- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-11 ଆମ ପ୍ରଗତି (Ama Pragati) Question Answers

Odia Medium Class 5 Social Science Chapter-11 ଆମ ପ୍ରଗତି (Ama Pragati) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-11 ଆମ ପ୍ରଗତି (Ama Pragati) Question Answers
ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ |
1. କେଉଁଥିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶୀଘ୍ର ହାଲୁକା ମାଲ ପରିବହନ କରଯାଇଥାଏ ?
କ) ଉଡ଼ାଜାହାଜ
ଖ) ପାଣି ଜାହାଜ
ଗ) ଟ୍ରକ
2. କେଉଁଥିରେ ଅଧିକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ?
କ) ଟ୍ରେନ
ଖ) ବସ୍
ଗ) ଟ୍ରେକର
3. ଭୁବନେଶ୍ୱରରୁ ଟ୍ରେନ୍ ରେ ଭଦ୍ରକ ଗଲେ କେଉଁ ରେଳପଥ ଦେଇ ଯିବାକୁ ପଡିବା ?
ଉତ୍ତର : ଭୁବନେଶ୍ୱରରୁ ଟ୍ରେନ୍ ରେ ଭଦ୍ରକ ଗଲେ ପୂର୍ବତଟ ରେଳପଥ ଦେଇ ଯାଇପାରିବୁ |
4. ତୁମେ ୫ ନମ୍ବର ଜାତୀୟ ରାଜପଥ ବ୍ୟତୀତ ଅନ୍ୟ କେଉଁ ପଥ ଦେଇ କଟକରୁ ବ୍ରହ୍ମପୁରକୁ ଯାଇପାରିବ ?
ଉତ୍ତର : ପୂର୍ବତଟ ରେଳପଥ ଓ ରାଜ୍ୟ ରାଜପଥ ଦେଇ ବ୍ରହ୍ମପୁର ଯାଇପାରିବୁ |
5. ପାରାଦ୍ଵୀପଋ ଜାପାଙ୍କୁ କେଉଁ ପଥ ଦେଇ ଲୁହାପଥର ରପ୍ତାନି କରାଯାଏ ?
ଉତ୍ତର : ଜଳପଥ ଦେଇ ଲୁହାପଥର ରପ୍ତାନି କରାଯାଏ |
6. ତୁମେ ଯଦି କୋଲକାତା ଦେଖିବାକୁ ଯିବ କେଉଁ କେଉଁ ପଥ ଦେଇ ଯାଇପାରିବ ଓ ସେହି ପଥରେ ଯିବାକୁ କାହିଁକି ପସନ୍ଦ କରିବ ?
ଉତ୍ତର : ବସ୍ , ରେଳଗାଡି ଓ ଉଡ଼ାଜାହାଜରେ ଯାଇପାରିବା |ଆମେ ଉଡ଼ାଜାହାଜରେ ଗଲେ ଖୁବ୍ କମ୍ ସମୟରେ କୋଲକାତାରେ ପହଞ୍ଚି ଯାଇପାରିବା |
7. ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ |
ଜାତୀୟ ରାଜପଥ
· ଏହା ବିଭିନ୍ନ ରାଜ୍ୟର ରାଜଧାନୀ ମୁଖ୍ୟ ସହର ଓ ବନ୍ଦର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ |
· ୫ ନମ୍ବର ୬ ନମ୍ବର ୪୨ ନମ୍ବର ଓ ୪୩ ନମ୍ବର ଜାତୀୟ ରାଜ୍ୟପଥ ଆମ ରାଜ୍ୟ ଦେଇ ଯାଇଛି |
ରାଜ୍ୟ ରାଜପଥ
· ଏହା ରାଜ୍ୟର ରାଜଧାନୀ ସହ ବିଭିନ୍ନ ଜିଲ୍ଲାର ସଦର ମହକୁମା ପ୍ରଧାନ ସହର ଶିଳ୍ପ କେନ୍ଦ୍ର ଆଦିକୁ ସଂଯୋଗ କରିଥାଏ |
8. ବ୍ରିଥାଲାଇଜର ର କାର୍ଯ୍ୟ କ’ଣ ?
ଉତ୍ତର : ଏହା ଏକ ବୈଦ୍ୟୁତିକ ଯନ୍ତ୍ର ଏହା ମାଧ୍ୟମରେ ଏକ ବ୍ୟକ୍ତି ମଦ ପିଇଛି କି ନାହିଁ ତାହାର ନିଃଶ୍ଵାସ ଓ ପ୍ରଶ୍ଵାସରୁ ତତକ୍ଷଣାତ ଜଣାପଡେ |
9. କେଉଁ ନିୟମ ଅନୁଯାୟୀ ସିଟ ବେଲ୍ଟ ନ ପିନ୍ଧି ଗାଡି ଚଲାଉଥିବା ବ୍ୟକ୍ତିକୁ କେତେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡେ ?
