- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 7 Sajiba O Nirjiba Bastu ( ସଜୀବ ଓ ନିର୍ଜୀବ ବସ୍ତୁ ) Question & Answer

Odia Medium Class 6 Science Chapter 7 Sajiba O Nirjiba Bastu ( ସଜୀବ ଓ ନିର୍ଜୀବ ବସ୍ତୁ ) Question & Answer

Language : Odia
LRNR provides this material totally free
Odia Medium Class 6 Science Chapter 7 Sajiba O Nirjiba Bastu ( ସଜୀବ ଓ ନିର୍ଜୀବ ବସ୍ତୁ ) Question & Answer
ସଜୀବ ଓ ନିର୍ଜୀବ ବସ୍ତୁ
1. ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥିବା ତିନୋଟି ପାର୍ଥକ୍ୟ ଲେଖ |
ପଥର ଖଣ୍ଡ :-
· ପଥର ଖଣ୍ଡ ନିର୍ଜୀବ ବସ୍ତୁ ଅଟେ |
· ପଥର ଖଣ୍ଡ ଖାଦ୍ୟ ଗ୍ରହଣ କରେ ନାହିଁ |
· ପଥର ଖଣ୍ଡର ବୃଦ୍ଧି ହୁଏ ନାହିଁ |
ବିଲେଇ :-
· ବିଲେଇ ସଜୀବ ଅଟେ |
· ବିଲେଇ ଖାଦ୍ୟ ଗ୍ରହଣ କରିଥାଏ |
· ବିଲେଇର ବୃଦ୍ଧି ହୋଇଥାଏ |
2. କୁକୁର ଓ ଆମ୍ବଗଛ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ |
ସାମଞ୍ଜସ୍ୟ :-
କୁକୁର –
· କୁକୁର ସଜୀବ ଅଟେ |
· କୁକୁର ଶ୍ଵାସକ୍ରିୟା କରିଥାଏ |
ଆମ୍ବଗଛ –
· ଆମ୍ବଗଛ ମଧ୍ୟ ସଜୀବ ଅଟେ |
· ଆମ୍ବଗଛ ମଧ୍ୟ ଶ୍ଵାସକ୍ରିୟା କରିପାରେ |
ପାର୍ଥକ୍ୟ :-
କୁକୁର :-
· କୁକୁର ନିଜ ଇଚ୍ଛାରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରେ |
· କୁକୁର ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରେ ନାହିଁ |
ଆମ୍ବଗଛ :-
· ଆମ୍ବଗଛ ଗୋଟିଏ ସ୍ଥାନରେ ସ୍ଥିର ରହି ଆଲୋକ ଆଡକୁ ତା’ର କାଣ୍ଡ ଓ ଚେର ଜଳ ଆଡକୁ ଗତି କରେ |
· ଆମ୍ବଗଛ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ |
3. ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ ତୁମର ଅନୁଭୁତିରୁ ତିନୋଟି ଉଦାହରଣ ଦେଇ ବୁଝାଅ |
· ଲାଜକୁଳି ଲତାକୁ ଛୁଇଁଦେଲେ, ତାହା ଝାଉଁଳି ପଡେ |
· କୁକୁର ଆଗରେ ମାଂସ ଖଣ୍ଡେ ଦେଖାଇଲେ ତା’ ପାଟିରୁ ଲାଳ ପଡେ |
· ବଗିଚାରେ ଗୋଟିଏ ଛୋଟ ଗଛ ଉପରେ ମାଟି ହାଣ୍ଡିଟିଏ କଣା କରି ଘୋଡାଇ ଦେଲେ, କିଛି ଦିନ ପରେ ଆଲୋକ ଆସୁଥିବା ଦିଗରୁ ଗଛ କଣା ବାଟେ ବାହାରକୁ ଚାଲିଆସେ |
4. ନିଆଁ ଜୀବ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ |
· ନିଆଁ ଜୀବ ନୁହେଁ | କାରଣ :-
· ନିଆଁ ଶ୍ଵାସକ୍ରିୟା କରେ ନାହିଁ |
· ନିଆଁ ଖାଦ୍ୟ ଖାଏ ନାହିଁ |
· ନିଆଁ ବଂଶ ବୃଦ୍ଧି କରେ ନାହିଁ |
· ନିଆଁର ଶରୀର ବୃଦ୍ଧି ଘଟେ ନାହିଁ |
· ନିଆଁର ଚଳନ ଗତି ନାହିଁ |
5. ଶିଉଳି ଜୀବ କି ନିର୍ଜୀବ ଯୁକ୍ତି ଦ୍ଵାରା ବୁଝାଅ |
· ଶିଉଳି ଜୀବ | କାରଣ :-
· ଶିଉଳି ଶ୍ଵାସକ୍ରିୟା କରେ |
· ଶିଉଳି ଖାଦ୍ୟ ଗ୍ରହଣ କରିଥାଏ |
· ଶିଉଳି ବଂଶବୃଦ୍ଧି କରେ |
Truly Indian Brand
Truly Indian Brand