- SCHOOL BOARDS
- BSE/CHSE ODISHA
- CLASS 4
- SOCIAL SCIENCE
- Odia Medium Class 4 Social Science Chapter-9 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ (Udvidara Bibhinna Anshara ) Notes

Odia Medium Class 4 Social Science Chapter-9 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ (Udvidara Bibhinna Anshara ) Notes

Language : Odia
LRNR provides this material totally free
Odia Medium Class 4 Social Science Chapter-9 ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ (Udvidara Bibhinna Anshara ) Notes
· ଗଛର ବିଭିନ୍ନ ଅଂଶ – ମୂଳ , କାଣ୍ଡ , ପତ୍ର , ଫୁଲ ଓ ଫଳ
· ଗଛର ମୂଳ ଓ ତାର ଶାଖା ମୂଳା ମାଟି ଭିତରକୁ ଯାଇଥାନ୍ତି ଓ ମାଟିକୁ ଦୃଢ ଭାବରେ ଜାବୁଡି ଧରି ଥାଆନ୍ତି |
· ଗଛର ମୂଳରେ ପାଣି ଦେଲେ ମାଟିରେ ଥିବା ଖଣିଜା ଲବଣ ପାଣିରେ ମିଶିଯାଏ |
· ଯେଉଁ ସ୍ଥାନରେ ଅଧିକ ଗଛ ଥାଏ ସେଠାରେ ମୃତ୍ତିକା କ୍ଷୟ ହୁଏ ନାହିଁ |
· ମୂଳା ଗଛର ମୂଳରେ ଖାଦ୍ୟ ସଞ୍ଚିତ ହୋଇ ରହିଥାଏ | ଏଭଳି ମୂଳକୁ ଭଣ୍ଡାର ମୂଳ କୁହାଯାଏ |
· ପତ୍ରରେ ତିଆରି ଖାଦ୍ୟ ଡେମ୍ଫ ଦେଇ କାଣ୍ଡକୁ ଆସେ | କାଣ୍ଡ ଦେଇ ଏହି ଖାଦ୍ୟ ମୂଳକୁ ଯାଏ |
· ମୂଳାରେ ମୂଳରେ ଯେପରି ଖାଦ୍ୟ ସଞ୍ଚିତ ହୋଇ ରହେ ସେହିପରି ଆଉ କେତେ ଗଛର କାଣ୍ଡରେ ମଧ୍ୟ ଖାଦ୍ୟ ସଞ୍ଚିତ ହୋଇ ରହେ | ଏଗୁଡ଼ିକୁ ସଞ୍ଚୟକାରୀ କାଣ୍ଡ କୁହାଯାଏ |· ଅଦା , ଆଳୁ ଏହାର ଉଦାହରଣ |
· ସୂର୍ଯ୍ୟାଲୋକର ଉପସ୍ଥିତିରେ ପତ୍ରରେ ଥିବା ସବୁଜ କଣିକା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ମୂଳ ଶୋଷଣ କରିଥିବା ଜଳ ବ୍ୟବହାର କରି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ | ଏହାକୁ ଆଲୋକଶ୍ଳେଷଣ ପ୍ରକ୍ରିୟା କୁହାଯାଏ |
· ଗଛ ତାର ପତ୍ରବାଟ ଦେଇ ଛାଡୁଥିବା ଜଳୀୟବାଷ୍ପ ମୁନିରେ ସଂଗୃହୀତ ହୋଇଛି | ଏହା ହେଲା ଉଦ୍ଭିଦର ଉସ୍ଵେଦନ ପ୍ରକ୍ରିୟା |
· ଗଛ ପତ୍ର ଦେଇ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡ଼େ | ଏହି ଜଳୀୟବାଷ୍ପ ବାୟୁମଣ୍ଡଳରେ ଥାଏ |
ଫୁଲର କାର୍ଯ୍ୟ :
· ସାଧାରଣତଃ ଫଳ ଧରିବାରେ କେତେକ ଫୁଲ ସାହାଯ୍ୟ କରେ | ଗଛରେ କଢ ହୁଏ, କଢରୁ ଫୁଲ ଓ ଫୁଲରୁ ଫଳ ହୁଏ |
· ଗଛକୁ ପୃଥିବୀର ପ୍ରାକୃତିକ ଶୀତଳୀକରଣ ଯନ୍ତ୍ର କୁହାଯାଏ |
Truly Indian Brand