ଉତ୍ତର : ମୋଟରଯାନ ଆକ୍ଟ ୧୭୭ ଅନୁଯାୟୀ ବ୍ୟକ୍ତିକୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡେ |
10. ତଳେ ଦିଆଯାଉଥିବା ଚିତ୍ରଟିକୁ ଦେଖି ଗାଡି ଚାଳନା ବିଷୟରେ ପାଞ୍ଚ ଧାଡ଼ି ଲେଖ |
· ଗାଡି ଚାଳନା ସମୟରେ ସିଟ ବେଲ୍ଟ ପିନ୍ଧିବା ଉଚିତ୍ |
· ଗାଡି ଚାଳନା ସମୟରେ ମୋବାଇଲ୍ ଫୋନ୍ ରେ କଥାବାର୍ତ୍ତା ହେବା ଅନୁଚିତ |
· ଷ୍ଟିଅରିଂ ଉପରେ ଦୁଇ ହାତ ରଖି ଗାଡି ଚଳାଇବା ଉଚିତ୍ |
· ଗାଡି ଚାଳନା ସମୟରେ ଅନ୍ୟମନସ୍ଥ ନ ରହିବା ଉଚିତ୍ |
· ଗାଡିଚାଳନା ସମୟରେ ଟେପ୍ ବଜାଇ ଗୀତ ଶୁଣିବାରେ ମନ ଦେବା ଅନୁଚିତ |
11. ଆଜିର ମଣିଷ ଘରେ ବସି ଦେଶବିଦେଶର ଖବର କାହା ସାହାଯ୍ୟରେ ଜାଣିପାରୁଛି – ସେଗୁଡିକର ନାମେ ଲେଖ ଯଥା – ଟେଲିଭିଜନ |
ଉତ୍ତର : ଖବରକାଗଜ , ରେଡିଓ , ଟେଲିଫୋନ , ମୋବାଇଲ୍ , ଇଣ୍ଟରନେଟ |
12. ଆଗକାଳର ଓ ବର୍ତ୍ତମାନର ପରିବହନ ବ୍ୟବସ୍ଥା ଭିତରେ ଥିବା ତଫାତ୍ ଗୁଡିକ କ’ଣ କ’ଣ ?
· ଆଗକାଳରେ ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ପହଞ୍ଚିବା ପାଇଁ ବହୁତ ସମୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ପରିବହନ ଖୁବ୍ କମ୍ ସମୟରେ ହେଇଯାଉଛି |
· ଆଗକାଳରେ ସବୁସ୍ଥାନକୁ ମାଲ୍ ପରିବହନ ସମ୍ଭବ ହେଉନଥିଲା |
· ଯାନବାହାନର ସୁବିଧା ନ ଥିଲା |
· କିନ୍ତୁ ବର୍ତ୍ତମାନ ଏସବୁର ସୁବିଧା ଯୋଗୁଁ ମାଲ ପରିବହନ ହୋଇ ପାରୁଛି |
· ଆଗରୁ ସବୁ ପ୍ରକାର ଦ୍ରବ୍ୟ ମିଳୁ ନ ଥିଲା | କିନ୍ତୁ ବର୍ତ୍ତମାନ ସବୁ ଦ୍ରବ୍ୟ ସବୁସ୍ଥାନରେ ଉପଲବ୍ଧ ହୋଇ ପାରୁଛି |
13. ଚିକିତ୍ସା କ୍ଷେତ୍ରରେ ବ୍ଯବହୃତ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ଏକ ତାଲିକା କର |
ଉତ୍ତର : ସ୍କାନିଂ, ଅଲ୍ଟ୍ରାସାଉଣ୍ଡ , ମାଇକ୍ରୋସ୍କୋପ୍ , ଏକ୍ସରେ ଅଲ୍ଟ୍ରାସୋନିକ୍ ମେସିନ , ଲେଜର ରଶ୍ମି |
14. ନିମ୍ନଲିଖିତ ସ୍ଥାନଗୁଡିକରେ ଭିଡ ହେବ ଦ୍ଵାରା କ’ଣ ସବୁ ଅସୁବିଧା ହେଉଛି ଦୁଇ ଧାଡିରେ ଲେଖ |
କ) ଡାକ୍ତରଖାନା –
· ଡାକ୍ତରଖାନାରେ ଭିଡ ହେବା ଯୋଗୁଁ ଡାକ୍ତରଖାନାର ପରିବେଶ ଦୂଷିତ ହେଉଛି |
· ରୋଗୀମାନଙ୍କର ଚିକିତ୍ସା ପାଇବାରେ ଅସୁବିଧା ହେଉଛି |
ଖ) ରେଳଷ୍ଟେସନ –
· ରେଳଷ୍ଟେସନରେ ଭିଡ ହେବା ଯୋଗୁଁ ପରିବେଶ ଦୂଷିତ ହେଉଛି |
15.
· ପୋଷ୍ଟକାର୍ଡ – ପୋଷ୍ଟକାର୍ଡରେ ଚିଠି ଲେଖି ଆମେ ଦୁରସ୍ଥାନରେ ଥିବା ବନ୍ଧୁଙ୍କ ନିକଟକୁ ପଠାଉ |
· ଟେଲିଫୋନ – ଟେଲିଫୋନରେ ଦୂରରେ ଥିବା ସମ୍ପର୍କୀୟ ଲୋକମାନଙ୍କ ସହ କଥାବାର୍ତ୍ତା କରୁ |
· ଟି. ଭି. – ଟି. ଭି. ଋ ଆମେ ଦେଶ ବିଦେଶର ଖବର, ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି ଦେଖିପାରୁ ଓ ଶୁଣିପାରୁ |
· କମ୍ପ୍ୟୁଟର – କମ୍ପ୍ୟୁଟରରେ ଆମେ ଇଣ୍ଟରନେଟ ଜରିଆରେ ବିଭିନ୍ନ ତଥ୍ୟ ଜାଣିବା , ରେଲଟିକେଟ୍ କରିବା , ସମ୍ବାଦ ପ୍ରେରଣ ଓ ଗ୍ରହଣ ଇତ୍ୟାଦି କାର୍ଯ୍ୟ କରିପାରୁ |
Truly Indian Brand