- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-21 ଆମ ଜୀବନର ବିଜ୍ଞାନ (Ama Jibanare Bigyana) Question Answers

Odia Medium Class 5 Social Science Chapter-21 ଆମ ଜୀବନର ବିଜ୍ଞାନ (Ama Jibanare Bigyana) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-21 ଆମ ଜୀବନର ବିଜ୍ଞାନ (Ama Jibanare Bigyana) Question Answers
୧. ଅଲଗା ଶବ୍ଦଟିକୁ ବାଛି ପାଖ ଘରେ ଲେଖ |
କ) ବସ୍ , ଟ୍ରକ୍ , ସାଇକେଲ , ଟେଲିଭିଜନ = ଟେଲିଭିଜନ
ଖ) ଧାନବୁଣା ଯନ୍ତ୍ର , ବିହନ , ଷ୍ଟେଥୋସ୍କୋପ , ରାସାୟନିକ ସାର = ଷ୍ଟେଥୋସ୍କୋପ
ଗ) କଲମ , ରେଡିଓ , ବହି , ପେନସିଲ = ରେଡିଓ
ଘ) ଥର୍ମୋମିଟର , ଜେରକ୍ସ ମେସିନ , ବ୍ଲଡ଼ ପ୍ରେସର ମେସିନ , ସିରିଞ୍ଜ = ଜେରକ୍ସ ମେସିନ
୨. ନିମ୍ନଜିନିଷଗୁଡିକୁ କେଉଁ କ୍ଷେତ୍ରରେ ବ୍ୟବହାର କରାଯାଏ ?
·ଯୋଗାଯୋଗ : ଟିଭି , ମୋବାଇଲ୍ , କମ୍ପ୍ୟୁଟର
·ଗମନାଗମନ : ବସ୍ , ଉଡ଼ାଜାହାଜ , ସାଇକେଲ
·ଶିକ୍ଷା : ଟିଭି , କଲମ , ବହି , କଳାପଟା, କମ୍ପ୍ୟୁଟର
·ଚିକିତ୍ସା : ଇଞ୍ଜେକ୍ସନ , ମାଇକ୍ରୋସ୍କୋପ , ଔଷଧ ବୋତଲ , କମ୍ପ୍ୟୁଟର
·କୃଷି : ଟ୍ରାକ୍ଟର , ପାଣିପମ୍ପ
୩. ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଆମକୁ କିପରି ସାହାଯ୍ୟ କରୁଛି ?
·ବିଜ୍ଞାନ ବଳରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି ଯଥା : -
·ଆଧୁନିକ ଚିକିତ୍ସା ପଦ୍ଧତିର ବିକାଶ ଘଟି ଚକ୍ଷୁ , ହୃତପିଣ୍ଡ , କିଡ଼ନୀ ଆଦି ପ୍ରତିରୋପଣ ହୋଇପାରୁଛି |
·ମାରାତ୍ମକ ରୋଗର ପ୍ରତିଷେଧକ ବାହାରିଲାଣି |
·ପ୍ଲାଷ୍ଟିକ୍ ସର୍ଜରୀ ଦ୍ଵାରା ବିକୃତ ଅଙ୍ଗକୁ ସୁନ୍ଦର କରାଯାଇ ପାରୁଛି |
·ବିଭିନ୍ନ ସ୍ଥାନରେ ଚିକିତ୍ସାଳୟ (ଉନ୍ନତ ଧରଣର) ପ୍ରତିଷ୍ଠା କରାଯାଉଛି |
୪. କେଉଁ ସବୁ କ୍ଷେତ୍ରରେ ବିଜ୍ଞାନଦ୍ଵାରା ସୃଷ୍ଟ ଜିନିଷର ଅପବ୍ୟବହାର ହେଉଛି | ଉଦାହରଣ ସହ ଲେଖ |
·ମୋବାଇଲ୍ ଫୋନ୍ ର ବହୁଳ ବ୍ୟବହାର ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି |
·ରାସାୟନିକ ସାର ପ୍ରୟୋଗ ହେଉନଥିବାରୁ ଜମିର ଉର୍ବରତା କମିଯାଉଛି |
·ଡାକ୍ତରଙ୍କ ବିନା ପରାମର୍ଶରେ ଆବଶ୍ୟକତାରୁ ଅଧିକ ଔଷଧ ଖାଇବା ଶରୀର ପାଇଁ କ୍ଷତିକାରକ ହେଉଛି |
୫. ତୁମ ଭାଇ ବାହାରେ ରହି ପାଠ ପଢୁଛନ୍ତି | ତୁମ ବାପା ତାଙ୍କ ପାଠ ପଢାପାଇଁ ଟଙ୍କା ପଠାଇବେ | ଭାଇଙ୍କ ପାଖରେ ଟଙ୍କା କିପରି ପହଞ୍ଚିବ ?
·ଭାଇଙ୍କ ପାଖକୁ ଡାକଦ୍ଵାରା ମନି ଅର୍ଡର ଯୋଗେ କିମ୍ବା ବ୍ୟାଙ୍କ ଯୋଗେ ମନି ଟ୍ରାନ୍ସଫର , ବ୍ୟବସ୍ଥାରେ ନିମିଷକ ମଧ୍ୟରେ ଭାଇଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇ ପାରେ |
୬. ବିଜ୍ଞାନିକମାନେ ଉଦ୍ଭାବନ କରିଥିବା କେଉଁ ୩ ଟି ଜିନିଷ ତୁମ ଅଧିକ ଗୁରୁତ୍ୱପୂର୍ଣ୍ଣ ?
·ଉଡାଜାହାଜ ମାଧ୍ୟମରେ ପୃଥିବୀର ଯେକୌଣସି ସ୍ଥାନରେ କମ୍ ସମୟ ମଧ୍ୟରେ ପହଞ୍ଚି ହେଉଛି |
·କମ୍ପ୍ୟୁଟର, ମୋବାଇଲ୍ , ଦ୍ଵାରା ଶିକ୍ଷା , ସ୍ୱାସ୍ଥ୍ୟ , ବାଣିଜ୍ୟ , ପାଣିପାଗ ସୂଚନା , ରେଳସେବା , ବିଭିନ୍ନ କାର୍ଯ୍ୟ ଖୁବ୍ କମ୍ ସମୟରେ ନିର୍ଭୁଲ ଭାବେ ହୋଇପାରୁଛି |
·ଡାକ୍ତରଖାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ଆଧୁନିକ ଜନ୍ତ୍ର ଯେପରିକି ଏକ୍ସରେ , ଅଲ୍ଟ୍ରାସାଉଣ୍ଡ ମେସିନ ଦ୍ଵାରା ଆଭ୍ୟନ୍ତରୀଣ ଅଙ୍ଗରେ ରୋଗ ନିରୂପଣ କରାଯାଇ ଚିକିତ୍ସା କରାଯାଇ ପାରୁଛି |
Truly Indian Brand