- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 14 Prakrutika Ghatanabali ( ପ୍ରାକୃତିକ ଘଟଣାବଳୀ ) Notes

Odia Medium Class 6 Science Chapter 14 Prakrutika Ghatanabali ( ପ୍ରାକୃତିକ ଘଟଣାବଳୀ ) Notes

Language : Odia
LRNR provides this material totally free
Odia Medium Class 6 Science Chapter 14 Prakrutika Ghatanabali ( ପ୍ରାକୃତିକ ଘଟଣାବଳୀ ) Notes
ପ୍ରାକୃତିକ ଘଟଣାବଳୀ
ପ୍ରାକୃତିକ ଘଟଣାବଳୀ କ’ଣ ?
· ପ୍ରାକୃତିକ ଘଟଣାବଳୀ ହେଉଛି ଯେଉଁ ସବୁ ଘଟଣା ପ୍ରକୃତି ଦ୍ୱାରା ଘଟିଥାଏ | ଯେମିତିକି ବିଜୁଳି, ଘଡଘଡି,ବାତ୍ୟା, ମରୁଡି ଇତ୍ୟାଦି |
· ଖବର କାଗଜ,ରେଡିଓ ଓ ଟେଲିଭିଜନ ପ୍ରଭୃତିରୁ ବର୍ଷା, ବନ୍ୟା, ମରୁଡି ଓ ଭୂମିକମ୍ପ ଏସବୁ ଘଟଣା ଘଟିବାର ଶୁଣିଛନ୍ତି |
· ଏସବୁରୁ ରକ୍ଷା ପାଇବା ପାଇଁ ସରକାର ଅନେକ ଉପାୟ ଅବଲମ୍ବନ କରିଥାନ୍ତି |
· ତୁମମାନଙ୍କ ମଧ୍ୟରୁ ଅନେକ ୧୯୯୯ ମସିହା ମହାବାତ୍ୟା ବିଷୟରେ ଜାଣିଥିବ | ଏହି ବାତ୍ୟାରେ ବହୁତ କ୍ଷୟକ୍ଷତି ହୋଇଥିଲା ଏବଂ ବହୁ ଜୀବନ ନଷ୍ଟ ହୋଇଥିଲା |
· ୨୦୧୩ ଫାଇଲିନ ଓ ୨୦୧୪ ହୁଡ୍ ହୁଡ୍ ବାତ୍ୟାକୁ ତୁମେମାନେ ଦେଖିଥିବା ମଧ୍ୟ |
· ଆମର ଅତି ପରିଚିତ ପ୍ରାକୃତିକ ଘଟଣା ହେଉଛି ବିଜୁଳି, ଘଡଘଡି ଓ ବର୍ଷା |
ବାଷ୍ପୀଭବନ
· ଆପେ ଆପେ ବାଷ୍ପ ହୋଇ ଜଳ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କୁହାଯାଏ |ବାହାରୁଥିବା ବାଷ୍ପକୁ ଜଳୀୟ ବାଷ୍ପ କୁହାଯାଏ |
· ଉଦାହରଣ – ଓଦା ଲୁଗାପଟାରେ ସୂର୍ଯ୍ୟାଲୋକ ପଡି ଶୁଖିଯାଇଛି |
· ବର୍ଷା ପରେ ରାସ୍ତା, ଘରର ଛାତ ଉପରେ ଜମିଥିବା ପାଣି ପ୍ରଭୃତି କିଛି ସମୟ ପରେ ଶୁଖିଯାଏ |
· ଓଦା ବସ୍ତୁର ବାହ୍ୟ ପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢିଲେ, ସୂର୍ଯ୍ୟକିରଣ ପଡିଲେ ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ |
· ଏହି ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ ,ହ୍ରଦ ଓ ସମୁଦ୍ର ପାଣି ଜଳୀୟ ବାଷ୍ପ ଆକାରରେ ବାୟୁମଣ୍ଡଳ ଯାଏ |
· ଏହି ବାଷ୍ପୀଭବନ ପ୍ରକ୍ରିୟା ଜଳଧାରାର ପୃଷ୍ଠଭାଗରେ ସଂଗଠିତ ହୋଇଥାଏ |
ବାଷ୍ପିକରଣ :-
· ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ ତାହାକୁ ବାଷ୍ପୀକରଣ କୁହାଯାଏ |
ଉଦାହରଣ – ରୋଷେଇ ବେଳେ ଜଳ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶିବା |
ବାଷ୍ପୀମୋଚନ –
· ଉଦ୍ଭିଦ ଖାଦ୍ୟ ତିଆରି କରିବା ପାଇଁ ଜଳ ଆବଶ୍ୟକ କରେ |
· ଉଦ୍ଭିଦ ଖାଦ୍ୟ ତିଆରି କରିବା ପାଇଁ ଜଳ ଆବଶ୍ୟକ କରେ |
· ମୂଳ ସାହାଯ୍ୟରେ ଉଦ୍ଭିଦ ମାଟିରୁ ଜଳ ନିଏ |
· ଖାଦ୍ୟ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉଦ୍ଭିଦ କିଛି ଜଳ ବିନିଯୋଗ କରେ |
