- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science (ବିଜ୍ଞାନ) Chapter 5 Bastura Prakara Bheda (ବସ୍ତୁର ପ୍ରକାର ଭେଦ) Notes

Odia Medium Class 6 Science (ବିଜ୍ଞାନ) Chapter 5 Bastura Prakara Bheda (ବସ୍ତୁର ପ୍ରକାର ଭେଦ) Notes

Language : Odia
LRNR provides this material totally free
Odia Medium Class 6 Science (ବିଜ୍ଞାନ) Chapter 5 Bastura Prakara Bheda (ବସ୍ତୁର ପ୍ରକାର ଭେଦ) Notes
ବସ୍ତୁର ପ୍ରକାର ଭେଦ
ପୂର୍ବ ବିଷୟ ଗୁଡିକରେ ଆମେ ଖାଦ୍ୟ ଏବଂ ବସ୍ତ୍ର ବିଭିନ୍ନ ପ୍ରକାରର ବୋଲି ପଢିଥିଲେ | ତେବେ, ଖାଲି ଖାଦ୍ୟ ଏବଂ ବସ୍ତ୍ର ବିଭିନ୍ନ ପ୍ରକାରର ହୋଇନଥାଏ , ବସ୍ତୁ ମଧ୍ୟ ବିଭିନ୍ନ ପ୍ରକାରର ଥାଏ | ଆମ ଚାରିପାଖରେ ଯାହା କିଛି ବି ବସ୍ତୁ ଅଛି ଚେୟାର, ଟେବୁଲ, ଟିଭି, ଫ୍ରିଜ, ସାଇକେଲ, ଗାଡି, ଖାତା, ବହି ଏମିତି ବହୁତ କିଛି ଥାଏ ବିଭିନ୍ନ ପ୍ରକାରର |
- ଏହି ସବୁ ବସ୍ତୁକୁ ଆମେ ନିଜର ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାଉ |
- ଯେମିତିକି ଚାଉଳ, ଡାଲି, ଗହମ, କ୍ଷୀର, ମାଛ, ମାଂସ, ଅଣ୍ଡା ଏ ସବୁକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ |
- ସେହିପରି ପଶମ, ରେଶମ, କପା ଇତ୍ୟାଦିକୁ ଆମେ ବସ୍ତ୍ର ରୂପେ ବ୍ୟବହାର କରିଥାଉ |
- ଇଟା, ବାଲି, ଗୋଡି, ସିମେଣ୍ଟ, ରଡ ଇତ୍ୟାଦିକୁ ବ୍ୟବହାର କରି ଆମେ ଘର ତିଆରି କରିଥାଉ |
- ଆମେ କ’ଣ ଏହି ସବୁ ମାନେ ବାଲି ,ଗୋଡି ,ସିମେଣ୍ଟ ଇତ୍ୟାଦିକୁ ଖାଦ୍ୟ ରୂପେ ବ୍ୟବହାର କରିପାରିବା କି ? ନାହିଁ |
- ଆମେ କ’ଣ ଭାତ,ଡାଲି ,ରୁଟି ,ଅଣ୍ଡା ଏସବୁକୁ ବ୍ୟବହାର କରି ଘର ତିଆରି କରିପାରିବା କି ? ନାହିଁ
- କାରଣ ,ସବୁ ବସ୍ତୁ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ | ସବୁ ବସ୍ତୁର ରଙ୍ଗ ଏବଂ ଆକୃତି ବା ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ଏବଂ ପ୍ରତ୍ୟେକ ବସ୍ତୁ ଗୋଟିଏ ମୂଳ ବସ୍ତୁରୁ ତିଆରି ହୋଇଥାଏ |
ବସ୍ତୁର ଶ୍ରେଣୀ ବିଭାଗ:-
- ଯେତେବେଳେ ଅନେକ ବସ୍ତୁକୁ ଅନୁଧ୍ୟାନ କରାଯାଏ ,ସେଗୁଡିକ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟକୁ ବୁଝି ହୁଏ |
- ପ୍ରତ୍ୟେକ ବସ୍ତୁର କେତେଗୁଡିଏ ଗୁଣ ଥାଏ | ଏହି ଗୁଣକୁ ଆଧାର କରି ବସ୍ତୁ ଗୁଡିକର ପ୍ରକାରଭେଦ କରାଯାଇଥାଏ |
- କେତେକ ବସ୍ତୁ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ | ସେଗୁଡିକୁ ପ୍ରାକୃତିକ ବସ୍ତୁ କୁହାଯାଏ (ଗଛ ,ଫଳ ,ଘାସ ,ସୂର୍ଯ୍ୟ ) |
- ମନୁଷ୍ୟ ଦ୍ୱାରା ତିଆରି ହୋଇଥିବା ବସ୍ତୁକୁ କୃତ୍ରିମ ବସ୍ତୁ କୁହାଯାଏ | (ଟିଭି ,ଫ୍ୟାନ ,ଡ୍ରେସ ,ଘର ,ବ୍ୟାଗ ଇତ୍ୟାଦି ) |
- ଏହିପରି ପ୍ରତ୍ୟେକ ବସ୍ତୁ ସଜୀବ ଏବଂ ନିର୍ଜୀବ ହୋଇଥାନ୍ତି | ତାହେଲେ ସଜୀବ ନିର୍ଜୀବ କ’ଣ ?
