Odia Medim Class 6 Science Chapter 2 Khadyara Sreni Bibhaga ( ଖାଦ୍ୟର ଶ୍ରେଣୀ ବିଭାଗ ) Question & Answer

Sonali Ma'am

Language : Odia

LRNR provides this material totally free

Odia Medim Class 6 Science Chapter 2 Khadyara Sreni Bibhaga ( ଖାଦ୍ୟର ଶ୍ରେଣୀ ବିଭାଗ ) Question & Answer

ଖାଦ୍ୟର ଶ୍ରେଣୀ ବିଭାଗ



1.       ଦିଆଯାଇଥିବା ଖାଦ୍ୟ  ତାଲିକାରୁ କେଉଁଟି କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସପୃକ୍ତ କୋଠରୀରେ ଲେଖ |


(ବରକୋଳି, ଘିଅ, ଚୁନାମାଛ, ଅଁଳା, କାଙ୍କଡ, ଶୁଖୁଆ, ଶାଗ, ବଡ଼ମାଛ, ମାଂସ, ଅଣ୍ଡା, ମାଣ୍ଡିଆ, ଛତୁ, ଚିନାବାଦାମ, ମୁଢି, ଛତୁଆ, ନଡିଆ, ସମୁଦ୍ର ମାଛ, ପିଜୁଳି, କମଳା, ପାଳଙ୍ଗ ଶାଗ, ଗାଜର, ପାଚିଲା ଆମ୍ବ, ମୂଳା, ଅଟା)

ଉତ୍ତର :


ଶ୍ଵେତସାର ( ମାଣ୍ଡିଆ, ମାଂସ, ଛତୁଆ, ଅଟା )


ପୁଷ୍ଟିସାର ( ବଡ଼ମାଛ, ଘିଅ, ଅଣ୍ଡା, ଶୁଖୁଆ, ଛତୁ )


ସ୍ନେହସାର ( ନଡିଆ, କମଳା, ଚିନାବାଦାମ )


ଭିଟାମିନ ( ଅଁଳା, ଚୂନା ମାଛ, ପିଜୁଳି, ଆମ୍ବ, ଗାଜର, ବରକୋଳି )


ଖଣିଜ ଲବଣ ( ସମୁଦ୍ର ମାଛ, ମୁଢି, ପାଳଙ୍ଗ ଶାଗ )




2.       କେଉଁଗୁଡିକ ଠିକ,  √   ଚିହ୍ନ ଦେଇ ଦର୍ଶାଅ |


a)      ସୂର୍ଯ୍ୟ କିରଣରେ ଭିଟାମିନ ‘d’ ଥାଏ |√


b)      ଅଁଳାରେ ଭିଟାମିନ ‘c’ ଥାଏ |√


c)       ଶୁଖୁଆରେ ଅଧିକ ସ୍ନେହସାର ରହିଛି | X


d)      ସୁଷମ ଖାଦ୍ୟ  ଶରୀରର ଆବଶ୍ୟକତା ପୂରଣ କରେ |√


e)      ‘ରକ୍ତହୀନତା’ ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ | X


f)       ଭିଟାମିନ – k ସଜନା ଛୁଇଁରେ ମିଳେ ନାହିଁ | √


g)      ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ | X


h)      କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ ଥାଏ | X



3.       ଦୁଇଟି ବା ତିନୋଟି ବାକ୍ୟରେ କାରଣ  ଲେଖ |


a)      ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ |


ତନ୍ତୁ ଶରୀର ପାଇଁ ଏକ ପୋଷକ ନହେଲେ ମଧ୍ୟ ଏହା ଖାଦ୍ୟନଳୀରୁ ମଳ ବାହାର କରିବାରେ ସାହାଯ୍ୟ କରେ | ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ |


b)      ଆମିଷ ଖାଉନଥିବା ପିଲା ଅଧିକ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ |


ଯେଉଁମାନେ ଆମିଷ ଖାଇନଥାନ୍ତି ସେମାନଙ୍କ ଶରୀରରେ ପୋଷକ ପୂରଣ ପାଇଁ ସେମାନେ କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ କାରଣ ଏହିସବୁ ଖାଦ୍ୟରେ ମଧ୍ୟ ପୁଷ୍ଟିସାର ଏବଂ ସ୍ନେହସାର ଥାଏ |


c)       ଚକ୍ରଧରକୁ ଅନ୍ଧାରରେ ଦେଖାଯାଉନାହିଁ |


ଚକ୍ରଧରକୁ ଅନ୍ଧାରରେ ଦେଖାଯାଉନାହିଁ କାରଣ ତାକୁ ଅନ୍ଧାରକଣା ରୋଗ ହୋଇଛି | ତେଣୁ ସେ ଭିଟାମିନ A ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ | ଭିଟାମିନA ଅ ଭାବରେ ଅନ୍ଧାରକଣା ରୋଗ ହୋଇଥାଏ |


d)      ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ |


ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ କାରଣ ପୁଷ୍ଟିସାର ପିଲାମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଏହା ଅଭାବରେ ମଧ୍ୟ ପିଲାମାନଙ୍କୁ କ୍ୱାସିଓକର ରୋଗ ହୋଇଥାଏ |


e)      ପାହାଡିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ |


ପାହାଡିଆ ଅଞ୍ଚଳର ଲୋକମାନେ ଠିକ ଭାବରେ ଆୟୋଡିନଯୁକ୍ତ ଲବଣ ଥିବା ଖାଦ୍ୟ ପାଇପାରନ୍ତି ନାହିଁ | ତେଣୁ ସେମାନଙ୍କୁ ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ଥାଏ |



4.       ତଳେ ଦିଆଯାଇଥିବା ପ୍ରତ୍ୟେକ ପୋଷକ ପାଇଁ ଦୁଇଟି ଖାଦ୍ୟ ପଦାର୍ଥର ନାମ ଲେଖ |


a)      ପୁଷ୍ଟିସାର – ଡାଲି, ଛତୁ

b)      ଭିଟାମିନ – ‘c’ – ଟମାଟୋ, କମଳା

c)       ଖଣିଜ ଲବଣ – ଶାଗ, ସମୁଦ୍ର ମାଛ



5.       ଶରୀରରେ କେଉଁଟି ନ ଥାଏ ?


a)      ଖଣିଜ ଲବଣ

b)      ତନ୍ତୁ

c)       ଭିଟାମିନ

d)      ସ୍ନେହସାର



6.       ଯଦି ସବୁ ଗାଈ ଓ ମଇଁଷି ଲୋପ ପାଇଯାନ୍ତି ତାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ, ସେହି ମଧ୍ୟରୁ ଦୁଇଟିର ନାମ ଲେଖ |

ଉଦାହରଣ – ରାବିଡି, ପେଡା



7.       ଗୋଟିଏ ବର୍ଦ୍ଧିଷ୍ଣ ଶିଶୁର ଓ ଜଣେ ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ |


ଶିଶୁ :                                                                             


. ଗୋଟିଏ ଶିଶୁର ଶରୀର ବୃଦ୍ଧିରେ ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ଅଧିକ ଥାଏ | 


. ପିଲାମାନଙ୍କ ଦାନ୍ତ ଏବଂ ହାଡ ଶକ୍ତ ହେବାପାଇଁ କ୍ୟାଲସିୟମ ଅଧିକ ଆବଶ୍ୟକ ହୋଇଥାଏ |


ବୃଦ୍ଧ :


. ବୃଦ୍ଧ ଲୋକମାନଙ୍କ ଶରୀର ବୃଦ୍ଧି ବୟସ କ୍ରମେ କ୍ରମେ ପାଇଥାଏ |


. ତେଣୁ ସେମାନଙ୍କ ଶରୀର ପାଇଁ ସରଳ ଏବଂ ଅଳ୍ପ ପୋଷକ ଯୁକ୍ତ ଖାଦ୍ୟ ଆବଶ୍ୟକ ହୋଇଥାଏ |

Ratings
No reviews yet, be the first one to review the product.