- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 15 Jala - Amulya Prakrutika Sampada ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Question & Answer

Odia Medium Class 7 Science Chapter 15 Jala - Amulya Prakrutika Sampada ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Question & Answer

Language : Odia
LRNR provides this material totally free
Odia Medium Class 7 Science Chapter 15 Jala - Amulya Prakrutika Sampada ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Question & Answer
ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ
1. ନିମ୍ନରେ ପ୍ରଦତ୍ତ ଉକ୍ତି ମଧ୍ୟରୁ ଠିକ ଓ ଭୁଲ ଉକ୍ତିକୁ ଯଥାକ୍ରମେ T ଓ F ଲେଖ |
a) ପୃଥିବୀରେ ହ୍ରଦ ଓ ନଦୀଜଳର ପରିମାଣଠାରୁ ଭୂତଳ ଜଳର ପରିମାଣ ଅଧିକ | T
b) ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଜଳ ଅଭାବ ଭୋଗ କରିଥାନ୍ତି | F
c) ଜଳସେଚନ ପାଇଁ ନଦୀ ହିଁ ଏକମାତ୍ର ଉତ୍ସ ଅଟେ | F
d) ବୃଷ୍ଟିପାତରେ ବର୍ଷାଜଳ ହିଁ ଶେଷ ଉତ୍ସ ଅଟେ | T
2. ଶୂନ୍ୟସ୍ଥାନ ପୂରଣ କର |
a) ଜଣେ ବ୍ୟକ୍ତି ମିଳିତ ଜାତିସଂଘର ସୂଚନା ଅନୁଯାୟୀ ୫୦ ଲିଟର ଜଳ ପ୍ରତିଦିନ ବ୍ୟବହାର କରେ |
b) ଆନୁମାନିକ ହିସାବରେ ପୃଥିବୀ ପୃଷ୍ଠରେ ସମୁଦାୟ ଜଳ ୧୪୦ କୋଟି ଘନ କିଲୋମିଟର |
c) ପୃଥିବୀରେ ଜଳ ୨୦ ଲିଟର ହେଲେ, ଆମ ନଦୀ, ହ୍ରଦର ଜଳର ପରିମାଣ ୧ /୪ ଚାମଚ ଅଟେ |
d) ମେଘରେ ଜଳ ବାଷ୍ପ ଅବସ୍ଥାରେ ଥାଏ |
e) ହୀରାକୁଦ ନଦୀବନ୍ଧ ମହାନଦୀ ନଦୀ ଉପରେ ନିର୍ମାଣ କରାଯାଇଛି |
f) ନଳକୂପରେ ମିଳୁଥିବା ଜଳକୁ ଭୂତଳ ବା ପାନୀୟ ଜଳ କହିପାରିବା |
3. ଭୂତଳ ଜଳ କିପରି ପୁନଃଭରଣା ହୁଏ, ବର୍ଣ୍ଣନା କର |
· ବର୍ଷାଜଳ, ନଦୀବନ୍ଧ, ପୁଷ୍କରିଣୀ ଜଳ, ପରିତ୍ୟକ୍ତ,ଜଳ ଆଦି ମୃତ୍ତିକାରେ ଥିବା ଛିଦ୍ର ଦେଇ ମାଧ୍ୟାକର୍ଷଣ ଯୋଗୁଁ ତଳକୁ ତଳକୁ ପ୍ରବେଶ କରେ |ଏହି ପ୍ରକ୍ରିୟାକୁ ଅନ୍ତଃ ପରିସ୍ରବଣ କହନ୍ତି | ଏହି ଉପାୟରେ ଭୂତଳ ଜଳର ପୁନଃଭରଣ ହୋଇଥାଏ |
