- SCHOOL BOARDS
- BSE/CHSE ODISHA
- CLASS 7
- SCIENCE
- Odia Medium Class 7 Science Chapter 15 Jala - Amulya Prakrutika Sampda ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Notes

Odia Medium Class 7 Science Chapter 15 Jala - Amulya Prakrutika Sampda ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Notes

Language : Odia
LRNR provides this material totally free
Odia Medium Class 7 Science Chapter 15 Jala - Amulya Prakrutika Sampda ( ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ ) Notes
ଜଳ ହିଁ ଜୀବନ | ବିଭିନ୍ନ ଦୃଷ୍ଟିକୋଣରୁ ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦ ଜଳ ସହିତ ଜଡ଼ିତ | ଜୀବକୋଷର ଏକ ମୁଖ୍ୟ ଅଂଶ ହେଉଛି ଜଳ | ଅନେକ ପ୍ରାଣୀ ଏବଂ ଉଦ୍ଭିଦ ଜଳରେ ବାସ ମଧ୍ୟ କରିଥାନ୍ତି | ଉଦ୍ଭିଦର ଆଲୋକଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଜଳ ଆବଶ୍ୟକ ହୋଇଥାଏ |
ପୃଥିବୀ ପୃଷ୍ଠରେ ଜଳର ପରିମାଣ : -
ସମଗ୍ର ପୃଥିବୀ ପୃଷ୍ଠର ଶତକଡା ୭୧ ଭାଗ ଜଳାବୃତ | ପୃଥିବୀର ୭ ଭାଗରୁ ୫ ଭାଗ କେବଳ ସମୁଦ୍ର | ତେଣୁ ପୃଥିବୀକୁ ଜଳଗ୍ରହ ବୋଲି କୁହାଯାଏ |
ଏତେ ପରିମାଣର ଜଳର ଉପସ୍ଥିତି ଯୋଗୁଁ ପୃଥିବୀ ମହାଶୂନ୍ୟରୁ “ନିଳଗ୍ରହ” ରୂପେ ଦୃଶ୍ୟମାନ ହୁଏ |
ଆନୁମାନିକ ହିସାବରେ ପୃଥିବୀ ପୃଷ୍ଠର ସମୁଦାୟ ଜଳର ଆୟତନ ୧୪୦ କୋଟି ଘନ କିଲୋମିଟର | ମୋଟ ଜଳର ୯୭.୫ ଭାଗ ଲୁଣି ସମୁଦ୍ର ଜଳ ଓ ଅବଶିଷ୍ଟ ୨.୫ ଭାଗ ମଧୁର ଜଳ |
ଜଳର ବିଭିନ୍ନ ଅବସ୍ଥା : -
ଜଳର ମୁଖ୍ୟତଃ ୩ ଟି ଅବସ୍ଥା ରହିଛି |
i. କଠିନ
ii. ତରଳ
iii. ଗ୍ୟାସୀୟ
ଓଡ଼ିଶାର ଜଳ ସମ୍ପଦ : -
ମହାନଦୀ, ସୁବର୍ଣ୍ଣ ରେଖା, ବୁଢାବଳଙ୍ଗ, ବୈତରଣୀ , ବ୍ରାହ୍ମଣୀ, ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ ଇତ୍ୟାଦି ନଦୀ ଏବଂ ସେମାନଙ୍କ ଶାଖା ହିଁ ଓଡ଼ିଶାର ବ୍ୟବହାର ଉପଯୋଗୀ ମୁଖ୍ୟ ଜଳ ସମ୍ପଦ |
ଜଳସ୍ତର ନିମ୍ନୀକରଣ : -
ଜଳସ୍ତର କମିବାର ମୁଖ୍ୟ ଚାରୋଟି କାରଣ : -
