- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 16 Jala ( ଜଳ ) Question & Answer

Odia Medium Class 6 Science Chapter 16 Jala ( ଜଳ ) Question & Answer

Language : Odia
LRNR provides this material totally free
Odia Medium Class 6 Science Chapter 16 Jala ( ଜଳ ) Question & Answer
ଜଳ
1. ପୃଥିବୀପୃଷ୍ଠର ଦୁଇ ତୃତୀୟାଂଶ ଜଳ ରହିଥିଲେ ମଧ୍ୟ ଜଳ ସଂରକ୍ଷଣର ଆବଶ୍ୟକତା ଅଛି | କାରଣ ଦର୍ଶାଅ |
· ପୃଥିବୀ ପୃଷ୍ଠରେ ଥିବା ଦୁଇ ତୃତୀୟାଂଶ ଜଳ ମଧ୍ୟରୁ ଅଧିକାଂଶ ସମୁଦ୍ର ଜଳ |
· ସମୁଦ୍ରଜଳ ଲବଣାକ୍ତ ହୋଇଥିବାରୁ ଏହା କୃଷି ତଥା ବ୍ୟବହାର ଅନୁପଯୁକ୍ତ ହୋଇଥାଏ |
· ଆମର ଜଣ ସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ସେହି ଅନୁସାରେ ବଢି ଚାଲିଛି |
· ତେଣୁ ଜଳାଭାବ ଦୂର କରିବା ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି |
2. ପ୍ରଥମ ଶବ୍ଦ ଦ୍ଵୟର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ |
a) ଅଧିକ ବୃଷ୍ଟି : ବନ୍ୟା :: ଅନାବୃଷ୍ଟି : ମରୁଡି
b) ପୋଖରୀ : ମଧୁର :: ସମୁଦ୍ର : ଲୁଣି
c) ଜଳଶୋଷଣ : ଚେର :: ଜଲାମୋଚନ : ପତ୍ର
d) ଜଳଚର ପ୍ରାଣୀ : ମାଛ :: ଜଳଜ ଉଦ୍ଭିଦ : କଇଁ
3. ଜଙ୍ଗଲ କାଟି ଦେବା ଦ୍ଵାରା ବୃଷ୍ଟି ପରିମାଣ କମି ଯାଉଛି କାହିଁକି କୁହାଯାଉଛି ?
· ଉଦ୍ଭିଦ ପତ୍ର ମାଧ୍ୟମରେ ଉତ୍ସ୍ୱେଦନ ପ୍ରକ୍ରିୟା କରେ | ଏହା ଦ୍ଵାରା ବାୟୁମଣ୍ଡଳକୁ ଜଳୀୟବାଷ୍ପ ଆସିଥାଏ |
· ଜଙ୍ଗଲରେ ଥିବା ହଜାର ହଜାର ବିରାଟ ବୃକ୍ଷ ବାୟୁମଣ୍ଡଳକୁ ପ୍ରଚୁର ଜଳୀୟବାଷ୍ପ ଛାଡ଼ନ୍ତି |
· ଏହି ଜଳୀୟବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି କରନ୍ତି ଓ ମେଘରୁ ବର୍ଷା ହୁଏ |
· ଜଙ୍ଗଲ କାଟି ଦେବା ଦ୍ଵାରା ଉଦ୍ଭିଦ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡିପାରେ ନାହିଁ, ତେଣୁ ବୃଷ୍ଟି ପରିମାଣ କମିଯାଏ |
4. କି କି ପଦକ୍ଷେପ ନେଲେ ମରୁଡି ହେବ ନାହିଁ ?
· ଅଯଥା ଜଙ୍ଗଲ କାଟିବା ନାହିଁ |
· ବର୍ଷା ଜଳକୁ ସଂରକ୍ଷଣ କରି ରଖିବା |
· ଜଳକୁ ଅଯଥା ନଷ୍ଟ କରିବା ନାହିଁ |
· ଜଳ ଉତ୍ସଗୁଡିକୁ ପୋତି ହେବାରୁ ରକ୍ଷା କରିବା ଓ ଯଥେଷ୍ଟ ବର୍ଷାଜଳ ସାଇତି ରଖିବା |
· ଭୂତଳ ଜଳର ସୁବିନିଯୋଗ କରିବା |
ଉପରୋକ୍ତ ପଦକ୍ଷେପ ଗୁଡିକ ଗ୍ରହଣ କଲେ ମରୁଡି ହେବ ନାହିଁ |
5. ଜଳର ଅପବ୍ୟୟ କମାଇବା ପାଇଁ ତିନୋଟି ଉପାୟ ଲେଖ |
. ଜଳର ଅପବ୍ୟୟ କମାଇବା ପାଇଁ ନିମ୍ନଲିଖିତ ପଦକ୍ଷେପ ନେବା ଉଚିତ |
· ଜଳକୁ ଅଯଥା ଅଧିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ |
· ବ୍ୟବହାର ନ କରିବା ବେଳେ ପାଣି ଟ୍ୟାପକୁ ସର୍ବଦା ବନ୍ଦ ରଖିବା |
· ଆବଶ୍ୟକତା ଠାରୁ ଅଧିକ ଜଳ କୃଷି କାର୍ଯ୍ୟରେ ବ୍ୟବହାର ନ କରିବା |
Truly Indian Brand
Truly Indian Brand