Odia Medium Class 6 Odia Chapter 3 Janmabhumi ( ଜନ୍ମଭୂମି ) Question & Answer

Soumya Ma'am avatar
Soumya Ma'am

Language : Odia

LRNR provides this material totally free

Odia Medium Class 6 Odia Chapter 3 Janmabhumi ( ଜନ୍ମଭୂମି ) Question & Answer

ଜନ୍ମଭୂମି




1.ଉତ୍ତର ଲେଖ|


. ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ’ଣ ବୋଲି କହିବା ?

ଉତ୍ତର : ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ ଆମର ଜନ୍ମଭୂମି ବୋଲି କହିବା |


ଖ. ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?

ଉତ୍ତର :ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ବିଭିନ୍ନ ପ୍ରକାର ଶସ୍ୟ ଓ ଫଳମୂଳ ପ୍ରଦାନ କରେ | ତା’ର ଶୀତଳ ସ୍ଵଚ୍ଛ ଜଳ ଆମର ତୃଷା ନିବାରଣ କରେ | ତାହାର ବାୟୁ ଆମ ନିଃଶ୍ଵାସ ପ୍ରଶ୍ଵାସରେ ପ୍ରବାହିତ ହୁଏ |


ଗ. ଜନ୍ମଭୂମି କାହା ସହିତ ତୁଳନୀୟ ?

ଉତ୍ତର :ଜନ୍ମଭୂମି ଜନନୀ ସହିତ ତୁଳନୀୟ |


ଘ. ପରିବାରରେ ଫୁଟିଲା ଫୁଲମାନେ କିଏ ?

ଉତ୍ତର :ସ୍ନେହର ପିତୁଳା ସମାନ ଭାଇ ଭଉଣୀ ମାନେ ପରିବାରର , ଫୁଟିଲା ଫୁଲମାନେ ଅଟନ୍ତି |


ଙ. ମଣି ଓ ମୁକୁତା କେଉଁଠି କେଉଁଠି ସାଇତା ହୋଇ ରହିଛି ?

ଉତ୍ତର :ଖଣିରେ ମଣି ଓ ସମୁଦ୍ରରେ ମୁକୁତା ସାଇତା ହୋଇ ରହିଛି |


ଚ. ଜନ୍ମଭୂମି ପ୍ରତି ଆମର କି କର୍ତ୍ତବ୍ୟ ରହିଛି ?

ଉତ୍ତର :ଜନଭୂମି କୁ ସ୍ମରଣ କରିବା ପାଇଁ ବିକଳ ହେବା ଓ ତା’ର ଗୁଣ ସୁମରି ଝୁରିହେବା | ତା’ ପାଇଁ ଶରୀରର ରକ୍ତବିନ୍ଦୁ ଦାନ କରିବା |


ଛ . କେଉଁମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ?

ଉତ୍ତର :ଯେଉଁ ମହାପୁରୁଷମାନେ ନିଜ ଦେଶରେ ମଙ୍ଗଳପାଇଁ ଆପଣାର ଶରୀରକୁ ଦାନ କରିଛନ୍ତି, ନିଜର ସୁଖଶାନ୍ତି ଘର, ପରିବାରକୁ ଭୁଲ ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି, ଏପରିକି ଲୋକଙ୍କର ମଙ୍ଗଳପାଇଁ ବହୁ କଷ୍ଟ ସହିଛନ୍ତି , ସେହିମାନଙ୍କର ନାମ ଲୋକମୁଖରେ କାଳେ କାଳେ ରହେ |



2. ଭିନ୍ନଜାତୀୟ ଶବ୍ଦଟି ବାଛି ଲେଖ |


କ. ବାୟୁ , ପବନ , ଆନନ୍ଦ , ଅନିଳ

ଖ. ଜନନୀ , ମାତା , ମାଆ , ପିତା

ଗ. ରବି , କବି , ସୂର୍ଯ୍ୟ , ତପନ

ଘ. ବିହଗ , ନକ୍ଷତ୍ର , ବିହଙ୍ଗମ , ପକ୍ଷୀ

ଙ. ବଣ , ଜଙ୍ଗଲ , ପର୍ବତ , କାନନ

 

