- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-22 ପ୍ରାକୃତିକ ସମ୍ପଦର ବ୍ୟବହାର (Prakrutika Sampadara Byabahara) Question Answers

Odia Medium Class 5 Social Science Chapter-22 ପ୍ରାକୃତିକ ସମ୍ପଦର ବ୍ୟବହାର (Prakrutika Sampadara Byabahara) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-22 ପ୍ରାକୃତିକ ସମ୍ପଦର ବ୍ୟବହାର (Prakrutika Sampadara Byabahara) Question Answers
୧. କିଏ କେଉଁ ଘରେ ରହିବ ମଝି କୋଠରୀରୁ ବାଛି ଲେଖ |
ଖଣିଜ ସମ୍ପଦ : ବକ୍ସାଇଟ , ଲୁହା , ରୂପା , ଚୂନପଥର , ସୁନା
ବାଣୀ ସମ୍ପଦ : କାଠ , ଗଛ , ଝୁଣା , ହାତୀ
୨. କାହାର ସହିତ କାହାର ସମ୍ପର୍କ ଅଛି ଗାର ଟାଣି ଦର୍ଶାଅ |
“କ” ସ୍ତମ୍ଭ “ଖ” ସ୍ତମ୍ଭ
ଆଲୁମିନିୟମ ବାସନ କୁସନ ଟିଆରେ କରିବାରେ
କୋଇଲା ଲୁହା କାରଖାନାରେ ବ୍ୟବାହାର
ଗ୍ୟାସୋଲିନ୍ ଉଡାଜାହାଜ ଚଳାଇବାରେ
୩. ଜଙ୍ଗଲର ସମ୍ପଦର କିପରି ଉପଯୁକ୍ତ ଉପଯୋଗ କରିବା |
· ଜଙ୍ଗଲରୁ ମିଳୁଥିବା ଜାଳେଣି କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରିବା |
· ଜଙ୍ଗଲ ଜମିରେ ଚାଷ କରି ଫସଲ ଉତ୍ପାଦନ କରିବା |
· ଜଙ୍ଗଲରେ ବୃକ୍ଷରୋପଣ କରିବା |
· ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ଓ ଫଳମୂଳ ମିଳିଥାଏ |
୪. ମୃତ୍ତିକା ସମ୍ପଦର କିପରି ବିଜ୍ଞାନସମ୍ମତ ଉପଯୋଗ କରିବା ?
· କୀଟନାଶକ ଔଷଧ ସୀମିତ ପରିମାଣରେ ବ୍ୟବହାର କରିବା |
· ମୃତ୍ତିକା ପ୍ରଦୂଷଣକୁ ରୋକିବା ଓ ତା’ର ଉର୍ବରତା ବଢାଇବା ପାଇଁ ଯତ୍ନବାନ୍ ହେବ |
· ମୃତ୍ତିକାକ୍ଷୟ ହେଉଥିବା ସ୍ଥାନରେ ବୃକ୍ଷରୋପଣ କରିବା |
· ଜୈବିକ ଖତ ପ୍ରୟୋଗ କରିବା |
୫. ଯଦି ପୃଥିବୀରୁ ସବୁ କୋଇଲା ସାରିଯିବ, ତେବେ କି ଅସୁବିଧା ହେବ ?
· କୋଇଲାକୁ ମୁଖତଃ କଳାକାରଖାନାର ଇନ୍ଧନ ରୂପେ ବ୍ଯବହୃତ ହୁଏ |
· ରନ୍ଧନ ନିମନ୍ତେ କୋଇଲା ବଦଳରେ ଜାଳେଣି କାଠ ବ୍ୟବହାର ହେବ ଏବଂ ବନ୍ୟ ସମ୍ପଦ ନଷ୍ଟ ହେବ |
· ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକ କୋଇଲା, ଅଭାବରେ ବନ୍ଦ ହୋଇଯିବ , ଯଦ୍ଵାରା ଦେଶରେ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହେବ |
୬. ଚିନ୍ତାକରି ଲେଖ |
କ) ଆମ ରାଜ୍ୟରେ କେଉଁସବୁ ସୁବିଧା ଥିବାରୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି ?
· ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଚୁର ଜଳ, ସ୍ଥାନ ଓ ବିଦ୍ୟୁତ୍ ଶକ୍ତି ଦରକାର ଯାହା ଆମ ରାଜ୍ୟରେ ବହୁଳ ପରିମାଣରେ ଉପଲବ୍ଧ ହେଉଛି | ଏଣୁ ଆମ ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି |
· କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଚୁର କଞ୍ଚାମାଲ ଆବଶ୍ୟକ | ଆମ ରାଜ୍ୟରେ ପ୍ରଚୁର ଖଣିଜ ସମ୍ପଦ ଥିବାରୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇ ପାରିଛି |
ଖ) ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଆମର କି ସୁବିଧା ହେଉଛି ?
· ଆମ ରାଜ୍ୟର ବେକାରି ସମସ୍ୟାର ପରିମାଣ କମି କମି ଯାଉଛି |
· ବିଭିନ୍ନ ସାମଗ୍ରୀ ଲୋକମାନଙ୍କୁ ଯୋଗାଯାଇ ପାରୁଛି |
· ଏହା ଆମ ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବାରୁ ସୁଯୋଗ ସୃଷ୍ଟି କରୁଛି |
୭. ତୁମ ଘରେ କିମ୍ବା ବିଦ୍ୟାଳୟରେ ଠାରେ ବ୍ୟବହାର ହୋଇସାରିଥିବା ଜଳକୁ ତୁମେ ପୁଣି କେଉଁ କାର୍ଯ୍ୟରେ ବିନିଯୋଗ କରିପାରିବ ?
ଘରେ କିମ୍ବା ବିଦ୍ୟାଳୟରେ ଠାରେ ବ୍ୟବହାର ହୋଇସାରିଥିବା ଜଳକୁ ଘର ଦ୍ଵାର ପରିଷ୍କାର କରିବା, ବଗିଚାରେ ପାଣି ଦେବା ଆଦି କାର୍ଯ୍ୟରେ ବିନିଯୋଗ କରିପାରିବା |
୮. ଜଙ୍ଗଲ ସୁରକ୍ଷା ଥାଇ ତିନୋଟି ସ୍ଲୋଗାନ ପ୍ରସ୍ତୁତ କର |
· ପିଲାଟିଏ , ଗଛଟିଏ
· ଗଛ ବଢାନ୍ତୁ , ନିଜେ ବଢାନ୍ତୁ
· ଜଙ୍ଗଲ ସୁରକ୍ଷା , ଜୀବନ ରକ୍ଷା
୯. ତୁମେ ତୁମ ସାଙ୍ଗକୁ ଜଳର ଉପଯୁକ୍ତ ବ୍ୟବହାର ସମ୍ପର୍କରେ କେଉଁସବୁ ପରମାର୍ଶ ଦେବ ?
· ପାନୀୟ ଜଳ ଯେପରି ନଷ୍ଟ ହୋଇନଯାଏ, ସେଥିପ୍ରତି ଆମେ ଦୃଷ୍ଟି ଦେବା ଉଚିତ୍ |
· ଜଳ ଆମର ଅମୁଲ୍ୟ ସମ୍ପଦ | ଏହି ଅମୁଲ୍ୟ ସମ୍ପଦ ଦିନକୁଦିନ ନଷ୍ଟ ହୋଇଯାଉଛି |
· ଜଳର ଯେପରି ଅପବ୍ୟବହାର ନ ହୁଏ ସେଥିପ୍ରତି ତୀକ୍ଷଣ ଦୃଷ୍ଟି ଦେବା |
୧୦. ପାଞ୍ଚଟି ଖଣିଜ ସମ୍ପଦର ଉଦାହରଣ ଦିଅ | ଏଥିରୁ କେଉଁଗୁଡିକ ତୁମ ଅଞ୍ଚଳରେ ମିଳେ ?
· ପଞ୍ଚୋଟି ଖଣିଜ ସମ୍ପଦ ହେଲା – କୋଇଲା, ଲୁହାପଥର , ମାଙ୍ଗାନିଜ , ବକ୍ସାଇଟ , ଚୂନପଥର | ଆମ ଅଞ୍ଚଳରେ କୋଇଲା ମିଳେ |
Truly Indian Brand