- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 3 Khadya Padarthara Pariskarana ( ଖାଦ୍ୟ ପଦାର୍ଥର ପରିଷ୍କରଣ ) Question & Answer

Odia Medium Class 6 Science Chapter 3 Khadya Padarthara Pariskarana ( ଖାଦ୍ୟ ପଦାର୍ଥର ପରିଷ୍କରଣ ) Question & Answer

Language : Odia
LRNR provides this material totally free
Odia Medium Class 6 Science Chapter 3 Khadya Padarthara Pariskarana ( ଖାଦ୍ୟ ପଦାର୍ଥର ପରିଷ୍କରଣ ) Question & Answer
ଖାଦ୍ୟ ପଦାର୍ଥର ପରିଷ୍କରଣ
1. କିପରି ପୃଥକ / ପରିଷ୍କାର କରିବା ?
a) ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ |
ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ, ସେହି ମିଶ୍ରଣକୁ ଚାଲୁଣିରେ ଚଲାଇ ଅଲଗା କରିବା |
b) ଚାଉଳରେ କୁଣ୍ଡା ଥିଲେ |
ଚାଉଳରେ କୁଣ୍ଡା ଥିଲେ, ମିଶ୍ରଣକୁ କୁଲାରେ ପାଛୁଡି ଅଲଗା କରାଯାଏ |
c) ଅଟାରେ ଚୋକଡ ଥିଲେ |
ଅଟାରେ ଚୋକଡ ଥିଲେ, ମିଶ୍ରଣକୁ ଚାଲୁଣିରେ ଚଲାଇ ଅଲଗା କରାଯାଏ |
d) ଲିଆରେ ଧାନ ଚୋପା ଲାଗିଥିଲେ |
ଲିଆରେ ଧାନ ଚୋପା ଲାଗିଥିଲେ ଆମେ ହାତରେ ଛଡାଇ ଅଲଗା କରି ପାରିବା କିମ୍ବା ଘରେଇରେ ଘସି ଅଲଗା କରିପାରିବା |
e) ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ |
ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ | ସେହି ମିଶ୍ରଣକୁ ପାଣିରେ ପକାଇ ଦେଲେ ଅମୃତଭଣ୍ଡା ମଞ୍ଜି ହାଲୁକା ଥିବାରୁ ଉପରେ ଭାସିବ ଏବଂ ଆମେ ତାକୁ ଅଲଗା କାଢି ଆଣି ପାରିବା |
2.
a) ପାଛୁଡିବା :-
· ଏହି ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା କରାଯାଏ |
· କୁଲା ସାହାଯ୍ୟରେ ଖାଦ୍ୟ ପଦାର୍ଥକୁ ପାଛୁଡ଼ାଯାଏ |
b) ଉଡାଇବା :-
· ଏହି ପ୍ରଣାଳୀରେ ମଧ୍ୟ ହାଲୁକା ପଦାର୍ଥକୁ ଓଜନିଆ ପଦାର୍ଥଠାରୁ ଅଲଗା କରାଯାଏ |
· ଚାଉଳ ଭଳି ଖାଦ୍ୟ ପଦାର୍ଥକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ୱାରା ହାଲୁକା କୁଣ୍ଡା, କାଠି, ପତ୍ର ଉଡି ଚାଉଳ ଠାରୁ ଅଲଗା ହୋଇଯିବ |
c) ଧାନ ବାଡେଇବା :-
· ନଡାରେ ଧାନ ଲାଗିଥିଲେ ତାକୁ ଭାଡି ବା ଘୋଡ଼ିଆରେ ବାଡ଼େଇ ଅଲଗା କରି ଅମଳ କରାଯାଏ
d) ବେଙ୍ଗଳା ପକାଇବା :-
· ଶସ୍ୟ ପେଣ୍ଡା କଟା ଯାଇ ବେଙ୍ଗଳା ସାହାଯ୍ୟରେ ଶସ୍ୟ ଅମଳ କରାଯାଏ |
e) ଅବକ୍ଷେପଣ :-
· ଜଳ ସହିତ ମିଶି ରହିଥିବା ଅଦ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ପ୍ରଣାଳୀରେ ପୃଥକ କରାଯାଏ |
f) ପରିସ୍ରବଣ :-
· ଜଳ ସହିତ ମିଶି ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ପରିସ୍ରବଣ ପ୍ରଣାଳୀରେ ପୃଥକ କରାଯାଏ |
3. କେଉଁ ପ୍ରଣାଳୀ ପାଇଁ ଆବଶ୍ୟକ ?
