- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science(samajika bigyana) Chapter-20 Bayu Pradusana(ବାୟୁ ପ୍ରଦୂଷଣ) Notes

Odia Medium Class 5 Social Science(samajika bigyana) Chapter-20 Bayu Pradusana(ବାୟୁ ପ୍ରଦୂଷଣ) Notes

Language : Odia
LRNR provides this material totally free
Odia Medium Class 5 Social Science(samajika bigyana) Chapter-20 Bayu Pradusana(ବାୟୁ ପ୍ରଦୂଷଣ) Notes
ବାୟୁ ପ୍ରଦୂଷଣ
ପ୍ରଦୂଷିତ ବାୟୁ : ଯେଉଁ ବାୟୁରେ ଶ୍ଵାସକ୍ରିୟା କଲେ ଆମକୁ ଅସ୍ଵସ୍ତି ଲାଗେ, ଆଖିପୋଡେ ଓ ଆମର ସ୍ୱାସ୍ଥ୍ୟ ଖରାପ ହୁଏ, ସେହି ବାୟୁକୁ ପ୍ରଦୂଷିତ ବାୟୁ କୁହାଯାଏ |
ବାୟୁର ଦୁଇଟି ପ୍ରଧାନ ଉପାଦାନ – ଅମ୍ଳଜାନ ଓ ଯବକ୍ଷାରଜାନ ବ୍ୟତୀତ ଅନ୍ୟ ଉପାଦାନଗୁଡିକ ଯଥା – ଅଙ୍ଗାରକାମ୍ଳ, କାର୍ବନ ମନୋକସାଇଡ, ସଲଫର ଡାଇ ଅକ୍ସାଇଡ , ଯବକ୍ଷାରଜାନ ଅକ୍ସାଇଡ, ଧୂଳିକଣା ଜୀବାଣୁ ଓ ଅନ୍ୟାନ୍ୟ ଭାସମାନ ପଦାର୍ଥ ମଧୁର ଯେକୌଣସିଟିର ପରିମାଣ ବଢିଲେ ତାହା ଆମ ସ୍ୱାସ୍ଥ୍ୟ କ୍ଷତି କରିଥାଏ |ଏ ଗୁଡିକୁ ବାୟୁ ପ୍ରଦୂଷକ କୁହାଯାଏ |
ବାୟୁ ପ୍ରଦୂଷିତ ହେବାର କାରଣ :-
କଳକାରଖାନା ଚିମନୀରୁ ଯେଉଁ ଧୂଆଁ ବାହାରେ ସେଥିରେ ଅଙ୍ଗାରକାମ୍ଳ, ସୂକ୍ଷ୍ମ ଅଙ୍ଗାରକଣିକା ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ଥାଏ |
ଏହି ଧୂଆଁ ବାୟୁକୁ ଦୂଷିତ କରେ |
ଗାଡି ମଟର ଆଦି ଯାନବାହନ ନିଷ୍କାସନ ନଳୀରୁ ବାହାରୁଥିବା ଧୂଆଁ ବାୟୁରେ ମିଶେ |
ସିମେଣ୍ଟ କାରଖାନାରୁ ବାହାରୁଥିବା ସିମେଣ୍ଟ ଗୁଣ୍ଡ, ଆଜବେଷ୍ଟସ କାରଖାନାରୁ ବାହାରୁଥିବା ଗୁଣ୍ଡ, ଲୁଗାକଳରୁ ଉଡୁଥିବା ତୁଳା, ଚମଡା କାରଖାନା ଓ କେତେକ ସାରକାରଖାନାରୁ ବାହାରୁଥିବା ଗୁଣ୍ଡ ବାୟୁରେ ମିଶି ବାୟୁକୁ ଦୂଷିତ କରେ |
ଆଣବିକ ପରୀକ୍ଷାରେ ନିର୍ଗତ ତେଜସ୍କ୍ରିୟ ପଦାର୍ଥ ବାୟୁମଣ୍ଡଳରେ ମିଶି ବାୟୁକୁ ଦୂଷିତ କରିଥାଏ |
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପାୟ :-
ପ୍ରତିବର୍ଷ ଜୁନ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି |
ପରିବେଶକୁ ଦୂଷିତ ହେବାରୁ ରକ୍ଷାକରିବା ପାଇଁ ଏବଂ ପରିବେଶ ସଂତୁଳନ ରକ୍ଷା ପାଇଁ କାର୍ଯ୍ୟ କରାଯାଉଛି |
ଧୂମହୀନ ଜାଳେଣୀ ଓ ଚୁଲି ବ୍ୟବହାର କରିବା |
ଅଳିଆକୁ ନ ପୋଡି ପୋତିଦେବା ଆବଶ୍ୟକ |
କଳକାରଖାନାର କ୍ଷତିକାରକ ଗ୍ୟାସ୍ ଗୁଡିକୁ ବୈଜ୍ଞାନିକ ଉପାୟରେ ଶୋଧନ କରାଯିବା ଉଚିତ |
ଅଧିକ ପରିମାଣରେ ଗଛ ଲଗାଇବା ଉଚିତ |
ଘନ ଜନବସତି ଅଞ୍ଚଳରେ କଳକାରଖାନା ସ୍ଥାପନ କରିବାନାହିଁ |
Truly Indian Brand