- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 15 Aloka ( ଆଲୋକ ) Notes

Odia Medium Class 6 Science Chapter 15 Aloka ( ଆଲୋକ ) Notes

Language : Odia
LRNR provides this material totally free
Odia Medium Class 6 Science Chapter 15 Aloka (ଆଲୋକ) Notes
ଆଲୋକ
· ଆଲୋକ ବିଭିନ୍ନ ପଦାର୍ଥକୁ ଦେଖିବାରେ ସାହାଯ୍ୟ କରେ |
· କୌଣସି ବସ୍ତୁ ଉପରେ ଆଲୁଅ ପଡିଲେ ଆମେ ତାକୁ ଦେଖିପାରୁ |
. ସୂର୍ଯ୍ୟ, ତାରା, ମହମବତୀ, ଟର୍ଚ୍ଚ, ଇଲେକଟ୍ରିକ ବଲବ୍ ପ୍ରଭୃତି ଉଜ୍ଜ୍ଵଳ ବସ୍ତୁ ଏଗୁଡିକ ଆଲୋକର ଉତ୍ସ |
ସ୍ଵଚ୍ଛ, ଅସ୍ଵଚ୍ଛ ଓ ଅଳ୍ପସ୍ଵଚ୍ଛ ପଦାର୍ଥ :-
· ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଗତି କରିପାରେ ସେଗୁଡିକ ସ୍ଵଚ୍ଛ ପଦାର୍ଥ |
ଯଥା – କାଚ, ଚଷମା, ପାଣି ଇତ୍ୟାଦି |
· ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଆଦୌ ଗତିକରି ପାରେ ନାହିଁ ତାହା ଅସ୍ଵଚ୍ଛ ପଦାର୍ଥ |
· ଯଥା – ଖପରା, କାଗଜ, କାର୍ଡବୋର୍ଡ ଇତ୍ୟାଦି |
· ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଆସେ ତାହା ଅଳ୍ପ ସ୍ଵଚ୍ଛ ପଦାର୍ଥ |
· ଯଥା – ପତଳା ପ୍ଲାଷ୍ଟିକ, ତେଲଲଗା କାଗଜ ଓ ରଙ୍ଗିନ କାଗଜ ଇତ୍ୟାଦି |
ଆଲୋକ ଗତି :-
· ଆଲୋକ ସରଳରେଖାରେ ଗତି କରିଥାଏ, ତେଣୁ ଆଲୋକର ଗତିପଥ ସରଳରୈଖିକ ଅଟେ |
· ଆଲୋକ ଉତ୍ସରୁ ଆଲୋକ ସବୁଦିଗକୁ ସରଳରେଖାରେ ଗତି କରେ | ଏହାକୁ ଆଲୋକ ରଶ୍ମି କୁହନ୍ତି |
· ରଶ୍ମିମାନଙ୍କର ସମାହାରକୁ ଆଲୋକ ଗୁଚ୍ଛ କୁହାଯାଏ |
· ଉଦାହରଣ – ଟର୍ଚ୍ଚ ଲାଇଟ |
ଛାୟା :-
· ଆଲୋକ ଆଗରେ କୌଣସି ଅସ୍ଵଚ୍ଛ ବସ୍ତୁ ରଖିଲେ ବସ୍ତୁର ପଛପଟେ ଅନ୍ଧକାର ସୃଷ୍ଟି ହୁଏ |
· ଆଲୋକର ଉତ୍ସ, ଅସ୍ଵଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଅନୁସାରେ ଛାୟାର ଆକୃତି ସାନ, ବଡ, ସ୍ପଷ୍ଟ ଓ ଅସ୍ପଷ୍ଟ ହୋଇଥାଏ |
· ଆଲୋକର ପଥ ସରଳରୈଖିକ ହୋଇଥିବାରୁ ଅସ୍ଵଚ୍ଛ ପଦାର୍ଥର ଛାୟା ସୃଷ୍ଟି ହୁଏ |
ପ୍ରତିଫଳନ ପୃଷ୍ଠ :-
· ଦର୍ପଣ ଆଗରେ ଯେକୌଣସି ବସ୍ତୁ ରଖିଲେ ତାହାର ପ୍ରତିବିମ୍ବ ଦର୍ପଣରେ ଦେଖିପାରିବ |
· ପୋଖରୀ କୂଳରେ ଥିବା ଗଛ, ଘର ପ୍ରଭୃତିର ପ୍ରତିବିମ୍ବ ପାଣିରେ ଦେଖିଥାଉ |
· ଦର୍ପଣ ଓ ପାଣି ପ୍ରଭୃତି ପ୍ରତିଫଳନ ଓ ପୃଷ୍ଠ |
· ଏହି ପୃଷ୍ଠ ଉପରେ ଆଲୋକ ପଡିଲେ ଆଲୋକର ପ୍ରତିଫଳିତ ହୁଏ ଓ ପ୍ରତିବିମ୍ବ ସୃଷ୍ଟି ହୁଏ |
ରନ୍ଧ୍ର କ୍ୟାମେରା :-
· ଆଲୋକ ଏକ ସରଳ ରେଖାରେ ଗତିକରେ ବୋଲି ରନ୍ଧ୍ରକ୍ୟାମେରାରେ ବସ୍ତୁର ସଳଖ ଓ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ |
Truly Indian Brand