- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-17 ଜଙ୍ଗଲ ଓ ମୃତ୍ତିକା କ୍ଷୟ ଓ ଜଳ ପ୍ରଦୂଷଣ (Jangala O Mrutika Khaya O Jala Pradusana) Question Answers

Odia Medium Class 5 Social Science Chapter-17 ଜଙ୍ଗଲ ଓ ମୃତ୍ତିକା କ୍ଷୟ ଓ ଜଳ ପ୍ରଦୂଷଣ (Jangala O Mrutika Khaya O Jala Pradusana) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-17 ଜଙ୍ଗଲ ଓ ମୃତ୍ତିକା କ୍ଷୟ ଓ ଜଳ ପ୍ରଦୂଷଣ (Jangala O Mrutika Khaya O Jala Pradusana) Question Answers
୧. କାରଣ ଲେଖ |
କ) ଜଙ୍ଗଲ ଦ୍ଵାରା ବାୟୁମଣ୍ଡଳ ଥଣ୍ଡା ରହେ |
ଉତ୍ତର :
I.ଜଙ୍ଗଲ ଗଛଲତାରେ ପରିପୂର୍ଣ୍ଣ |
II.ଉଦ୍ଭିଦ ପତ୍ର ଦେଇ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡ଼ନ୍ତି |
III.ଉଦ୍ଭିଦ ତା’ର ଖାଦ୍ୟ ପ୍ରସ୍ତୁତି ବେଳେ ବାୟୁମଣ୍ଡଳରେ ଥିବା ଦୂଷିତ ଅଙ୍ଗାରକାମ୍ଳ ଗ୍ରହଣ କରେ ବିଶୁଦ୍ଧ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ |
ଖ) ଆଜିକାଲି ଅନିୟମିତ ଭାବରେ ବୃଷ୍ଟି ହେଉଛି |
ଉତ୍ତର :
I.ଗଛ ପତ୍ର ଦେଇ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡ଼େ | ଜଳୀୟବାଷ୍ପ ମେଘରୂପେ ଆକାଶରେ ଭାସି ବୁଲେ | ଅଧିକ ଥଣ୍ଡା ହେଲେ, ଜଳୀୟବାଷ୍ପ ଜଳକଣାରେ ପରିଣତ ହୋଇ ବର୍ଷା ହୁଏ |
II.ଲୋକମାନେ ବନଜଙ୍ଗଳରୁ ଓ ରାସ୍ତାଘାଟରୁ ଗଛ କାଟି ଦଉଛନ୍ତି |
III.ଜନସଂଖ୍ୟା ବୃଦ୍ଧି କାରଣରୁ ଜଙ୍ଗଲ ସଂଖ୍ୟା କମି କମି ଯାଉଛି |
ଗ) ବ୍ରାହ୍ମଣୀ ନଦୀ ଜଳ ଦୂଷିତ ହେଉଛି |
ଉତ୍ତର :
ବ୍ରାହ୍ମଣୀ ନଦୀରୁ ସୁନ୍ଦରଗଡ଼ରେ ଥିବା ଇସ୍ପାତ ,ସ୍ପଞ୍ଜ ଆଇରନ ଓ ସିମେଣ୍ଟ କାରଖାନା , ଅନୁଗୁଳ , ଢେଙ୍କାନାଳ ଜିଲ୍ଲାର ଆଲୁମିନିୟମ କାରଖାନା ଓ ତାପଜ ବିଦ୍ୟୁତ୍ କେନ୍ଦ୍ର , ଯାଜପୁର ଜିଲ୍ଲାର କ୍ରୋମାଇଟ ଓ ଇସ୍ପାତ କାରଖାନାମାନଙ୍କୁ ଜଳ ଯୋଗାଇ ଦିଆଯାଉଛି |ତେଣୁ ବ୍ରାହ୍ମଣୀ ନଦୀ ଜଳ ଦୂଷିତ ହେଉଛି |
ଘ)ଜଙ୍ଗଲ କ୍ଷୟ ହେଉଛି |
ଉତ୍ତର : ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଛି |
ସେଗୁଡିକ ହେଲା –
କଳକାରଖାନା ର ବୃଦ୍ଧି ଯୋଗୁଁ ଜଙ୍ଗଲର ମାତ୍ରା କମି କମି ଯାଉଛି |
ଜାଳେଣୀ କାଠ ପାଇଁ ଲୋକମାନେ ଗଛ କାଟୁଛନ୍ତି |