a) କୁଲା – ପାଛୁଡିବା
b) ଚାଲୁଣି – ଚଲେଇବା
c) ପିଲଟର ପେପର – ପରିସ୍ରବଣ ପ୍ରଣାଳୀ
4. କାରଣ କ’ଣ ?
a) କୁଣ୍ଡା ମିଶା ଚାଉଳକୁ ପାଛୁଡି ପରିଷ୍କାର କରାଯାଏ |
· କୁଣ୍ଡା ଚାଉଳ ଅପେକ୍ଷା ହାଲୁକା ହୋଇଥିବାରୁ ପାଛୁଡିବା ପ୍ରଣାଳୀରେ କୁଲାରେ ପାଛୁଡି ପରିଷ୍କାର କରାଯାଏ |
b) ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ |
· ଚାଉଳରେ ଅନେକ ଧୁଳି, ମଇଳା ଥାଏ | ରାନ୍ଧିବା ପୂର୍ବରୁ ଚାଉଳକୁ ଧୋଇଲେ ସେଥିରେ ଥିବା ମଇଳା ଧୁଆ ପାଣି ସହ ଉପରକୁ ଭାସି ଉଠେ |
c) ବେସନ ଓ ମଇଦା ମିଶ୍ରଣକୁ ଚାଲୁଣି ଦ୍ଵାରା ପୃଥକ କରାଯାଇପାରିବ ନାହିଁ |
· ବେସନ ଓ ମଇଦା କଣିକାର ଆକୃତି ସମାନ ହୋଇଥିବାରୁ ଚାଲୁଣି ଦ୍ଵାରା ପୃଥକ କରାଯାଇପାରିବ ନାହିଁ |
· ପରିସ୍ରବଣ ପ୍ରଣାଳୀରେ ଫିଲଟର ପେପର ବ୍ୟବହାର କରାଯାଏ | କିନ୍ତୁ ସୋରିଷ ଦାନା ଫିଲଟର ପେପରରେ ଥିବା ରନ୍ଧ୍ର ଠାରୁ ବଡ ହୋଇଥିବାରୁ ଫିଲଟର ପେପର ମଧ୍ୟ ଦେଇ ପୃଥକ ହୋଇପାରେ ନାହିଁ |
5. ଗୋଟା ବିରି, ସୋରିଷ ଓ ବୁଟ ମିଶି ଯାଇଛି କିପରି ପୃଥକ କରିବ ?
· ଏହି ମିଶ୍ରଣକୁ ପୃଥକ କରିବା ପାଇଁ ୨ ଟି ଚାଲୁଣି ଆବଶ୍ୟକ | ପ୍ରଥମେ ଛୋଟ କଣା ଥିବା ଚାଲୁଣିରେ ସୋରିଷ ଅଲଗା କରାଯାଏ | ତା ପରେ ଟିକେ ବଡ କଣା ଥିବା ଚାଲୁଣିରେ ବିରିକୁ ବୁଟରୁ ଅଲଗା କରାଯାଏ |
· ଯଦି ଅଳ୍ପ ମିଶ୍ରଣ ହୋଇଥାଏ ହାତରେ ବାଛି ଅଲଗା କରାଯାଇପାରିବ l
Truly Indian Brand