Odia Medium Class 5 Social Science Chapter-9 ଆମ ଦେଶର ଆମଦାନୀ ଓ ରପ୍ତାନି (Ama Desara Amadani O Raptani) Question Answers

Sugyani Panigrahi MA'AM

Language : Odia

LRNR provides this material totally free

Odia Medium Class 5 Social Science Chapter-9 ଆମ ଦେଶର ଆମଦାନୀ ଓ ରପ୍ତାନି (Ama Desara Amadani O Raptani) Question Answers


1.   ଖାଲି ସ୍ଥାନରେ ଆମ ଦେଶ ଆମଦାନୀ ଓ ରପ୍ତାନି କରୁଥିବା ଦ୍ରବ୍ୟ ଗୁଡିକର ନାମ ଲେଖ |


ଆମଦାନୀ ଦ୍ରବ୍ୟ       ରପ୍ତାନି ଦ୍ରବ୍ୟ 


ଯନ୍ତ୍ରପାତି       ଝୋଟ,କପାଲୁଗା


ସାର         ଚାହା , ଚିନି


ଟିଣ , ଦସ୍ତା       ଲୁହା ଓ ଲୁହାପଥର



ଖାଇବା ତେଲ      ବକ୍ସାଇଟ



ଗହମ         ଚିଙ୍ଗୁଡି , ମାଛ


କାଗଜ         ଫେରୋକ୍ରମ


2.   ପାର୍ଥକ୍ୟ ଦର୍ଶାଅ


·    ଆମଦାନୀ – ଗୋଟିଏ ଦେଶରେ ମିଳୁଥିବା ସମସ୍ତ ଦ୍ରବ୍ୟ ସେହି ଦେଶର ଚାହିଦାପୂରଣ କରିପାରୁ ନଥିବାରୁ ଓ ଚାହିଦା ପୂରଣ ପାଇଁ ବାହାର ଦେଶରୁ ସେହି ସବୁ ଜିନିଷ ଆଣିବାକୁ ଆମଦାନୀ କୁହାଯାଏ |


·    ରପ୍ତାନି – ଗୋଟିଏ ଦେଶର ଚାହିଦାଠାରୁ ଅଧିକ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ବାହାର ଦେଶକୁ ପଠାଯିବାକୁ ରପ୍ତାନି କୁହାଯାଏ |


3.   ଆମର ଆମଦାନୀ ଓ ରପ୍ତାନି ମୁଖ୍ୟତଃ ଜଳପଥରେ ହୁଏ କାହିଁକି ?


ଉତ୍ତର – ସ୍ଥଳପଥରେ ଦୂରଦୁରାନ୍ତ ଦେଶଗୁଡିକ ସହିତ ଗମନାଗମନର ସୁବିଧା ନଥିବାରୁ ଓ ଭାରୀ ଦ୍ରବ୍ୟଗୁଡିକୁ ଆକାଶପଥରେ ଓ ସଡ଼କପଥରେ ଆମଦାନୀ ରପ୍ତାନି କରି ହେଉ ନଥିବାରୁ ଆମର ଆମଦାନୀ ଓ ରପ୍ତାନି ମୁଖ୍ୟତଃ ଜଳପଥରେ ହୋଇଥାଏ |

4.କ) ଆମ ଦେଶର ପ୍ରଧାନ ବନ୍ଦରଗୁଡିକର ନାମ ଲେଖ |


ଉତ୍ତର : କୋଲକାତା , ପାରାଦ୍ଵୀପ ,ବିଶାଖାପାଟଣା , ଚେନ୍ନାଇ , କାଣ୍ଡଲା , କୋଚିନ , ମୁମ୍ବାଇ ପ୍ରଭୃତି |



ଖ) ଆମ ଦେଶର ପ୍ରଧାନ ବିମାନଘାଟି ଗୁଡିକର ନାମ ଲେଖ |


ଉତ୍ତର : କୋଲକାତା , ଚେନ୍ନାଇ , ମୁମ୍ବାଇ ,ଦିଲ୍ଲୀ ପ୍ରଭୃତି |

5.   ଭାରତର ପଡୋଶୀ ଦେଶଗୁଡିକର ନାମ ଲେଖ | ସେମାନଙ୍କ ମଧ୍ୟରୁ କେଉଁମାନଙ୍କ ସହ ଆମର ସଡ଼କପଥରେ ବାଣିଜ୍ୟ କାରବାର ହୁଏ ?


ଉତ୍ତର : ଦେଶ – ନେପାଳ , ପାକିସ୍ଥାନ , ଚୀନ , ଭୁଟାନ , ବଙ୍ଗଳାଦେଶ , ମିଆଁମାର ,ଶ୍ରୀଲଙ୍କା |


ଏମାନଙ୍କ ମଧ୍ୟରୁ ପାକିସ୍ଥାନ , ବଙ୍ଗଳାଦେଶ , ନେପାଳ , ଚୀନ , ଭୁଟାନ ସହ ସଡ଼କ ସଡ଼କପଥରେ ଆମର ବାଣିଜ୍ୟ କାରବାର ହୁଏ |



Ratings
No reviews yet, be the first one to review the product.