· ବଳକା ଜଳକୁ ଉସ୍ୱେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡ଼େ | ଏହାକୁ ବାଷ୍ପୀମୋଚନ ବା ଉସ୍ୱେଦନ କୁହାଯାଏ |
ଘନୀକରଣ –
· ଯେଉଁ ପ୍ରାଣଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ ତାହାକୁ ଘନୀକରଣ କୁହାଯାଏ |
· ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳରେ ପରିଣତ ହୁଏ |
· ଘନୀକରଣ, ବାଷ୍ପିକରଣର ବିପରୀତ ପ୍ରକ୍ରିୟା |
ଜଳର ବିଭିନ୍ନ ଅବସ୍ଥା –
ଜଳ ତିନୋଟି ଅବସ୍ଥାରେ ମିଳେ |
କଠିନ, ତରଳ ଏବଂ ଗ୍ୟାସୀୟ |
କେତେକ ମହାସାଗର, ମେରୁ ଅଞ୍ଚଳ, ପର୍ବତ ଶିଖର ଦେଶ ବରଫାବୃତ |
ନଈ, ନାଳ, ପୋଖରୀ ସବୁ ଜଳରେ ପୂର୍ଣ୍ଣ |
ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥାଏ | ରୋଷେଇ ବେଳେ ଓ କଳାକାରଖାନା ପ୍ରଭୃତି ଜଳୀୟବାଷ୍ପ ବାୟୁମଣ୍ଡଳରେ ମିଶେ |
ଜଳଚକ୍ର –
· ବାୟୁମଣ୍ଡଳରେ ଅତି ଉଚ୍ଚରେ ଅଧିକ ଥଣ୍ଡା ଥାଏ, ସେଠାରେ ଥିବା ଜଳୀୟ ବାଷ୍ପ ଜଳ ବିନ୍ଦୁରେ ପରିଣତ ହୋଇ ମେଘ ସୃଷ୍ଟି କରେ |
· ମେଘ ଅଧିକ ଥଣ୍ଡା ହୋଇ ଜଳ ହୁଏ |
· ବର୍ଷା ଆକାରରେ ସେହି ଜଳ ପୁଣି ଭୂପୃଷ୍ଠକୁ ଆସେ |
· ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଗୁଡିକ ଥଣ୍ଡା ହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାରଗତି ବା ଜଳଚକ୍ର କୁହାଯାଏ |
ବର୍ଷା –
· ଜଳବିନ୍ଦଉଗୁଡିକ ବାୟୁମଣ୍ଡଳର ଥଣ୍ଡା ସ୍ତରରେ ଏକତ୍ର ହୋଇ ମେଘ ଗଠନ କରିଥାନ୍ତି |
· ଜଳବିନ୍ଦୁଗୁଡିକ ଏକତ୍ର ହେଲେ ତା’ର ଆକାର ବଢିଯାଏ ଓ ଓଜନିଆ ହୋଇ ତଳକୁ ଖସନ୍ତି |
· ସମୟ ସମୟରେ ଅତି ଥଣ୍ଡାରେ ଜଳବିନ୍ଦୁଗୁଡିକ ବରଫ ପାଲଟି ଯାଏ, ସେଥିପାଇଁ କାକରପାତ ବା ବରଫ ବର୍ଷା ହୁଏ |
· ବର୍ଷା ବେଳେ ବିଜୁଳି ଓ ଘଡଘଡି ମାରେ |
ବିଜୁଳି ଓ ଘଡଘଡି –
· ସାଧାରଣତଃ ବାୟୁମଣ୍ଡଳରେ ଥିବା ମେଘର ଜଳବିନ୍ଦୁଗୁଡିକ ଦୁଇ ପ୍ରକାର ଚାର୍ଜଯୁକ୍ତ ହୋଇଥାନ୍ତି |
· କେତେକ ମେଘ (+) ଯୁକ୍ତ ଚାର୍ଜ ର ଜଳକଣା ଓ ଅନ୍ୟ କେତେକ ମେଘରେ ( –) ବିଯୁକ୍ତାତ୍ମକର ଜଳ କଣା ଥାଏ |
· ଝଡ ସମୟରେ ଯେତେବେଳେ ଅଧିକ ବେଗରେ ପବନ ବହୁଥାଏ ସେତେବେଳ ବିଷମ ଚାର୍ଜ ବିଶିଷ୍ଟ ମେଘ ପ୍ରଚଣ୍ଡ ବେଗରେ ଗତି କରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି |
· ବିଷମ ଚାର୍ଜଯୁକ୍ତ ମେଘଖଣ୍ଡଗୁଡିକ ମଧ୍ୟରେ ଆକର୍ଷଣ ଫଳରେ ସେମାନଙ୍କ ମଧ୍ୟରେ ଥିବା ବାୟୁ ଉତ୍ତପ୍ତ ହୋଇଯାଏ |
· ଏହି ବିଷମଚାର୍ଜ ଯୁକ୍ତ ମେଘଖଣ୍ଡ ନିକଟତର ହେବା ଦ୍ୱାରା ସ୍ପାର୍କ ହୁଏ | ଏହାଦ୍ୱାରା ପ୍ରଚୁର ପରିମାଣରେ ଆଲୋକ ଓ ଶବ୍ଦ ସୃଷ୍ଟି ହୋଇଥାଏ |
· ମେଘରେ ସୃଷ୍ଟି ହେଉଥିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡଘଡି କୁହାଯାଏ |
· ଆଲୋକର ବେଗ, ଶବ୍ଦର ବେଗଠାରୁ ଅଧିକ |
· ଏଣୁ ମେଘରେ ବିଜୁଳି ଓ ଘଡଘଡି ଏକ ସମୟରେ ସୃଷ୍ଟି ହେଉଥିଳୀ ମଧ୍ୟ ବିଜୁଳି ଦେଖିବାର କିଛି ସମୟ ପରେ ଘଡଘଡି ଶବ୍ଦ ଶୁଣାଯାଏ |
Truly Indian Brand