ଗୃହ ନିର୍ମାଣ ପାଇଁ ଜଙ୍ଗଲ ସଫା କରାଯାଉଛି |
୨. ଶୂନ୍ୟସ୍ଥାନ ପୂରଣ କର |
କ) ଗଙ୍ଗାନଦୀର ଜଳକୁ ପରିଷ୍କାର କରିବାପାଇଁ କେନ୍ଦ୍ରିୟଗଙ୍ଗା କର୍ତ୍ତୃପକ୍ଷ ଯୋଜନା କରାଯାଇଛି |
ଖ) ଜଙ୍ଗଲ କଟା ହୋଇଗଲେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇବା |
ଗ) ମାଟିର ଉପର ଅଂଶ ଉର୍ବର |
ଘ) ହରିଣର ସଂଖ୍ୟା କମିଗଲେ ଉଦ୍ଭିଦ ସଂଖ୍ୟା ବୃଦ୍ଧି ପାଇବ |
୩. ପାର୍ଥକ୍ୟ ଦର୍ଶାଅ |
କ) ଜଙ୍ଗଲ କ୍ଷୟ ଓ ମୃତ୍ତିକା କ୍ଷୟ
ଜଙ୍ଗଲ କ୍ଷୟ : -
ଜଙ୍ଗଲର ଗଛ ସଂଖ୍ୟା କମିଯିବାକୁ ଜଙ୍ଗଲ କ୍ଷୟ କୁହାଯାଏ |
ଜଙ୍ଗଲ କ୍ଷୟ ଯୋଗୁଁ ବର୍ଷାର ମାତ୍ରା କମିଯାଉଛି | ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପାଉଛି |
ମୃତ୍ତିକା କ୍ଷୟ : -
ମାଟି ଧୋଇ ହୋଇଯିବାକୁ ବା ପବନରେ ଉଡିଯିବାକୁ ମୃତ୍ତିକା କ୍ଷୟ କୁହାଯାଏ |
ଖ) ଖାଦ୍ୟ ଶୃଙ୍ଖଳ ଓ ପରିବେଶ ସନ୍ତୁଳନ
ଖାଦ୍ୟ ଶୃଙ୍ଖଳା
ଖାଦ୍ଯ ଗ୍ରହଣକୁ ଆଧାର କରି ସବୁଜ ଉଦ୍ଭିଦ ଠାରୁ ଆରମ୍ଭ କରି ମାଂସାଶୀ ପ୍ରାଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଜୀବଙ୍କର ସମ୍ପର୍କକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ |
ଘାସ – ହରିଣ – ବାଘ
ପରିବେଶ ସନ୍ତୁଳନ
ଖାଦ୍ୟ ଶୃଙ୍ଖଳର ବିଭିନ୍ନ ଜୀବଙ୍କ ମଧ୍ୟରେ ଥିବା ସଠିକ ଅନୁପାତକୁ ପରିବେଶ ସନ୍ତୁଳନ କୁହାଯାଏ |
ଖାଦ୍ୟ ଶୃଙ୍ଖଳ ନଷ୍ଟ ହେଲେ ପରିବେଶ ନଷ୍ଟ ହୋଇଥାଏ |
୪. ବ୍ରାହ୍ମଣୀ ନଦୀ ଜଳର ପ୍ରଦୂଷଣ ରୋକିବାପାଇଁ କି କି ପଦକ୍ଷେପ ନିଆଯାଉଛି |
ଉତ୍ତର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଳ ପ୍ରଦୂଷଣକୁ ରୋକିବା ପାଇଁ କାରଖାନାଗୁଡିକରୁ ବାହାରୁଥିବା ଆବର୍ଜନାକୁ ବିଶୋଧନ କରି ଦୂଷିତଜଳ ଉପଚାର କରି ନଦୀରେ ଛାଡିବା ପାଇଁ ପରାମର୍ଶ ଦେଉଛି |
ଜାତୀୟ ନଦୀ ସଂରକ୍ଷଣ ଯୋଜନା ଅନୁସାରେ ବ୍ରାହ୍ମଣୀ ନଦୀର ପ୍ରଦୂଷିତ କମାଇବା ପାଇଁ ପଦକ୍ଷେପ ନିଆଯାଉଛି |
୫. ମୃତ୍ତିକା କ୍ଷୟ ର ଦୁଇଟି କାରଣ ଲେଖ |
ଉତ୍ତର : ମୃତ୍ତିକା କ୍ଷୟ ର ଦୁଇଟି କାରଣ ହେଲା –
ବର୍ଷାଜଳ ଦ୍ଵାରା ମାଟି ଧୋଇହେବା |
ପବନସ୍ରୋତ ଦ୍ଵାରା ମୃତ୍ତିକା କ୍ଷୟ ହୁଏ |
ମୃତ୍ତିକାକୁ ଅତ୍ୟଧିକ ଦୂଷିତ କରିବା କାରଣରୁ ଉର୍ବରତା ନଷ୍ଟ ହୁଏ |
Truly Indian Brand