4. ତୁମ ସାହିରେ ୫୦ଟି ଘର ଅଛି, ଦଶଟି ନଳକୂପ ରହିଛି | ଜଳସ୍ତର ଉପରେ କିପରି ସୁଦୂର ପ୍ରସାରୀ ପ୍ରଭାବ ପଡିବ ଲେଖ |
· ହାରାହାରି ହିସାବରେ ଜଣେ ଲୋକ ପାଇଁ ଦୈନିକ ୫୦ ଲିଟର ଜଳ ବିଭିନ୍ନ କାର୍ଯ୍ୟ ପାଇଁ ଦରକାର | ଗୋଟିଏ ପରିବାରରେ ହାରାହାରି ୫ ଜଣ ହିସାବ କଲେ ଗୋଟିଏ ପରିବାର ପାଇଁ ଦୈନିକ ୨୫୦ ଲିଟର ଜଳ ଆବଶ୍ୟକ | ୫୦ଟି ଘର ପାଇଁ ଦୈନିକ ୨୫୦ x ୫୦ = ୧୨୫୦୦ ଲିଟର ଜଳ ଆବଶ୍ୟକ | ତେବେ ହାରାହାରି ପ୍ରତି ନଳକୂପରୁ ଦୈନିକ ୧୨୫୦ ଲିଟର ଜଳ ବ୍ଯବହୃତ ହେବ | ଏହା ଫଳରେ ସେଠାକାର ଜଳସ୍ତର ନିମ୍ନଗାମୀ ହେବ ଏବଂ ଅଧିକ ପରିମାଣର ଅବ୍ୟବହୃତ ପ୍ରଦୂଷଣ କରିବ |
5. ଜଳସ୍ତର ନିମ୍ନୀକରଣର ବିଭିନ୍ନ କାରଣଗୁଡିକ ଲେଖ |
ଜନସଂଖ୍ୟା ବୃଦ୍ଧି, ଶିଳ୍ପ ଓ କୃଷିରେ ଜଳର ଅଧିକ ଉପଯୋଗ, ସ୍ୱଳ୍ପ ବୃଷ୍ଟି ଏବଂ ଜଙ୍ଗଲ କ୍ଷୟ |
ଜନସଂଖ୍ୟା ବୃଦ୍ଧି :-
i. ଜନସଂଖ୍ୟା ବୃଦ୍ଧି ହେତୁ ଜନସମୂହଙ୍କ ପାଇଁ ବାସଗୃହ, ରାସ୍ତାଘାଟ, ଦୋକାନ ବଜାର, କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଆବଶ୍ୟକ ହେତୁ ଖେଳପଡ଼ିଆ, ପାର୍କ ଓ ଚାରଣଭୂମି କମିଗଲାଣି |
ii. ବର୍ଷାଜଳ କଂକ୍ରିଟ ଛାତ, ପିଚୁରାସ୍ତା, କଂକ୍ରିଟ ଚଟାଣ ଦେଇ ମାଟିତଳକୁ ଭେଦ କରିବା ସୁଯୋଗ ନ ପାଇବା କାରଣରୁ ଭୂତଳ ଜଳ ପୁନଃଭରଣ ପ୍ରକ୍ରିୟା ମନ୍ଦିତ ହେଉଛି |
iii. ଭୂତଳ ଜଳର ଅନିୟନ୍ତ୍ରିତ ବ୍ୟବହାର ମଧ୍ୟ ଜଳସ୍ତର କମିବାର ଏକ କାରଣ |
ଶିଳ୍ପ ଓ କାରଖାନା ବୃଦ୍ଧି :-
i. ଶିଳ୍ପ ଓ କାରଖାନା ସଂଖ୍ୟା ବୃଦ୍ଧି ଫଳରେ ସେଥିରେ ଭୂତଳ ଜଳ ଅଧିକ ବ୍ଯବହୃତ ହେଉଛି ଫଳରେ ଜଳସ୍ତର କମିଯାଉଛି ଓ ଜଳ ବିଷାକ୍ତ ମଧ୍ୟ ହେଉଛି |
କୃଷିକାର୍ଯ୍ୟ : -
i. ବର୍ଷସାରା ଚାଷ ପାଇଁ କେନାଲ ପାଣି ଓ ଉଠାଜାଳସେଚନରେ ଭୂତଳ ଜଳ ଉପଯୋଗ ହେଉଛି ତେଣୁ ଜଳସ୍ତର କମୁଛି |
ସ୍ଵଳ୍ପବୃଷ୍ଟି ଓ ଜଙ୍ଗଲ କ୍ଷୟ : -
i. ଜଙ୍ଗଲକ୍ଷୟ ଫଳରେ ମୌସୁମୀ ବାୟୁର ପ୍ରବାହରେ ବିଳମ୍ବତା ଓ ଅନିୟମିତତା ଦେଖାଦେଉଛି | କେଉଁଟି ସ୍ୱଳ୍ପବୃଷ୍ଟି ହେବା ଫଳରେ ସେଠାରେ ଜଳସ୍ତର କମିଯାଉଛି |
6. ତୁମେ ବଗିଚାରେ ଜଳ ପରିଚାଳନା ପାଇଁ କିପରି ଯତ୍ନବାନ ହେବ ଲେଖ |
i. ଗଛ ଲଗାଇବା ପାଇଁ ସ୍ଥାନ ନିର୍ବାଚନ କରିବା |
ii. ଜଳ ନିଷ୍କାସନ ପାଇଁ ଉଚିତ୍ ବ୍ୟବସ୍ଥା |
