- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 12 Bidyut Srota ( ବିଦ୍ୟୁତ୍ ସ୍ରୋତ ) Question & Answer

Odia Medium Class 7 Science Chapter 12 Bidyut Srota ( ବିଦ୍ୟୁତ୍ ସ୍ରୋତ ) Question & Answer

Language : Odia
LRNR provides this material totally free
Odia Medium Class 7 Science Chapter 12 Bidyut Srota ( ବିଦ୍ୟୁତ୍ ସ୍ରୋତ ) Question & Answer
ବିଦ୍ୟୁତ୍ ସ୍ରୋତ
1. ଶୂନ୍ୟସ୍ଥାନ ପୂରଣ କର |
a) ବିଦ୍ୟୁତ୍ ସେଲ୍ ସଙ୍କେତ ଲେଖିଲାବେଳେ ଛୋଟ ରେଖାଖଣ୍ଡ ବିଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ସୂଚାଏ |
b) ବିଦ୍ୟୁତ୍ ହିଟରର ସୁଇଚ୍ କୁ ମୁଦିତ କଲେ, ଏହା ଉତ୍ତପ୍ତ ହୁଏ |
c) ଦୁଇ ବା ତୋତ୍ତୋଧିକ ବିଦ୍ୟୁତ୍ ସେଲ୍ ସଂଯୁକ୍ତ ହେଲେ ତାହାକୁ ବ୍ୟାଟେରୀ କୁହାଯାଏ |
d) ବିଦ୍ୟୁତ୍ କେଟ୍ଲି ର କଏଲ୍ ଥିବା ଅଂଶଟି ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଉତ୍ତପ୍ତ ହୁଏ |
2. ଭୁଲ୍ ଥିଲେ ସଂଶୋଧନ କର |
a) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ସେହିପରି ରହିଥାଏ |
ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ତରଳି ଛିଣ୍ଡିଯାଏ |
b) ଗୋଟିଏ କାଠ ସ୍କୃ ଉପରେ ରୋଧିତ ବିଦ୍ୟୁତ୍ ତାର ଗୁଡାଇ ବିଦ୍ୟୁତ୍ ସ୍ରୋତ ପ୍ରାବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ |
ଗୋଟିଏ ଧାତବ ସ୍କୃ ଉପରେ ରୋଧିତ ବିଦ୍ୟୁତ୍ ତାର ଗୁଡାଇ ବିଦ୍ୟୁତ୍ ସ୍ରୋତ ପ୍ରାବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ |
c) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍ ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍ ର ଯୁକ୍ତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ ହୋଇଥାଏ |
ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍ ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍ ର ବିଯୁକ୍ତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ ହୋଇଥାଏ |
d) ବିଦ୍ୟୁତ୍ ସେଲ୍ ର ସଙ୍କେତରେ ବଡ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ |
ବିଦ୍ୟୁତ୍ ସେଲ୍ ର ସଙ୍କେତରେ ବଡ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ |
3. ନିମ୍ନ ବିଦ୍ୟୁତ୍ ଅଂଶଗୁଡିକର ସଙ୍କେତ ଲେଖ |
a) ବିଦ୍ୟୁତ୍ ସେଲ୍ =
b) ମୁକ୍ତ ଅବସ୍ଥାରେ ଥିବା ବିଦ୍ୟୁତ୍ ସୁଇଚ୍ =
c) ବିଦ୍ୟୁତ୍ ବଲ୍ବ =
d) ବିଦ୍ୟୁତ୍ ତାର =
e) ମୁଦିତ ଅବସ୍ଥାରେ ଥିବା ବିଦ୍ୟୁତ୍ ସୁଇଚ୍ =
f) ବ୍ୟାଟେରୀ =
4. ଚାରିଗୋଟି ବିଦ୍ୟୁତ୍ ସେଲ୍ ଏକ କାଠ ପଟା ଉପରେ ରଖାଯାଇଛି | ଏଗୁଡ଼ିକୁ ବ୍ୟବହାର କରି ଏକ ବ୍ଯାଟେରୀ ପରିପଥ ଅଙ୍କନ କର |
5. ବିଦ୍ୟୁତ୍ ସ୍ରୋତର ଯେକୌଣସି ଦୁଇଟି ପ୍ରଭାବର ନାମ ଲେଖ |
· ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ |
· ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ |
6. ଦତ୍ତ ଚିତ୍ରଟିକୁ ଲକ୍ଷ୍ୟ କର |
a) ଏହି ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ବଲ୍ବଟି କାହିଁକି ଜଳୁନାହିଁ ?
