- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science(samajika bigyana) Chapter-19 Bayu (ବାୟୁ) Notes

Odia Medium Class 5 Social Science(samajika bigyana) Chapter-19 Bayu (ବାୟୁ) Notes

Language : Odia
LRNR provides this material totally free
Odia Medium Class 5 Social Science(samajika bigyana) Chapter-19 Bayu (ବାୟୁ) Notes
ବାୟୁର ଗଠନ
ଆମ ଚାରିପଟେ ବାୟୁ ଘେରି ରହିଛି
ଉଦାହରଣ : ଗଛର ପତ୍ର ହାଲେ, ପଙ୍ଖା ବା ବିଞ୍ଛଣା ବୁଲିଲେ
· ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ |
· ବାୟୁରେ ଅଙ୍ଗାରକାମ୍ଳ ଥାଏ |
· ବାୟୁରେ ଅମ୍ଳଜାନ, ଅଙ୍ଗାରକାମ୍ଳ ଗ୍ୟାସ ସହିତ ଜଳୀୟବାଷ୍ପ ରହିଛି |
· ମୁଗ, ବିରି, ହରଡ଼ ଆଦି ଡାଲିଜାତୀୟ ଉଦ୍ଭିଦର ମୂଳରେ ଗ୍ରନ୍ଥି ଥାଏ | ଏହି ଗ୍ରନ୍ଥିରେ ଏକ ପ୍ରକାର ବୀଜାଣୁ ଥାଏ | ଏହି ବୀଜାଣୁ ଗୁଡିକ ବାୟୁମଣ୍ଡଳର ସିଧାସଳଖ ଯବକ୍ଷାରଜାନ ଗ୍ରହଣ କରି ସାରା ରୂପରେ ଗ୍ରନ୍ଥିରେ ସଞ୍ଚିତ କରି ରଖନ୍ତି | ପରବର୍ତ୍ତୀ କାଳରେ ଉଦ୍ଭିଦମାନେ ଏହି ଯବକ୍ଷାରଜାନକୁ ନିଜର ପୋଷକ ହିସାବରେ ଗ୍ରହଣ କରନ୍ତି |
· ବାୟୁରେ ଅନ୍ୟାନ୍ୟ ଗ୍ୟାସ୍ ସହିତ ଧୂଳିକଣା ମଧ୍ୟ ରହିଛି | ଏହା ଆମକୁ ଖାଲି ଆଖିରେ ଦେଖାଯାଏ ନାହିଁ |
· ସୂର୍ଯ୍ୟକିରଣ, ଆଲୋକ ପଡିଲେ ଆମେ ଧୂଳିକଣାର ଉପସ୍ଥିତି ଅନୁଭବ କରୁ |
· ବାୟୁରେ ଅନ୍ୟ କେତେକ ଗ୍ୟାସ୍ ମଧ୍ୟ ରହିଛି ଯଥା : ଉଦଜାନ, ଆରଗନ, ହିଲିୟମ
· ବାୟୁରେ ଯବକ୍ଷାରଜାନ – ୭୮%, ଅମ୍ଳଜାନ – ୨୧%, ଧୂଳିକଣା +ଅଙ୍ଗାରକାମ୍ଳ+ଜଳୀୟବାଷ୍ପ = ୧%
ଅମ୍ଳଜାନର ବ୍ୟବହାର
· ରୋଗୀମାନେ ଅମ୍ଳଜାନ ସିଲିଣ୍ଡରରୁ ପାଇପ୍ ବାଟେ ଅମ୍ଳଜାନ ନେଇ ଶ୍ଵାସକ୍ରିୟା କରିଥାଆନ୍ତି |
· ପ୍ରାଣୀଓ ଉଦ୍ଭିଦ ଶ୍ଵାସକ୍ରିୟାରେ ଅମ୍ଳଜାନ ବ୍ୟବହାର କରନ୍ତି |
· ସମୁଦ୍ର ବୁଡାଳୀ, ମହାକାଶଚାରୀ ମାନେ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଥଳି ସାଥିରେ ନେଇଥାଆନ୍ତି |
ଅଙ୍ଗାରକାମ୍ଳର ବ୍ୟବହାର
· ଅଗ୍ନିନିର୍ବାପକ ଯନ୍ତ୍ର ଭାବେ ବ୍ୟବହାର କରାଯାଏ |
· ଅଙ୍ଗାରକାମ୍ଳ ଗ୍ୟାସ୍ କୁ ନିଆଁ ଲିଭା କାମରେ ବ୍ୟବହାର କରାଯାଏ |
ଯବକ୍ଷାରଜାନର ବ୍ୟବହାର – ଗ୍ୟାସୀୟ ଅବସ୍ଥାରେ ଥିବା ଯବକ୍ଷାରଜାନକୁ ଉଦ୍ଭିଦ କିମ୍ବା ପ୍ରାଣୀ ବ୍ୟବହାର କରିପାରନ୍ତି ନାହିଁ |
· କେବଳ ଡାଲିଜାତୀୟ ଗଛର ଚେରରେ ଥିବା ଗ୍ରନ୍ଥିର ବୀଜାଣୁ ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ଗ୍ରହଣ କରି ସାର ପ୍ରସ୍ତୁତ କରିଥାଆନ୍ତି |
Truly Indian Brand