3. କବିତାଂଶ କୁ ପୂରଣ କର |


କ. ଯା’ର ଫଳ ଶସ୍ୟେ କରେ ଜୀବନ ଧାରଣ |

ଖ. ଯେ ଦେଶେ ଅଛନ୍ତି ମୋର ପ୍ରିୟ ପରିବାର |

ଗ. ସ୍ନେହର ପିତୁଳା ଭାଇ ଭଉଣୀ ସକାଳେ |

ଘ. ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ |

ଙ. ଯେ ଦେଶ କାନନେ ଶୋଭେ କେତେ ତୋରା ଫୁଲ |


4. ସରଳ ଭାବରେ ଅର୍ଥ ବୁଝାଇ ଲେଖ |


କ. ସେହି ମୋର --------------------- ସମାନ ସ୍ଥାନ |


ଉକ୍ତ ପଦ୍ୟାଂଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖିତ “ଜନ୍ମଭୂମି” କବିତାରୁ ଊର୍ଦ୍ଧୃତ | ଏଠାରେ କବି ଜନ୍ମଭୂମି ର ପରିଚୟ ପ୍ରଦାନ କରିବା ସହିତ ତା’ ସହିତ କେହି ତୁଳନୀୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି |

କବି କହିଛନ୍ତି ଯେ, ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି, ଯାହାର ପବନ ମୋର ନିଃଶ୍ଵାସ ପ୍ରଶ୍ଵାସରେ ବହୁଛି | ଏପରିକି ଯେଉଁ ଦେଶରେ ରବି କିରଣ ଓ ଉତ୍ତାପ ଦେଉଛନ୍ତି , ତାହା ମୋର ଜନ୍ମଭୂମି | ଯାହାର ସୁଶୀତଳ ସ୍ଵଚ୍ଛ ଜଳ ପାନ କରି ମୋର ଶୋଷ ଦୂର ହେଉଛି, ଯାହାର ଫଳ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି, ଏପରିକି ଯାହାର ବକ୍ଷ ଦେଶରେ ମୁଁ ସର୍ବଦା ଚଲାବୁଲା କରୁଛି, ସେହି ଦେଶ ମୋର ଜନନୀ ପରି, ସେ ମୋର ଜନ୍ମଭୂମି ଅଟେ | ଏ ପୃଥିବୀରେ ତାହା ସହିତ ସମାନ ହେଲା ପରି ସ୍ଥାନ ଆଉ କେଉଁଠି ନାହିଁ |



ଖ. ତାହା ଲାଗି ---------------------- ପଶୁର ସମାନ |


ଉକ୍ତ ପଦ୍ୟାଂଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖିତ “ଜନ୍ମଭୂମି” କବିତାରୁ ଆନୀତ | ଏଠାରେ ଜନ୍ମମାଟି ପାଇଁ ଯିଏ କିଛି ତ୍ୟାଗ ଂ କରେ ସେ କିପରି କୃତଘ୍ନ ଓ ପଶୁତୁଲ୍ୟ ବିବେଚିତ ହୁଏ, ତାହା ବର୍ଣ୍ଣନା କରାଯାଇଛି |

ପ୍ରତ୍ୟେକ ମନୁଷ୍ୟ ଜନ୍ମଭୂମିର ଅନ୍ନ, ଜଳ ଖାଇ ଆପଣାର ଶରୀରକୁ ଜୀବିତ ରଖନ୍ତି | ସେହି ମାଟି ମାଆର ପରିଚୟରେ ଅନ୍ୟ ନିକଟରେ ପରିଚିତ ହୁଅନ୍ତି | ତା’ର ଗୌରବରେ ସେମାନଙ୍କର ସୁଖ ସୌଭାଗ୍ୟର ଉଦୟ ହୁଏ, ତା’ର ପତନରେ ସେମାନଙ୍କ ପତନ ଅବଶ୍ୟମ୍ଭାବ୍ୟ ହୋଇପଡେ | ସେହି ଜନ୍ମମାଟି ର କଥାକୁ ଦୂର ଦେଶରେ ଥାଇ ମନେ ପକାଇଲେ ମନଟା ଗୋଳେଇ ଘାଣ୍ଟି ହୁଏ | ସେହି ଜନ୍ମମାଟି ଠାରୁ ବହୁଭାବେ, ଉପକୃତ ହୋଇଥିବା ବ୍ୟକ୍ତି ଯଦି ଆପଣା ଶରୀରର ରକ୍ତବିନ୍ଦୁ , ମାଟିମାଆ ପାଇଁ ଦାନ ନ କରେ, ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ |



ଗ. ମୁଣ୍ଡଝାଳ ------------------------ ଅକ୍ଷରେ ଅକ୍ଷରେ |


ଉକ୍ତ ପଦ୍ୟାଂଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖିତ “ଜନ୍ମଭୂମି” କବିତାରୁ ଗୃହୀତ | ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ମହାବୀରଙ୍କର ଜନ୍ମମାଟି ପାଇଁ ମହାନ ଅବଦାନ ସମ୍ପର୍କରେ ଆଲୋକପାତ କରିଅଛନ୍ତି |

ଇତିହାସର ପୃଷ୍ଠା ଲେଉଟାଇଲେ ବହୁ ମହାବୀରଙ୍କ ଅମର ଜୀବନ ଗାଥା ସମ୍ପର୍କରେ ଜାଣି ହୁଏ | ସେହି ବୀରଗଣ ନିଜ ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଆପଣାର ଶରୀର ଦାନ କରିବାକୁ ପଛାଇ ନାହାନ୍ତି | ନିଜର ସୁଖଶାନ୍ତି , ପରିବାରକୁ ଭୂଲି ସେମାନେ ଭିକ୍ଷାଥାଳ ଧରି ଦ୍ଵାରେ ଦ୍ଵାରେ ବୁଲୁଛନ୍ତି | ସେମାନେ ଏମାଟି ପାଇଁ ନିଃସ୍ଵ କାଙ୍ଗାଳ ହୋଇଯାଇଛନ୍ତି | ଏପରି ବୀର ସନ୍ତାନମାନେ ନିଜର କର୍ମ ଦ୍ଵାରା ଅକ୍ଷୟ ଅକ୍ଷରରେ ଆପଣା ନାମକୁ ଲେଖିଯାଇଛନ୍ତି |



5. ବିଶେଷଣ ପଦଗୁଡିକୁ ଚିହ୍ନାଇ ଦିଅ |


ସ୍ଵଚ୍ଛଜଳ – ସ୍ଵଚ୍ଛ

ଦୟାମୟ ପିତା – ଦୟାମୟ

ଫୁଟିଲା ଫୁଲ – ଫୁଟିଲା

ସୁନୀଳ ଆକାଶ – ସୁନୀଳ

ନବ ଜଳଧାରା – ନବ

ତୋରା ଫୁଲ – ତୋରା



6. “ସ୍ନେହର ପିତୁଳା” ଭଳି “ପିତୁଳା” ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରିହେବ ଭାବି ଲେଖ |

ଉତ୍ତର : ନୟନ ପିତୁଳା




7.ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟ ସ୍ଥାନରେ ଲେଖ |


କ. ରବି ତାପ କିରଣ ବିତରେ

ଖ. କାନନେ ମୋରେ କେତେ ତୋରା ଫୁଲ

ଗ. ଯାହାର ଗୌରବେ କେତେ ସୁଖର ଉଦୟ



8.ପ୍ରତିଶବ୍ଦ ଲେଖ |


ମେଘ – ଜଳଧର

ବିଜୁଳି – ସୌଦାମିନୀ

ଚଢେଇ – ବିହଙ୍ଗମ

ତାର – ନକ୍ଷତ୍ର

ପୃଥିବୀ – ଧରା

Ratings
No reviews yet, be the first one to review the product.