iii. ନର୍ଦ୍ଦମା ଜଳରୁ ଶୁଦ୍ଧଜଳ ପ୍ରସ୍ତୁତ କରି ବାଗିଚାର ଗଛପାଇଁ ବ୍ୟବହାର କରିବା |
iv. କେତେବେଳେ କେମିତି ବଗିଚାରେ ଜଳାଭାବ ଯୋଗୁଁ ଗଛ ଉପରେ ତା’ର ପ୍ରଭାବକୁ ଲକ୍ଷ୍ୟ କରିବା ଓ ଟିପି ରଖିବା |
v. ବଗିଚା ଚାରିପାଖରେ ଜଳଧାରଣ କ୍ଷମତା ଥିବା ଗଛ ଯଥା – ଝାଉଁ, କାକ୍ଟସ ଓ କଣ୍ଟାଗଛର ବାଡ ବ୍ୟବହାର କରିବା |
7. ନିମ୍ନୋକ୍ତ ବାକ୍ୟରଉ କେଉଁଟି ଜଳାଭାବ ପାଇଁ “ଦାୟୀ ନୁହେଁ” |
a) ଶିଳ୍ପର ଦ୍ରୁତବୃଦ୍ଧି
b) ଜନସଂଖ୍ୟା ବୃଦ୍ଧି
c) ଅଧିକ ବୃଷ୍ଟିପାତ
d) ଜଲଉତ୍ସର ପରିଚାଳନା
8. କେଉଁଟି ପୃଥିବୀର ସମୁଦାୟ ଜଳପାଇଁ ଉଦ୍ଦିଷ୍ଟ |
a) ନଦୀ ଓ ହ୍ରଦରେ ଜଳର ପରିମାଣ ନିର୍ଦ୍ଦିଷ୍ଟ ଅଟେ |
b) ଭୂତଳ ଜଳର ପରିମାଣ ନିର୍ଦ୍ଦିଷ୍ଟ ଅଟେ |
c) ସମୁଦ୍ର ଓ ମହାସାଗରରେ ଜଳର ପରିମାଣ ସ୍ଥିର ଅଟେ |
d) ପୃଥିବୀର ଜଳର ପରିମାଣ ସ୍ଥିର |
9. ଭୂତଳ ଜଳ ଓ ଜଳସ୍ତର ନାମାଙ୍କିତ ନକ୍ସା ଅଙ୍କନ କରି ରଙ୍ଗା ଦ୍ଵାରା ଦର୍ଶାଅ |
10. ତୁମ ଘରେ ଜଳ ଅପଚୟ ହେବାର ୫ ଗୋଟି ଦୃଷ୍ଟାନ୍ତ ଦିଅ |
a) ଗାଧୋଇବା କୁଣ୍ଡରେ ଗାଧୋଇବା ଦ୍ଵାରା ଅଧିକ ଜଳ ଅପଚୟ ହୁଏ |
b) ଦାନ୍ତଘଷା ବେଳେ ପାଣିଟ୍ୟାପ୍ ଖୋଲା ରଖିଲେ କିଛି ଜଳ ଅପଚୟ ହୁଏ |
c) ପାଣିଟ୍ୟାପ ଲିକ୍ ହୋଇ ବେଳେବେଳେ ଜଳ ଅପଚୟ ହୁଏ |
d) ବାସନକୁସନ ଓ ହାଣ୍ଡି ମଜାରେ ଅଧିକ ଜଳ ଅପଚୟ |
e) ବେଳେବେଳେ ପାନୀୟ ଜଳରେ ପୋକ ଆଦି ପଡ଼ିଗଲେ କିମ୍ବା ଧୂଳି ଉଡି ପଡିଗଲେ ଆମେ ସେ ପାଣିକୁ ଢାଳିଦେଉ | ଫଳରେ ଜଳ ଅପଚୟ ଘଟେ |
11. ଲଗାତାର ଦୁଇବର୍ଷ ଅନ୍ୟବୃଷ୍ଟି ହେଲେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେଉଁ ଯେଉଁ ଅସୁବିଧା ହେବ, ସେଥିରୁ ତିନୋଟି ଲେଖାଏଁ ଲେଖ |
ସହରାଞ୍ଚଳ :
i. ଭୂତଳ ଜଳର ସ୍ତର ନିମ୍ନଗାମୀ ହେବ |
ii. ପିଇବା ପାଣିର ଘୋର ଅଭାବ ଦେଖାଯିବ |
iii. ପନିପରିବା ଓ ଖାଦ୍ୟଦ୍ରବ୍ୟର ଦର ଅସ୍ଵଭାବିକ ଭାବେ ବୃଦ୍ଧିପ୍ରାପ୍ତ ହେବ |
ଗ୍ରାମାଞ୍ଚଳ :
i. ଫସଲହାନି ଘଟିବାରୁ ବିଲବାଡି ଶୁଷ୍କ ଦେଖାଯିବ |
ii. କୂଅ, ପୋଖରୀ ଆଦିରୁ ଜଳ ବହୁ ପରିମାଣରେ କମିଯିବ ତେଣୁ କେତେକେ ଜଳଜ ପ୍ରାଣୀଜ ଖାଦ୍ୟର ଅଭାବ ଦେଖାଯିବ |
iii. ପାଣିପାରିବାର ଉତ୍ପାଦନ କମିଯିବ |
Truly Indian Brand