ସଜୀବ :
- ଯାହାର ଜୀବନ ଅଛି ,ଛୋଟରୁ ବଡ ହୋଇପାରିବ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବ ,ତାହାକୁ ସଜୀବ କୁହାଯାଏ |
- ଆଉ ନିଜ ପରି ଅନ୍ୟ ଏକ ଜୀବ ସୃଷ୍ଟି କରିପାରୁଥିବ କିମ୍ବା ଜନ୍ମ ଦେଇପାରୁଥିବ |
- ଉଦାହରଣ :- ମଣିଷ ,ଗାଈ ,ଗଛ |
ନିର୍ଜୀବ :
- ଯାହାର ଜୀବନ ନାହିଁ ,ଛୋଟରୁ ବଡ ହୋଇପାରିବ ନାହିଁ ,ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବ ନାହିଁ |
- ତାହାକୁ ନିର୍ଜୀବ ବସ୍ତୁ କୁହାଯାଏ |ଉଦାହରଣ :- ଛତା ,ଗାଡି ,ଘର ଇତ୍ୟାଦି |
ବସ୍ତୁର ଗୁଣ :
- ପ୍ରତ୍ୟେକ ବସ୍ତୁର ଦୁଇଟି ମୌଳିକ ଗୁଣ ଥାଏ | ତାହା କିଛି ସ୍ଥାନ ଅଧିକାର କରେ (ଇଟା), ତାହାର ବସ୍ତୁତ୍ଵ ଥାଏ (ଓଜନ) |
- ବସ୍ତୁର ଅନ୍ୟ କେତୋଟି ଗୁଣ ହେଲା ,ତାହାର ରଙ୍ଗ/ବର୍ଣ୍ଣ ,ତା ପୃଷ୍ଠ ଭାଗର ମସୃଣତା ଓ ରୁକ୍ଷଣ ,ଉଜ୍ଜ୍ଵଳତା ,ସ୍ବଚ୍ଛତା ,ଦ୍ରବଣୀୟତା ଇତ୍ୟାଦି |
- ବସ୍ତୁର ଚକ ଚକ ଦେଖାଯାଉଥିବା ଗୁଣକୁ ଉଜ୍ଜ୍ଵଳତା କୁହାଯାଏ |
ବସ୍ତୁର ଗୁଣ / ଶ୍ରେଣୀ ବିଭାଗ
ବସ୍ତୁର ଗୁଣ / ପ୍ରକାର ଭେଦ
ସ୍ଵଚ୍ଛ ବସ୍ତୁ :
- ଯାହା ମଧ୍ୟ ଦେଇ ଆଲୋକ ଯାଇପାରୁଛି | ସେହି ବସ୍ତୁଗୁଡିକୁ ସ୍ଵଚ୍ଛ ବସ୍ତୁ କୁହାଯାଏ |
- ଉଦାହରଣ – କାଚଗ୍ଲାସ |
ଅସ୍ଵଚ୍ଛ ବସ୍ତୁ :
- ଯେଉଁ ବସ୍ତୁ ଦେଇ ଆଲୋକ ଯାଇପାରୁ ନାହିଁ | ସେହି ବସ୍ତୁଗୁଡିକୁ ଅସ୍ଵଚ୍ଛ ବସ୍ତୁ କୁହାଯାଏ |
- ଉଦାହରଣ – କାଠ ପଟା, କାର୍ଡ ବୋର୍ଡ |
ଅଳ୍ପସ୍ଵଚ୍ଛ ବସ୍ତୁ :
- ଯେଉଁ ବସ୍ତୁ ମଧ୍ୟ ଦେଇ ଆଲୋକ ଆଂଶିକ ଭାବେ ଯାଇପାରିବ ସେହି ବସ୍ତୁଗୁଡିକୁ ଅଳ୍ପସ୍ଵଚ୍ଛ ବସ୍ତୁ କୁହାଯାଏ |
- ଉଦାହରଣ : କାଗଜରେ ତେଲ ଲଗାଇକି ଲାଇଟ ପକାଇବା |
Truly Indian Brand
Truly Indian Brand