i. ଜନସଂଖ୍ୟା ବୃଦ୍ଧି
ii. ଶିଳ୍ପ ଓ କୃଷିରେ ଜଳର ଅଧିକ ଉପଯୋଗ
iii. ସ୍ୱଳ୍ପ ବୃଷ୍ଟି
iv. ଜଙ୍ଗଲ କ୍ଷୟ
i. ଜନସଂଖ୍ୟା ବୃଦ୍ଧି – ଜନସଂଖ୍ୟାର ଦ୍ରୁତ ବୃଦ୍ଧି ହେବା ଯୋଗୁଁ ଜନସମୂହଙ୍କ ପାଇଁ ବାସଗୃହ, ରାସ୍ତାଘାଟ, ଦୋକାନ ବଜାର, କାର୍ଯ୍ୟାଳୟ ଆଦି ନିର୍ମାଣରେ ଅନେକ ଜମି ବ୍ୟବହାର କରାଯାଏ | ଫଳରେ ଅନେକ ସହରାଞ୍ଚଳରେ ଏହି ଜଳସ୍ତର ଅଧିକ କମି ନିମ୍ନଗାମୀ ହେଲାଣି | ତେଣୁ ଜନସଂଖ୍ୟା ବୃଦ୍ଧିର ପ୍ରଭାବରେ ଜଳାଭାବ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି |
ii. ଶିଳ୍ପ ଓ କୃଷିରେ ଜଳର ଅଧିକ ଉପଯୋଗ – କ୍ରମ ବର୍ଦ୍ଦିଷ୍ଣୁ ଲୋକଙ୍କ ଆବଶ୍ୟକତା ହରଣ କରିବା ପାଇଁ ତଥା ସମାଜର ଆର୍ଥିକ ଉନ୍ନତି ପାଇଁ ଶିଳ୍ପ ଓ କାରଖାନା ମଧ୍ୟ ଅଧିକ ସ୍ଥାପନ କରାଯାଉଛି | ଖାଦ୍ଯ ଜନିତ ଅସୁବିଧା ଦୁର କରିବା ପାଇଁ କୃଷି ମଧ୍ୟ ଅଧିକ ପରିମାନ୍ୟରେ କରାଯାଉଛି | ଜଳର ମାତ୍ରାଧିକ ବ୍ୟବହାର ଯୋଗୁଁ ଜଳର ପରିମାଣ କମିବାରେ ଲାଗିଛି l
iii. ସ୍ୱଳ୍ପ ବୃଷ୍ଟି – କେତେକ ଅଞ୍ଚଳରେ ଅଧିକ ବର୍ଷା ବେଳେ ଅନ୍ୟ କେତେକ ଅଞ୍ଚଳରେ କମ୍ ବର୍ଷା ହୁଏ | ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଦ୍ଵାରା ବର୍ଷ ମଧ୍ୟରେ କେବଳ ଚାରିମାସ ବୃଷ୍ଟିପାତ ହୋଇଥାଏ |
iv. ଜଙ୍ଗଲ କ୍ଷୟ - ଜଙ୍ଗଲ କ୍ଷୟ ଅନେକ ସ୍ଥନରେ ସ୍ୱଳ୍ପବୃଷ୍ଟି କାରଣ ହୋଇଥାଏ | ବୃକ୍ଷର ପରିମାଣ କମିବା ଦ୍ଵାରା ବୃଷ୍ଟିର ପରିମାଣ ମଧ୍ୟ କମିଯାଇଥାଏ |
ଜଳର ଆବଣ୍ଟନ –
ପୃଥିବୀ ପୃଷ୍ଠରେ ଜଳର ଆବଣ୍ଟନ ଅନେକ କାରଣ ଯୋଗୁ ଅସମାନ | କେତେକେ ସ୍ଥାନରେ ବର୍ଷା ଅଧିକ ହୋଇ ଜଳ ପ୍ରାଚୁର୍ଯ୍ୟ ଉପଲବ୍ଧ ଓ କେତେକ ସ୍ଥାନରେ ବର୍ଷା ସ୍ୱଳ୍ପ ଯୋଗୁଁ ଜଳାଭାବ ଅନୁଭୂତ ହୁଏ |
ଆମ ଭାରତ ବର୍ଷର ବିଭିନ୍ନ ଅଞ୍ଚଳରେ ମଧ୍ୟ ବୃଷ୍ଟିପାଟରେ ପ୍ରଭେଦ ଦେଖାଯାଏ |
ଜଳ ବହୁଳତା କାରଣରୁ ପ୍ରତିବର୍ଷ ବନ୍ୟା ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ହୋଇଥାଏ | କିନ୍ତୁ କେତେକ ସ୍ଥାନରେ ସେଇ ଏକ ସମୟରେ ଲୋକେ ଜଳଭାବ ଜନିତ ମରୁଡି ଅବସ୍ଥାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି |
Truly Indian Brand
Truly Indian Brand