ବିଦ୍ୟୁତ୍ ପରିପଥଟିରେ ସେଲ୍ ର ସଂଯୋଗ ଠିକ୍ ରୂପେ ହୋଇନାହିଁ | ପ୍ରଥମେ ସେଲ୍ ର ଯୁକ୍ତ ଅଗ୍ର ଦ୍ଵିତୀୟ ସେଲ୍ ର ଯୁକ୍ତ ଅଗ୍ର ସହ ସଂଯୁକ୍ତ ହୋଇଛି | ତେଣୁ ବଲ୍ବଟି ଜଳୁନାହିଁ |
b) ଏହି ବିଦ୍ୟୁତ୍ ପରିପଥରେ ବଲ୍ବଟି କିପରି ଜଳିବ ଚିତ୍ରଦ୍ଵାରା ଦର୍ଶାଅ |
7. ଫ୍ୟୁଜ୍ ତାରର ଧର୍ମ କ’ଣ ହେବା ଆବଶ୍ୟକ ?
· ଫ୍ୟୁଜ୍ ତାରଟି ଆବଶ୍ୟକତା ଅନୁସାରେ ମୋଟେଇ ବିଶିଷ୍ଟ ହେବା ଆବଶ୍ୟକ |
· ଏହାର ଗଳନାଙ୍କ କମ୍ ହେବା ଆବଶ୍ୟକ |
· ଏହା ବିଦ୍ୟୁତ୍ ଓ ତାପ ସୁପରିବାହୀ ହେବା ଆବଶ୍ୟକ |
· ଏହା ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହେଲେ ସହଜରେ ତରଳି ଯାଉଥିବା ଏବଂ ଏହା ମିଶ୍ରଧାତୁରୁ ତିଆରି ହୋଇଥିବା ଆବଶ୍ୟକ |
8. ବିଦ୍ୟୁତ୍ ଯନ୍ତ୍ରପାତି ବ୍ୟବହାର କଲାବେଳେ କାହିଁକି ସମୟେ ସମୟେ ବିଦ୍ୟୁତ୍ ଧକ୍କା ଦିଏ ?
· ବିଦ୍ୟୁତ୍ ଯନ୍ତ୍ରପାତିରେ ବ୍ୟବହାର ତାରର ଉପର କୁପରିବାହୀ ଆବରଣ ବେଳେବେଳେ କଟିଯାଇଥାଏ | ଫଳରେ ଯନ୍ତ୍ରପାତିଟି (ବିଦ୍ୟୁତ୍ ସୁପରିବାହୀ ହୋଇଥିଲେ) ଚାର୍ଜିତ ହୋଇଥାଏ | ଏହାକୁ ସ୍ପର୍ଶକଲେ ଆମ ଶରୀର (ବିଦ୍ୟୁତ୍ ସୁପରିବାହୀ ହେତୁ) ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ | ତେଣୁ ଆମକୁ ବିଦ୍ୟୁତ୍ ଧକ୍କା ଲାଗିଥାଏ |
9. ତୁମ ଘରକୁ ଆସିଥିବା ଇଲେକ୍ଟ୍ରିସିଆନ୍ ଫ୍ୟୁଜ୍ ତାର ବଦଳରେ ଗୋଟିଏ ମୋଟା ତମ୍ବାତାର ସଂଯୋଗ କଲା | ଏଥିସହ ତୁମେ ସହମତ କି ? ତୁମ ଉତ୍ତର ପାଇଁ ଠିକ୍ ଯୁକ୍ତି ଲେଖ |
