Odia Medium Class 6 Science Chapter 8 Paristana ( ପରିସ୍ଥାନ ) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 8 Paristana ( ପରିସ୍ଥାନ ) Question & Answer

ପରିସ୍ଥାନ



1.   ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ |


a)   ପରିସ୍ଥାନ କାହାକୁ କୁହାଯାଏ ?


ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ଵକୁ ପରିସ୍ଥାନ କୁହାଯାଏ l


b)   ଉଦ୍ଭିଦର ଉପଯୋଜନ କାହିଁକି ଆବଶ୍ୟକ ?


ପରିବେଶ ଓ ପରିବେଶର ପରିବର୍ତ୍ତନ ସହ ତାଳ ଦେଇ ପ୍ରତ୍ୟେକ ଜୀବର ଶରୀରରେ ଏବଂ କ୍ରିୟାରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଇଥାଏ | ସେହି ପରିବର୍ତ୍ତନକୁ ଉପଯୋଜନ କୁହାଯାଏ |



2.   କାରଣ ଲେଖ |


a)   ମାଛକୁ ପାଣିରୁ କାଢି ଆଣିଲେ ସେ ମରିଯାଏ |


ମାଛ ଏକ ଜଳଜ ପ୍ରାଣୀ | ମାଛ ଗାଲି ସାହାଯ୍ୟରେ ଜଳରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରି ବଞ୍ଚିଥାଏ | ତେଣୁ ମାଛକୁ ପାଣିରୁ କାଢି ଆଣିଲେ ସେ ଶ୍ଵାସକ୍ରିୟା କରି ନ ପାରି ମରିଯାଏ |


b)   ଘୋଡା ମରୁଭୂମିରେ ରହିବା ସମ୍ଭବ ନୁହେଁ |


ଘୋଡାର ଓଟ ଭଳି କୁଜ ନା ହିଁ | ତେଣୁ ଘୋଡା ଜଳ ଓ ଖାଦ୍ୟ ସଂଚୟ କରି ରଖିପାରିବ ନାହିଁ; ଫଳରେ ମରୁଭୂମିରେ ଜଳାଭାବ ଓ ଖାଦ୍ୟଭାବାରେ ଘୋଡା ବେଶି ଦିନ ବଞ୍ଚିପାରିବା ନାହିଁ |


c)   କଲରା ଗଛ ସିଧା ଛିଡା ହୋଇ ରହିପାରେ ନାହିଁ |


କଲରା ଗଛର କାଣ୍ଡ ଦୁର୍ବଳ ; ତେଣୁ ସେ ସିଧା ଛିଡା ହୋଇ ରହିପାରେ ନାହିଁ | ଏହାର ଆକର୍ଷୀ ପାଖ ବସ୍ତୁରେ ଗୁଡାଇ ହୋଇଯିବାରୁ ଏହା ସିଧା ଛିଡା ହୋଇ ରହିପାରେ ନାହିଁ |



3.   କେଉଁଟି ଠିକ୍ '' √'' ଚିହ୍ନ ଦ୍ଵାରା ଦର୍ଶାଅ |


a)   କାକୁଡି ଲତାର ଆକର୍ଷୀ ଏହାକୁ ମାଡିବାରେ ସାହାଯ୍ୟ କରେ |√


b)   ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ |√


c)   ଖଜୁରୀ ଏକ ମରୁଜ ଉଦ୍ଭିଦ |√


d)   ଓଟ ଏକ ଜଳଜ ଉଦ୍ଭିଦ |X

Ratings
No reviews yet, be the first one to review the product.