଳ୍ପକ୍ଷେତ୍ରରେ ବିଜ୍ଞାନ ଓ କାରିଗର ବିଦ୍ୟାର ଭୂମିକା : -
· ସାଧାରଣତଃ କଞ୍ଚାମାଲ ଅଧିକ ମିଳୁଥିବା ଅଞ୍ଚଳରେ ମଣିଷ କଳକାରଖାନା ମାନ ବସାଇଲା |
· ଗମନାଗମାନର ସୁବିଧା ଥିବା ହେତୁ କମ୍ ଖର୍ଚ୍ଚରେ ମଧ୍ୟଦୂର ସ୍ଥାନରୁ କଞ୍ଚାମାଲ ଆଣିବାର ବ୍ୟବସ୍ଥା କଲା |
· ଏହିପରି ଦେଶବିଦେଶରେ ବଡ ବଡ ଶିଳ୍ପ କାରଖାନାମାନ ବସି ପାରିଲା |
· ଉଦାହରଣ : ସାରକାରଖାନା , ସିମେଣ୍ଟ କାରଖାନା
ଯୋଗାଯୋଗ : ଟେଲିଗ୍ରାମ୍ , ଟେଲିପ୍ରିଣ୍ଟର , ରେଡିଓ , ଦୂରଦର୍ଶନ , ଟେଲିଫୋନ , ଫ୍ୟାକ୍ଶ , ଇ – ମେଲ, ଇଣ୍ଟରନେଟ ଆଦି ଯୋଗାଯୋଗ ବ୍ୟବସ୍ଥାକୁ ଅତି ସହଜ ଓ ଉନ୍ନତ କରିପାରିଅଛି |
Truly Indian Brand