· ଫ୍ୟୁଜ୍ ତାର ବଦଳରେ ତମ୍ବାତାର ସଂଯୋଗ କରିବା ଉଚିତ ନୁହେଁ | କାରଣ , ଅଧିକ ବିଦ୍ୟୁତ୍ ପ୍ରବାହିତ ହେଲେ ତମ୍ବାତାର ଶୀଘ୍ର ଓ ସହଜରେ ତରଳେ ନାହିଁ |
· ଫଳରେ ବିଦ୍ୟୁତ୍ ଜନିତ ବିପଦ ହୋଇପାରେ ତେଣୁ ଏଥିରେ ପ୍ରାଣହାନିର ଆଶଙ୍କା ଅଛି |
· ଫ୍ୟୁଜ୍ ତାର ଏପରି ହେବା ଉଚିତ୍ ଯାହା ମଧ୍ୟଦେଇ ଅଧିକ ବିଦ୍ୟୁତ୍ ପ୍ରବାହିତ ହେଲେ ସହଜରେ ତରଳି ଯାଉଥିବ |
· ଫ୍ୟୁଜ୍ ତାର (ତମ୍ବା ଟିଣ ) ମିଶ୍ରଧାତୁରୁ ତିଆରି ହୋଇଥିବାରୁ ଏହାର ଗଳନାଙ୍କ କମ୍ ହୋଇଥାଏ |
10. ଦୁଇଟି ଦେଢ ଦେଢ ଭୋଲ୍ଟର ସେଲ୍ , ଗୋଟିଏ ବିଜୁଳିବତୀ ଓ ଗୋଟିଏ ସୁଇଚ୍ ବ୍ୟବହାର କରି ଚାରିଗୋଟି ବିଦ୍ୟୁତ୍ ପରିପଥ ତଳେ ଅଙ୍କାଯାଇଛି |ସେଗୁଡିକ ଅନୁଧ୍ୟାନ କର ଏବଂ ପ୍ରତ୍ୟେକ କ୍ଷେତ୍ରରେ ସୁଇଚ୍ ମୁଦିତ ଓ ମୁକ୍ତ କଲେ ବିଜୁଳିବତୀର କ’ଣ ହେବ ଲେଖ | ଆବଶ୍ୟକ ହେଲେ ସାଙ୍ଗସାଥୀଙ୍କ ସହ ଆଲୋଚନା କର ଏବଂ ଶିକ୍ଷକଙ୍କ ସାହାଯ୍ୟ ନିଅ |
କ. ଚିତ୍ରରେ ସେଲ୍ ଦୁଇଟି ମୁଦିତ କଲେ ସେଲ୍ ଦ୍ବୟର + ସେଲ୍ ଏକତ୍ର ଥିବାରୁ ବଲବ୍ ଟି ଜଳିବ ନାହିଁ ।
ଖ. ସେଲ୍ ଦ୍ବୟର + ସେଲ୍ ସଂଯୁକ୍ତ ଅଛି , ବଲବ୍ ଟି ଜଳିବ ନାହିଁ ।
ଗ. ସେଲ୍ ଦ୍ବୟର ସଂଯୋଗ ଠିକ୍ ନ ଥିବାରୁ ବଲବ୍ ଜଳିବ ନାହିଁ ।
ଘ. ପ୍ରଥମ ସେଲ୍ ର ଯୁକ୍ତମେରୁ ଦ୍ବିତୀୟ ସେଲ୍ ର ବିଯୁକ୍ତମେରୁ ରେ ସଂଯୁକ୍ତ ହୋଇଛି । ଏହି କ୍ଷେତ୍ର ରେ ବଲବ୍ ଟି ଜଳିବ ।
Truly Indian Brand