Odia Medium Class 7 Science Chapter 13 Ketoti Prakrutika Ghatanabali (କେତୋଟି ପ୍ରାକୃତିକ ଘଟଣାବଳୀ) Question & Answer

Language : Odia

LRNR provides this material totally free

Odia Medium Class 7 Science Chapter 13 Ketoti Prakrutika Ghatanabali (କେତୋଟି ପ୍ରାକୃତିକ ଘଟଣାବଳୀ) Question & Answer

କେତୋଟି ପ୍ରାକୃତିକ ଘଟଣାବଳୀ



1.   ଶୂନ୍ୟସ୍ଥାନ ପୂରଣ କର |


a)   ଗତିଶୀଳ ବାୟୁକୁ ପବନ କୁହାଯାଏ |


b)   ପୃଥିବୀ ପୃଷ୍ଠରେ ଅସମାନ ତାପ ସଂଚରଣ ହେତୁ ବାୟୁ ପ୍ରବାହ ହୁଏ |


c)   ଜଳୀୟ ବାଷ୍ପ ଧାରଣ କରିଥିବା ବାୟୁ ବର୍ଷା କରାଏ |


d)   ବାୟୁ ଗୁରୁ ଚାପ ଅଞ୍ଚଳରୁ ଲଘୁ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ |



2.   ଭୁଲ୍ ଥିଲେ ଠିକ୍ କର |


a)   ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡକୁ ପ୍ରବାହିତ ହୁଏ |


ଉତ୍ତର : ଖରାଦିନେ ପବନ ଜଳଭାଗରୁ ସ୍ଥଳଭାଗ ଆଡକୁ ପ୍ରବାହିତ ହୁଏ |


b)   ଶୀତଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡକୁ ପ୍ରବାହିତ ହୁଏ |


ଉତ୍ତର : ଠିକ୍ ଅଛି |


c)   ଓଡ଼ିଶାର ପୂର୍ବ ଉପକୂଳରେ ବାତ୍ୟା ହେବାର ସମ୍ଭାବନା ଥାଏ |


ଉତ୍ତର : ଠିକ୍ ଅଛି |



3.   ତୁମ ପାଠ୍ୟପୁସ୍ତକରେ ନଥିବା ଦୁଇଟି ଅନୁଭୂତି ବର୍ଣ୍ଣନା କରି ଦର୍ଶାଅ ଯେ ବାୟୁ ଚାପ ପ୍ରଦାନ କରେ |


·    ଥଣ୍ଡା ବୋତଲକୁ ଖୋଲି ଏହା ମଧ୍ୟରେ ଏକ ଷ୍ଟ୍ର ପକାଇ ଶୋଷିଲେ ଷ୍ଟ୍ର ଭିତର ଦେଇ ପାଣି ପାଟିକୁ ଚାଳିଆସେ କାରଣ ଷ୍ଟ୍ର ଭିତର ବାୟୁଚାପ କମିଯାଏ |


·    ଇଞ୍ଜେକ୍ସନ୍ ସିରିଞ୍ଜ ଦ୍ଵାରା ଔଷଧ ଟାଣିବାବେଳେ ଏବଂ ଇଞ୍ଜେକ୍ସନ୍ ଦେବା ବେଳେ ବାୟୁ ଚାପ କାର୍ଯ୍ୟ କରେ |



4.   ରାସ୍ତାକଡରେ ଲଗାଯାଇଥିବା କପଡ଼ା ତିଆରି ବ୍ୟାନର୍ ରେ ବିଭିନ୍ନ ଅଂଶରେ କଣା ରଖାଯାଇଥାଏ କାହିଁକି ?


·    ପବନ ବହିବା ବେଳେ ଏହି କଣାଦେଇ ବାୟୁ ଚଳାଚଳ ହୁଏ; ତେଣୁ ବ୍ୟାନର୍ ଉପରେ ବାୟୁ ଚାପ ଅଧିକ ପଡେ ନାହିଁ |



5.   ଗୋଟିଏ ସ୍ଥାନରେ ପବନର ଦିଗ ଜାଣିବା ପାଇଁ ଦୁଇଟି ପଦ୍ଧତି ବର୍ଣ୍ଣନା କର |


·    ଗୋଟିଏ ହାଲୁକା କାଗଜଖଣ୍ଡ କିଛି ଉଚ୍ଚରେ ଧରି ଛାଡିଦେଲେ ତାହା ଯେଉଁ ଆଡକୁ ପଡିବ ସେହି ଦିଗରେ ପବନ ବୋଲି ଜାଣି ହେବ |


·    ଗୋଟିଏ ମହମବତୀ ଜଳାଇ ରଖିଦେଲେ ଏହାର ଶିଖା ଯେଉଁ ଆଡକୁ ଢଳିବ | ସେହି ଦିଗରେ ପବନ ବହୁଛି ବୋଲି ଜାଣିହେବ |



6.   ତୁମ ବାପା ଗୋଟିଏ ଘର କିଣିବାକୁ ଚାହୁଁଛନ୍ତି | ସେ ଘରର ଝରକା ଅଛି ମାତ୍ର ସ୍କାଇଲାଇଟ୍ ନାହିଁ | ଏପରି ଘର କିଣିବା ଉଚିତ୍ କି ? କାହିଁକି ବୁଝାଅ |


·    ଏପରି ଘର କିଣିବା ଅନୁଚିତ୍ | ବାୟୁ ମାଧ୍ୟମରେ ତାପ ପରିଚଳନ ପଦ୍ଧତିରେ ଉତ୍ତପ୍ତ ହୁଏ | ଉତ୍ତପ୍ତ ଅଞ୍ଚଳରୁ ଶୀତଳ ଅଞ୍ଚଳ ଆଡକୁ ତାପ ନେଉଥିବା ବାୟୁର ଗତିକୁ ପରିଚଳନ ସ୍ରୋତ କହନ୍ତି |


·    ସ୍କାଇଲାଇଟ୍ ଥିଲେ ତାପ ସ୍କାଇଲାଇଟ୍ ଦେଇ ଭିତରକୁ ପ୍ରବେଶ କରେ | ଫଳରେ ଘର ଭିତର ଉଷୁମ ରହେ | ସ୍କାଇଲାଇଟ୍ ନ ଥିବା ଘରେ ତାପ ପରିଚଳନ ହେବ ସମ୍ଭବ ହେବ ନାହିଁ | ତେଣୁ ଝରକା ସର୍ବଦା ଖୋଲା ରଖିବାକୁ ପଡିବ |

Ratings
No reviews yet, be the first one to review the product.